ଟେଷ୍ଟ କ୍ରିକେଟରେ ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

The Sakala Picture
Published On

ଅହମଦାବାଦ : ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତ ଦମଦାର ବିଜୟ ହାସଲ କରିଛି । ମ୍ୟାଚ୍‌ର ଦ୍ବିତୀୟ ଦିନରେ ହିଁ ଭ୍ରମଣକାରୀ ଇଂଲଣ୍ଡକୁ ୧୦ ଓ୍ବିକେଟ୍‌ରେ ପରାସ୍ତ କରି ସିରିଜ୍‌ରେ ୨-୧ରେ ଆଗୁଆ ରହିଛି ଭାରତ । ଗୁରୁବାର ଇଂଲଣ୍ଡ ବିପକ୍ଷ ଟେଷ୍ଟ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ଇତିହାସ ସୃଷ୍ଟି କରିଛନ୍ତି। ଏହି ବିଜୟ ସହିତ ସେ ତାଙ୍କ ନାମରେ ଏକ ବିଶେଷ ସଫଳତା ହାସଲ କରିଥିଲେ। ଅହମ୍ମଦାବାଦର ନରେନ୍ଦ୍ର […]

ଅହମଦାବାଦ : ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତ ଦମଦାର ବିଜୟ ହାସଲ କରିଛି । ମ୍ୟାଚ୍‌ର ଦ୍ବିତୀୟ ଦିନରେ ହିଁ ଭ୍ରମଣକାରୀ ଇଂଲଣ୍ଡକୁ ୧୦ ଓ୍ବିକେଟ୍‌ରେ ପରାସ୍ତ କରି ସିରିଜ୍‌ରେ ୨-୧ରେ ଆଗୁଆ ରହିଛି ଭାରତ । ଗୁରୁବାର ଇଂଲଣ୍ଡ ବିପକ୍ଷ ଟେଷ୍ଟ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ଇତିହାସ ସୃଷ୍ଟି କରିଛନ୍ତି। ଏହି ବିଜୟ ସହିତ ସେ ତାଙ୍କ ନାମରେ ଏକ ବିଶେଷ ସଫଳତା ହାସଲ କରିଥିଲେ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଜୟ ସହ ବିରାଟ କୋହଲି ଭାରତ ମାଟିରେ ସର୍ବାଧିକ ଟେଷ୍ଟ ମ୍ୟାଚ୍ (୨୨) ଜିତିଥିବା ଅଧିନାୟକ ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏହି ପରିପ୍ରେକ୍ଷୀରେ ସେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି (୨୧) ଙ୍କୁ ପଛରେ ପକାଇ ଦେଇଛନ୍ତି।ଚେନ୍ନାଇରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଘରୋଇ ମାଟିରେ ଅଧିନାୟକ ଭାବରେ କୋହଲି ଧୋନିଙ୍କ ସର୍ବାଧିକ ୨୧ ଟି ଟେଷ୍ଟ ବିଜୟର ସମକକ୍ଷ ହୋଇଥିଲେ। ଭାରତୀୟ ଦଳ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ୨୯ ଟି ମ୍ୟାଚ୍ ଖେଳିଛି। ଏଥିରେ ସେ 22 ଟି ବିଜୟ ସହ ଦୁଇଟିରେ  ପରାଜୟ ଏବଂ ପାଞ୍ଚଟି ମ୍ୟାଚ୍ ଡ୍ର ରହିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ସେହିପରି ଭାରତୀୟ ଦଳ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ବରେ ଭାରତ ମାଟିରେ  ୩୦ ଟି ଟେଷ୍ଟ ଖେଳିଥିବା ବେଳେ ୨୧ଟି ରେ ବିଜୟ ୩ଟି ପରାଜୟ ଏବଂ ୬ଟି ଡ୍ର ରହିଛି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର