‌ଆସନ୍ତୁ ଜାଣିବା ଆଇପିଏଲ ବିଷୟରେ କିଛି ଅଜଣା ତଥ୍ୟ…

The Sakala Picture
Published On

ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ୍‍ ଇଣ୍ଡିଆ (ବିସିସିଆଇ) ଦ୍ୱାରା ପ୍ରତ୍ୟେକ ବର୍ଷ ଟି-୨୦ ଫର୍ମାଟରେ ଆୟୋଜିତ ହେଉଥିବା ଫ୍ରାଞ୍ଚାଇଜ୍‍ଭିତ୍ତିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେଇଛି ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ ବା ଆଇପିଏଲ୍‍। ୨୦୦୭ରେ ଇଣ୍ଡିଆନ୍‍ କ୍ରିକେଟ ଲିଗ୍‍ ଆରମ୍ଭ ହେବା ପରେ ଏହାକୁ ହଟାଇଦେବା ଲାଗି ବିସିସିଆଇ ଅନ୍ୟ କ୍ରିକେଟ ବୋର୍ଡ ଏବଂ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ ସହାୟତାରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା। ସହର ନାମରେ ଫ୍ରାଞ୍ଚାଇଜ୍‍ଭିତ୍ତିକ ଟିମ୍‍, ନିଲାମିରେ ଖେଳାଳି କ୍ରୟ, ୪ […]

ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ୍‍ ଇଣ୍ଡିଆ (ବିସିସିଆଇ) ଦ୍ୱାରା ପ୍ରତ୍ୟେକ ବର୍ଷ ଟି-୨୦ ଫର୍ମାଟରେ ଆୟୋଜିତ ହେଉଥିବା ଫ୍ରାଞ୍ଚାଇଜ୍‍ଭିତ୍ତିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେଇଛି ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ ବା ଆଇପିଏଲ୍‍। ୨୦୦୭ରେ ଇଣ୍ଡିଆନ୍‍ କ୍ରିକେଟ ଲିଗ୍‍ ଆରମ୍ଭ ହେବା ପରେ ଏହାକୁ ହଟାଇଦେବା ଲାଗି ବିସିସିଆଇ ଅନ୍ୟ କ୍ରିକେଟ ବୋର୍ଡ ଏବଂ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ ସହାୟତାରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା। ସହର ନାମରେ ଫ୍ରାଞ୍ଚାଇଜ୍‍ଭିତ୍ତିକ ଟିମ୍‍, ନିଲାମିରେ ଖେଳାଳି କ୍ରୟ, ୪ ବିଦେଶୀଙ୍କୁ ସାମିଲ କରିବା ଆଦି ନିୟମରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଏବେ ବିଶ୍ୱରେ ସବୁଠାରୁ ଲୋକପ୍ରିୟ କ୍ରିକେଟ ପ୍ରତିଯୋଗିତା ଭାବେ ବିବେଚିତ। ବିସିସିଆଇ ଉପସଭାପତି ଲଲିତ ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଏବେ ବିସିସିଆଇର ପରିଚୟ ପାଲଟିଯାଇଛି।

ଆହୁରି ପଢ଼ନ୍ତୁ: ଅଫଗାନିସ୍ତାନ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାମ୍ପରେ ସାମିଲ ହେଲେ ଆକିବ ନବୀ, ବିସିସିଆଇର ବଡ଼ ନିଷ୍ପତ୍ତି

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ଟୁର୍ଣ୍ଣାମେଣ୍ଟ ଫର୍ମାଟ୍‍
ବର୍ତ୍ତମାନ ୮ଟି ଦଳକୁ ନେଇ ଆଇପିଏଲ୍‍ ଖେଳାଯାଉଛି। ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ଘରେ-ବାହାରେ ରାଉଣ୍ଡ-ରବିନ ଫର୍ମାଟ୍‍ରେ ଲିଗ୍‍ ପର୍ଯ୍ୟାୟ ମ୍ୟାଚ୍‍ ଖେଳୁଛନ୍ତି। ଲିଗ୍‍ ପର୍ଯ୍ୟାୟ ଶେଷ ହେବାପରେ ଶ୍ରେଷ୍ଠ ୪ଟି ଦଳ ପ୍ଲେ-ଅଫ୍‍ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଲିଗ୍‍ ପର୍ଯ୍ୟାୟର ଶ୍ରେଷ୍ଠ-୨ ଦଳ ମଧ୍ୟରେ ପ୍ରଥମ ଯୋଗ୍ୟତା ମ୍ୟାଚ୍‍ ଖେଳାଯିବ। ଏଥିରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ସିଧାସଳଖ ଫାଇନାଲ ଟିକେଟ୍‍ ହାସଲ କରିବ। ପରାଜିତ ଦଳ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ଖେଳିବ। ଫଳରେ ଫାଇନାଲରେ ପ୍ରବେଶ କରିବା ଲାଗି ସେହି ଟିମ୍‍ ନିକଟରେ ଆଉ ଏକ ସୁଯୋଗ ରହିବ। ଏହାପରେ ଲିଗ୍‍ ପର୍ଯ୍ୟାୟରେ ୩ୟ ଓ ୪ର୍ଥ ସ୍ଥାନରେ ରହିଥିବା ଦୁଇ ଦଳ ମଧ୍ୟରେ ଏଲିମିନେଟର୍‍ ମ୍ୟାଚ୍‍ ଖେଳାଯିବ। ଏହାର ବିଜେତା ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟକୁ ପ୍ରବେଶ କରିବ। ପୂର୍ବରୁ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ହାରିଥିବା ଦଳ ଏବଂ ଏଲିମିନେଟର ବିଜେତା ମଧ୍ୟରେ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‍ ଖେଳାଯିବ। ଏହାର ବିଜେତା ୨ୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିବ। ଫାଇନାଲର ବିଜେତା ହିଁ ଆଇପିଏଲ୍‍ ଚାମ୍ପିଅନ୍‍ ମୁକୁଟ ପିନ୍ଧିବ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ୮ଟି ବଡ଼ ଖୁଲାସା: ଦାଉଦ ଇବ୍ରାହିମ, ପିଏମ ମୋଦୀ ଏବଂ ପୁଅର ଅପହରଣକୁ ନେଇ କହିଲେ ବଡ଼ କଥା

ଖେଳାଳି ଅଧିଗ୍ରହଣ
ଗୋଟିଏ ଦଳ ୩ଟି ଉପାୟ ମଧ୍ୟରୁ ଯେକୌଣସି ମାଧ୍ୟମରେ ଖେଳାଳି ହାସଲ କରିପାରିବ। ପ୍ରଥମଟି ବାର୍ଷିକ ଖେଳାଳି ନିଲାମ, ଟ୍ରେଣ୍ଡି ୱିଣ୍ଡୋ ସମୟରେ ଅନ୍ୟ ଦଳ ସହିତ ଖେଳାଳିଙ୍କୁ ହାସଲ କରିବା ଏବଂ ଅନୁପଲବ୍ଧ ଖେଳାଳିଙ୍କୁ ବଦଳ ଖେଳାଳିଭାବେ ଚୁକ୍ତି କରିବା। ବାର୍ଷିକ ଖେଳାଳି ନିଲାମରେ ଖେଳାଳିମାନେ ସାଇନ୍‍ ଅପ୍‍ କରି ସେମାନଙ୍କ ମୂଳ ଦର ସ୍ଥିର କରନ୍ତି। ଏହାପରେ ବିଭିନ୍ନ ଫ୍ରାଞ୍ଚାଇଜ ଦ୍ୱାରା ସେମାନେ ନିଲାମୀ ସମୟରେ ମୂଳ ଦର କିମ୍ବା ଏହାଠାରୁ ଅଧିକ ମୂଲ୍ୟରେ କ୍ରୟ ହୋଇଥାନ୍ତି। ଯେଉଁ ଖେଳାଳିମାନେ ନିଲାମୀରେ କ୍ରୟ ହୋଇପାରି ନ ଥାନ୍ତି, ସେମାନେ ବଦଳ ଖେଳାଳି ଚୁକ୍ତି ପାଇଁ ଯୋଗ୍ୟ ହୋଇଥାନ୍ତି। ଟ୍ରେଣ୍ଡି ୱିଣ୍ଡୋ ସମୟରେ ଯଦି ପୁରୁଣା ଓ ନୂତନ ଚୁକ୍ତିନାମା ମଧ୍ୟରେ ଫ୍ରାଞ୍ଚାଇଜ ପାର୍ଥକ୍ୟ ପ୍ରଦାନ କରେ ତେବେ ଜଣେ ଖେଳାଳି କେବଳ ତାଙ୍କ ସମ୍ମତି ସହିତ ବାଣିଜ୍ୟ କରିପାରିବେ। ଏହି ସମୟରେ ଯଦି ନୂତନ ଚୁକ୍ତିନାମା ପୁରୁଣା ଚୁକ୍ତିନାମାଠାରୁ ମୂଲ୍ୟବାନ ହୁଏ ତେବେ ଖେଳାଳି ବିକ୍ରୟ କରୁଥିବା ଫ୍ରାଞ୍ଚାଇଜ ଓ ଖେଳାଳି ମଧ୍ୟରେ ଅର୍ଥରାଶି ବଣ୍ଟା ଯାଇଥାଏ। ତୃତୀୟରେ ଖେଳାଳି ବଦଳ ଚୁକ୍ତିନାମା ଟୁର୍ଣ୍ଣାମେଣ୍ଟ ସମୟରେ କିମ୍ବା ପୂର୍ବରୁ ହୋଇଥାଏ।

ଦଳ ଗଠନ ନିୟମ (୨୦୨୦ ସୁଦ୍ଧା)
ସର୍ବନିମ୍ନ ୧୮ ଜଣ ଏବଂ ସର୍ବାଧିକ ୨୫ ଜଣ ଖେଳାଳିଙ୍କୁ ନେଇ ଗୋଟିଏ ଦଳ ଗଠନ କରାଯାଇପାରିବ। ଯେଉଁଥିରେ ସର୍ବାଧିକ ୮ଜଣ ବିଦେଶୀ ଖେଳାଳି ରହିପାରିବେ। ସମଗ୍ର ଦଳର ବେତନ ୮୮ କୋଟି ୨ ଲକ୍ଷ ଟଙ୍କାରୁ ଅଧିକ ହେବା ଉଚିତ୍‍ ନୁହେଁ। ପ୍ରଥମ ଶ୍ରେଣୀ କିମ୍ବା ଲିଷ୍ଟ-ଏ ମ୍ୟାଚ୍‍ ଖେଳି ନ ଥିଲେ ୧୯ ବର୍ଷରୁ କମ୍‍ ଦଳର ଖେଳାଳିଙ୍କୁ ଚୟନ କରାଯାଇପାରିବ ନାହିଁ। ମ୍ୟାଚ୍‍ ସମୟରେ ଗୋଟିଏ ଦଳ ଏହାର ଚୂଡ଼ାନ୍ତ ଏକାଦଶରେ ସର୍ବାଧିକ ୪ଜଣ ବିଦେଶୀ ଖେଳାଳିଙ୍କୁ ଖେଳାଇ ପାରିବାର ନିୟମ ରହିଛି। ଜଣେ ଖେଳାଳିଙ୍କ ଚୁକ୍ତିନାମାର ଅବଧି ଗୋଟିଏ ବର୍ଷ ହୋଇଥାଏ। ଯଦି ଫ୍ରାଞ୍ଚାଇଜ ଚାହିଁବେ ଏହାକୁ ଆହୁରି ଗୋଟିଏ କିମ୍ବା ୨ ବର୍ଷ ବୃଦ୍ଧି କରିପାରିବାର ବିକଳ୍ପ ରହିଛି। ୨୦୧୪ ପରଠାରୁ ଖେଳାଳି ଚୁକ୍ତିନାମା ଭାରତୀୟ ଟଙ୍କାରେ ନାମିତ ହୋଇଛି। ପୂର୍ବରୁ ଯାହା ଆମେରିକୀୟ ଡଲାରରେ ଥିଲା। ଚୁକ୍ତିନାମା ଧାର୍ଯ୍ୟ ତାରିଖ କିମ୍ବା ପ୍ରକୃତ ଦେୟ ତାରିଖ ଉପରେ ବିନିମୟ ମୂଲ୍ୟରେ ଖେଳାଳିଙ୍କ ପସନ୍ଦର ମୁଦ୍ରାରେ ବିଦେଶୀ ଖେଳାଳିଙ୍କୁ ପାରିଶ୍ରମିକ ଦିଆଯାଇଥାଏ।
ସ୍ପୋର୍ଟିଂ ଇଣ୍ଟେଲିଜେନ୍ସ ଓ ଏଏସ୍‍ପିଏନ୍‍ ଦି ମାଗାଜିନ୍‍ ୨୦୧୫ ସର୍ଭେ ଅନୁଯାୟୀ, ଆଇପିଏଲ୍‍ ଦରମା ବାର୍ଷିକ ୪.୩୩ ମିଲିୟନ ଆମେରିକୀୟ ଡଲାର ଅଟେ। ଯାହା ବିଶ୍ୱର ଅନ୍ୟ ସମସ୍ତ କ୍ରୀଡ଼ା ଲିଗ୍‍ ମଧ୍ୟରେ ଦ୍ୱିତୀୟ ସର୍ବାଧିକ। ଆଇପିଏଲ୍‍ରେ ଖେଳୁଥିବା ଖେଳାଳି କେବଳ ଟୁର୍ଣ୍ଣାମେଣ୍ଟର ଅବଧି (୨ ମାସରୁ କମ୍‍) ପାଇଁ ଚୁକ୍ତି ହୋଇଥାନ୍ତି। କିନ୍ତୁ ଅନ୍ୟ ଲିଗ୍‍ଗୁଡ଼ିକରେ ଖେଳାଳିଙ୍କୁ ଗୋଟିଏ ଦଳ ପାଇଁ ବାର୍ଷିକ ଚୁକ୍ତି କରିବାକୁ ପଡ଼ିଥାଏ।

ପୁରସ୍କାର ରାଶି
୨୦୧୯ରେ ଆଇପିଏଲ୍‍ର ମୋଟ୍‍ ପୁରସ୍କାର ରାଶି ୫୧ କୋଟି ୩୩ ଲକ୍ଷ ୫୦ ହଜାର ଟଙ୍କା ରହିଥିଲା। ଯେଉଁଥିରେ ଚାମ୍ପିଅନ୍‍ ଦଳକୁ ୨୦ କୋଟି ୫୩ ଲକ୍ଷ ଏବଂ ୧୩ କୋଟି ୨୦ ଲକ୍ଷ ରନର୍ସଅପ୍‍ ଦଳକୁ ପ୍ରଦାନ କରାଯାଇଥିଲା। ଆଇପିଏଲ୍‍ ନିୟମ ଅନୁଯାୟୀ, ଦଳ ହାସଲ କରିଥିବା ପୁରସ୍କାର ରାଶିର ଅଧା ଖେଳାଳିଙ୍କ ମଧ୍ୟରେ ଭାଗ କରାଯାଇଥାଏ।

ଅଂଶଗ୍ରହଣକାରୀ ଟିମ୍‍
ବର୍ତ୍ତମାନ ଆଇପିଏଲ୍‍ରେ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଏହି ୮ଟି ଦଳ ହେଉଛି ଚେନ୍ନାଇ ସୁପର୍‍କିଙ୍ଗ୍‍ସ (୨୦୦୮ ପଦାର୍ପଣ), ଦିଲ୍ଲୀ କ୍ୟାପିଟାଲ୍ସ (୨୦୦୮), କୋଲକାତା ନାଇଟ୍‍ ରାଇଡର୍ସ (୨୦୦୮), ମୁମ୍ବଇ ଇଣ୍ଡିଆନ୍ସ (୨୦୦୮), ପଞ୍ଜାବ କିଙ୍ଗ୍‍ସ (୨୦୦୮), ରାଜସ୍ଥାନ ରୟାଲ୍ସ (୨୦୦୮), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୨୦୦୮) ଓ ସନ୍‍ରାଇଜର୍ସ ହାଇଦରାବାଦ୍‍ (୨୦୧୩)। ସେହିଭଳି ଆଇପିଏଲ୍‍ର ବିଭିନ୍ନ ସଂସ୍କରଣରେ ଡେକାନ୍‍ ଚାର୍ଜସ (୨୦୦୮ରୁ ୨୦୧୨), କୋଚି ଟସ୍କର୍ସ କେରଳା (୨୦୧୧), ପୁଣେ ୱାରିୟର୍ସ ଇଣ୍ଡିଆ (୨୦୧୧ରୁ ୨୦୧୩), ରାଇଜିଂ ପୁଣେ ସୁପର୍‍ଜିଆଣ୍ଟସ୍‍ (୨୦୧୬ରୁ ୨୦୧୮) ଓ ଗୁଜରାଟ ଲାୟନ୍ସ (୨୦୧୬ରୁ ୨୦୧୮) ଅଂଶଗ୍ରହଣ କରିଥିଲେ।

ମ୍ୟାଚ୍‍ ନିୟମ
ଆଇପିଏଲ୍‍ ଖେଳଗୁଡ଼ିକ ଟେଲିଭିଜନ ଟାଇମ୍‍ଆଉଟ୍‍ ବ୍ୟବହାର ହୋଇଥାଏ। ସେଥିଲାଗି କୌଣସି ସମୟ ସୀମା ନାହିଁ। ଯେଉଁଥିରେ ଦଳଗୁଡ଼ିକ ସେମାନଙ୍କ ଇନିଂସ ସମ୍ପୂର୍ଣ୍ଣ କରିବେ। କିନ୍ତୁ ଦଳଗୁଡ଼ିକ ଏହି ଅଧିକାରର ଅପବ୍ୟବହାର କରନ୍ତି ତେବେ ଅମ୍ପାୟର ଦଣ୍ଡବିଧାନ କରିପାରିବେ। ପ୍ରତ୍ୟେକ ଦଳକୁ ପ୍ରତି ଇନିଂସରେ ୨:୩୦ ମିନିଟ୍‍ ‘ଷ୍ଟ୍ରାଟେଜିକ୍‍ ଟାଇମ୍‍ ଆଉଟ୍‍’ ମିଳିଥାଏ। ବୋଲିଂ କରୁଥିବା ଦଳ ୬ଷ୍ଠରୁ ୯ମ ଓଭର ମଧ୍ୟରେ ଏହା ନେଇପାରିବେ। ସେହିଭଳି ବ୍ୟାଟିଂ କରୁ୍‍ଥିବା ଦଳ ୧୩ରୁ ୧୬ ଓଭର ମଧ୍ୟରେ ଏହି ‘ଷ୍ଟ୍ରାଟେଜିକ୍‍ ଟାଇମ୍‍ ଆଉଟ୍‍’ ନେଇଥାନ୍ତି। ୨୦୧୮ ସିଜନରୁ ଆଇପିଏଲ୍‍ରେ ‘ଅମ୍ପାୟର ଡିସିସନ ରିଭ୍ୟୁ’ ବ୍ୟବସ୍ଥା ଲାଗୁ ହୋଇଛି। ଇନିଂସରେ ପ୍ରତି ଦଳକୁ ଗୋଟିଏ ଲେଖାଏ ନିଷ୍ପତ୍ତି ସମୀକ୍ଷା ସୁଯୋଗ ମିଳୁଛି।

ପୁରସ୍କାର
ଅରେଞ୍ଜ କ୍ୟାପ୍‍: ସେହି ସିଜନରେ ସର୍ବାଧିକ ରନ୍‍ ସଂଗ୍ରହ କରିଥିବା ଖେଳାଳିଙ୍କୁ ‘ଅରେଞ୍ଜ କ୍ୟାପ୍‍’ ପୁରସ୍କାର ପ୍ରଦାନ କରାଯାଇଥାଏ। ୨୦୨୦ରେ ଲୋକେଶ ରାହୁଲ ଏହି ପୁରସ୍କାର ଜିତିଥିଲେ।

ପର୍ପଲ କ୍ୟାପ୍‍: ସେହି ସିଜନରେ ଯେଉଁ ଖେଳାଳି ସର୍ବାଧିକ ୱିକେଟ୍‍ ହାସଲ କରିଥାନ୍ତି ତାଙ୍କୁ ‘ପର୍ପଲ କ୍ୟାପ୍‍’ ପ୍ରଦାନ କରାଯାଇଥାଏ। ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ଗତ ସିଜନରେ ଏହି କ୍ୟାପ୍‍ ବିଜେତା ରହିଥିଲେ।

ସବୁଠାରୁ ମୂଲ୍ୟବାନ୍‍ ଖେଳାଳି: ୨୦୧୨ ସିଜନ ପର୍ଯ୍ୟନ୍ତ ଏହି ପୁରସ୍କାର ‘ମ୍ୟାନ୍‍ ଅଫ୍‍ ଦି ଟୁର୍ଣ୍ଣାମେଣ୍ଟ’ ନାମରେ ନାମିତ ଥିଲା। ୨୦୧୩ରୁ ଆଇପିଏଲ୍‍ରେ ‘ସବୁଠାରୁ ମୂଲ୍ୟବାନ୍‍ ଖେଳାଳି’ ଆରମ୍ଭ କରାଯାଇଥିଲା। ଶେଷ ସିଜନରେ ଜୋଫ୍ରା ଆର୍ଚର ଏହି ପୁରସ୍କାର ଜିତିଥିଲେ।

ଫେୟାରପ୍ଲେ ପୁରସ୍କାର: ସମ୍ପୂର୍ଣ୍ଣ ସିଜନରେ ଯେଉଁ ଦଳ ସର୍ବୋତ୍ତମ ରେକର୍ଡ ସହିତ ଖେଳ ପ୍ରଦର୍ଶନ କରିଥାଏ ତାହାକୁ ‘ଫେୟାରପ୍ଲେ ପୁରସ୍କାର’ ମିଳିଥାଏ। ପ୍ରତ୍ୟେକ ମ୍ୟାଚ୍‍ପରେ ଦୁଇ ଫିଲ୍ଡ ଅମ୍ପାୟର ଓ ତୃତୀୟ ଅମ୍ପାୟର ଉଭୟ ଦଳର ପ୍ରଦର୍ଶନ ସ୍କୋର କରନ୍ତି। ୨୦୨୦ରେ ମୁମ୍ବଇ ଇଣ୍ଡିଆନ୍ସ ଏହି ପୁରସ୍କାର ଜିତିଥିଲା।

ଉଦୀୟମାନ ଖେଳାଳି ପୁରସ୍କାର: ପ୍ରଥମେ ୨୦୦୮ରେ ‘ଶ୍ରେଷ୍ଠ-୧୯ ବର୍ଷରୁ କମ୍‍ ଖେଳାଳି’ ଏବଂ ୨୦୦୯ ଓ ୨୦୧୦ରେ ‘ଶ୍ରେଷ୍ଠ-୨୩ ବର୍ଷରୁ କମ୍‍ ଖେଳାଳି’ଙ୍କ ପୁରସ୍କାର କରାଯାଉଥିଲା। ୨୦୧୧ ଓ ୨୦୧୨ରେ ଏହି ପୁରସ୍କାର ‘ରାଇଜିଂ ଷ୍ଟାର୍‍ ଅଫ୍‍ ଦି ଇୟର’ ନାମରେ ନାମିତ ହୋଇଥିଲା। ଏହାପର ସିଜନ ‘ସିଜନର ଶ୍ରେଷ୍ଠ ଯୁବ ଖେଳାଳି’ ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। କିନ୍ତୁ ୨୦୧୪ରୁ ଏହି ପୁରସ୍କାରକୁ ‘ଉଦୀୟମାନ ଖେଳାଳି’ ଭାବେ ଦିଆଯାଇ ଆସୁଛି। ଦେବଦତ୍ତ ପଡ଼ିକଲ୍‍ ଶେଷ ସିଜନରେ ଏହି ପୁରସ୍କାର ବିଜେତା ହୋଇଥିଲେ।

06 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର