ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଅଲ୍‍ଟିମେଟ୍‍ ଖୋ ଖୋରେ ଓଡ଼ିଆ ଖେଳାଳିଙ୍କ ଚମକ

The Sakala Picture
Published On

ପୁଣେ : ଅଲ୍‍ଟିମେଟ୍‌ ଖୋଖୋର ପ୍ରଥମ ସଂସ୍କରଣରେ ମୋଟ୍‍ ୬ ଦଳରେ ୧୦ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ବିଶେଷ କରି ଜଗରନଟ୍ସ ଦଳରେ ସର୍ବାଧିକ ୬ଜଣ ଖେଳାଳି ରହିଛନ୍ତି। ରାଜସ୍ଥାନ ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଖେଳାଳି ତଥା ଅଲ୍‍ରାଉଣ୍ଡର ଭରତ ପ୍ରଧାନ ପ୍ରଭାବୀ ପ୍ରଦର୍ଶନ କରି ଛାପ ଛାଡ଼ିଯାଇଛନ୍ତି। ୨୩ ବର୍ଷୀୟ ଭରତ ୯ ମ୍ୟାଚ୍‍ ଖେଳି ୨୩ ପଏଣ୍ଟ ସ୍କୋର କରିଛନ୍ତି। ପୁରୀ ଜିଲ୍ଲା ଡେଲାଙ୍ଗସ୍ଥିତ ମୁନିନ୍ଦା ଗ୍ରାମର ଭରତଙ୍କୁ ରାଜସ୍ଥାନ […]

ପୁଣେ : ଅଲ୍‍ଟିମେଟ୍‌ ଖୋଖୋର ପ୍ରଥମ ସଂସ୍କରଣରେ ମୋଟ୍‍ ୬ ଦଳରେ ୧୦ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ବିଶେଷ କରି ଜଗରନଟ୍ସ ଦଳରେ ସର୍ବାଧିକ ୬ଜଣ ଖେଳାଳି ରହିଛନ୍ତି। ରାଜସ୍ଥାନ ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଖେଳାଳି ତଥା ଅଲ୍‍ରାଉଣ୍ଡର ଭରତ ପ୍ରଧାନ ପ୍ରଭାବୀ ପ୍ରଦର୍ଶନ କରି ଛାପ ଛାଡ଼ିଯାଇଛନ୍ତି। ୨୩ ବର୍ଷୀୟ ଭରତ ୯ ମ୍ୟାଚ୍‍ ଖେଳି ୨୩ ପଏଣ୍ଟ ସ୍କୋର କରିଛନ୍ତି। ପୁରୀ ଜିଲ୍ଲା ଡେଲାଙ୍ଗସ୍ଥିତ ମୁନିନ୍ଦା ଗ୍ରାମର ଭରତଙ୍କୁ ରାଜସ୍ଥାନ ଫ୍ରାଞ୍ଚାଇଜ ଦେଢ଼ ଲକ୍ଷ ଟଙ୍କା ଦେଇ ଖେଳାଳି ନିଲାମିରେ କ୍ରୟ କରିଥିଲା। ରାଜସ୍ଥାନ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ରତିଯୋଗିତାରୁ ବିଦାୟ ନେଇସାରିଛି। କିନ୍ତୁ ଭରତ ନିଜ ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ଖୁସି ରହିଛନ୍ତି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

ଅଲଟିମେଟ ଖୋ ଖୋରେ ନିଜର ଯାତ୍ରାକୁ ନେଇ ଭରତ କୁହନ୍ତି, ‘ବାପା ଜଣେ ରାଜମିସ୍ତ୍ରୀ ହୋଇଥିଲେ ମଧ୍ୟ ମୁଁ ଆଜି ଖୋ ଖୋ ଲିଗ୍‍ରେ ଖେଳୁଥିବାରୁ ମୋ ପରିବାର ଓ ଗ୍ରାମର ନାମକୁ ପରିଚିତ କରାଇପାରିଛି। ମୋର ଦୀର୍ଘ ୮ ବର୍ଷର ସ୍ୱପ୍ନ ପୂରଣ ହୋଇଛି। ମୋ ଖେଳକୁ ଏବେ ସାରା ବିଶ୍ୱର ଲୋକ ଦେଖୁଛନ୍ତି। ମହାରାଷ୍ଟ୍ରର ଅମରାବତୀ ବିଶ୍ୱବିଦ୍ୟାଳୟରେ ଏବେ ବିପିଇଡି କରୁଛି। ଆଗାମୀ ଦିନରେ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିବା ମୋର ଲକ୍ଷ୍ୟ ରହିଛି। ଏଥିସହ ଏକ ଭଲ ଚାକିରି କରି ଗୋଟିଏ ସୁନ୍ଦର ଘର ବାପା ମା’ଙ୍କ ଲାଗି କରିବାକୁ ଇଚ୍ଛା ରଖିଛି।’ ଏଥିସହ ଓଡ଼ିଶା ଜଗରନଟ୍ସ ଦଳରୁ ଖେଳିଥିଲେ ଆହୁରି ଖୁସି ହୋଇଥାନ୍ତି ବୋଲି ଭରତ କହିଛନ୍ତି।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

ସ୍କୁଲରେ ପାଠ ପଢ଼଼ୁଥିବାବେଳେ ୯ମ ଶ୍ରେଣୀରୁ ଖୋ ଖୋ ଖେଳିବା ଆରମ୍ଭ କରିଥିବା ଭରତ ଅଲ୍‍ଟିମେଟ୍‍ ଖୋ ଖୋ ଲିଗ୍‍ ପର୍ଯ୍ୟନ୍ତ ଯାତ୍ରାର ଶ୍ରେୟ ସ୍କୁଲର ସୂର୍ଯ୍ୟ ନାରାୟଣ ଜେନା ସାର୍‍ଙ୍କୁ େଦଇଛନ୍ତି। ଆଠଗଡ଼ରୁ ଶ୍ରୀ ଶିବାଜୀ ଛତ୍ରପତି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଲିଗ୍‍ ପର୍ଯ୍ୟାୟରେ ଶୀର୍ଷ ସ୍ଥାନରେ ରହିଥିବା ଗୁଜରାଟ ଦଳରେ ମଧ୍ୟ ଜଣେ ଓଡ଼ିଆ ଖେଳାଳି ରହିଛନ୍ତି। ସେ ହେଉଛନ୍ତି କଟକ ଜିଲା ଆଠଗଡ଼ର ଟି. ଜଗନ୍ନାଥ ଦାସ। ଜଗନ୍ନାଥଙ୍କୁ ଗୁଜରାଟ ଦଳ ୩ ଲକ୍ଷ ଟଙ୍କାରେ କ୍ରୟ କରିଥିଲା। ଲିଗ୍‍ ପର୍ଯ୍ୟାୟରେ ସେ ୮ ମ୍ୟାଚ୍‍ ଖେଳି ୩୨ ପଏଣ୍ଟ ସ୍କୋର କରିଛନ୍ତି। ଅଷ୍ଟମ ଶ୍ରେଣୀରୁ ଖୋ ଖୋ ଖେଳିବା ଆରମ୍ଭ କରିଥିବା ଆଠଗଡ଼ ଭଳି ଏକ ଛୋଟ ଟାଉନରୁ ଆସି ପୁଣେର ଏହି ଐତିହାସିକ ଷ୍ଟାଡିୟମ ପର୍ଯ୍ୟନ୍ତ ଯାତ୍ରାର ସମସ୍ତ ଶ୍ରେୟ ପରିବାରକୁ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍‌ ୨୦୨୬: ଫୋକସରେ ବିଶ୍ୱର ଏହି ୫ ତାରକା ଡିଫେଣ୍ଡର...

01 Sep 2022 By The Sakala

ଅଲ୍‍ଟିମେଟ୍‍ ଖୋ ଖୋରେ ଓଡ଼ିଆ ଖେଳାଳିଙ୍କ ଚମକ

ପୁଣେ : ଅଲ୍‍ଟିମେଟ୍‌ ଖୋଖୋର ପ୍ରଥମ ସଂସ୍କରଣରେ ମୋଟ୍‍ ୬ ଦଳରେ ୧୦ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ବିଶେଷ କରି ଜଗରନଟ୍ସ ଦଳରେ ସର୍ବାଧିକ ୬ଜଣ ଖେଳାଳି ରହିଛନ୍ତି। ରାଜସ୍ଥାନ ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଖେଳାଳି ତଥା ଅଲ୍‍ରାଉଣ୍ଡର ଭରତ ପ୍ରଧାନ ପ୍ରଭାବୀ ପ୍ରଦର୍ଶନ କରି ଛାପ ଛାଡ଼ିଯାଇଛନ୍ତି। ୨୩ ବର୍ଷୀୟ ଭରତ ୯ ମ୍ୟାଚ୍‍ ଖେଳି ୨୩ ପଏଣ୍ଟ ସ୍କୋର କରିଛନ୍ତି। ପୁରୀ ଜିଲ୍ଲା ଡେଲାଙ୍ଗସ୍ଥିତ ମୁନିନ୍ଦା ଗ୍ରାମର ଭରତଙ୍କୁ ରାଜସ୍ଥାନ ଫ୍ରାଞ୍ଚାଇଜ ଦେଢ଼ ଲକ୍ଷ ଟଙ୍କା ଦେଇ ଖେଳାଳି ନିଲାମିରେ କ୍ରୟ କରିଥିଲା। ରାଜସ୍ଥାନ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ରତିଯୋଗିତାରୁ ବିଦାୟ ନେଇସାରିଛି। କିନ୍ତୁ ଭରତ ନିଜ ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ଖୁସି ରହିଛନ୍ତି।

ଅଲଟିମେଟ ଖୋ ଖୋରେ ନିଜର ଯାତ୍ରାକୁ ନେଇ ଭରତ କୁହନ୍ତି, ‘ବାପା ଜଣେ ରାଜମିସ୍ତ୍ରୀ ହୋଇଥିଲେ ମଧ୍ୟ ମୁଁ ଆଜି ଖୋ ଖୋ ଲିଗ୍‍ରେ ଖେଳୁଥିବାରୁ ମୋ ପରିବାର ଓ ଗ୍ରାମର ନାମକୁ ପରିଚିତ କରାଇପାରିଛି। ମୋର ଦୀର୍ଘ ୮ ବର୍ଷର ସ୍ୱପ୍ନ ପୂରଣ ହୋଇଛି। ମୋ ଖେଳକୁ ଏବେ ସାରା ବିଶ୍ୱର ଲୋକ ଦେଖୁଛନ୍ତି। ମହାରାଷ୍ଟ୍ରର ଅମରାବତୀ ବିଶ୍ୱବିଦ୍ୟାଳୟରେ ଏବେ ବିପିଇଡି କରୁଛି। ଆଗାମୀ ଦିନରେ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିବା ମୋର ଲକ୍ଷ୍ୟ ରହିଛି। ଏଥିସହ ଏକ ଭଲ ଚାକିରି କରି ଗୋଟିଏ ସୁନ୍ଦର ଘର ବାପା ମା’ଙ୍କ ଲାଗି କରିବାକୁ ଇଚ୍ଛା ରଖିଛି।’ ଏଥିସହ ଓଡ଼ିଶା ଜଗରନଟ୍ସ ଦଳରୁ ଖେଳିଥିଲେ ଆହୁରି ଖୁସି ହୋଇଥାନ୍ତି ବୋଲି ଭରତ କହିଛନ୍ତି।

ସ୍କୁଲରେ ପାଠ ପଢ଼଼ୁଥିବାବେଳେ ୯ମ ଶ୍ରେଣୀରୁ ଖୋ ଖୋ ଖେଳିବା ଆରମ୍ଭ କରିଥିବା ଭରତ ଅଲ୍‍ଟିମେଟ୍‍ ଖୋ ଖୋ ଲିଗ୍‍ ପର୍ଯ୍ୟନ୍ତ ଯାତ୍ରାର ଶ୍ରେୟ ସ୍କୁଲର ସୂର୍ଯ୍ୟ ନାରାୟଣ ଜେନା ସାର୍‍ଙ୍କୁ େଦଇଛନ୍ତି। ଆଠଗଡ଼ରୁ ଶ୍ରୀ ଶିବାଜୀ ଛତ୍ରପତି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଲିଗ୍‍ ପର୍ଯ୍ୟାୟରେ ଶୀର୍ଷ ସ୍ଥାନରେ ରହିଥିବା ଗୁଜରାଟ ଦଳରେ ମଧ୍ୟ ଜଣେ ଓଡ଼ିଆ ଖେଳାଳି ରହିଛନ୍ତି। ସେ ହେଉଛନ୍ତି କଟକ ଜିଲା ଆଠଗଡ଼ର ଟି. ଜଗନ୍ନାଥ ଦାସ। ଜଗନ୍ନାଥଙ୍କୁ ଗୁଜରାଟ ଦଳ ୩ ଲକ୍ଷ ଟଙ୍କାରେ କ୍ରୟ କରିଥିଲା। ଲିଗ୍‍ ପର୍ଯ୍ୟାୟରେ ସେ ୮ ମ୍ୟାଚ୍‍ ଖେଳି ୩୨ ପଏଣ୍ଟ ସ୍କୋର କରିଛନ୍ତି। ଅଷ୍ଟମ ଶ୍ରେଣୀରୁ ଖୋ ଖୋ ଖେଳିବା ଆରମ୍ଭ କରିଥିବା ଆଠଗଡ଼ ଭଳି ଏକ ଛୋଟ ଟାଉନରୁ ଆସି ପୁଣେର ଏହି ଐତିହାସିକ ଷ୍ଟାଡିୟମ ପର୍ଯ୍ୟନ୍ତ ଯାତ୍ରାର ସମସ୍ତ ଶ୍ରେୟ ପରିବାରକୁ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp