ଅଲଟିମେଟ ଖୋ ଖୋ ଲିଗ୍: ତେଲଗୁ ଯୋଦ୍ଧା ଠାରୁ ୬୫-୩୬ ପଏଣ୍ଟରେ ହାରିଲେ ଓଡ଼ିଶା ଜଗରନଟ୍ସ

The Sakala Picture
Published On

ପୁଣେ: ମହାରାଷ୍ଟ୍ରରେ ଚାଲିଥିବା ଅଲଟିମେଟ ଖୋ ଖୋ ଲିଗରେ ତେଲଗୁ ଯୋଦ୍ଧା ଠାରୁ ୬୫-୩୬ ପଏଣ୍ଟରେ ପରାସ୍ତ ହେଲା ଓଡ଼ିଶା ଜଗରନଟ୍ସ। ପରାସ୍ତ ସ୍ୱତେ ବି ଓଡିଶା ପଏଣ୍ଟ ଟେବୁଲରେ ଦ୍ୱୀତୀୟ ସ୍ଥାନରେ ରହିଛି। ଏଥିସହ ପ୍ରଥମ କ୍ୱାଲିଫାଏର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ଲିଗ ପର୍ଯ୍ୟାୟ ଶେଷ ପରେ ଓଡ଼ିଶା ଜଗରନଟ୍ସ ପଏଣ୍ଟ ଟେବୁଲ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଗୁଜରାଟ ପ୍ରଥମ, ଓଡ଼ିଶା ଦ୍ଵିତୀୟ, ତେଲଗୁ ଯୋଦ୍ଧା ତୃତୀୟ ଓ ଚେନ୍ନାଇ ଚତୁର୍ଥ […]

ପୁଣେ: ମହାରାଷ୍ଟ୍ରରେ ଚାଲିଥିବା ଅଲଟିମେଟ ଖୋ ଖୋ ଲିଗରେ ତେଲଗୁ ଯୋଦ୍ଧା ଠାରୁ ୬୫-୩୬ ପଏଣ୍ଟରେ ପରାସ୍ତ ହେଲା ଓଡ଼ିଶା ଜଗରନଟ୍ସ। ପରାସ୍ତ ସ୍ୱତେ ବି ଓଡିଶା ପଏଣ୍ଟ ଟେବୁଲରେ ଦ୍ୱୀତୀୟ ସ୍ଥାନରେ ରହିଛି। ଏଥିସହ ପ୍ରଥମ କ୍ୱାଲିଫାଏର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ଲିଗ ପର୍ଯ୍ୟାୟ ଶେଷ ପରେ ଓଡ଼ିଶା ଜଗରନଟ୍ସ ପଏଣ୍ଟ ଟେବୁଲ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଗୁଜରାଟ ପ୍ରଥମ, ଓଡ଼ିଶା ଦ୍ଵିତୀୟ, ତେଲଗୁ ଯୋଦ୍ଧା ତୃତୀୟ ଓ ଚେନ୍ନାଇ ଚତୁର୍ଥ ସ୍ଥାନରେ ରହିଛି ।

ଆହୁରି ପଢ଼ନ୍ତୁ: ଫୁଟବଲରୁ ଲିଓନେଲ୍ ମେସିଙ୍କ ଅବସର ଘୋଷଣା: ୨୦ ବର୍ଷର ଐତିହାସିକ କ୍ୟାରିୟରରେ ପଡିଲା ପୂର୍ଣ୍ଣଚ୍ଛେଦ

ଓଡ଼ିଶା ଜଗରନଟ୍ସର ଲିଗରେ ୧୦ଟି ମ୍ୟାଚରୁ ୭ ବିଜୟ ସହ ୨୧ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। । ସେପ୍ଟେମ୍ବର ୨ରେ ପ୍ଲେ ଅଫ ଆରମ୍ଭ ହେବ । ପ୍ରଥମ ପ୍ଲେ ଅଫରେ ଗୁଜୁରାଟ ଜାଏଂଟସକୁ ଭେଟିବ ଓଡ଼ିଶା। ଯେଉଁ ଟିମ ଜିତିବ ସିଧା ଫାଇନଲ ଖେଳିବ ଓ ହାରିବା ଟିମ ଏଲିମିନେଟର ମ୍ୟାଚ ଖେଳିବ । ସେପ୍ଟେମ୍ବର ୪ ତାରିଖରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ସେପଟେ ଗତକାଲିର ମ୍ୟାଚ ହାରିବା ନେଇ ଓଡ଼ିଶା କୋଚ କହିଛନ୍ତି ଯେ ଆମେ ପ୍ଲାନିଂ ସହ ଖେଳିଛୁ । ଯେହେତୁ ଆମେ ପ୍ରଥମ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲୁ ତେଣୁ ଆମେ ମୁଖ୍ୟ ପ୍ଲେୟାରଙ୍କୁ ବିଶ୍ରାମ ଦେଇଥିଲୁ । ତେବେ ପ୍ଲେ ଅଫ ମ୍ୟାଚ ପାଇଁ ଆମେ ସ୍ୱତନ୍ତ୍ର ରଣ କୌଶଳ ସହ ପଡିଆକୁ ଓହ୍ଲାଇବୁ ବୋଲି ଓଡ଼ିଶା କୋଚ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp