IPL 2022 ଫାଇନାଲ୍: ଗୁଜରାଟକୁ ୧୩୧ ରନର ଟାର୍ଗେଟ ଦେଲା ରାଜସ୍ଥାନ

The Sakala Picture
Published On

ଅହମ୍ମଦାବାଦ୍‍: ଆଜି ଆଇପିଏଲ୍ ମହାମୁକାବିଲା। ଫାଇନାଲ ମ୍ଯାଚରେ ନବାଗତ ଗୁଜରାଟ ଟାଇଟନ୍ସ  ଓ ରାଜସ୍ଥାନ ରୟାଲ୍ସ  ମୁହାଁମୁହିଁ ହୋଇଛନ୍ତି। ରାଜସ୍ଥାନ ଟସ ଜିତି ପ୍ରଥମେ ବ୍ଯାଟିଂ ନିଷ୍ପତ୍ତି ନେଇଛି। ରାଜସ୍ଥାନ ପ୍ରଥମେ ବ୍ଯାଟିଂ କରି ୧୩୦ରନ କରିଛି। ଆଜିର ଏହି ମାହାମୁକାବ ଜିତିବାକୁ ହେଲେ ଗୁଜରାଟ ଟାଇଟନ୍ସ କୁ ୧୩୧ ରନର ଆବଶ୍ଯକତା ରହିଛି। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜସସ୍ବୀ ଜୟସ୍ବାଲ ୧୬ ବଲରେ ୨୨ରନ କରି ଆଉଟ ହୋଇଥିଲେ। ସେହିପରି ଜୋସ୍ ବଟଲର ୩୫ ବଲରେ […]

ଅହମ୍ମଦାବାଦ୍‍: ଆଜି ଆଇପିଏଲ୍ ମହାମୁକାବିଲା। ଫାଇନାଲ ମ୍ଯାଚରେ ନବାଗତ ଗୁଜରାଟ ଟାଇଟନ୍ସ  ଓ ରାଜସ୍ଥାନ ରୟାଲ୍ସ  ମୁହାଁମୁହିଁ ହୋଇଛନ୍ତି। ରାଜସ୍ଥାନ ଟସ ଜିତି ପ୍ରଥମେ ବ୍ଯାଟିଂ ନିଷ୍ପତ୍ତି ନେଇଛି। ରାଜସ୍ଥାନ ପ୍ରଥମେ ବ୍ଯାଟିଂ କରି ୧୩୦ରନ କରିଛି। ଆଜିର ଏହି ମାହାମୁକାବ ଜିତିବାକୁ ହେଲେ ଗୁଜରାଟ ଟାଇଟନ୍ସ କୁ ୧୩୧ ରନର ଆବଶ୍ଯକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜସସ୍ବୀ ଜୟସ୍ବାଲ ୧୬ ବଲରେ ୨୨ରନ କରି ଆଉଟ ହୋଇଥିଲେ। ସେହିପରି ଜୋସ୍ ବଟଲର ୩୫ ବଲରେ ୩୯ ରନ କରି ଆଉଟ ହୋଇଥିଲେ।  ଅଧିନାୟକ ସଞ୍ଜୁ ସାମସନ୍ ଫାଇନାଲ ମ୍ଯାଚରେ ମଧ୍ଯ ନିରାଶ କରିଛନ୍ତି। ୧୧ ବଲରେ ୧୪ ରନ କରି ସଞ୍ଜୁ ସାମସନ୍ ଆଉଟ ହୋଇଥିଲେ। ଦେବଦତ୍ତ ପଡ଼ିକଲ୍ ୧୦ ବଲରେ ୨ ଓ ସିମରନ୍ ‌ହେଟମେୟର ୧୨ ବଲରେ ୧୧ ରନ କରି ଆଉଟ ହେଇଥିଲେ। ରବିଚନ୍ଦ୍ରନ୍ ଅଶ୍ବିନ ୯ ବଲରେ ୬ରନ କରି ଆଉଟ ହୋଇଥିଲେ। ଟ୍ରେଣ୍ଟ ବୋଲ୍ଟ ଓ ରିୟାନ ପରାଗ ପାରିର ଶେଷ ଭାଗକୁ ସମ୍ଭାଳିଥିଲେ। ଟ୍ରେଣ୍ଟ ବୋଲ୍ଟ ୭ ବଲରେ ୧୧ ରନ କରି ଆଉଟ ହୋଇଥିଲେ। ଓବେଦ ମ୍ୟାକୟ ୫ ବଲରେ ୮ରନ କରି ରନ ଆଉଟ ହୋଇଥିଲେ।  ରିୟାନ ପରାଗ ୧୫ ବଲରେ ୧୫ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଗୁଜରାଟ ଟାଇଟନ୍ସ ପକ୍ଷରୁ ହାର୍ଦିକ ପାଣ୍ଡ୍ୟା ସର୍ବାଧିକ ୩ଟି ୱେକଟ ନେଇଥିଲେ। ରବି ସାଇକିଶୋର ୨ଟି ୱିକେଟ ନେଇଥିବା ବେଳେ ୟଶ୍ ଦୟାଲ, ମହମ୍ମଦ ସାମି ଓ ରସିଦ ଖାନ୍ ଗୋଟିଏ ଲେଖାଏଁ ୱେକଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp