ଆଇପିଏଲ ୨୦୨୩ : ଉଦ୍‌‌ଘାଟନୀ ମୁକାବିଲାରେ ପ୍ରଥମ ୱିକେଟ ନେଇ ବଡ଼ ରେକର୍ଡ କଲେ ମହମ୍ମଦ୍‌‌ ସାମି

The Sakala Picture
Published On

ଅହମ୍ମଦାବାଦ୍‌‌ : ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଟି-୨୦ କ୍ରିକେଟ ପ୍ରତିଯୋଗିତା ଇଣ୍ଡିଆନ୍‌‌ ପ୍ରିମିୟର ଲିଗ୍‌‌(ଆଇପିଏଲ)ର ଷୋଡଶ ସଂସ୍କରଣ। ଆଜି ଉଦ୍‌‌ଘାଟନୀ ମୁକାବିଲା ବିଶ୍ୱର ସର୍ବବୃହତ୍‌‌ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ୍‌‌ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌‌ସ ମଧ୍ୟରେ ଖେଳଯାଉଛି। ପ୍ରଥମ ମ୍ୟାଚରେ ଟସ୍‌ ଜିତି ଗୁଜରାଟ ଟାଇଟନ୍ସର କ୍ୟାପଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ଚେନ୍ନାଇ ସୁପର କିଙ୍ଗ୍‌‌ସ ପ୍ରଥମେ ବ୍ୟାଟିଂ କରୁଛି। ୧୪ ରନ୍‌ରେ ପ୍ରଥମ […]

ଅହମ୍ମଦାବାଦ୍‌‌ : ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଟି-୨୦ କ୍ରିକେଟ ପ୍ରତିଯୋଗିତା ଇଣ୍ଡିଆନ୍‌‌ ପ୍ରିମିୟର ଲିଗ୍‌‌(ଆଇପିଏଲ)ର ଷୋଡଶ ସଂସ୍କରଣ। ଆଜି ଉଦ୍‌‌ଘାଟନୀ ମୁକାବିଲା ବିଶ୍ୱର ସର୍ବବୃହତ୍‌‌ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ୍‌‌ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌‌ସ ମଧ୍ୟରେ ଖେଳଯାଉଛି। ପ୍ରଥମ ମ୍ୟାଚରେ ଟସ୍‌ ଜିତି ଗୁଜରାଟ ଟାଇଟନ୍ସର କ୍ୟାପଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ଚେନ୍ନାଇ ସୁପର କିଙ୍ଗ୍‌‌ସ ପ୍ରଥମେ ବ୍ୟାଟିଂ କରୁଛି। ୧୪ ରନ୍‌ରେ ପ୍ରଥମ ୱିକେଟ ହରାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ଭଲ ସ୍ଥିତିରେ ରହିଛି। ଚେନ୍ନାଇ ସୁପର କିଙ୍ଗ୍‌‌ସର ଓପନର ଋତୁରାଜ ଗାଏକ୍ୱାଡ ଦମଦାର ପଦର୍ଶନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଅନ୍ୟପଟେ ଆଜିର ମ୍ୟାଚରେ ଗୁଜରାଟ ଟାଇଟନ୍ସର ଦ୍ରୁତ ବୋଲର ମହମ୍ମଦ ସାମି ଚେନ୍ନାଇ ସୁପର କିଙ୍ଗ୍‌‌ସର ପ୍ରଥମ ୱିକେଟ ନେଇ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଜିର ମ୍ୟାଚରେ ତୃତୀୟ ଓଭର ତଥା ବ୍ୟକ୍ତିଗତ ଦ୍ବିତୀୟ ଓଭରରେ ଚେନ୍ନାଇ ସୁପର କିଙ୍ଗ୍‌‌ସର ଓପନର ଡେଭନ କନୱେଙ୍କୁ ୧ ରନ୍‌ରେ ଆଉଟ କରି ପ୍ରଥମ ଝଟକା ଦେବା ସହ ଆଇପିଏଲରେ ବଡ଼ ରେକର୍ଡ କରିଛନ୍ତି।

ମହମ୍ମଦ ସାମି ଡେଭନ କନୱେଙ୍କ ୱିକେଟ ସହ ଆଇପିଏଲରେ ୧୦୦ ତମ ୱିକେଟ ହାସଲ କରିଛନ୍ତି। ଆଇପିଏଲରେ ୯୪ଟି ମ୍ୟାଚ ଖେଳି ମହମ୍ମଦ ସାମି ଏହି ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍‌‌ସର ଓପନର ଡେଭନ କନୱେଙ୍କ ୱିକେଟ ସହ ସାମି ଆଇପିଏଲରେ ୧୦୦ କିମ୍ବା ଅଧିକ ୱିକେଟ୍ ନେଇଥିବା ବୋଲରଙ୍କ ତାଲିକାରେ ନିଜ ନାମକୁ ସାମିଲ କରିଛନ୍ତି।

31 Mar 2023 By The Sakala

https://www.thesakala.in/sports/mohammed-shami-scripts-history-takes-his-100th-wicket-of-ipl-in-gt-vs-csk-match/article-20323
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର