ଏପ୍ରିଲ୍‌ ୯ରୁ ଆରମ୍ଭ ହେବ ଆଇପିଏଲ, ମେ ୩୦ରେ ଫାଇନାଲ

The Sakala Picture
Published On

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଚତୁର୍ଦଶତମ ସଂସ୍କରଣ-୨୦୨୧ ଭାରତରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ଆସନ୍ତା ଏପ୍ରିଲ ୯ରୁ ଆରମ୍ଭ ହେବ। ମେ ୩୦ରେ ଫାଇନାଲ ମ୍ୟାଚ ଖେଳାଯିବ । ଭାରତରେ ଆଇପିଲ ହେବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଥିବାବେଳେ ଏବେ କେବଳ ଆଇପିଏଲ ପରିଚାଳନା ପରିଷଦର ମୋହରକୁ ଅପେକ୍ଷା ରହିଛି। ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବା ଲାଗି ଆସନ୍ତା ସପ୍ତାହରେ ପରିଚାଳନା ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଉକ୍ତ୍ ବୈଠକରେ ଭାରତରେ ଖେଳାଯିବାକୁ ଥିବା ଆଇପିଏଲ […]

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଚତୁର୍ଦଶତମ ସଂସ୍କରଣ-୨୦୨୧ ଭାରତରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ଆସନ୍ତା ଏପ୍ରିଲ ୯ରୁ ଆରମ୍ଭ ହେବ। ମେ ୩୦ରେ ଫାଇନାଲ ମ୍ୟାଚ ଖେଳାଯିବ । ଭାରତରେ ଆଇପିଲ ହେବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଥିବାବେଳେ ଏବେ କେବଳ ଆଇପିଏଲ ପରିଚାଳନା ପରିଷଦର ମୋହରକୁ ଅପେକ୍ଷା ରହିଛି। ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବା ଲାଗି ଆସନ୍ତା ସପ୍ତାହରେ ପରିଚାଳନା ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଉକ୍ତ୍ ବୈଠକରେ ଭାରତରେ ଖେଳାଯିବାକୁ ଥିବା ଆଇପିଏଲ ନେଇ ଭେନ୍ୟୁ ଚୂଡାନ୍ତ ହେବ। ଆଇପିଏଲ ଫାଇନାଲ ମ୍ୟାଚ ମେ ୩୦ରେ ଖେଳାଯିବା ନେଇ ଫ୍ରାଞ୍ଚାଇଜ୍‌ଙ୍କଠାରୁ ଆରମ୍ଭ କରି ପରିଚାଳନା ପରିଷଦ ଓ ବିସିସିଆଇ ମଧ୍ୟ ରାଜି ରହିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ବୁମରା ଏବଂ କୋହଲିଙ୍କ ପ୍ରତ୍ୟାବର୍ତ୍ତନ, ବାଦ୍ ପଡ଼ିଲେ ଶତକବୀର ୟଶସ୍ୱୀ

ଆହୁରି ପଢ଼ନ୍ତୁ: ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ କପିଲ ଦେବଙ୍କ ଆହ୍ୱାନ: 'ସେ ୨୦-୨୨ ବର୍ଷର ହେବା ପରେ ଆମେ ବିଚାର କରିବୁ'

ପ୍ରଥମତଃ କରୋନା ମହାମାରୀ ପାଇଁ ପୂରା ଆଇପିଏଲ ଗୋଟିଏ ସହରରେ ଖେଳାଯିବା ନେଇ ଆଲୋଚନା ହୋଇଥିଲା। ପରବର୍ତ୍ତୀ ସମୟରେ ବିସିସିଆଇ ପକ୍ଷରୁ ୫ /୬ଟି ଭେନ୍ୟୁରେ ମ୍ୟାଚ ଆୟୋଜନ ନେଇ ପ୍ରସ୍ତାବ ଦେଇଛି। ଅହମ୍ମଦାବାଦ୍‌, ଚେନ୍ନଇ, ମୁମ୍ବାଇ, କଲକାତା, ହାଇଦରାବାଦ୍‌ ଓ ବାଙ୍ଗାଲୋରରେ ମ୍ୟାଚ ଆୟୋଜନ ନେଇ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ମୁମ୍ବାଇ, କଲକାତା, ହାଇଦରାବାଦ୍‌ ଓ ଚେନ୍ନଇରେ ମ୍ୟାଚ ଖେଳାଯିବା ନେଇ ପ୍ରାଥମିକ ଆଲୋଚନା କରାଯାଇଛି।

ଆହୁରି ପଢ଼ନ୍ତୁ: ବିଶ୍ୱର ସବୁଠାରୁ ଗ୍ଲାମରସ୍ ଫୁଟବଲର୍ ଆଲିଶା ଲେହମ୍ୟାନ୍‌ଙ୍କ ନିର୍ବନ୍ଧ ସମ୍ପନ୍ନ: ବୟଫ୍ରେଣ୍ଡ ମଣ୍ଟେଲ ମ୍ୟାକେଞ୍ଜି କଲେ ରୋମାଣ୍ଟିକ୍ ପ୍ରପୋଜ୍

ଏ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନଥିବାବେଳେ ସମସ୍ତ ଦିଗ ଉପରେ ଗୁରୁତ୍ବ ଦିଆଯିବା ସହିତ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଆଇପିଏଲ ଖେଳାଯିବାକୁ ଥିବା ୬ଟି ଯାକ ସହରରେ ଖେଳାଳିମାନେ ଜୈବ ନିରାପତା ବଳୟ ମଧ୍ୟରେ ରହିବେ।

ସେହିପରି ଷ୍ଟାଡ଼ିୟମକୁ ୫୦ରୁ ୭୦ ପ୍ରତିଶତ ଦର୍ଶକ ମ୍ୟାଚ ଦେଖିବାକୁ ଛଡ଼ାଯିବ। ଆଇପିଏଲ ୧୩ତମ ସଂସ୍କରଣ-୨୦୨୦ ଦୁବାଇରେ ଖେଳାଯାଇଥିବାବେଳେ ଦର୍ଶକଙ୍କୁ ଷ୍ଟାଡ଼ିୟମ ଭିତରକୁ ଛଡ଼ା ଯାଇନଥିଲା। ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ୍‌ର ୩ ଓ ୪ର୍ଥ ଟେଷ୍ଟରେ ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡ଼ିୟମ ପ୍ରବେଶ ନେଇ ଅନୁମତି ମିଳିଥିବାବେଳେ ଆଇପିଏଲରେ ଷ୍ଟାଡ଼ିୟମରେ ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ଅନୁମତି ମିଳିପାରେ ବୋଲି ଜଣାପଡ଼ିଛି।

07 Mar 2021 By The Sakala

ଏପ୍ରିଲ୍‌ ୯ରୁ ଆରମ୍ଭ ହେବ ଆଇପିଏଲ, ମେ ୩୦ରେ ଫାଇନାଲ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଚତୁର୍ଦଶତମ ସଂସ୍କରଣ-୨୦୨୧ ଭାରତରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ଆସନ୍ତା ଏପ୍ରିଲ ୯ରୁ ଆରମ୍ଭ ହେବ। ମେ ୩୦ରେ ଫାଇନାଲ ମ୍ୟାଚ ଖେଳାଯିବ । ଭାରତରେ ଆଇପିଲ ହେବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଥିବାବେଳେ ଏବେ କେବଳ ଆଇପିଏଲ ପରିଚାଳନା ପରିଷଦର ମୋହରକୁ ଅପେକ୍ଷା ରହିଛି। ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବା ଲାଗି ଆସନ୍ତା ସପ୍ତାହରେ ପରିଚାଳନା ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଉକ୍ତ୍ ବୈଠକରେ ଭାରତରେ ଖେଳାଯିବାକୁ ଥିବା ଆଇପିଏଲ ନେଇ ଭେନ୍ୟୁ ଚୂଡାନ୍ତ ହେବ। ଆଇପିଏଲ ଫାଇନାଲ ମ୍ୟାଚ ମେ ୩୦ରେ ଖେଳାଯିବା ନେଇ ଫ୍ରାଞ୍ଚାଇଜ୍‌ଙ୍କଠାରୁ ଆରମ୍ଭ କରି ପରିଚାଳନା ପରିଷଦ ଓ ବିସିସିଆଇ ମଧ୍ୟ ରାଜି ରହିଥିବା ଜଣାପଡ଼ିଛି।

ପ୍ରଥମତଃ କରୋନା ମହାମାରୀ ପାଇଁ ପୂରା ଆଇପିଏଲ ଗୋଟିଏ ସହରରେ ଖେଳାଯିବା ନେଇ ଆଲୋଚନା ହୋଇଥିଲା। ପରବର୍ତ୍ତୀ ସମୟରେ ବିସିସିଆଇ ପକ୍ଷରୁ ୫ /୬ଟି ଭେନ୍ୟୁରେ ମ୍ୟାଚ ଆୟୋଜନ ନେଇ ପ୍ରସ୍ତାବ ଦେଇଛି। ଅହମ୍ମଦାବାଦ୍‌, ଚେନ୍ନଇ, ମୁମ୍ବାଇ, କଲକାତା, ହାଇଦରାବାଦ୍‌ ଓ ବାଙ୍ଗାଲୋରରେ ମ୍ୟାଚ ଆୟୋଜନ ନେଇ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ମୁମ୍ବାଇ, କଲକାତା, ହାଇଦରାବାଦ୍‌ ଓ ଚେନ୍ନଇରେ ମ୍ୟାଚ ଖେଳାଯିବା ନେଇ ପ୍ରାଥମିକ ଆଲୋଚନା କରାଯାଇଛି।

ଏ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନଥିବାବେଳେ ସମସ୍ତ ଦିଗ ଉପରେ ଗୁରୁତ୍ବ ଦିଆଯିବା ସହିତ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଆଇପିଏଲ ଖେଳାଯିବାକୁ ଥିବା ୬ଟି ଯାକ ସହରରେ ଖେଳାଳିମାନେ ଜୈବ ନିରାପତା ବଳୟ ମଧ୍ୟରେ ରହିବେ।

ସେହିପରି ଷ୍ଟାଡ଼ିୟମକୁ ୫୦ରୁ ୭୦ ପ୍ରତିଶତ ଦର୍ଶକ ମ୍ୟାଚ ଦେଖିବାକୁ ଛଡ଼ାଯିବ। ଆଇପିଏଲ ୧୩ତମ ସଂସ୍କରଣ-୨୦୨୦ ଦୁବାଇରେ ଖେଳାଯାଇଥିବାବେଳେ ଦର୍ଶକଙ୍କୁ ଷ୍ଟାଡ଼ିୟମ ଭିତରକୁ ଛଡ଼ା ଯାଇନଥିଲା। ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ୍‌ର ୩ ଓ ୪ର୍ଥ ଟେଷ୍ଟରେ ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡ଼ିୟମ ପ୍ରବେଶ ନେଇ ଅନୁମତି ମିଳିଥିବାବେଳେ ଆଇପିଏଲରେ ଷ୍ଟାଡ଼ିୟମରେ ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ଅନୁମତି ମିଳିପାରେ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp