ପ୍ରଥମ ଟି-୨୦ : ଶ୍ରେୟସ ଆୟର୍‌ଙ୍କ ଦମ୍‌ଦାର ଇନିଂସ୍, ଇଂଲଣ୍ଡକୁ ୧୨୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଟିମ୍‌ ଇଣ୍ଡିଆ

The Sakala Picture
Published On

ଅହମଦାବାଦ : ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଇଂଲଣ୍ଡକୁ ୧୨୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଶ୍ରେୟସ ଆୟରଙ୍କ ଲଢ଼ୁଆ ଇନିଂସ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୨୪ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ମ୍ୟାଚ୍ ଜିତିବା ପାଇଁ […]

ଅହମଦାବାଦ : ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଇଂଲଣ୍ଡକୁ ୧୨୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଶ୍ରେୟସ ଆୟରଙ୍କ ଲଢ଼ୁଆ ଇନିଂସ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୨୪ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡକୁ ୧୨୫ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର୍ ସର୍ବାଧିକ ୬୭ (୪୮ ବଲ୍, ୮ ଚୌକା, ୧ ଛକା) ରନ୍ କରିଥିବା ବେଳେ ଟପ୍ ଅର୍ଡର ପୂରା ଫେଲ୍ ମାରିଛନ୍ତି।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ଖେଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଟିମ୍‌ ଇଣ୍ଡିଆ । ଇଂଲଣ୍ଡକୁ ଦ୍ବିତୀୟ ଓଭରରେ ହିଁ ବଡ ସଫଳତା ମିଳିଥିଲା । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ପ୍ରଥମ ସଫଳତା ହାସଲ କରିଥିଲେ । କେଏଲ ରାହୁଲ ମାତ୍ର ୧ ରନ୍‌ କରି ଆଉଟ ହୋଇଥିଲେ । ରାହୁଲଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ କୋହଲି ମଧ୍ୟ ନିରାଶ କରିଥିଲେ । ଖାତା ଖୋଲିବା ପୂର୍ବରୁ ଆଦିଲ ରସିଦଙ୍କ ବଲରେ କ୍ରସ୍‌ ଜୋର୍ଡନଙ୍କ ହାତରେ କ୍ୟାଚ୍‌ ଦେଇଥିଲେ କୋହଲି । ଶିଖର ଧାଓ୍ବନ ମଧ୍ୟ ନିରାଶ କରିଥିଲେ । ଦଳ ମାତ୍ର ୨୦ ରନ୍‌ କରିଥିବା ବେଳେ ଶିଖର ଧାଓ୍ବନ ୪ ରନ କରି ଆଉଟ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍‌ ୨୦୨୬: ଫୋକସରେ ବିଶ୍ୱର ଏହି ୫ ତାରକା ଡିଫେଣ୍ଡର...

ଋଷଭ ପନ୍ତ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ସେ ୨୩ ବଲ ଖେଳି ୨୧ ରନ୍‌ ଆଉଟ ହୋଇଛନ୍ତି । ହାର୍ଦ୍ଧିକ ପାଣ୍ଡ୍ୟା ୧୯ ରନ୍‌, ସାର୍ଦ୍ଧୁଳ ଠାକୁର ୦ ରନ୍ କରି ଆଉଟ ହୋଇଛନ୍ତି । ସେହିଭଳି ଓ୍ବାଶିଂଟନ ସୁନ୍ଦର ୩ ରନ ଏବଂ ଅକ୍ଷର ପଟେଲ ୭ ରନକରି ନଟ୍‌ ଆଉଟ ରହିଥିଲେ । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ୩ ଟି ଓ୍ବିକେଟ ନେଇଛନ୍ତି ।​‌ ସେହିଭଳି ଆଦିଲ ରସିଦ, ମାର୍କ ଡଡ୍‌, କ୍ରିସ୍‌ ଜୋର୍ଡନ ଏବଂ ବେନ୍‌ ଷ୍ଟୋକସ୍‌ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ନେଇଛନ୍ତି । ଇଂଲଣ୍ଡକୁ ୧୨୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ ।

12 Mar 2021 By The Sakala

ପ୍ରଥମ ଟି-୨୦ : ଶ୍ରେୟସ ଆୟର୍‌ଙ୍କ ଦମ୍‌ଦାର ଇନିଂସ୍, ଇଂଲଣ୍ଡକୁ ୧୨୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଟିମ୍‌ ଇଣ୍ଡିଆ

ଅହମଦାବାଦ : ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଇଂଲଣ୍ଡକୁ ୧୨୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଶ୍ରେୟସ ଆୟରଙ୍କ ଲଢ଼ୁଆ ଇନିଂସ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୨୪ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡକୁ ୧୨୫ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର୍ ସର୍ବାଧିକ ୬୭ (୪୮ ବଲ୍, ୮ ଚୌକା, ୧ ଛକା) ରନ୍ କରିଥିବା ବେଳେ ଟପ୍ ଅର୍ଡର ପୂରା ଫେଲ୍ ମାରିଛନ୍ତି।

ଖେଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଟିମ୍‌ ଇଣ୍ଡିଆ । ଇଂଲଣ୍ଡକୁ ଦ୍ବିତୀୟ ଓଭରରେ ହିଁ ବଡ ସଫଳତା ମିଳିଥିଲା । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ପ୍ରଥମ ସଫଳତା ହାସଲ କରିଥିଲେ । କେଏଲ ରାହୁଲ ମାତ୍ର ୧ ରନ୍‌ କରି ଆଉଟ ହୋଇଥିଲେ । ରାହୁଲଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ କୋହଲି ମଧ୍ୟ ନିରାଶ କରିଥିଲେ । ଖାତା ଖୋଲିବା ପୂର୍ବରୁ ଆଦିଲ ରସିଦଙ୍କ ବଲରେ କ୍ରସ୍‌ ଜୋର୍ଡନଙ୍କ ହାତରେ କ୍ୟାଚ୍‌ ଦେଇଥିଲେ କୋହଲି । ଶିଖର ଧାଓ୍ବନ ମଧ୍ୟ ନିରାଶ କରିଥିଲେ । ଦଳ ମାତ୍ର ୨୦ ରନ୍‌ କରିଥିବା ବେଳେ ଶିଖର ଧାଓ୍ବନ ୪ ରନ କରି ଆଉଟ ହୋଇଥିଲେ ।

ଋଷଭ ପନ୍ତ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ସେ ୨୩ ବଲ ଖେଳି ୨୧ ରନ୍‌ ଆଉଟ ହୋଇଛନ୍ତି । ହାର୍ଦ୍ଧିକ ପାଣ୍ଡ୍ୟା ୧୯ ରନ୍‌, ସାର୍ଦ୍ଧୁଳ ଠାକୁର ୦ ରନ୍ କରି ଆଉଟ ହୋଇଛନ୍ତି । ସେହିଭଳି ଓ୍ବାଶିଂଟନ ସୁନ୍ଦର ୩ ରନ ଏବଂ ଅକ୍ଷର ପଟେଲ ୭ ରନକରି ନଟ୍‌ ଆଉଟ ରହିଥିଲେ । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ୩ ଟି ଓ୍ବିକେଟ ନେଇଛନ୍ତି ।​‌ ସେହିଭଳି ଆଦିଲ ରସିଦ, ମାର୍କ ଡଡ୍‌, କ୍ରିସ୍‌ ଜୋର୍ଡନ ଏବଂ ବେନ୍‌ ଷ୍ଟୋକସ୍‌ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ନେଇଛନ୍ତି । ଇଂଲଣ୍ଡକୁ ୧୨୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର