ଆଉ କିଛି ସମୟ ପରେ ଭାରତ-ପାକ୍‌ ମହା ମୁକାବିଲା, ଜାଣନ୍ତୁ ଟି-୨୦ କ୍ରିକେଟ୍‌‌ ବିଶ୍ୱକପ୍‌‌ ଇତିହାସରେ କାହାର ପଲା ଭାରି

The Sakala Picture
Published On

ନୂଆଦିଲ୍ଲୀ : ଆରମ୍ଭ ହୋଇଯାଇଛି ଟି-୨୦ ବିଶ୍ୱକପ୍‌‌ର ୮ମ ସଂସ୍କରଣ। ପ୍ରଥମ ରାଉଣ୍ଡ ତଥା ଯୋଗ୍ୟତା ପର୍ଯ୍ୟାୟ ଶେଷ ହେବାପରେ ଶନିବାରଠାରୁ ଟୁର୍ଣ୍ଣାମେଣ୍ଟ ମୁଖ୍ୟ ରାଉଣ୍ଡ ସୁପର୍‌‌-୧୨ ଖେଳାଯାଇଛି। ପ୍ରଥମ ମ୍ୟାଚରେ ଆୟୋଜକ ଅଷ୍ଟ୍ରେଲିଆକୁ ୮୯ ରନର ବୃହତ୍‌‌ ବ୍ୟବଧାନରେ ପରାସ୍ତ କରି ପଡ଼ୋଶୀ ନ୍ୟୁଜିଲାଣ୍ଡ ଚମତ୍କାର ଅଭିଯାନ ଆରମ୍ଭ କରିଛି। ସୁପର୍‌‌ ସନ୍‌‌ଡେରେ ରବିବାର ଏକ ହାଇପ୍ରୋଫାଇଲ୍‌‌ ମ୍ୟାଚରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ସାମ୍ନାସାମ୍ନି ହେବେ। ଏହି ମ୍ୟାଚକୁ ନେଇ ସାରା ବିଶ୍ୱର […]

ନୂଆଦିଲ୍ଲୀ : ଆରମ୍ଭ ହୋଇଯାଇଛି ଟି-୨୦ ବିଶ୍ୱକପ୍‌‌ର ୮ମ ସଂସ୍କରଣ। ପ୍ରଥମ ରାଉଣ୍ଡ ତଥା ଯୋଗ୍ୟତା ପର୍ଯ୍ୟାୟ ଶେଷ ହେବାପରେ ଶନିବାରଠାରୁ ଟୁର୍ଣ୍ଣାମେଣ୍ଟ ମୁଖ୍ୟ ରାଉଣ୍ଡ ସୁପର୍‌‌-୧୨ ଖେଳାଯାଇଛି। ପ୍ରଥମ ମ୍ୟାଚରେ ଆୟୋଜକ ଅଷ୍ଟ୍ରେଲିଆକୁ ୮୯ ରନର ବୃହତ୍‌‌ ବ୍ୟବଧାନରେ ପରାସ୍ତ କରି ପଡ଼ୋଶୀ ନ୍ୟୁଜିଲାଣ୍ଡ ଚମତ୍କାର ଅଭିଯାନ ଆରମ୍ଭ କରିଛି। ସୁପର୍‌‌ ସନ୍‌‌ଡେରେ ରବିବାର ଏକ ହାଇପ୍ରୋଫାଇଲ୍‌‌ ମ୍ୟାଚରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ସାମ୍ନାସାମ୍ନି ହେବେ। ଏହି ମ୍ୟାଚକୁ ନେଇ ସାରା ବିଶ୍ୱର କ୍ରିକେଟ୍‌‌ପ୍ରେମୀ ଏବେ ଉତ୍ସୁକତାର ସହିତ ଅନାଇ ରହିଛନ୍ତି। ଟି-୨୦ କ୍ରିକେଟ୍‌‌ ବିଶ୍ୱକପ୍‌‌ ଇତିହାସ ଉପରେ ନଜର ପକାଇଲେ ୨୦୦୭ରୁ ୨୦୨୧ ପର୍ଯ୍ୟନ୍ତ ଉଭୟ ଭାରତ ଓ ପାକିସ୍ତାନ ମୋଟ୍‌‌ ଉପରେ ଏହି ମେଗା ଇଭେଣ୍ଟରେ ୬ଥର ସାମ୍ନାସାମ୍ନି ହୋଇଛନ୍ତି। ଯେଉଁଥିରେ ଭାରତ ୫ ମ୍ୟାଚ୍‌‌ ଜିତି ପଲା ଭାରି ରଖିଛି। ଅପରପକ୍ଷରେ ପାକିସ୍ତାନକୁ ମାତ୍ର ଗୋଟିଏ ମ୍ୟାଚରେ ବିଜୟ ସ୍ୱାଦ ମିଳିଛି। ୟୁଏଇରେ ୨୦୨୧ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌‌ରେ ପାକିସ୍ତାନ ୧୦ ୱିକେଟ୍‌‌ରେ ବିଜୟୀ ହୋଇଥିଲା। ଦୁଇ ଦେଶ ମଧ୍ୟରେ ଟି-୨୦ ବିଶ୍ୱକପ୍‌‌ରେ ଖେଳାଯାଇଥିବା ମ୍ୟାଚ୍‌‌ ଉପରେ ସଂକ୍ଷେପରେ ନଜର ପକାଇବା।

ଆହୁରି ପଢ଼ନ୍ତୁ: କଳଙ୍କରୁ କୀର୍ତ୍ତିମାନ: ମୁଥୟା ମୁରଲୀଧରନଙ୍କ ପ୍ରେରଣାଦାୟକ ଯାତ୍ରା

୨୦୦୭: ଟାଇ ପରେ ଭାରତ ବିଜୟୀ

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ନୈରାଶ୍ୟଜନକ ପ୍ରଦର୍ଶନ: ରୋହିତଙ୍କ ଉଦାସ ମୁହଁ, ରାଗିଲେ ହାର୍ଦ୍ଦିକ ଓ ହତାଶ ବୁମରା

୨୦୦୭ରେ ଟି-୨୦ ବିଶ୍ୱକପ୍‌‌ର ପ୍ରଥମ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍‌‌ରେ ୧୪୧ ରନ କରିଥିଲା। ଜବାବରେ ପାକିସ୍ତାନ ମଧ୍ୟ ୭ ୱିକେଟ୍‌‌ ବିନିମୟରେ ସମାନ ସ୍କୋର କରିଥିଲା। ଫଳରେ ମ୍ୟାଚ ଟାଇ ରହିବାରୁ ସେ ସମୟରେ ଆଇସିସିର ନିୟମ ଅନୁଯାୟୀ ବୋଲ୍‌‌ ଆଉଟ୍‌‌ର ସହାୟତା ନିଆଯାଇଥିଲା। ଏଥିରେ ଭାରତ ୩ଥର ଷ୍ଟମ୍ପ୍ସ ଭାଙ୍ଗିଥିବାବେଳେ ପାକିସ୍ତାନର ୩ଟି ଯାକ ପ୍ରୟାସ ବୃଥା ଯାଇଥିଲା।

ଆହୁରି ପଢ଼ନ୍ତୁ: ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍

୨୦୦୭: ଭାରତ ପ୍ରଥମ ବିଶ୍ବବିଜେତା

ସଂଯୋଗବଶତଃ ସେହି ୨୦୦୭ ବିଶ୍ୱକପ୍‌‌ ଫାଇନାଲରେ ଉଭୟ ଭାରତ ଓ ପାକିସ୍ତାନ ପୁଣିଥରେ ସାମ୍ନାସାମ୍ନି ହୋଇଥିଲେ। ଏଥିରେ ରୋମାଞ୍ଚକ ଭାବେ ଭାରତ ୫ ରନରେ ବିଜୟୀ ହୋଇ ପ୍ରଥମ ବିଶ୍ୱକପ୍‌‌ର ବିଜେତା ହୋଇ ଇତିହାସ ରଚିଥିଲା। ପ୍ରଥମଥର ଭାରତର ନେତୃତ୍ୱ ନେଇ ମହେନ୍ଦ୍ର ସିଂ ଧୋନି ଭାରତକୁ ବିଶ୍ୱବିଜେତା କରାଇ ନୂଆ ତାରକା ପାଲଟି ଯାଇଥିଲେ। ଏହି ମ୍ୟାଚରେ ଗୌତମ ଗମ୍ଭୀରଙ୍କ ୭୫ ରନ ବଳରେ ଭାରତ ୫ ୱିକେଟ୍‌‌ରେ ୧୫୭ ରନ କରିଥିଲା। ଜବାବରେ ପାକିସ୍ତାନ ଲଢ଼ୁଆ ବ୍ୟାଟିଂ ସତ୍ତ୍ବେ ୧୯.୩ ଓଭରରେ ୧୫୨ରେ ଅଲ୍‌‌ଆଉଟ୍‌‌ ହୋଇଯାଇଥିଲା। ୨୦ତମ ଓଭର ବୋଲିଂ କରିଥିବା ଯୋଗୀନ୍ଦର ଶର୍ମା ଅଭିଜ୍ଞ ମିସ୍‌‌ବା ଉଲ୍‌‌-ହକ୍‌‌ (୪୩ ରନ)ଙ୍କୁ ଆଉଟ୍‌‌ କରି ଭାରତକୁ ଚମକପ୍ରଦ ବିଜୟ ଭେଟି ଦେଇଥିଲେ। ଏହି ମ୍ୟାଚ୍‌‌ ଖେଳି ୟୁସୁଫ୍‌‌ ପଠାନ ଅନ୍ତର୍ଜାତୀୟ କ୍ରିକେଟ୍‌‌ରେ ପାଦ ଥାପିଥିଲେ।

୨୦୧୨: କୋହଲିଙ୍କ କମାଲ

୨୦୧୨ ଟି-୨୦ ବିଶ୍ୱକପ୍‌‌ରେ ଭାରତ ଓ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରେ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚ୍‌‌ କଲମ୍ବୋରେ ଖେଳାଯାଇଥିଲା। ଭାରତୀୟ ବୋଲର ଲକ୍ଷ୍ମୀପତି ବାଲାଜୀ (୩/୨୨), ରବିଚନ୍ଦ୍ରନ ଅଶ୍ୱିନ (୨/୨୨) ଓ ଯୁବରାଜ ସିଂହ (୨/୧୬)ଙ୍କୁ ସାମ୍ନା କରି ନ ପାରି ୧୯.୪ ଓଭରରେ ୧୨୮ ରନରେ ଅଲ୍‌‌ଆଉଟ୍‌‌ ହୋଇଯାଇଥିଲା। ଜବାବରେ ଭାରତ ବିରାଟ କୋହଲିଙ୍କ ୭୮ ରନ ବଳରେ ୨ ୱିକେଟ୍‌‌ ହରାଇ ୩ ଓଭର ପୂର୍ବରୁ ବିଜୟୀ ହୋଇଥିଲା। ଯୁବରାଜ ୧୯ ରନର ଅପରାଜିତ ଇନିଂସ ଖେଳିଥିଲେ।

୨୦୧୪: ୭ ୱିକେଟ୍‌‌ରେ ଜିତିଲା ଭାରତ

୨୦୧୪ ଟି-୨୦ ବିଶ୍ୱକପ୍‌‌ ବାଂଲାଦେଶରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ମହମ୍ମଦ ହାଫିଜଙ୍କ ନେତୃତ୍ୱାଧିନ ପାକିସ୍ତାନ ୭ ୱିକେଟ୍‌‌ରେ ମାତ୍ର ୧୩୦ ରନ କରିପାରିଥିଲା। ଭାରତ ପାଇଁ ଲେଗ୍‌‌-ସ୍ପିନର ଅମିତ୍‌‌ ମିଶ୍ରା (୪-୧-୨୨-୨) ପ୍ରଭାବୀ ବୋଲିଂ କରିଥିଲେ। ଜବାବରେ ଭାରତ ୧୮.୩ ଓଭରରେ ୩ ୱିକେଟ୍‌‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। କୋହଲି ୩୬*, ସୁରେଶ ରାଇନା ୩୫*, ଶିଖର ଧାୱନ ୩୦ ଓ ରୋହିତ୍‌‌ ଶର୍ମା ୨୪ ରନ କରିଥିଲେ। ଏହି ବିଜୟ ସହ ଭାରତ ଟି-୨୦ ବିଶ୍ୱକପ୍‌‌ ପାକିସ୍ତାନ ବିପକ୍ଷରେ ଏହାର ଅଗ୍ରଣୀକୁ ୩-୦କୁ ବୃଦ୍ଧି କରିଥିଲା। ଉଲ୍ଲେଖନୀୟ ବିଷୟ ଏହି ମ୍ୟାଚ୍‌‌ ଖେଳି ଭାରତର ଦ୍ରୁତ ବୋଲର ମହମ୍ମଦ ସାମି ଟି-୨୦ ପଦାର୍ପଣ କରିଥିଲେ।

୨୦୧୬: ବିରାଟଙ୍କ ଦ୍ରୁତ ଅର୍ଦ୍ଧଶତକ

ଏହି ସଂସ୍କରଣ ଟି-୨୦ ବିଶ୍ୱକପ୍‌‌ ଭାରତରେ ଖେଳାଯାଇଥିଲା। ସୁପର୍‌‌-୧୦ ପର୍ଯ୍ୟାୟର ଏକ ମ୍ୟାଚରେ ଭାରତ ପୁଣିଥରେ ସହଜରେ ୫ ୱିକେଟ୍‌‌ ଓ ୧୩ ବଲ୍‌‌ ବଳକା ଥାଇ ପାକିସ୍ତାନକୁ ମାତ୍‌‌ ଦେଇଥିଲା। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚକୁ ବର୍ଷା ଲାଗି ୧୮ ଓଭର ବିଶିଷ୍ଟ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଶାହିଦ ଆଫ୍ରିଦୀଙ୍କ ପାକିସ୍ତାନ ଦଳ ୫ ୱିକେଟ୍‌‌ରେ ୧୧୮ ରନ ଛୋଟିଆ ସ୍କୋର କରିଥିଲା। ଯାହାକୁ ଭାରତ ୪ ୱିକେଟ୍‌‌ରେ ୧୫.୫ ଓଭରରେ ବିଜୟୀ ହୋଇଥିଲା। ବିରାଟ କୋହଲି ୩୭ ବଲରୁ ୫୫ ରନ କରି ଦଳକୁ ସହଜସାଧ୍ୟ ବିଜୟ ଦେଇଥିଲେ।

୨୦୨୧: ଭାରତର ପ୍ରଥମ ପରାଜୟ

ଶେଷଥର ପାଇଁ ଭାରତ ଓ ପାକିସ୍ତାନ ୨୦୨୧ ଟି-୨୦ ବିଶ୍ୱକପ୍‌‌ରେ ପରସ୍ପର ବିପକ୍ଷରେ ଖେଳିଥିଲେ। ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନ ଏକପାଖିଆ ଭାବେ ୧୦ ୱିକେଟ୍‌‌ରେ ବିଜୟ ଲାଭ କରିଥିଲା। ଅଧିନାୟକ କୋହଲିଙ୍କ ୫୭ ଓ ଋଷଭ ପନ୍ତଙ୍କ ୩୯ ରନ ବଳରେ ଭାରତ ୭ ୱିକେଟ୍‌‌ରେ ୧୫୧ ରନ କରିଥିଲା। ପାକିସ୍ତାନର ଦୁଇ ଓପନର୍‌‌ ଅଧିନାୟକ ବାବର ଆଜମ (୬୮ ରନ) ଓ ୱିକେଟ୍‌‌କିପର ମହମ୍ମଦ ରିଜୱାନ (୭୯ ରନ) ଓପନିଂ ୱିକେଟ୍‌‌ରେ ୧୭.୫ ଓଭରରେ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା। ଟି-୨୦ ବିଶ୍ୱକପ୍‌‌ରେ ଭାରତ ବିପକ୍ଷରେ ପାକିସ୍ତାନର ଏହା ପ୍ରଥମ ବିଜୟ ଥିଲା।

23 Oct 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର