ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ତୃତୀୟ ଟି-୨୦ : ଟସ୍‌ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଓପନିଂ କରିବେ ରୋହିତ-ରାହୁଲ

The Sakala Picture
Published On

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ତୃତୀୟ ମୁକାବିଲାରେ ଟସ୍‌ ଜିତିଛି ଇଂଲଣ୍ଡ। ଟସ୍‌ ଜିତି ଭ୍ରମଣକାରୀ ଇଂଲଣ୍ଡ ବୋଲିଂର ନିଷ୍ପତ୍ତି ନେଇଛି। ଯାହା ଫଳରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଭାରତ। ସିରିଜ୍‌ ସଂପ୍ରତି ୧-୧ରେ ବରାବର ରହିଛି। ଆଜିର ମୁକାବିଲା ଦୁଇ ଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି। ଆଜି ବିଜୟ ସହ ସିରିଜରେ ଅଗ୍ରଣୀ ହାସଲ କରିବାକୁ ଉଭୟ ଦଳ ଲକ୍ଷ୍ୟ […]

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ତୃତୀୟ ମୁକାବିଲାରେ ଟସ୍‌ ଜିତିଛି ଇଂଲଣ୍ଡ। ଟସ୍‌ ଜିତି ଭ୍ରମଣକାରୀ ଇଂଲଣ୍ଡ ବୋଲିଂର ନିଷ୍ପତ୍ତି ନେଇଛି। ଯାହା ଫଳରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଭାରତ। ସିରିଜ୍‌ ସଂପ୍ରତି ୧-୧ରେ ବରାବର ରହିଛି। ଆଜିର ମୁକାବିଲା ଦୁଇ ଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି। ଆଜି ବିଜୟ ସହ ସିରିଜରେ ଅଗ୍ରଣୀ ହାସଲ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ଫଳରେ ଆଉ ଏକ ରୋମାଞ୍ଚକର ମ୍ୟାଚ୍‌ ହେବା ଆଶା କରାଯାଉଛି ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ଆଜିର ମ୍ୟାଚ୍‌ରେ ରୋହିତ ଶର୍ମାଙ୍କୁ ଦଳରେ ସ୍ଥାନ ମିଳିଥିବା ବେଳେ ସୂର୍ଯ୍ୟକୁମାର ଯାଦବଙ୍କୁ ବାଦ୍‌ ଦିଆଯାଇଛି। ଏଥି ସହିତ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଖାତା ଖୋଲି ପାରି ନଥିବା  ରାହୁଲ ରୋହିତଙ୍କ ସହ ଓପନିଂ କରିବେ ଏବଂ ତୃତୀୟ ସ୍ଥାନରେ ବିରାଟଙ୍କ ସ୍ଥାନରେ ଦ୍ୱିତୀୟ ମ୍ୟାଚ୍ର ହିରୋ ଇଶାନ କିଷନ ବ୍ୟାଟିଂ କରିବେ । ଇଶାନ କିଷନ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଭାରତ ବିସ୍ଫୋରକ ବ୍ୟାଟିଂକୁ ପ୍ରାଥମିକତା ଦେବ ବୋଲି ସିରିଜ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି ସ୍ପଷ୍ଟ କରିଦେଇଥିଲେ । ତେଣୁ ଫର୍ମରେ ଥିବା ପନ୍ତଙ୍କୁ ଉପର ଭାଗରେ ବ୍ୟାଟିଂ କରାଇବା ଯୋଜନା ଜାରି ରହିବ। ଇଂଲଣ୍ଡ ଦଳ ସିରିଜକୁ ଫେରିବା ପାଇଁ ସବୁ ଶକ୍ତି ଖଟାଇବ । ଦଳରେ ଷ୍ଟାର୍‌ ଖେଳାଳିଙ୍କ ଅଭାବ ନାହିଁ । ଜୋସ ବଟଲର, ଜାସନ ରୟ, ଜନି ବେୟାରଷ୍ଟୋ, ଇୟନ ମୋର୍ଗାନ ଓ ଦାୱିଦ ମଲାନଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଦଳରେ ରହିଛନ୍ତି । ତେଣୁ ପ୍ରଥମ ବଲ୍‌ରୁ ଚୌକା ଓ ଛକା ଦେଖିବାକୁ ମିଳିପାରେ ।

16 Mar 2021 By The Sakala

ତୃତୀୟ ଟି-୨୦ : ଟସ୍‌ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଓପନିଂ କରିବେ ରୋହିତ-ରାହୁଲ

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ତୃତୀୟ ମୁକାବିଲାରେ ଟସ୍‌ ଜିତିଛି ଇଂଲଣ୍ଡ। ଟସ୍‌ ଜିତି ଭ୍ରମଣକାରୀ ଇଂଲଣ୍ଡ ବୋଲିଂର ନିଷ୍ପତ୍ତି ନେଇଛି। ଯାହା ଫଳରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଭାରତ। ସିରିଜ୍‌ ସଂପ୍ରତି ୧-୧ରେ ବରାବର ରହିଛି। ଆଜିର ମୁକାବିଲା ଦୁଇ ଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି। ଆଜି ବିଜୟ ସହ ସିରିଜରେ ଅଗ୍ରଣୀ ହାସଲ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ଫଳରେ ଆଉ ଏକ ରୋମାଞ୍ଚକର ମ୍ୟାଚ୍‌ ହେବା ଆଶା କରାଯାଉଛି ।

ଆଜିର ମ୍ୟାଚ୍‌ରେ ରୋହିତ ଶର୍ମାଙ୍କୁ ଦଳରେ ସ୍ଥାନ ମିଳିଥିବା ବେଳେ ସୂର୍ଯ୍ୟକୁମାର ଯାଦବଙ୍କୁ ବାଦ୍‌ ଦିଆଯାଇଛି। ଏଥି ସହିତ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଖାତା ଖୋଲି ପାରି ନଥିବା  ରାହୁଲ ରୋହିତଙ୍କ ସହ ଓପନିଂ କରିବେ ଏବଂ ତୃତୀୟ ସ୍ଥାନରେ ବିରାଟଙ୍କ ସ୍ଥାନରେ ଦ୍ୱିତୀୟ ମ୍ୟାଚ୍ର ହିରୋ ଇଶାନ କିଷନ ବ୍ୟାଟିଂ କରିବେ । ଇଶାନ କିଷନ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଭାରତ ବିସ୍ଫୋରକ ବ୍ୟାଟିଂକୁ ପ୍ରାଥମିକତା ଦେବ ବୋଲି ସିରିଜ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି ସ୍ପଷ୍ଟ କରିଦେଇଥିଲେ । ତେଣୁ ଫର୍ମରେ ଥିବା ପନ୍ତଙ୍କୁ ଉପର ଭାଗରେ ବ୍ୟାଟିଂ କରାଇବା ଯୋଜନା ଜାରି ରହିବ। ଇଂଲଣ୍ଡ ଦଳ ସିରିଜକୁ ଫେରିବା ପାଇଁ ସବୁ ଶକ୍ତି ଖଟାଇବ । ଦଳରେ ଷ୍ଟାର୍‌ ଖେଳାଳିଙ୍କ ଅଭାବ ନାହିଁ । ଜୋସ ବଟଲର, ଜାସନ ରୟ, ଜନି ବେୟାରଷ୍ଟୋ, ଇୟନ ମୋର୍ଗାନ ଓ ଦାୱିଦ ମଲାନଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଦଳରେ ରହିଛନ୍ତି । ତେଣୁ ପ୍ରଥମ ବଲ୍‌ରୁ ଚୌକା ଓ ଛକା ଦେଖିବାକୁ ମିଳିପାରେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp