ଆଇସିସି ଦିନିକିଆ ରାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି, ଚତୁର୍ଥକୁ ଖସିଲେ ବୁମରା

The Sakala Picture
Published On

ଦୁବାଇ : ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ରାଙ୍କିଙ୍ଗ୍ ରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ନମ୍ବର ୱାନ ବ୍ୟାଟ୍ସମ୍ୟାନ୍ ଭାବେ ସ୍ଥାନ ବଜାୟ ରଖିଛନ୍ତି । ସେ ଶୀର୍ଷ ସ୍ଥାନରେ ସ୍ଥିର ରହିଥିବା ବେଳେ ବୋଲିଂ ତାଲିକାରେ ଯଶପ୍ରୀତ ବୁମରାଙ୍କ ମାନ୍ୟତାରେ ଅବନ୍ନତି ଘଟିଛି । ନିଜ ବାହାଘର ପାଇଁ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ଖେଳିନଥିବା ବୁମରାଙ୍କୁ ଗୋଟିଏ ସ୍ଥାନ କ୍ଷତି ହୋଇଛି । ଏହି ଷ୍ଟାର ପେସର ଚତୁର୍ଥ ସ୍ଥାନକୁ […]

ଦୁବାଇ : ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ରାଙ୍କିଙ୍ଗ୍ ରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ନମ୍ବର ୱାନ ବ୍ୟାଟ୍ସମ୍ୟାନ୍ ଭାବେ ସ୍ଥାନ ବଜାୟ ରଖିଛନ୍ତି । ସେ ଶୀର୍ଷ ସ୍ଥାନରେ ସ୍ଥିର ରହିଥିବା ବେଳେ ବୋଲିଂ ତାଲିକାରେ ଯଶପ୍ରୀତ ବୁମରାଙ୍କ ମାନ୍ୟତାରେ ଅବନ୍ନତି ଘଟିଛି । ନିଜ ବାହାଘର ପାଇଁ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ଖେଳିନଥିବା ବୁମରାଙ୍କୁ ଗୋଟିଏ ସ୍ଥାନ କ୍ଷତି ହୋଇଛି । ଏହି ଷ୍ଟାର ପେସର ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରସିଦ୍ଧ କ୍ରିଷ୍ଣା ଓ ରୋହିତ ଶର୍ମାଙ୍କ ଯାଦୁ: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିନିକିଆରେ ରଚିଲେ ଇତିହାସ

ଇଂଲଣ୍ଡ ବିପକ୍ଷ ପ୍ରଥମ ଓ ଦ୍ୱିତୀୟ ଦିନିକିଆରେ ଯଥାକ୍ରମେ ୫୬ ଓ ୬୬ ରନ୍ କରିଥିବା କୋହଲି ସଦ୍ୟତମ ଆଇସିସି ବ୍ୟାଟିଂ ରାଙ୍କିଙ୍ଗରେ ୮୭୦ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ପାକିସ୍ତାନ ଅଧିନାୟକ ବାବର ଆଜମ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଭାରତର ସୀମିତ ଓଭର ଉପଅଧିନାୟକ ରୋହିତ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି । ଯୁବ ବ୍ୟାଟ୍ସମ୍ୟାନ୍ କେଏଲ ରାହୁଲଙ୍କ ମାନ୍ୟତାରେ ଉନ୍ନତି ଘଟିଛି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶତକ ହାସଲ କରିଥିବା ରାହୁଲ ୩୧ତମ ସ୍ଥାନରୁ ୨୭ତମ ସ୍ଥାନକୁ ଲମ୍ଫ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ବୁମରା ଏବଂ କୋହଲିଙ୍କ ପ୍ରତ୍ୟାବର୍ତ୍ତନ, ବାଦ୍ ପଡ଼ିଲେ ଶତକବୀର ୟଶସ୍ୱୀ

ଆହୁରି ପଢ଼ନ୍ତୁ: ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ କପିଲ ଦେବଙ୍କ ଆହ୍ୱାନ: 'ସେ ୨୦-୨୨ ବର୍ଷର ହେବା ପରେ ଆମେ ବିଚାର କରିବୁ'

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାରିୟର ଶ୍ରେଷ୍ଠ ୪୨ତମ ସ୍ଥାନ ହାସଲ କରିଥିବା ବେଳେ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଟପ୍‌-୧୦୦ରେ ପ୍ରବେଶ କରିଛନ୍ତି । ବୋଲିଂ ତାଲିକାରେ ଭାରତର ଦ୍ରୁତ  ବୋଲର ଭୁବନେଶ୍ୱର କୁମାର ମଧ୍ୟ ଆଗକୁ ବଢିଛନ୍ତି । ସିରିଜ ନିର୍ଣ୍ଣାୟକ ତୃତୀୟ ଦିନିକିଆରେ ୪୨ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ଭୁବନେଶ୍ୱର ୯ଟି ସ୍ଥାନ ଉନ୍ନୀତ ହୋଇ ୧୧ତମ ସ୍ଥାନରେ ପହଞ୍ଚିଛନ୍ତି । ୨୦୧୭ ସେପ୍ଟେମ୍ବର ପରେ ଏହା ତାଙ୍କର ଶ୍ରେଷ୍ଠ ମାନ୍ୟତା । ସେହି ମ୍ୟାଚରେ ମଧ୍ୟ ୪ଟି ୱିକେଟ୍ ନେଇଥିବା ଶାର୍ଦ୍ଦୁଲ ଠାକୁରଙ୍କ ମାନ୍ୟତାରେ ବି ଉନ୍ନତି ଘଟିଛି । ଠାକୁର ୯୩ତମ ସ୍ଥାନରୁ ୮୦ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

31 Mar 2021 By The Sakala

ଆଇସିସି ଦିନିକିଆ ରାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି, ଚତୁର୍ଥକୁ ଖସିଲେ ବୁମରା

ଦୁବାଇ : ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ରାଙ୍କିଙ୍ଗ୍ ରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ନମ୍ବର ୱାନ ବ୍ୟାଟ୍ସମ୍ୟାନ୍ ଭାବେ ସ୍ଥାନ ବଜାୟ ରଖିଛନ୍ତି । ସେ ଶୀର୍ଷ ସ୍ଥାନରେ ସ୍ଥିର ରହିଥିବା ବେଳେ ବୋଲିଂ ତାଲିକାରେ ଯଶପ୍ରୀତ ବୁମରାଙ୍କ ମାନ୍ୟତାରେ ଅବନ୍ନତି ଘଟିଛି । ନିଜ ବାହାଘର ପାଇଁ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ଖେଳିନଥିବା ବୁମରାଙ୍କୁ ଗୋଟିଏ ସ୍ଥାନ କ୍ଷତି ହୋଇଛି । ଏହି ଷ୍ଟାର ପେସର ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଓ ଦ୍ୱିତୀୟ ଦିନିକିଆରେ ଯଥାକ୍ରମେ ୫୬ ଓ ୬୬ ରନ୍ କରିଥିବା କୋହଲି ସଦ୍ୟତମ ଆଇସିସି ବ୍ୟାଟିଂ ରାଙ୍କିଙ୍ଗରେ ୮୭୦ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ପାକିସ୍ତାନ ଅଧିନାୟକ ବାବର ଆଜମ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଭାରତର ସୀମିତ ଓଭର ଉପଅଧିନାୟକ ରୋହିତ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି । ଯୁବ ବ୍ୟାଟ୍ସମ୍ୟାନ୍ କେଏଲ ରାହୁଲଙ୍କ ମାନ୍ୟତାରେ ଉନ୍ନତି ଘଟିଛି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶତକ ହାସଲ କରିଥିବା ରାହୁଲ ୩୧ତମ ସ୍ଥାନରୁ ୨୭ତମ ସ୍ଥାନକୁ ଲମ୍ଫ ଦେଇଛନ୍ତି ।

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାରିୟର ଶ୍ରେଷ୍ଠ ୪୨ତମ ସ୍ଥାନ ହାସଲ କରିଥିବା ବେଳେ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଟପ୍‌-୧୦୦ରେ ପ୍ରବେଶ କରିଛନ୍ତି । ବୋଲିଂ ତାଲିକାରେ ଭାରତର ଦ୍ରୁତ  ବୋଲର ଭୁବନେଶ୍ୱର କୁମାର ମଧ୍ୟ ଆଗକୁ ବଢିଛନ୍ତି । ସିରିଜ ନିର୍ଣ୍ଣାୟକ ତୃତୀୟ ଦିନିକିଆରେ ୪୨ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ଭୁବନେଶ୍ୱର ୯ଟି ସ୍ଥାନ ଉନ୍ନୀତ ହୋଇ ୧୧ତମ ସ୍ଥାନରେ ପହଞ୍ଚିଛନ୍ତି । ୨୦୧୭ ସେପ୍ଟେମ୍ବର ପରେ ଏହା ତାଙ୍କର ଶ୍ରେଷ୍ଠ ମାନ୍ୟତା । ସେହି ମ୍ୟାଚରେ ମଧ୍ୟ ୪ଟି ୱିକେଟ୍ ନେଇଥିବା ଶାର୍ଦ୍ଦୁଲ ଠାକୁରଙ୍କ ମାନ୍ୟତାରେ ବି ଉନ୍ନତି ଘଟିଛି । ଠାକୁର ୯୩ତମ ସ୍ଥାନରୁ ୮୦ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp