କ୍ରିକେଟ ଥିମ୍‌ରେ ହୋଟେଲ ମେନ୍ୟୁ; ମିଳୁଛି ଧୋନି ଖେଚୁଡ଼ି, ଭୁବନେଶ୍ବର ଭର୍ତ୍ତା ଓ ହ୍ୟାଟ୍ରିକ୍ ଗୁଜୁରାଟୀ ଡାଲ

The Sakala Picture
Published On

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ହୋଟେଲ ଓ ରେସ୍ତୋରାଁର ମାଲିକମାନେ ନୂଆ ନୂଆ ପଦ୍ଧତି ସବୁ ଆପଣାଇଥାନ୍ତି। ଗୁଜରାଟର ଅହମ୍ମଦାବାଦରେ ଥିବା ଏକ ରେସ୍ତୋରାଁ ଗ୍ରାହକଙ୍କୁ ୫ ଫୁଟ ଲମ୍ବର ଏକ ମୋଟେରା ଥାଳି ପରଷି ବେଶ୍ ଚର୍ଚ୍ଚାରେ ରହିଛି। ଏହି ରେସ୍ତୋରାଁ ସମ୍ପର୍କରେ ସବୁଠାରୁ ମଜାଦାର କଥା ହେଉଛି ଏଠାରେ ଖେଳାଳିଙ୍କ ନାମାନୁସାରେ ମେନ୍ୟୁଗୁଡ଼ିକ ପ୍ରସ୍ତୁତ କରାଯାଇଛି। ଭାରତୀୟ କ୍ରିକେଟ ଟିମ୍‌ର ସଦସ୍ୟମାନେ ମଧ୍ୟ ଏହି ରୋସ୍ତୋରାଁର ପ୍ରଶଂସା କରିଛନ୍ତି। ଏଥିରେ କ୍ରିକେଟ ଥିମ୍‌ରେ ମେନ୍ୟୁଗୁଡ଼ିକ […]

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ହୋଟେଲ ଓ ରେସ୍ତୋରାଁର ମାଲିକମାନେ ନୂଆ ନୂଆ ପଦ୍ଧତି ସବୁ ଆପଣାଇଥାନ୍ତି। ଗୁଜରାଟର ଅହମ୍ମଦାବାଦରେ ଥିବା ଏକ ରେସ୍ତୋରାଁ ଗ୍ରାହକଙ୍କୁ ୫ ଫୁଟ ଲମ୍ବର ଏକ ମୋଟେରା ଥାଳି ପରଷି ବେଶ୍ ଚର୍ଚ୍ଚାରେ ରହିଛି। ଏହି ରେସ୍ତୋରାଁ ସମ୍ପର୍କରେ ସବୁଠାରୁ ମଜାଦାର କଥା ହେଉଛି ଏଠାରେ ଖେଳାଳିଙ୍କ ନାମାନୁସାରେ ମେନ୍ୟୁଗୁଡ଼ିକ ପ୍ରସ୍ତୁତ କରାଯାଇଛି। ଭାରତୀୟ କ୍ରିକେଟ ଟିମ୍‌ର ସଦସ୍ୟମାନେ ମଧ୍ୟ ଏହି ରୋସ୍ତୋରାଁର ପ୍ରଶଂସା କରିଛନ୍ତି। ଏଥିରେ କ୍ରିକେଟ ଥିମ୍‌ରେ ମେନ୍ୟୁଗୁଡ଼ିକ ମିଳିଥାଏ। ଧୋନି ଖେଚୁଡ଼ି, ଭୁବନେଶ୍ବର ଭର୍ତ୍ତା, ହ୍ୟାଟ୍ରିକ୍ ଗୁଜୁରାଟୀ ଡାଲ, ବୁମରାହ୍ ଭିଣ୍ଡି ସିମ୍‌ଳାମିର୍ଚ୍ଚ, କୋହଲି ଖମନ ଆଦି ଆହୁରି ଅନେକ ପ୍ରକାରର ଗୁଜରାଟୀ ଡିସ୍‌ ହୋଟେଲର ମେନ୍ୟୁରେ ରହିଛି। ଏହି ମୋଟେରା ଥାଳିକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିପାଇଁ ଆପଣ ଆପଣଙ୍କ ପରିବାର କିମ୍ବା ବନ୍ଧୁଙ୍କ(କିନ୍ତୁ ଅତିବେଶୀରେ ୪ଜଣ) ସାହାଯ୍ୟ ମଧ୍ୟ ନେଇ ପାରିବେ ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର