ଅଷ୍ଟ୍ରେଲିଆନ୍‍ ଓପନ୍‍ : ଜୋକୋଭିଚ୍‍ଙ୍କ ୩୦୦ତମ ବିଜୟ

The Sakala Picture
Published On

ମେଲବୋର୍ଣ୍ଣ : ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‍ ଓପନ୍‍ର ୭ମ ଦିବସରେ ରବିବାର ଗୋଟିଏ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପୁରୁଷ ସିଙ୍ଗଲ୍ସ ୪ର୍ଥ ରାଉଣ୍ଡର ଏକ ମ୍ୟାଚ୍‍ରେ ବୁଲଗେରିଆର ଗ୍ରିଗର ଦିମିତ୍ରୋଭା ଅଷ୍ଟ୍ରିଆର ୩ୟ ସିଡ୍‍ ଡୋମିନିକ୍‍ ଥିମ୍‍ଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡିଫେଣ୍ଡିଂ ଚାମ୍ପିଅନ୍‍ ନୋଭାକ ଜୋଭୋଭିଚ୍‍, ଜର୍ମାନୀର ଆଲେକ୍ସଜାଣ୍ଡର ଆଲେକ୍ସଜାଣ୍ଡର ଜେଭରେଭ, ୨୩ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ସେରେନା ୱିଲିୟମ୍ସ, ରୋମାନିଆର ସିମୋନା ହାଲେପ୍‍ ପ୍ରମୁଖ ବର୍ଷର […]

ମେଲବୋର୍ଣ୍ଣ : ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‍ ଓପନ୍‍ର ୭ମ ଦିବସରେ ରବିବାର ଗୋଟିଏ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପୁରୁଷ ସିଙ୍ଗଲ୍ସ ୪ର୍ଥ ରାଉଣ୍ଡର ଏକ ମ୍ୟାଚ୍‍ରେ ବୁଲଗେରିଆର ଗ୍ରିଗର ଦିମିତ୍ରୋଭା ଅଷ୍ଟ୍ରିଆର ୩ୟ ସିଡ୍‍ ଡୋମିନିକ୍‍ ଥିମ୍‍ଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡିଫେଣ୍ଡିଂ ଚାମ୍ପିଅନ୍‍ ନୋଭାକ ଜୋଭୋଭିଚ୍‍, ଜର୍ମାନୀର ଆଲେକ୍ସଜାଣ୍ଡର ଆଲେକ୍ସଜାଣ୍ଡର ଜେଭରେଭ, ୨୩ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ସେରେନା ୱିଲିୟମ୍ସ, ରୋମାନିଆର ସିମୋନା ହାଲେପ୍‍ ପ୍ରମୁଖ ବର୍ଷର ଏହି ପ୍ରଥମ ମେଜର ଟେନିସ ଟୁର୍ଣ୍ଣାମେଣ୍ଟର ଅନ୍ତିମ-୮ ରାଉଣ୍ଡକୁ ଯୋଗ୍ୟତା ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ପୁରୁଷ ବିଭାଗରେ ବିଶ୍ୱର ଏକ ନମ୍ବର ଖେଳାଳି ସର୍ବିଆର ଜୋକୋଭିଚ୍‍ ୪ର୍ଥ ରାଉଣ୍ଡରେ ୭-୬ (୭/୪), ୪-୬, ୬-୧, ୬-୪ ସେଟ୍‍ରେ କାନାଡାର ୧୪ତମ ସିଡ୍‍ ମିଲୋସ ରାଓନିକ୍‍ଙ୍କୁ ହରାଇ ଅନ୍ତିମ-୮ରେ ପ୍ରବେଶ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ୩୦୦ତମ ଗ୍ରାଣ୍ଡସ୍ଲାମ ମ୍ୟାଚ୍‍ ବିଜୟ ଥିଲା। ବିଶ୍ୱର ୨ୟ ଖେଳାଳି ଭାବେ ସେ ଏହି ସଫଳତା ପାଇଛନ୍ତି। ସେହିଭଳି ଅଷ୍ଟାଦଶ ସିଡ୍‍ ଦିମିତ୍ରେଭା ବଡ଼ ବିପର୍ଯ୍ୟୟ ଘଟାଇଥିଲେ। ସେ ୟୁଏସ୍‍ ଓପନ୍‍ ଚାମ୍ପିଅନ୍‍ ତଥା ଅଷ୍ଟ୍ରେଲିଆନ୍‍ ଓପନ ରନର୍ସଅପ୍‍ ଥିମ୍‍ଙ୍କୁ ବିଦାୟ ରାସ୍ତା ଦେଖାଇଛନ୍ତି। ଏହି ମ୍ୟାଚ୍‍ରେ ଦିମିତ୍ରୋଭା ୬-୪, ୬-୪, ୬-୦ ସିଧାସଳଖ ସେଟ୍‍ରେ ଥିମ୍‍ଙ୍କୁ ମାତ୍‍ ଦେଇଥିଲେ। କ୍ୱାର୍ଟର ଫାଇନାଲରେ ଦିମିତ୍ରୋଭାଙ୍କ ମୁକାବିଲା ବିଶ୍ୱ ମାନ୍ୟତାର ୧୧୪ତମ ସ୍ଥାନରେ ଥିବା ରୁଷିଆର ଆସଲାନ୍‍ କାରାତସେଭଙ୍କ ସହ ହେବ। ୧୯୯୬ ପରେ ପ୍ରଥମ ଖେଳାଳି ଭାବେ ଆସଲାନ୍‍ ପଦାର୍ପଣ ଗ୍ରାଣ୍ଡସ୍ଲାମରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ସେହିଭଳି ଅନ୍ୟ ଏକ ମ୍ୟାଚ୍‍ରେ ୬ଷ୍ଠ ସିଡ୍‍ ଜେଭରେଭ ୬-୪, ୭-୬ (୫), ୬-୩ ସେଟ୍‍ରେ ସର୍ବିଆର ଦୁସାନ ଲାଜୋଭିକଙ୍କୁ ହରାଇ କ୍ୱାର୍ଟରରେ ସ୍ଥାନ ସୁରକ୍ଷିତ କରିଛନ୍ତି। କ୍ୱାର୍ଟର ଫାଇନାଲରେ ଜେଭରେଭ ଜୋଭୋଭିଚ୍‍ଙ୍କୁ ଭେଟିବେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ସେରେନାଙ୍କ ରେକର୍ଡ ଗ୍ରାଣ୍ଡସ୍ଲାମ କ୍ୱାର୍ଟର ପ୍ରବେଶ:

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ମହିଳା ସିଙ୍ଗଲ୍ସରେ ରବିବାର ଖେଳାଯାଇଥିବା ୪ର୍ଥ ରାଉଣ୍ଡର ଏକ ମୁକାବିଲାରେ ଆମେରିକାର କିମ୍ବଦନ୍ତୀ ଖେଳାଳି ସେରେନା ୱିଲିୟମ୍ସ ୬-୪, ୨-୬, ୬-୪ ସେଟ୍‍ରେ ବେଲାରୁଷର ଆରୟାନ ସାବାଲେଙ୍କ’ଙ୍କୁ ପରାସ୍ତ କରିଛନ୍ତି। ଡାହାଣ ଆଣ୍ଠୁରେ ଆଘାତ ସମସ୍ୟା ସତ୍ତ୍ବେ ସେରେନା ଏହି ମ୍ୟାଚ୍‍ ଖେଳି ବିଜୟୀ ହୋଇ ୨୪ତମ ଗ୍ରାଣ୍ଡସ୍ଲାମ ଜିତିବା ଆଶା ଉଜ୍ଜିବୀତ ରଖିଛନ୍ତି। ଶେଷଥର ପାଇଁ ସେରେନା ୨୦୧୭ରେ ଗ୍ରାଣ୍ଡସ୍ଲାମ ବିଜୟ ସ୍ୱାଦ ଚାଖିଥିଲେ। ସେରେନାଙ୍କ ଏହା ୯୦ତମ ଅଷ୍ଟ୍ରେଲିଆନ୍‍ ଓପନ୍‍ ମ୍ୟାଚ୍‍ ବିଜୟ ଥିଲା। ସେହିଭଳି ରେକର୍ଡ ୫୪ତମ ଥର ଲାଗି ସେ ଗ୍ରାଣ୍ଡସ୍ଲାମ ଫାଇନାଲରେ ପହଞ୍ଚିଛନ୍ତି। ଓପନ୍‍ ଏରାରେ ସେ କ୍ରିସ୍‍ ଏଭର୍ଟଙ୍କ ସହ ସମକକ୍ଷ ହୋଇଛନ୍ତି। ମହିଳା ସିଙ୍ଗଲ୍ସର ଅନ୍ୟ ଏକ ୪ର୍ଥ ରାଉଣ୍ଡ ମ୍ୟାଚ୍‍ରେ ରୋମାନିଆର ୨ୟ ସିଡ୍‍ ସିମୋନା ହାଲେପ୍‍ ମଧ୍ୟ ସହଜ ବିଜୟ ଲାଭ କରି କ୍ୱାର୍ଟରରେ ପହଞ୍ଚିଛନ୍ତି। ହାଲେପ୍‍ ୩-୬, ୬-୧, ୬-୪ ସେଟ୍‍ରେ ପୋଲାଣ୍ଡର ଇଗା ସ୍ୱିଆତେକଙ୍କୁ ହରାଇଛନ୍ତି।

ସୁ-ୱି ବୟୋଜ୍ୟେଷ୍ଠ ଖେଳାଳି:

ତାଇୱାନର ସି ସୁ-ୱି ଓପନ୍‍ ଏରା’ରେ ବୟୋଜ୍ୟେଷ୍ଠ ଖେଳାଳି ଭାବେ କୌଣସି ଗ୍ରାଣ୍ଡସ୍ଲାମ୍‍ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଖେଳାଯାଇଥିବା ମହିଳା ୪ର୍ଥ ରାଉଣ୍ଡର ଏକ ମୁକାବିଲାରେ ୩୫ ବର୍ଷୀୟା ସୁ-ୱି ୬-୪, ୬-୨ ସେଟ୍‍ରେ ମାର୍କେଟା ଭୋଣ୍ଡ୍ରୋସୋଭାଙ୍କୁ ହରାଇଛନ୍ତି। କ୍ୱାର୍ଟର ଫାଇନାଲରେ ତାଙ୍କ ମୁକାବିଲା ନାଓକି ଓସାକାଙ୍କ ସହ ହେବ। ଜାପାନର ଓସାକା ୪-୬, ୬-୪, ୭-୫ ସେଟ୍‍ରେ ସ୍ପେନର ଗ୍ରାବିଏନା ମୁଗୁରୁଜାଙ୍କୁ ହରାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp