୬ ମାସ ପରେ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗର ପ୍ରଥମ ସ୍ଥାନକୁ ଫେରିଲା ଭାରତ
ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ୩୭୨ ରନରେ ଐତିହାସିକ ବିଜୟ ହାସଲ କରିବା ସହ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ଭାରତ ୧-୦ରେ କବ୍ଜା କରିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନ ଦଳ ବିପକ୍ଷ ଏହି ବୃହତ୍ ବିଜୟ ପରେ ଭାରତୀୟ ଦଳ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନକୁ ଫେରିଛି । ଭାରତ-ନ୍ୟୁଜିଲାଣ୍ଡ ସିରିଜ୍ ଶେଷ ହେବାପରେ ନୂଆ ର଼୍ୟାଙ୍କିଙ୍ଗ ଜାରି କରିଛି ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ICC) । ଯେଉଁଥିରେ […]
ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ୩୭୨ ରନରେ ଐତିହାସିକ ବିଜୟ ହାସଲ କରିବା ସହ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ଭାରତ ୧-୦ରେ କବ୍ଜା କରିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନ ଦଳ ବିପକ୍ଷ ଏହି ବୃହତ୍ ବିଜୟ ପରେ ଭାରତୀୟ ଦଳ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନକୁ ଫେରିଛି । ଭାରତ-ନ୍ୟୁଜିଲାଣ୍ଡ ସିରିଜ୍ ଶେଷ ହେବାପରେ ନୂଆ ର଼୍ୟାଙ୍କିଙ୍ଗ ଜାରି କରିଛି ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ICC) । ଯେଉଁଥିରେ ଟିମ ଇଣ୍ଡିଆ ନମ୍ବର ୧ ରେ ରହିଛି । ନ୍ୟୁଜିିଲାଣ୍ଡକୁ ହଟାଇ ଭାରତ ପ୍ରଥମ ସ୍ଥାନ ହାସଲ କରିଛି ।
🔝
ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପIndia are back to the No.1 spot in the @MRFWorldwide ICC Men’s Test Team Rankings.#INDvNZ pic.twitter.com/TjI5W7eWmq
— ICC (@ICC) December 6, 2021
ଆଇସିସି ର଼୍ୟାଙ୍କିଙ୍ଗ ଅନୁଯାୟୀ ଭାରତ ସର୍ବମୋଟ ୧୨୪ ପଏଣ୍ଟ ପାଇଁ ପ୍ରଥମ ସ୍ଥାନରେ ରହିଛି । ଅନ୍ୟପକ୍ଷେ ଭାରତଠାରୁ ହାରିବା ପରେ ନ୍ୟୁଜିଲାଣ୍ଡର ମାନ୍ୟତାରେ ଅବନତି ଘଟିଛି। ନ୍ୟୁଜିଲାଣ୍ଡ ୧୨୧ ପଏଣ୍ଟ ପାଇ ଟେଷ୍ଟ ରାଙ୍କିଂର ଦ୍ବିତୀୟ ସ୍ଥାନରେ ରହିଛି । ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଭାରତକୁ ଏକ ନମ୍ବର ସ୍ଥାନ ହରାଇବାକୁ ପଡ଼ିଥିଲା । ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଭାରତକୁ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ଡ ନମ୍ବର ଓ୍ବାନ ଦଳ ହୋଇଥିଲା। ଏବେ ପୁଣି ଥରେ ଭାରତ ୬ ମାସ ପରେ ଏକ ନମ୍ବର ଆସନ କବଜା କରିଛି । ସେହିଭଳି ଅଷ୍ଟ୍ରେଲିଆ ୧୦୮ ପଏଣ୍ଟ ସହ ତୃତୀୟ, ୧୦୭ ପଏଣ୍ଟ ସହ ଇଂଲଣ୍ଡ ୪ର୍ଥ ସ୍ଥାନରେ, ପାକିସ୍ତାନ ୯୨ ପଏଣ୍ଟ ସହ ପଞ୍ଚମ ସ୍ଥାନରେ, ଦକ୍ଷିଣ ଆଫ୍ରିକା ୮୮ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ, ଶ୍ରୀଲଙ୍କା ୮୩ ପଏଣ୍ଟ ସହ ୭ମ ସ୍ଥାନରେ, ଓ୍ବେଷ୍ଟଇଣ୍ଡିଜ ୭୫ ପଏଣ୍ଟ ସହିତ ୮ମ ସ୍ଥାନରେ ବାଂଲାଦେଶ ୪୯ ପଏଣ୍ଟ ସହ ୯ମ ସ୍ଥାନରେ ଏବଂ ଜିମ୍ବାଓ୍ବେ ୩୧ ପଏଣ୍ଟ ସହ ପଏଣ୍ଟ ଟେବୁଲର ତଳେ ରହିଛି ।
୬ ମାସ ପରେ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗର ପ୍ରଥମ ସ୍ଥାନକୁ ଫେରିଲା ଭାରତ
ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ୩୭୨ ରନରେ ଐତିହାସିକ ବିଜୟ ହାସଲ କରିବା ସହ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ଭାରତ ୧-୦ରେ କବ୍ଜା କରିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନ ଦଳ ବିପକ୍ଷ ଏହି ବୃହତ୍ ବିଜୟ ପରେ ଭାରତୀୟ ଦଳ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନକୁ ଫେରିଛି । ଭାରତ-ନ୍ୟୁଜିଲାଣ୍ଡ ସିରିଜ୍ ଶେଷ ହେବାପରେ ନୂଆ ର଼୍ୟାଙ୍କିଙ୍ଗ ଜାରି କରିଛି ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ICC) । ଯେଉଁଥିରେ ଟିମ ଇଣ୍ଡିଆ ନମ୍ବର ୧ ରେ ରହିଛି । ନ୍ୟୁଜିିଲାଣ୍ଡକୁ ହଟାଇ ଭାରତ ପ୍ରଥମ ସ୍ଥାନ ହାସଲ କରିଛି ।
🔝
India are back to the No.1 spot in the @MRFWorldwide ICC Men’s Test Team Rankings.#INDvNZ pic.twitter.com/TjI5W7eWmq