ଆଇପିଏଲ୍‌ କମେଣ୍ଟ୍ରିରୁ କାହିଁକି ବାଦ୍‌ ପଡ଼ିଲେ ଇର୍‌ଫାନ୍‌ ପଠାନ…

The Sakala Picture
Published On

ନୂଆଦିଲ୍ଲୀ: ଭାରତ ତଥା ବିଶ୍ୱର ସର୍ବଶ୍ରେଷ୍ଠ ଟି-୨୦ ପେସାଦାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍ ମାର୍ଚ୍ଚ ୨୨ରୁ ଧମାକାଦାର ଢ଼ଙ୍ଗରେ ଆରମ୍ଭ ହୋଇଛି। କେକେଆର ଓ ଆର୍‌ସିବି ମଧ୍ୟରେ ଖେଳାଯାଇଥିବା ଏହି ମୁକାବିଲାଟି ନାଟକୀୟ ହେବା ସହ ଆଇପିଏଲ୍‌ର ରୋମାଞ୍ଚ ବଢ଼ାଇଛି। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ଗୋଟିଏ ଅଭାବ ପରିଲକ୍ଷିତ ହୋଇଛି। ତାହା ହେଉଛି ଇର୍‌ଫାନ୍ ପଠାନଙ୍କ ଧାରାବିବରଣୀ ବା କମେଣ୍ଟ୍ରି। ମାଇକ୍‌ରେ କାହିଁକି ଇର୍‌ଫାନ୍‌ଙ୍କ କଥା ଶୁଣାଗଲାନି ତାହାର ତର୍ଜମା ଓ ତଦନ୍ତ ବିଭିନ୍ନ ଗଣମାଧ୍ୟମ […]

ନୂଆଦିଲ୍ଲୀ: ଭାରତ ତଥା ବିଶ୍ୱର ସର୍ବଶ୍ରେଷ୍ଠ ଟି-୨୦ ପେସାଦାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍ ମାର୍ଚ୍ଚ ୨୨ରୁ ଧମାକାଦାର ଢ଼ଙ୍ଗରେ ଆରମ୍ଭ ହୋଇଛି। କେକେଆର ଓ ଆର୍‌ସିବି ମଧ୍ୟରେ ଖେଳାଯାଇଥିବା ଏହି ମୁକାବିଲାଟି ନାଟକୀୟ ହେବା ସହ ଆଇପିଏଲ୍‌ର ରୋମାଞ୍ଚ ବଢ଼ାଇଛି। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ଗୋଟିଏ ଅଭାବ ପରିଲକ୍ଷିତ ହୋଇଛି। ତାହା ହେଉଛି ଇର୍‌ଫାନ୍ ପଠାନଙ୍କ ଧାରାବିବରଣୀ ବା କମେଣ୍ଟ୍ରି। ମାଇକ୍‌ରେ କାହିଁକି ଇର୍‌ଫାନ୍‌ଙ୍କ କଥା ଶୁଣାଗଲାନି ତାହାର ତର୍ଜମା ଓ ତଦନ୍ତ ବିଭିନ୍ନ ଗଣମାଧ୍ୟମ ଦ୍ୱାରା କରାଯାଇ କାରଣ ଜଣାପଡ଼ିଛି। ଇର୍‌ଫାନ୍‌ଙ୍କ ଅନୁପସ୍ଥିତିର ମୁଖ୍ୟ କାରଣ ହେଲା ବିଭିନ୍ନ ଭାରତୀୟ ଖେଳାଳିଙ୍କ ବିରୋଧରେ ଅଶୋଭନୀୟ ମତାମତ ଦେବା। ସେମାନଙ୍କ ସହ ସାକ୍ଷାତକାର ବେଳେ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ପ୍ରଶ୍ନକରିବା। ଅଷ୍ଟ୍ରେଲିଆ ଗସ୍ତବେଳେ ଭାରତୀୟ କ୍ରିକେଟ ଦଳ ଖରାପ ପ୍ରଦର୍ଶନ କରି ଟେଷ୍ଟ ସିରିଜ୍‌ ହାରିଥିଲା। ଏଭଳି ସମୟରେ ଖେଳାଳିମାନେ ଚାପରେ ଥିଲାବେଳେ ସେମାନଙ୍କୁ ଅପମାନିତ କଲାଭଳି ମନ୍ତବ୍ୟ ଦେଇଥିଲେ ଇର୍‌ଫାନ୍ ପଠାନ। ଭାରତୀୟ ଦଳର ଜଣେ ପ୍ରମୁଖ ଖେଳାଳି ତାଙ୍କ ଟେଲିଫୋନ ନମ୍ବର ବ୍ଲକ୍‌ କରିଦେଇଥିଲେ ବୋଲି ପ୍ରକାଶ କରିଛନ୍ତି। ବିଶେଷ କରି ବିରାଟ କୋହଲିଙ୍କ ବିରୋଧରେ ତାଙ୍କର ମତାମତ ଆଦୌ ଗ୍ରହଣୀୟ ହୋଇ ନ ଥିଲା। ଇର୍‌ଫାନ୍‌ଙ୍କ ଏପରି ବ୍ୟବହାରରେ ଅତିଷ୍ଠ ହୋଇ ଖେଳାଳିମାନେ ବିସିସିଆଇ ନିକଟରେ ଅଭିଯୋଗ କରିଥିଲେ। ଏହା ଫଳରେ ଇର୍‌ଫାନ୍‌ଙ୍କ ଧାରାବିବରଣୀ ପ୍ୟାନେଲରୁ ବାଦ୍‌ ଦିଆଯାଇଛି ବୋଲି ଜାଣିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଇର୍‌ଫାନ୍ ଜଣେ ଭଲ ଖେଳାଳି ଓ ୨୦୨୦ରେ ପେସାଦାର କ୍ରିକେଟରୁ ଅବସର ନେବାପରେ କମେଣ୍ଟ୍ରି ବା ଧାରାବିବରଣୀକୁ ଦ୍ୱିତୀୟ କ୍ୟାରିୟର ଭାବେ ଗ୍ରହଣ କରିଥିଲେ। ଏବେ ବିସିସିଆଇ ତାଙ୍କୁ ବିଦା କରିବା ପରେ ସେ ମଧ୍ୟ ଚୁପ୍‌ ହୋଇ ବସି ନାହାନ୍ତି। ସେ ସଙ୍ଗେ ସଙ୍ଗେ ତାଙ୍କର ଏକ ୟୁ ଟ୍ୟୁବ୍‌ ଚ୍ୟାନେଲ ଖୋଲି ସେଥିରେ ତାଙ୍କ ପ୍ରତିକ୍ରିୟା ଓ ମତାମତ ଦେବାରେ ଲାଗିଛନ୍ତି। ଏହି ଚ୍ୟାନେଲର ନାମ ରଖାଯାଇଛି ‘ସିଧି ବାତ୍‌ ୱିଥ୍‌ ଇର୍‌ଫାନ୍ ପଠାନ’। ଏହାର ଆରମ୍ଭ ହେବା ମାତ୍ରେ ହଜାର ହଜାର ଦର୍ଶକ ଏହାକୁ ଦେଖିସାରିଲେଣି। ଏହି ଚ୍ୟାନେଲ ମାଧ୍ୟମରେ ଇର୍‌ଫାନ୍ ତାଙ୍କ ଶାଣିତ ମତାମତ ଦେବାକୁ ଆଦୌ ଭୁଲି ନାହାନ୍ତି। ପୂର୍ବରୁ ସଞ୍ଜୟ ମଞ୍ଜରେକର ଓ ହର୍ଷ ଭୋଗ୍‌ଲେଙ୍କୁ ମଧ୍ୟ ଆଇପିଏଲ୍‌ ଧାରାବିବରଣୀରୁ ବାହାର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର