ବିନେଶଙ୍କ ଫୋଗଟଙ୍କ ଆବେଦନର ଶୁଣାଣି ଆଜି, ମିଳିବ କି ନ୍ଯାୟ…

The Sakala Picture
Published On

ନୂଆଦିଲ୍ଲୀ: ରେସଲର୍ ବିନେଶ ଫୋଗଟଙ୍କୁ ମିଳିବ କି ନ୍ୟାୟ। ତାଙ୍କୁ ରୌପ୍ଯ ପଦକ ପ୍ରଦାନ କରାଯିବ କି ନାହିଁ ଏ ନେଇ ଆଜି କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ୍ ସ୍ପୋର୍ଟସରେ ଶୁଣାଣି ହେବାର ଅଛି। ଅପରାହ୍ନ ସାଢ଼େ ଗୋଟାଏରେ ଏହି ଶୁଣାଣି ହେବ। ମାତ୍ର ଶହେ ଗ୍ରାମ ଅଧିକ ଓଜନ ପାଇଁ ସ୍ବର୍ଣ୍ଣ ପଦକ ମୁକାବିଲାରୁ ବାଦ୍ ପଡ଼ିଥିଲେ ଭିନେଶ। ଫାଇନାଲରେ ପହଞ୍ଚିଥିଲେ ମଧ୍ଯ ଲଢ଼ିପାରିନଥିଲେ। ଏହା ବିରୋଧରେ ସେ କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ୍ ସ୍ପୋର୍ଟସରେ […]

ନୂଆଦିଲ୍ଲୀ: ରେସଲର୍ ବିନେଶ ଫୋଗଟଙ୍କୁ ମିଳିବ କି ନ୍ୟାୟ। ତାଙ୍କୁ ରୌପ୍ଯ ପଦକ ପ୍ରଦାନ କରାଯିବ କି ନାହିଁ ଏ ନେଇ ଆଜି କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ୍ ସ୍ପୋର୍ଟସରେ ଶୁଣାଣି ହେବାର ଅଛି। ଅପରାହ୍ନ ସାଢ଼େ ଗୋଟାଏରେ ଏହି ଶୁଣାଣି ହେବ। ମାତ୍ର ଶହେ ଗ୍ରାମ ଅଧିକ ଓଜନ ପାଇଁ ସ୍ବର୍ଣ୍ଣ ପଦକ ମୁକାବିଲାରୁ ବାଦ୍ ପଡ଼ିଥିଲେ ଭିନେଶ। ଫାଇନାଲରେ ପହଞ୍ଚିଥିଲେ ମଧ୍ଯ ଲଢ଼ିପାରିନଥିଲେ। ଏହା ବିରୋଧରେ ସେ କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ୍ ସ୍ପୋର୍ଟସରେ ଅପିଲ କରିଛନ୍ତି। ନିଜ ଆବେଦନରେ ସେ ଦର୍ଶାଇଛନ୍ତି ଯେ, ଓଜନ ସମେତ ସବୁ ନିୟମ ଭିତରେ ରହି ସେ ଫାଇନାଲରେ ପହଞ୍ଚିଥିଲେ। ତେଣୁ ରୌପ୍ଯ ପଦକ ପାଇବାକୁ ସେ ଯୌଗ୍ୟ। ତାଙ୍କୁ ଯୁଗ୍ମ ଭାବେ ରୌପ୍ଯ ପଦକ ପ୍ରଦାନ କରାଯାଉ। ଏହା ଉପରେ ଆଜି ଅପରାହ୍ନ ଗୋଟାଏ ତିରିଶରେ କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ୍ ସ୍ପୋର୍ଟ୍ସରେ ଶୁଣାଣି ହେବ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ବିନେଶଙ୍କ ପକ୍ଷରୁ ୩ ଜଣ ବଡ଼ ବଡ଼ ଓକିଲ ଲଢିବେ ବୋଲି ଜଣାପଡ଼ିଛି। ଭାରତର ବିଶିଷ୍ଟ ଓକିଲ ହରିଶ ସାଲଭେ ଏହି ଟିମର ନେତୃତ୍ଵ ନେବେ ବୋଲି ଜଣାପଡ଼ିଛି। ଯଦି ରାୟ ତାଙ୍କ ସପକ୍ଷରେ ଯାଏ, ତେବେ ଭିନେଶଙ୍କୁ ରୌପ୍ଯ ପଦକ ମିଳିବାର ସମ୍ଭାବନା ଅଛି। ଆଉ ଥରେ ଓଜନ କରାଇ ଫାଇନାଲ ଖେଳିବାକୁ ମଧ୍ଯ ସେ ଆବେଦନ କରିଥିଲେ। ଏହାକୁ କିନ୍ତୁ ଖାରଜ କରାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

09 Aug 2024 By The Sakala

ବିନେଶଙ୍କ ଫୋଗଟଙ୍କ ଆବେଦନର ଶୁଣାଣି ଆଜି, ମିଳିବ କି ନ୍ଯାୟ…

ନୂଆଦିଲ୍ଲୀ: ରେସଲର୍ ବିନେଶ ଫୋଗଟଙ୍କୁ ମିଳିବ କି ନ୍ୟାୟ। ତାଙ୍କୁ ରୌପ୍ଯ ପଦକ ପ୍ରଦାନ କରାଯିବ କି ନାହିଁ ଏ ନେଇ ଆଜି କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ୍ ସ୍ପୋର୍ଟସରେ ଶୁଣାଣି ହେବାର ଅଛି। ଅପରାହ୍ନ ସାଢ଼େ ଗୋଟାଏରେ ଏହି ଶୁଣାଣି ହେବ। ମାତ୍ର ଶହେ ଗ୍ରାମ ଅଧିକ ଓଜନ ପାଇଁ ସ୍ବର୍ଣ୍ଣ ପଦକ ମୁକାବିଲାରୁ ବାଦ୍ ପଡ଼ିଥିଲେ ଭିନେଶ। ଫାଇନାଲରେ ପହଞ୍ଚିଥିଲେ ମଧ୍ଯ ଲଢ଼ିପାରିନଥିଲେ। ଏହା ବିରୋଧରେ ସେ କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ୍ ସ୍ପୋର୍ଟସରେ ଅପିଲ କରିଛନ୍ତି। ନିଜ ଆବେଦନରେ ସେ ଦର୍ଶାଇଛନ୍ତି ଯେ, ଓଜନ ସମେତ ସବୁ ନିୟମ ଭିତରେ ରହି ସେ ଫାଇନାଲରେ ପହଞ୍ଚିଥିଲେ। ତେଣୁ ରୌପ୍ଯ ପଦକ ପାଇବାକୁ ସେ ଯୌଗ୍ୟ। ତାଙ୍କୁ ଯୁଗ୍ମ ଭାବେ ରୌପ୍ଯ ପଦକ ପ୍ରଦାନ କରାଯାଉ। ଏହା ଉପରେ ଆଜି ଅପରାହ୍ନ ଗୋଟାଏ ତିରିଶରେ କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ୍ ସ୍ପୋର୍ଟ୍ସରେ ଶୁଣାଣି ହେବ।

ବିନେଶଙ୍କ ପକ୍ଷରୁ ୩ ଜଣ ବଡ଼ ବଡ଼ ଓକିଲ ଲଢିବେ ବୋଲି ଜଣାପଡ଼ିଛି। ଭାରତର ବିଶିଷ୍ଟ ଓକିଲ ହରିଶ ସାଲଭେ ଏହି ଟିମର ନେତୃତ୍ଵ ନେବେ ବୋଲି ଜଣାପଡ଼ିଛି। ଯଦି ରାୟ ତାଙ୍କ ସପକ୍ଷରେ ଯାଏ, ତେବେ ଭିନେଶଙ୍କୁ ରୌପ୍ଯ ପଦକ ମିଳିବାର ସମ୍ଭାବନା ଅଛି। ଆଉ ଥରେ ଓଜନ କରାଇ ଫାଇନାଲ ଖେଳିବାକୁ ମଧ୍ଯ ସେ ଆବେଦନ କରିଥିଲେ। ଏହାକୁ କିନ୍ତୁ ଖାରଜ କରାଯାଇଛି।

https://www.thesakala.in/sports/vinesh-phogats-plea-against-olympic-disqualification-accepted-hearing-today/article-34265
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର