କ୍ରିକେଟ ଜଗତ ସ୍ତବ୍ଧ; ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ଅକାଳ ବିୟୋଗ

The Sakala Picture
Published On

ମେଲବର୍ଣ୍ଣ: କ୍ରିକେଟ ଜଗତ ସ୍ତବ୍ଧ; କ୍ରୀଡ଼ା ଜଗତ ପାଇଁ ପୁଣି ଥର ଶୋକର ଛାୟା ଖେଳିଯାଇଛି । ଅଷ୍ଟ୍ରେଲିଆର ଅନ୍ୟତମ ପ୍ରସିଦ୍ଧ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ଅକାଳ ବିୟୋଗ ଘଟିଛି। ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ମାତ୍ର ୪୬ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଷ୍ଟାର କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ । ସାଇମଣ୍ଡସଙ୍କ ମୃତ୍ୟୁକୁ ନେଇ ସାରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି । ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶର ଖେଳାଳି […]

ମେଲବର୍ଣ୍ଣ: କ୍ରିକେଟ ଜଗତ ସ୍ତବ୍ଧ; କ୍ରୀଡ଼ା ଜଗତ ପାଇଁ ପୁଣି ଥର ଶୋକର ଛାୟା ଖେଳିଯାଇଛି । ଅଷ୍ଟ୍ରେଲିଆର ଅନ୍ୟତମ ପ୍ରସିଦ୍ଧ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ଅକାଳ ବିୟୋଗ ଘଟିଛି। ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ମାତ୍ର ୪୬ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଷ୍ଟାର କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ । ସାଇମଣ୍ଡସଙ୍କ ମୃତ୍ୟୁକୁ ନେଇ ସାରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି । ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶର ଖେଳାଳି ସାଇମଣ୍ଡସ୍‌ଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ସୂଚନାନୁଯାୟୀ, ସହର ଠାରୁ ପାଖାପାଖି ୫୦ କିଲୋମିଟର ଭେଷ୍ଟର ହର୍ଭେ ରେଞ୍ଜରେ ରାତି ପ୍ରାୟ ୧୦ଟା ୩୦ରେ ଏକ କାର ଦୁର୍ଘଟଣାରେ ସାଇମଣ୍ଡସ୍‌ଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୋଲିସ ତୁରନ୍ତ ପହଞ୍ଚିଥିଲା । ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା । ପୋଲିସ କହିବା ଅନୁସାରେ ଦୁର୍ଘଟଣା ଅତି ଭୟଙ୍କର ଥିଲା । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ସାଇମଣ୍ଡଙ୍କ ଶରୀରରେ ଗଭୀର କ୍ଷତ ପହଞ୍ଚିଥିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ ବିଫଳ ହୋଇଥିଲା।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଦୁଇ ଦୁଇ ଥର ଅଷ୍ଟ୍ରେଲିଆ ଟିମରେ ବିଶ୍ବକପ୍ ଖେଳିଥିଲେ ସାଇମଣ୍ଡସ୍‌ । ଏହା ଅଷ୍ଟ୍ରେଲିଆକୁ ୨୦୦୩ ଓ ୨୦୦୭ ମସିହାରେ ବିଶ୍ବକପ୍ ଜିତାଇବାରେ ମଧ୍ୟ ପ୍ରମୁଖ ଭୂମିକା ତୁଲାଇଥିଲେ ସାଇମଣ୍ଡସ୍‌ । ଅଷ୍ଟ୍ରେଲିଆ ପାଇଁ ସାଇମଣ୍ଡସ୍‌ ୨୬ଟି ଟେଷ୍ଟ ଓ ୧୯୮ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ । ସାଇମଣ୍ଡସ୍‌ଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛି ଇଣ୍ଟରନାସନାଲ କ୍ରିକେଟ କାଉନସିଲ ବା ଆଇସିସି । କିଛି ମାସ ପୂର୍ବରୁ ଅଷ୍ଟ୍ରେଲିଆର ଅନ୍ୟତମ ବିଶିଷ୍ଟ ଖେଳାଳି ସେନ୍ ୱାର୍ଣ୍ଣଙ୍କ ପରଲୋକ ହୋଇଯାଇଥିଲା ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର