ଆଇପିଏଲ ୨୦୨୨ : ଫ୍ରାଞ୍ଚାଇଜକୁ ନିରାଶ କଲେ ଦାମୀ ଖେଳାଳି

The Sakala Picture
Published On

ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣ ଚୂଡ଼ାନ୍ତ ପର୍ଯ୍ୟାୟରେ ଉପନୀତ ହୋଇଛି। ଦୁଇଟି ନୂଆ ଫ୍ରାଞ୍ଚାଇଜ ସହ ମୋଟ୍‍ ୧୦ ଗୋଟି ଦଳ ଚଳିତ ଆଇପିଏଲ୍‍ରେ ମଇଦାନକୁ ଓହ୍ଲାଇଛନ୍ତି। ସର୍ବାଧିକ ୫ଥରର ଟାଇଟଲ୍‍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ଲେ-ଅଫ୍‍ ଦୌଡ଼ରୁ ବାଦ୍‍ ପଡ଼ିସାରିଛି। ସେହିଭଳି ଡିଫେଣ୍ଡିଂ ଚାମ୍ପିଅନ୍‍ ଚେନ୍ନାଇ ସୁପର୍‍ କିଙ୍ଗ୍‍ସ ମଧ୍ୟ ସମସ୍ତଙ୍କୁ ନିରାଶ କରି ୧୦ ମ୍ୟାଚରୁ ମାତ୍ର ୩ଟି ବିଜୟ ସହ ଏହାର ଅଭିଯାନ ଏକପ୍ରକାର ଶେଷ କରିସାରିଛି। ଚଳିତ ସଂସ୍କରଣରେ […]

ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣ ଚୂଡ଼ାନ୍ତ ପର୍ଯ୍ୟାୟରେ ଉପନୀତ ହୋଇଛି। ଦୁଇଟି ନୂଆ ଫ୍ରାଞ୍ଚାଇଜ ସହ ମୋଟ୍‍ ୧୦ ଗୋଟି ଦଳ ଚଳିତ ଆଇପିଏଲ୍‍ରେ ମଇଦାନକୁ ଓହ୍ଲାଇଛନ୍ତି। ସର୍ବାଧିକ ୫ଥରର ଟାଇଟଲ୍‍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ଲେ-ଅଫ୍‍ ଦୌଡ଼ରୁ ବାଦ୍‍ ପଡ଼ିସାରିଛି। ସେହିଭଳି ଡିଫେଣ୍ଡିଂ ଚାମ୍ପିଅନ୍‍ ଚେନ୍ନାଇ ସୁପର୍‍ କିଙ୍ଗ୍‍ସ ମଧ୍ୟ ସମସ୍ତଙ୍କୁ ନିରାଶ କରି ୧୦ ମ୍ୟାଚରୁ ମାତ୍ର ୩ଟି ବିଜୟ ସହ ଏହାର ଅଭିଯାନ ଏକପ୍ରକାର ଶେଷ କରିସାରିଛି। ଚଳିତ ସଂସ୍କରଣରେ ଅନେକ ଦାମୀ ଖେଳାଳି ମଧ୍ୟ ସେମାନଙ୍କ ପ୍ରଦର୍ଶନରେ ଫ୍ରାଞ୍ଚାଇଜକୁ ନିରାଶ କରିଛନ୍ତି। ଯେଉଁଭଳି ଉଚ୍ଚା ମୂଲ୍ୟରେ ଫ୍ରାଞ୍ଚାଇଜଗୁଡ଼ିକ ସେମାନଙ୍କୁ ନିଲାମୀରେ କ୍ରୟ କରିଥିଲେ ସେହି ଖେଳାଳିମାନେ ନିଜ ମୂଲ୍ୟ ଅନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଏହିଭଳି କିଛି ଖେଳାଳିଙ୍କ ଉପରେ ନଜର ପକାଇବା।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ଇଶାନ କିସାନ (୧୫.୨୫ କୋଟି)

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ଚଳିତ ଆଇପିଏଲ୍‍ ଲାଗି ଅନୁଷ୍ଠିତ ହୋଇଥିବା ମେଗା ଖେଳାଳି ନିଲାମୀରେ ଯୁବ ୱିକେଟ୍‍କିପର ବ୍ୟାଟର୍‍ ଇଶାନ କିସାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୫.୨୫ କୋଟି ଟଙ୍କାରେ କ୍ରୟ କରିଥିଲା। ମୂଳ ଦର ୨ କୋଟି ରହିଥିଲେ ମଧ୍ୟ ମୁମ୍ବାଇ ଫ୍ରାଞ୍ଚାଇଜ ତାଙ୍କୁ ୭ ଗୁଣାରୁ ଅଧିକ ମୂଲ୍ୟରେ ଦଳରେ ସାମିଲ କରିଥିଲା। କିନ୍ତୁ ଇଶାନ ତାଙ୍କ ମୂଲ୍ୟ ଅନୁଯାୟୀ ପ୍ରଭାବୀ ପ୍ରଦର୍ଶନ କରିପାରି ନାହାନ୍ତି। ଏହି ବାମହାତୀ ବ୍ୟାଟର୍‍ ବର୍ତ୍ତମାନ ସୁଦ୍ଧା ୧୦ ମ୍ୟାଚ୍‍ ଖେଳି ୩୦ ଆଭରେଜରେ ୨୭୦ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୮୧ ରନ ତାଙ୍କର ସର୍ବୋଚ୍ଚ ସ୍କୋର ରହିଛି। ତାଙ୍କ ଷ୍ଟ୍ରାଇକ ରେଟ୍‍ ମାତ୍ର ୧୧୬.୮୮ ରହିଛି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

ଶାର୍ଦ୍ଦୁଳ ଠାକୁର (୧୦.୭୫ କୋଟି)

ଦ୍ରୁତ ବୋଲିଂ ଅଲ୍‍ରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଶାର୍ଦ୍ଦୁଳ ୧୦ ମ୍ୟାଚ୍‍ ଖେଳି ୯ଟି ୱିକେଟ୍‍ ଅକ୍ତିଆର କରିଛନ୍ତି। ଓଭର ପିଛା ସେ ପାଖାପାଖି (୯.୯୦) ୧୦ ହାରରେ ରନ୍‍ ବ୍ୟୟକରି ମହଙ୍ଗା ମଧ୍ୟ ରହିଛନ୍ତି। ଖେଳାଳି ନିଲାମୀରେ ଶାର୍ଦ୍ଦୁଳଙ୍କ ମୂଳଦର ୨ କୋଟି ରହିଥିବାବେଳେ ଦିଲ୍ଲୀ ଫ୍ରାଞ୍ଚାଇଜ ତାଙ୍କୁ ୧୦.୭୫ କୋଟି ଟଙ୍କାରେ କ୍ରୟ କରିଥିଲା। କିନ୍ତୁ ଶାର୍ଦ୍ଦୁଳ ତାଙ୍କ ନିଲାମ ଦର ଅନୁସାରେ ପ୍ରଦର୍ଶନ କରିବାରେ ସମର୍ଥ ହୋଇପାରି ନାହାନ୍ତି।

ଜନ୍ନୀ ବେୟାରଷ୍ଟୋ (୬.୭୫ କୋଟି)

ଇଂଲଣ୍ଡ ବ୍ୟାଟର୍‍ ଜନ୍ନୀ ବେୟାରଷ୍ଟୋ ମଧ୍ୟ ଚଳିତ ସିଜନରେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ପଞ୍ଜାବ କିଙ୍ଗ୍‍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବେୟାରଷ୍ଟୋ ୮ ମ୍ୟାଚ୍‍ ଖେଳି ମାତ୍ର ୧୩୬ ରନ ସଂଗ୍ରହ କରିଛନ୍ତି। ମ୍ୟାଚ୍‍ ପିଛା ସେ ୧୭ ହାରରେ ରନ୍‍ ସଂଗ୍ରହ କରିଛନ୍ତି। ତାଙ୍କ ନିଲାମ ମୂଲ୍ୟ ଅନୁଯାୟୀ ସେ ପ୍ରଦର୍ଶନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମୂଳଦର ୧.୫୦ କୋଟି ରହିଥିବାବେଳେ ଖେଳାଳି ନିଲାମୀରେ ପଞ୍ଜାବ ଫ୍ରାଞ୍ଚାଇଜ ତାଙ୍କୁ ୬.୭୫ କୋଟି ଟଙ୍କାରେ କ୍ରୟ କରିଥିଲା।

ଶାହରୁଖ ଖାନ (୯ କୋଟି)

ଗତ ମେଗା ଖେଳାଳି ନିଲାମୀରେ ଯୁବ ବ୍ୟାଟର୍‍ ଶାହରୁଖ ଖାନଙ୍କୁ ପଞ୍ଜାବ କିଙ୍ଗ୍‍ସ ମୂଳଦରଠାରୁ ଆଶାତୀତ ମୂଲ୍ୟରେ କ୍ରୟ କରିଥିଲା। ଡାହାଣହାତୀ ବ୍ୟାଟର୍‍ ଶାହରୁଖଙ୍କ ମୂଳଦର ୪୦ ଲକ୍ଷ ଟଙ୍କା ରହିଥିଲା। କିନ୍ତୁ ନିଲାମୀରେ ପଞ୍ଜାବ ତାଙ୍କୁ ୯ କୋଟି ମୂଲ୍ୟରେ କ୍ରୟ କରିଥିଲା। କିନ୍ତୁ ଏହି ମୂଲ୍ୟର ପ୍ରଦର୍ଶନ ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିପାରି ନାହିଁ। ସେ ୭ ମ୍ୟାଚ୍‍ ଖେଳି ୧୬.୩୩ ଆଭରେଜରେ ମାତ୍ର ୯୮ ରନ ସଂଗ୍ରହ କରିଛନ୍ତି।

08 May 2022 By The Sakala

ଆଇପିଏଲ ୨୦୨୨ : ଫ୍ରାଞ୍ଚାଇଜକୁ ନିରାଶ କଲେ ଦାମୀ ଖେଳାଳି

ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣ ଚୂଡ଼ାନ୍ତ ପର୍ଯ୍ୟାୟରେ ଉପନୀତ ହୋଇଛି। ଦୁଇଟି ନୂଆ ଫ୍ରାଞ୍ଚାଇଜ ସହ ମୋଟ୍‍ ୧୦ ଗୋଟି ଦଳ ଚଳିତ ଆଇପିଏଲ୍‍ରେ ମଇଦାନକୁ ଓହ୍ଲାଇଛନ୍ତି। ସର୍ବାଧିକ ୫ଥରର ଟାଇଟଲ୍‍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ଲେ-ଅଫ୍‍ ଦୌଡ଼ରୁ ବାଦ୍‍ ପଡ଼ିସାରିଛି। ସେହିଭଳି ଡିଫେଣ୍ଡିଂ ଚାମ୍ପିଅନ୍‍ ଚେନ୍ନାଇ ସୁପର୍‍ କିଙ୍ଗ୍‍ସ ମଧ୍ୟ ସମସ୍ତଙ୍କୁ ନିରାଶ କରି ୧୦ ମ୍ୟାଚରୁ ମାତ୍ର ୩ଟି ବିଜୟ ସହ ଏହାର ଅଭିଯାନ ଏକପ୍ରକାର ଶେଷ କରିସାରିଛି। ଚଳିତ ସଂସ୍କରଣରେ ଅନେକ ଦାମୀ ଖେଳାଳି ମଧ୍ୟ ସେମାନଙ୍କ ପ୍ରଦର୍ଶନରେ ଫ୍ରାଞ୍ଚାଇଜକୁ ନିରାଶ କରିଛନ୍ତି। ଯେଉଁଭଳି ଉଚ୍ଚା ମୂଲ୍ୟରେ ଫ୍ରାଞ୍ଚାଇଜଗୁଡ଼ିକ ସେମାନଙ୍କୁ ନିଲାମୀରେ କ୍ରୟ କରିଥିଲେ ସେହି ଖେଳାଳିମାନେ ନିଜ ମୂଲ୍ୟ ଅନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଏହିଭଳି କିଛି ଖେଳାଳିଙ୍କ ଉପରେ ନଜର ପକାଇବା।

ଇଶାନ କିସାନ (୧୫.୨୫ କୋଟି)

ଚଳିତ ଆଇପିଏଲ୍‍ ଲାଗି ଅନୁଷ୍ଠିତ ହୋଇଥିବା ମେଗା ଖେଳାଳି ନିଲାମୀରେ ଯୁବ ୱିକେଟ୍‍କିପର ବ୍ୟାଟର୍‍ ଇଶାନ କିସାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୫.୨୫ କୋଟି ଟଙ୍କାରେ କ୍ରୟ କରିଥିଲା। ମୂଳ ଦର ୨ କୋଟି ରହିଥିଲେ ମଧ୍ୟ ମୁମ୍ବାଇ ଫ୍ରାଞ୍ଚାଇଜ ତାଙ୍କୁ ୭ ଗୁଣାରୁ ଅଧିକ ମୂଲ୍ୟରେ ଦଳରେ ସାମିଲ କରିଥିଲା। କିନ୍ତୁ ଇଶାନ ତାଙ୍କ ମୂଲ୍ୟ ଅନୁଯାୟୀ ପ୍ରଭାବୀ ପ୍ରଦର୍ଶନ କରିପାରି ନାହାନ୍ତି। ଏହି ବାମହାତୀ ବ୍ୟାଟର୍‍ ବର୍ତ୍ତମାନ ସୁଦ୍ଧା ୧୦ ମ୍ୟାଚ୍‍ ଖେଳି ୩୦ ଆଭରେଜରେ ୨୭୦ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୮୧ ରନ ତାଙ୍କର ସର୍ବୋଚ୍ଚ ସ୍କୋର ରହିଛି। ତାଙ୍କ ଷ୍ଟ୍ରାଇକ ରେଟ୍‍ ମାତ୍ର ୧୧୬.୮୮ ରହିଛି।

ଶାର୍ଦ୍ଦୁଳ ଠାକୁର (୧୦.୭୫ କୋଟି)

ଦ୍ରୁତ ବୋଲିଂ ଅଲ୍‍ରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଶାର୍ଦ୍ଦୁଳ ୧୦ ମ୍ୟାଚ୍‍ ଖେଳି ୯ଟି ୱିକେଟ୍‍ ଅକ୍ତିଆର କରିଛନ୍ତି। ଓଭର ପିଛା ସେ ପାଖାପାଖି (୯.୯୦) ୧୦ ହାରରେ ରନ୍‍ ବ୍ୟୟକରି ମହଙ୍ଗା ମଧ୍ୟ ରହିଛନ୍ତି। ଖେଳାଳି ନିଲାମୀରେ ଶାର୍ଦ୍ଦୁଳଙ୍କ ମୂଳଦର ୨ କୋଟି ରହିଥିବାବେଳେ ଦିଲ୍ଲୀ ଫ୍ରାଞ୍ଚାଇଜ ତାଙ୍କୁ ୧୦.୭୫ କୋଟି ଟଙ୍କାରେ କ୍ରୟ କରିଥିଲା। କିନ୍ତୁ ଶାର୍ଦ୍ଦୁଳ ତାଙ୍କ ନିଲାମ ଦର ଅନୁସାରେ ପ୍ରଦର୍ଶନ କରିବାରେ ସମର୍ଥ ହୋଇପାରି ନାହାନ୍ତି।

ଜନ୍ନୀ ବେୟାରଷ୍ଟୋ (୬.୭୫ କୋଟି)

ଇଂଲଣ୍ଡ ବ୍ୟାଟର୍‍ ଜନ୍ନୀ ବେୟାରଷ୍ଟୋ ମଧ୍ୟ ଚଳିତ ସିଜନରେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ପଞ୍ଜାବ କିଙ୍ଗ୍‍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବେୟାରଷ୍ଟୋ ୮ ମ୍ୟାଚ୍‍ ଖେଳି ମାତ୍ର ୧୩୬ ରନ ସଂଗ୍ରହ କରିଛନ୍ତି। ମ୍ୟାଚ୍‍ ପିଛା ସେ ୧୭ ହାରରେ ରନ୍‍ ସଂଗ୍ରହ କରିଛନ୍ତି। ତାଙ୍କ ନିଲାମ ମୂଲ୍ୟ ଅନୁଯାୟୀ ସେ ପ୍ରଦର୍ଶନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମୂଳଦର ୧.୫୦ କୋଟି ରହିଥିବାବେଳେ ଖେଳାଳି ନିଲାମୀରେ ପଞ୍ଜାବ ଫ୍ରାଞ୍ଚାଇଜ ତାଙ୍କୁ ୬.୭୫ କୋଟି ଟଙ୍କାରେ କ୍ରୟ କରିଥିଲା।

ଶାହରୁଖ ଖାନ (୯ କୋଟି)

ଗତ ମେଗା ଖେଳାଳି ନିଲାମୀରେ ଯୁବ ବ୍ୟାଟର୍‍ ଶାହରୁଖ ଖାନଙ୍କୁ ପଞ୍ଜାବ କିଙ୍ଗ୍‍ସ ମୂଳଦରଠାରୁ ଆଶାତୀତ ମୂଲ୍ୟରେ କ୍ରୟ କରିଥିଲା। ଡାହାଣହାତୀ ବ୍ୟାଟର୍‍ ଶାହରୁଖଙ୍କ ମୂଳଦର ୪୦ ଲକ୍ଷ ଟଙ୍କା ରହିଥିଲା। କିନ୍ତୁ ନିଲାମୀରେ ପଞ୍ଜାବ ତାଙ୍କୁ ୯ କୋଟି ମୂଲ୍ୟରେ କ୍ରୟ କରିଥିଲା। କିନ୍ତୁ ଏହି ମୂଲ୍ୟର ପ୍ରଦର୍ଶନ ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିପାରି ନାହିଁ। ସେ ୭ ମ୍ୟାଚ୍‍ ଖେଳି ୧୬.୩୩ ଆଭରେଜରେ ମାତ୍ର ୯୮ ରନ ସଂଗ୍ରହ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର