ଆଜି ରାଷ୍ଟ୍ରୀୟ ମତଦାତା ଦିବସ

The Sakala Picture
Published On

ପ୍ରତ୍ୟେକ ବର୍ଷ ଜାନୁଆରୀ ୨୫ ତାରିଖକୁ ରାଷ୍ଟ୍ରୀୟ ମତଦାତା ଦିବସ ରୂପେ ପାଳନ କରାଯାଏ। ନିର୍ବାଚନରେ ଯେପରି କୌଣସି ଭୋଟର ମତଦାନରୁ ବାଦ୍ ଯିବେ ନାହିଁ, ସେ ଦିଗରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜାତୀୟ ମତଦାତା ଦିବସ ପାଳନ କରାଯାଏ । ଏହାବାଦ୍‌ ସୁଦୃଢ ଗଣତନ୍ତ୍ର ନିମନ୍ତେ ପ୍ରତ୍ୟେକ  ନାଗରିକଙ୍କ ନିର୍ବାଚନୀ ସ୍ୱାକ୍ଷରତା ଅପରିହାର୍ଯ୍ୟ । କାରଣ ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କ ଭୋଟ୍‌, ସରକାର ଗଢିବାରେ ସହାୟକ ହୋଇଥାଏ। ୨୦୧୧ରେ ପ୍ରଥମଥର ପାଇଁ ଜାନୁଆରୀ ୨୫ତାରିଖକୁ ଜାତୀୟ […]

ପ୍ରତ୍ୟେକ ବର୍ଷ ଜାନୁଆରୀ ୨୫ ତାରିଖକୁ ରାଷ୍ଟ୍ରୀୟ ମତଦାତା ଦିବସ ରୂପେ ପାଳନ କରାଯାଏ। ନିର୍ବାଚନରେ ଯେପରି କୌଣସି ଭୋଟର ମତଦାନରୁ ବାଦ୍ ଯିବେ ନାହିଁ, ସେ ଦିଗରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜାତୀୟ ମତଦାତା ଦିବସ ପାଳନ କରାଯାଏ । ଏହାବାଦ୍‌ ସୁଦୃଢ ଗଣତନ୍ତ୍ର ନିମନ୍ତେ ପ୍ରତ୍ୟେକ  ନାଗରିକଙ୍କ ନିର୍ବାଚନୀ ସ୍ୱାକ୍ଷରତା ଅପରିହାର୍ଯ୍ୟ । କାରଣ ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କ ଭୋଟ୍‌, ସରକାର ଗଢିବାରେ ସହାୟକ ହୋଇଥାଏ। ୨୦୧୧ରେ ପ୍ରଥମଥର ପାଇଁ ଜାନୁଆରୀ ୨୫ତାରିଖକୁ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯିବା ସହ ପ୍ରତ୍ୟେକ ବର୍ଷ ଏହି ଦିନଟିକୁ ଭୋଟର୍‌ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ଦିବସ ପାଳନର ଉଦ୍ଦେଶ୍ୟ, ଗଣତାନ୍ତ୍ରିକ ନିର୍ବାଚନୀ ପ୍ରକ୍ରିୟାରେ ସାଧାରଣ ନାଗରିକ ବିଶେଷ କରି ଯୁବବର୍ଗର ଭୋଟରଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା । ୧୯୫୦ ମସିହା ଜାନୁଆରୀ ୨୬ତାରିଖରେ ଭାରତ ଏକ ଧର୍ମ ନିରପେକ୍ଷ ସାଧାରଣତନ୍ତ୍ର ଘୋଷିତ ହୋଇଥିଲା, ଏହାର ପୂର୍ବଦିନ ଅର୍ଥାତ ଜାନୁଆରୀ ୨୫ତାରିଖ ଦିନ ସମ୍ବିଧାନ ଧାରା ୩୨୪ ଅନୁସାରେ, ଜାତୀୟ ନିର୍ବାଚନ କମିଶନ ପ୍ରତିଷ୍ଠା କରାଯାଇଥିଲା । ଏହାସହ ୨୧ ବର୍ଷରୁ ଅଧିକ ପ୍ରତ୍ୟେକ ନାଗରିକଙ୍କୁ (ଉଭୟ ସ୍ତ୍ରୀ ଓ ପୁରୁଷ) ମତଦାନ ଅଧିକାର ମିଳିଲା । ୧୯୮୮ ମସିହାରେ ଏଥିରେ ସଂଶୋଧନ ଅଣାଯାଇ ମତଦାତାଙ୍କ ବୟସ ସୀମା ୨୧ରୁ ୧୮କୁ ହ୍ରାସ କରାଗଲା । ସ୍ବାଧୀନ ଭାରତର ପ୍ରଥମ ଭୋଟର୍‌ ହେଉଛନ୍ତି ହିମାଚଳ ପ୍ରଦେଶର ଶ୍ୟାମ୍‌ ଶରନ ନେଗୀ। ସ୍ବାଧୀନତା ପରେ ୧୯୫୧ରେ ହୋଇଥେବା ପ୍ରଥମ ସାଧାରଣ ନିର୍ବାଚନରେ ସେ ପ୍ରଥମେ ଭୋଟ୍‌ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଆନ୍ଥ୍ରୋପିକ୍‌ ଗବେଷକଙ୍କ ଭୟଙ୍କର ଚେତାବନୀ: ମଣିଷକୁ ଧ୍ୱଂସ କରିଦେବ ଏଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp