ଓଡ଼ିଆ ଭାଷା ସାହିତ୍ୟର ବିନ୍ଧାଣି ଫକୀର ମୋହନ ସେନାପତି

The Sakala Picture
Published On

ଫକୀର ମୋହନ ସେନାପତିଙ୍କୁ ଓଡ଼ିଆ ଅଧୁନିକ ଗଦ୍ୟ ସାହିତ୍ୟର ଜନକ କୁହାଯାଏ। ତାଙ୍କର ଲେଖନୀ ଶୈଳୀ ତୀକ୍ଷ୍‌ଣ ହାସ୍ୟରସପୂର୍ଣ୍ଣ କଟାକ୍ଷ ଓ ସାମାଜିକ ବାସ୍ତବତା ପାଇଁ ପ୍ରସିଦ୍ଧ। ତାଙ୍କର ସୃଷ୍ଟି ସମ୍ଭାର ମଧ୍ୟରୁ ‘ଛମାଣ ଆଠଗୁଣ୍ଠ’ ସର୍ବଶ୍ରେଷ୍ଠ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ସହ ଭାଷା ଆନ୍ଦୋଳନର ଜଣେ କର୍ଣ୍ଣଧାର ଭାବେ ତାଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ସାମାଜିକ ବ୍ୟବସ୍ଥାର ଆଲୋଚନା ସହିତ କୁସଂସ୍କାର ଦୂର କରିବା ଦିଗରେ ତାଙ୍କର ଲେଖାଗୁଡ଼ିକ ମାଇଲ୍‌ଖୁଣ୍ଟ ସଦୃଶ। ‘ଛ’ମାଣ ଆଠଗୁଣ୍ଠ’, ‘ମାମୁଁ’ […]

ଫକୀର ମୋହନ ସେନାପତିଙ୍କୁ ଓଡ଼ିଆ ଅଧୁନିକ ଗଦ୍ୟ ସାହିତ୍ୟର ଜନକ କୁହାଯାଏ। ତାଙ୍କର ଲେଖନୀ ଶୈଳୀ ତୀକ୍ଷ୍‌ଣ ହାସ୍ୟରସପୂର୍ଣ୍ଣ କଟାକ୍ଷ ଓ ସାମାଜିକ ବାସ୍ତବତା ପାଇଁ ପ୍ରସିଦ୍ଧ। ତାଙ୍କର ସୃଷ୍ଟି ସମ୍ଭାର ମଧ୍ୟରୁ ‘ଛମାଣ ଆଠଗୁଣ୍ଠ’ ସର୍ବଶ୍ରେଷ୍ଠ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ସହ ଭାଷା ଆନ୍ଦୋଳନର ଜଣେ କର୍ଣ୍ଣଧାର ଭାବେ ତାଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ସାମାଜିକ ବ୍ୟବସ୍ଥାର ଆଲୋଚନା ସହିତ କୁସଂସ୍କାର ଦୂର କରିବା ଦିଗରେ ତାଙ୍କର ଲେଖାଗୁଡ଼ିକ ମାଇଲ୍‌ଖୁଣ୍ଟ ସଦୃଶ। ‘ଛ’ମାଣ ଆଠଗୁଣ୍ଠ’, ‘ମାମୁଁ’ ପରି ଉପନ୍ୟାସ ସହିତ ‘ରେବତୀ’, ‘ରାଣ୍ଡିପୁଅ ଅନନ୍ତା’, ‘ପେଟେଣ୍ଟ ମେଡିସିନ୍’ ଆଦି ତାଙ୍କର ବହୁ ଚର୍ଚ୍ଚିତ କ୍ଷୁଦ୍ରଗଳ୍ପ। ତାଙ୍କ ରଚନାରେ ତତ୍‌କାଳୀନ ସମାଜର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଚିତ୍ର ପ୍ରତିଫଳିତ ହୋଇଛି। ୧୮୪୩ ମସିହା ଜାନୁଆରୀ ମାସ ୧୩ ତାରିଖ ମକର ସଂକ୍ରାନ୍ତି ଦିନ ସେ ଜନ୍ମ ହେବା ସହ ୧୯୧୮ ମସିହାରେ ଜୁନ୍ ୧୪ ତାରିଖରେ ରଜ ସଂକ୍ରାନ୍ତିରେ ତାଙ୍କର ପରଲୋକ ଘଟିଥିଲା। ଏହି କାରଣରୁ ତାଙ୍କୁ ସଂକ୍ରାନ୍ତି ପୁରୁଷ ମଧ୍ୟ କୁହାଯାଏ। ତାଙ୍କ ପିତା ଲକ୍ଷ୍ମଣ ଚରଣ ସେନାପତି ଓ ମାତା ତୁଳସୀ ଦେବୀ ଥÒଲେ। ମାତ୍ର ଦେଢ଼ବର୍ଷ ବୟସ ହୋଇଥିବାବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। ପିତାଙ୍କ ମୃତ୍ୟୁର ୧୪ ମାସ ପରେ ତାଙ୍କ ମା’ ମଧ୍ୟ ଆରପାରିକୁ ଚାଲିଗଲେ। ବାଲ୍ୟକାଳରୁ ତାଙ୍କର ଲାଳନପାଳନ ଭାର ପଡ଼ିଥିଲା ଜେଜେମା’ଙ୍କ କାନ୍ଧରେ। ପରିବାର ପ୍ରତିପୋଷଣ ନିମନ୍ତେ ଫକୀରମୋହନଙ୍କୁ ପିଲାଦିନରୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ଫକୀରମୋହନ ୧୩ ବର୍ଷ ବୟସରେ ଲୀଲାବତୀ ଦେବୀଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁପରେ ସେ ୧୮୭୧ରେ କୃଷ୍ଣା କୁମାରୀ ଦେଈଙ୍କୁ ପୁନଃବିବାହ କରିଥÒଲେ। ତାଙ୍କର ଦ୍ବିତୀୟ ପତ୍ନୀଙ୍କର ୧୮୯୪ରେ ହଇଜାରେ ମୃତ୍ୟୁ ହୋଇଥିଲା। ଏତେ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ସମଗ୍ର ଓଡ଼ିଆ ଜାତି ପ୍ରତି ତାଙ୍କର ଅବଦାନ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଥିଲା। ବାଲେଶ୍ବର ସ୍କୁଲ୍‌, କଲେଜ ଓ ବିଶ୍ବବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଯାଇଛି। ମାୟାଧର ମାନସିଂହ ତାଙ୍କୁ ଓଡ଼ିଶାର ଥୋମାସ୍ ହାର୍ଡି କହୁଥିଲେ। ଓଡ଼ିଆ ସାହିତ୍ୟ ଜଗତରେ ଫକୀର ମୋହନ ହେଉଛନ୍ତି ପ୍ରଥମ ଲେଖକ ଯିଏ ନିଜ ଆତ୍ମଜୀବନୀ ଲେଖିଥିଲେ। ମଧ୍ୟବିତ୍ତ ସମାଜର ଜୀବନ ଆଲେଖ୍ୟ ବହନ କରି ଅଭିନବ ଚରିତ୍ର ଚିତ୍ରଣ କୌଶଳରେ ତାଙ୍କର କଥା ସାହିତ୍ୟ ହୋଇଛି ପ୍ରାଣସ୍ପର୍ଶୀ ଓ କାଳଜୟୀ। ଓଡ଼ିଆ ଭାଷାର ଉନ୍ନତି ନିମନ୍ତେ ସେ ବାଲେଶ୍ବରଠାରେ ଏକ ଛପାଖାନା ସ୍ଥାପନ କରି ପାକ୍ଷିକ ସାହିତ୍ୟପତ୍ର ‘ବୋଧଦାୟିନୀ’ ଓ ସମ୍ବାଦପତ୍ର ‘ସମ୍ବାଦବାହିକା’ ପ୍ରକାଶ କରିଥିଲେ, ଯାହା ତାଙ୍କର ଅକ୍ଳାନ୍ତ ପରିଶ୍ରମ, ଗଭୀର ଆତ୍ମବିଶ୍ବାସ, ଜାତିପ୍ରୀତି ଓ କର୍ତ୍ତବ୍ୟନିଷ୍ଠାର ସୁସ୍ପଷ୍ଟ ପରିଚୟ।

ଆହୁରି ପଢ଼ନ୍ତୁ: ଲିଭ୍-ଇନ୍ ରିଲେସନସିପ୍ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସମ୍ପର୍କ ଭାଙ୍ଗିଲେ ଏହାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ

13 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp