ରୋଗରୁ ମୁକ୍ତି ପାଇଁ ଗଛରେ ବାନ୍ଧନ୍ତି ଶିକୁଳି

The Sakala Picture
Published On

ଆସ୍ଥା ଓ ବିଶ୍ବାସର ଦେଶ ଭାରତ। ଏଠାରେ ବିଶ୍ବାସର ଏପରି ଉଦାହରଣ ଦେଖିବାକୁ ମିଳେ, ଯାହା ସମସ୍ତଙ୍କୁ ଚକିତ କରିପକାଏ। ଏଭଳି କିଛି ଆସ୍ଥାର ଉଦାହରଣ ଦେଖିବାକୁ ମିଳେ ମଧ୍ୟପ୍ରଦେଶ ଛତରପୁର ଅଞ୍ଚଳରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ବରଟ ନାମକ ଏକ ଗାଁ’ରେ। ଏଠାରେ ଥିବା ଏକ ଗଛ ସହ ଲୋକମାନଙ୍କ ଆସ୍ଥା ଯୋଡ଼ି ହୋଇଛି। ସ୍ଥାନୀୟ ଲୋକମାନେ ଗଛଟିକୁ ପୂଜାର୍ଚ୍ଚନା କରିବା ସହ ମାନସିକ ପୂରଣ ଲାଗି ପ୍ରାର୍ଥନା କରିଥା’ନ୍ତି। ଲୋକମାନେ ପ୍ରସାଦରେ […]

ଆସ୍ଥା ଓ ବିଶ୍ବାସର ଦେଶ ଭାରତ। ଏଠାରେ ବିଶ୍ବାସର ଏପରି ଉଦାହରଣ ଦେଖିବାକୁ ମିଳେ, ଯାହା ସମସ୍ତଙ୍କୁ ଚକିତ କରିପକାଏ। ଏଭଳି କିଛି ଆସ୍ଥାର ଉଦାହରଣ ଦେଖିବାକୁ ମିଳେ ମଧ୍ୟପ୍ରଦେଶ ଛତରପୁର ଅଞ୍ଚଳରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ବରଟ ନାମକ ଏକ ଗାଁ’ରେ। ଏଠାରେ ଥିବା ଏକ ଗଛ ସହ ଲୋକମାନଙ୍କ ଆସ୍ଥା ଯୋଡ଼ି ହୋଇଛି। ସ୍ଥାନୀୟ ଲୋକମାନେ ଗଛଟିକୁ ପୂଜାର୍ଚ୍ଚନା କରିବା ସହ ମାନସିକ ପୂରଣ ଲାଗି ପ୍ରାର୍ଥନା କରିଥା’ନ୍ତି। ଲୋକମାନେ ପ୍ରସାଦରେ କୌଣସି ଫଳମୂଳ କି ସୁନା ଓ ରୁପା ଚଢ଼ାନ୍ତି ନାହିଁ; ବରଂ ମାନସିକ ପୂରଣ ହେଲେ ଗଛରେ ଲୁହାର ଶିକୁଳି ବାନ୍ଧନ୍ତି। ଏହି ପରମ୍ପରା ଗାଁ’ରେ ୭୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପ୍ରଚଳିତ। ବରଟ ଗ୍ରାମ ପୋଖରୀ କୂଳରେ ଭଗବାନ ଶିବଙ୍କର ଏକ ମନ୍ଦିର ଅଛି, ଯାହା ବଟେଶ୍ବର ନାମରେ ପ୍ରସିଦ୍ଧ। ଏହି ମନ୍ଦିରର ନାମ ଅନୁସାରେ ଗାଁ ର ନାମ ପଡ଼ିଥିବା କୁହାଯାଏ। ଭଗବାନ ଭୋଳାଶଙ୍କରଙ୍କ ଏହି ମନ୍ଦିର ପରିସରରେ ଏକ ଶିକୁଳିରେ ଆଚ୍ଛାଦିତ ଗଛଟିକୁ ଦେଖିବାକୁ ମିଳିବ।

ଆହୁରି ପଢ଼ନ୍ତୁ: ୨୦୨୬ ଅକ୍ଷୟ ତୃତୀୟାରେ ସୁନା କିଣି ପାରୁନାହାଁନ୍ତି କି? କିଣନ୍ତୁ ଏହି ଶସ୍ତା ଏବଂ ଶୁଭ ସାମଗ୍ରୀ, ମିଳିବ ମା' ଲକ୍ଷ୍ମୀଙ୍କ କୃପା

ସୂଚନାଯୋଗ୍ୟ, ମହାନବମୀ ଦିନ ଏଠାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଜମା ହୁଅନ୍ତି। ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ ଗଛରେ ଶିକୁଳି ବାନ୍ଧନ୍ତି। ଯେଉଁମାନଙ୍କ ମାନସିକ ପୂରଣ ହୋଇଥାଏ, ସେମାନେ ମଧ୍ୟ ଗଛଟିରେ ଶିକୁଳି ବାନ୍ଧିଥା’ନ୍ତି। ଗ୍ରାମବାସୀ କହିଛନ୍ତି ଯେ, ଏହି ପ୍ରଥା ବହୁତ ପୁରୁଣା। ୧୯୪୦ ମସିହାରେ ଯେତେବେଳେ, ଦେଶରେ ହଇଜା ବ୍ୟାପିଥିଲା, ସେତେବେଳେ ଗ୍ରାମବାସୀମାନେ ଏଥିରୁ ରକ୍ଷା ପାଇବା ପାଇଁ ଗଛଟିରେ ଶିକୁଳି ବାନ୍ଧି ଥିଲେ। ସେହି ସମୟରେ ଜଣେ କେହି ବି ଗ୍ରାମବାସୀ ହଇଜାରେ ଆକ୍ରାନ୍ତ ହୋଇ ନ ଥÒଲେ କି ଏଥÒରେ ମୃତ୍ୟୁବରଣ ମଧ୍ୟ କରି ନ ଥିଲେ। ୧୯୪୦ ମସିହାଠାରୁ ପ୍ରତିବର୍ଷ ଲୋକମାନେ ରାମନବମୀ ଓ ମହାନବମୀ ଅବସରରେ ପରିବାରର ରକ୍ଷା ପାଇଁ ଏଠାରେ ଶିକୁଳି ବାନ୍ଧନ୍ତି। ଏପରିକି ଗାଁର ଲୋକମାନେ, ଯେଉଁମାନେ ସହରରେ ବସବାସ କରନ୍ତି ସେମାନେ ମଧ୍ୟ ଏଠାକୁ ଆସି ଶିକୁଳି ଅର୍ପଣ କରିଥା’ନ୍ତି। ତେବେ ବନ୍ଧା ଯାଇଥିବା ଶିକୁଳିଗୁଡ଼ିକୁ କେବେ ଖୋଲାଯାଏ ନାହି। କିନ୍ତୁ ସମୟ ସହିତ ଏହା ଗଛ ମଧ୍ୟରେ ସମାହିତ ହୋଇଯାଏ।

ଆହୁରି ପଢ଼ନ୍ତୁ: ମିସ୍ ଇଣ୍ଟରନ୍ୟାସନାଲ୍ ଇଣ୍ଡିଆରୁ ସେନା ଅଧିକାରୀ: ହାର୍ଭାର୍ଡ ପିଏଚଡି ଛାଡି ସେନାରେ ଲେଫ୍ଟନାଣ୍ଟ୍ ହେଲେ କଶିଶ୍ ମେଥୱାନୀ

28 Jan 2022 By The Sakala

ରୋଗରୁ ମୁକ୍ତି ପାଇଁ ଗଛରେ ବାନ୍ଧନ୍ତି ଶିକୁଳି

ଆସ୍ଥା ଓ ବିଶ୍ବାସର ଦେଶ ଭାରତ। ଏଠାରେ ବିଶ୍ବାସର ଏପରି ଉଦାହରଣ ଦେଖିବାକୁ ମିଳେ, ଯାହା ସମସ୍ତଙ୍କୁ ଚକିତ କରିପକାଏ। ଏଭଳି କିଛି ଆସ୍ଥାର ଉଦାହରଣ ଦେଖିବାକୁ ମିଳେ ମଧ୍ୟପ୍ରଦେଶ ଛତରପୁର ଅଞ୍ଚଳରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ବରଟ ନାମକ ଏକ ଗାଁ’ରେ। ଏଠାରେ ଥିବା ଏକ ଗଛ ସହ ଲୋକମାନଙ୍କ ଆସ୍ଥା ଯୋଡ଼ି ହୋଇଛି। ସ୍ଥାନୀୟ ଲୋକମାନେ ଗଛଟିକୁ ପୂଜାର୍ଚ୍ଚନା କରିବା ସହ ମାନସିକ ପୂରଣ ଲାଗି ପ୍ରାର୍ଥନା କରିଥା’ନ୍ତି। ଲୋକମାନେ ପ୍ରସାଦରେ କୌଣସି ଫଳମୂଳ କି ସୁନା ଓ ରୁପା ଚଢ଼ାନ୍ତି ନାହିଁ; ବରଂ ମାନସିକ ପୂରଣ ହେଲେ ଗଛରେ ଲୁହାର ଶିକୁଳି ବାନ୍ଧନ୍ତି। ଏହି ପରମ୍ପରା ଗାଁ’ରେ ୭୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପ୍ରଚଳିତ। ବରଟ ଗ୍ରାମ ପୋଖରୀ କୂଳରେ ଭଗବାନ ଶିବଙ୍କର ଏକ ମନ୍ଦିର ଅଛି, ଯାହା ବଟେଶ୍ବର ନାମରେ ପ୍ରସିଦ୍ଧ। ଏହି ମନ୍ଦିରର ନାମ ଅନୁସାରେ ଗାଁ ର ନାମ ପଡ଼ିଥିବା କୁହାଯାଏ। ଭଗବାନ ଭୋଳାଶଙ୍କରଙ୍କ ଏହି ମନ୍ଦିର ପରିସରରେ ଏକ ଶିକୁଳିରେ ଆଚ୍ଛାଦିତ ଗଛଟିକୁ ଦେଖିବାକୁ ମିଳିବ।

ସୂଚନାଯୋଗ୍ୟ, ମହାନବମୀ ଦିନ ଏଠାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଜମା ହୁଅନ୍ତି। ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ ଗଛରେ ଶିକୁଳି ବାନ୍ଧନ୍ତି। ଯେଉଁମାନଙ୍କ ମାନସିକ ପୂରଣ ହୋଇଥାଏ, ସେମାନେ ମଧ୍ୟ ଗଛଟିରେ ଶିକୁଳି ବାନ୍ଧିଥା’ନ୍ତି। ଗ୍ରାମବାସୀ କହିଛନ୍ତି ଯେ, ଏହି ପ୍ରଥା ବହୁତ ପୁରୁଣା। ୧୯୪୦ ମସିହାରେ ଯେତେବେଳେ, ଦେଶରେ ହଇଜା ବ୍ୟାପିଥିଲା, ସେତେବେଳେ ଗ୍ରାମବାସୀମାନେ ଏଥିରୁ ରକ୍ଷା ପାଇବା ପାଇଁ ଗଛଟିରେ ଶିକୁଳି ବାନ୍ଧି ଥିଲେ। ସେହି ସମୟରେ ଜଣେ କେହି ବି ଗ୍ରାମବାସୀ ହଇଜାରେ ଆକ୍ରାନ୍ତ ହୋଇ ନ ଥÒଲେ କି ଏଥÒରେ ମୃତ୍ୟୁବରଣ ମଧ୍ୟ କରି ନ ଥିଲେ। ୧୯୪୦ ମସିହାଠାରୁ ପ୍ରତିବର୍ଷ ଲୋକମାନେ ରାମନବମୀ ଓ ମହାନବମୀ ଅବସରରେ ପରିବାରର ରକ୍ଷା ପାଇଁ ଏଠାରେ ଶିକୁଳି ବାନ୍ଧନ୍ତି। ଏପରିକି ଗାଁର ଲୋକମାନେ, ଯେଉଁମାନେ ସହରରେ ବସବାସ କରନ୍ତି ସେମାନେ ମଧ୍ୟ ଏଠାକୁ ଆସି ଶିକୁଳି ଅର୍ପଣ କରିଥା’ନ୍ତି। ତେବେ ବନ୍ଧା ଯାଇଥିବା ଶିକୁଳିଗୁଡ଼ିକୁ କେବେ ଖୋଲାଯାଏ ନାହି। କିନ୍ତୁ ସମୟ ସହିତ ଏହା ଗଛ ମଧ୍ୟରେ ସମାହିତ ହୋଇଯାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp