ଆଜି ପବିତ୍ର ସୁଦଶା ବ୍ରତ

The Sakala Picture
Published On

ଉତ୍କଳୀୟ ସଂସ୍କୃତି ଧର୍ମୀୟ ଭାବନାରେ ପୂଜାବ୍ରତ ଆଧାରରେ ଲକ୍ଷ୍ମୀ ପୂଜାର ସ୍ଥାନ ହେଉଛି ଶ୍ରେଷ୍ଠ। ଧନଧାନ୍ୟ ଓ ଶ୍ରୀବୃଦ୍ଧି ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଆରାଧନା ତଥା ଉପାସନା କରିଥାନ୍ତି। ମହାଲକ୍ଷ୍ମୀଙ୍କର ପୂଜା ପରମ୍ପରା ଅତି ପ୍ରାଚୀନ। ବିଷ୍ଣୁ ପୁରାଣ, ପଦ୍ମ ପୁରାଣ, ବ୍ରହ୍ମ ବୈବର୍ତ୍ତ ପୁରାଣ, ଭାଗବତ ଆଦିରେ ମହାଲକ୍ଷ୍ମୀଙ୍କର ବର୍ଣ୍ଣନା ରହିଛି। ଯେଉଁଠି ମା’ ଲକ୍ଷ୍ମୀ ସର୍ବଦା ବରଦା ହୁଅନ୍ତି ସେଠି ଧନ ସମ୍ପଦ, ଐଶ୍ବର୍ଯ୍ୟ ସମୃଦ୍ଧି ହୋଇଥାଏ। ମହାଲକ୍ଷ୍ମୀଙ୍କ ବିଭିନ୍ନ ବ୍ରତ ମଧ୍ୟରେ […]

ଉତ୍କଳୀୟ ସଂସ୍କୃତି ଧର୍ମୀୟ ଭାବନାରେ ପୂଜାବ୍ରତ ଆଧାରରେ ଲକ୍ଷ୍ମୀ ପୂଜାର ସ୍ଥାନ ହେଉଛି ଶ୍ରେଷ୍ଠ। ଧନଧାନ୍ୟ ଓ ଶ୍ରୀବୃଦ୍ଧି ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଆରାଧନା ତଥା ଉପାସନା କରିଥାନ୍ତି। ମହାଲକ୍ଷ୍ମୀଙ୍କର ପୂଜା ପରମ୍ପରା ଅତି ପ୍ରାଚୀନ। ବିଷ୍ଣୁ ପୁରାଣ, ପଦ୍ମ ପୁରାଣ, ବ୍ରହ୍ମ ବୈବର୍ତ୍ତ ପୁରାଣ, ଭାଗବତ ଆଦିରେ ମହାଲକ୍ଷ୍ମୀଙ୍କର ବର୍ଣ୍ଣନା ରହିଛି। ଯେଉଁଠି ମା’ ଲକ୍ଷ୍ମୀ ସର୍ବଦା ବରଦା ହୁଅନ୍ତି ସେଠି ଧନ ସମ୍ପଦ, ଐଶ୍ବର୍ଯ୍ୟ ସମୃଦ୍ଧି ହୋଇଥାଏ। ମହାଲକ୍ଷ୍ମୀଙ୍କ ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ। ପରିବାର ପାଇଁ ସୁ-ଦଶା ଅର୍ଥାତ୍ ଭଲ ସମୟ କାମନା କରି ଓଡ଼ିଆ ଘରର ସଧବା ମହିଳାମାନେ ମା’ ଲକ୍ଷ୍ମୀଙ୍କର ଏହି ବ୍ରତ କରିଥାଆନ୍ତି।

ଆହୁରି ପଢ଼ନ୍ତୁ: ଲିଭ୍-ଇନ୍ ରିଲେସନସିପ୍ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସମ୍ପର୍କ ଭାଙ୍ଗିଲେ ଏହାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ

ଐଶ୍ବର୍ଯ୍ୟର ଦେବୀ ମହାଲକ୍ଷ୍ମୀଙ୍କ ଆରାଧନାର ପର୍ବ ସୁଦଶା ବ୍ରତ ନିଷ୍ଠା ଓ ଭକ୍ତିମୟ ପରିବେଶରେ ରାଜ୍ୟର କୋଣ ଅନୁକୋଣରେ ପାଳିତ ହୋଇଥାଏ। ପଦ୍ମପୁରାଣ ଅନୁସାରେ, ଯେକୌଣସି ମାସର ଶୁକ୍ଳପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ ସୁଦଶା ବ୍ରତ ହୁଏ। ଏ ବ୍ରତ ଆଜନ୍ମ କରିବାକୁ ହୁଏ। ସୁଦଶା ଶବ୍ଦ ଦଶ ସଂଖ୍ୟା ସହ ସଂଯୋଜିତ। ଏହି ବ୍ରତରେ ସାଧାରଣ ଦ୍ରବ୍ୟ ଛଡ଼ା ଦଶ ଫୁଲ, ଦଶ ଫଳ, ଦଶ ଦୂର୍ବା, ଦଶ ଖିଅ ସୂତାର ଦଶ ଗଣ୍ଠିଯୁକ୍ତ ଡୋରକ ଓ ଦଶଗୋଟି ଘୃତପକ୍ବ ମଣ୍ଡାର ଆବଶ୍ୟକ ହୁଏ। ଏହି ବ୍ରତରେ ମହାଲକ୍ଷ୍ମୀଙ୍କୁ ପୂଜା କରିବା ସହ ମହାଲକ୍ଷ୍ମୀ ସ୍ତୋତ୍ର ପାଠ କରାଯିବାର ବିଧି ରହିଛି। ପୂଜା ଶେଷରେ ବିବାହିତା ନାରୀମାନେ ବ୍ରତଧାରଣ କରନ୍ତି।

ଆହୁରି ପଢ଼ନ୍ତୁ: ସନାତନ ଧର୍ମରେ ଡାହାଣ ହାତରେ କାହିଁକି ଦିଆଯାଏ ଆଶୀର୍ବାଦ? ଜାଣନ୍ତୁ ଏହା ପଛର ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ କାରଣ

ସୁଦଶା ବ୍ରତରେ ମହାଲକ୍ଷ୍ମୀଙ୍କ ନାମରେ ଦଶଗୋଟି ଗଣ୍ଠି ପକାଯାଏ। ସେହି ନାମଗୁଡ଼ିକ ହେଲା, ଲକ୍ଷ୍ମୀ ନାରାୟଣୀ, କମଳିନୀ,ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନେସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି ନାଶିନୀ, ବିଷ୍ଣୁ ପାଟରାଣୀ ଆଦି। ଏହି ବ୍ରତ ପଛରେ ବିଦର୍ଭ ଦେଶ ନରପତି ନଳ ଓ ତାଙ୍କ ପାଟରାଣୀ ଦମୟନ୍ତୀଙ୍କ ଉତ୍‌ଥାନ ପତନ କାହାଣୀ ରହିଛି। ଥରେ ଜଣେ ବିଧବା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଥିଲେ। ବ୍ରତ ହଜାଇ ବିକଳ ଭାବେ କ୍ରନ୍ଦନ କରୁଥିବାବେଳେ ନଳରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଇଥିଲେ। କିନ୍ତୁ ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ‘ଲକ୍ଷ୍ମୀଛଡ଼ା’ ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଥିଲେ। ବ୍ରତଦାନ ପରେ ରାଜା ଓ ରାଣୀଙ୍କର ଦୁର୍ଦ୍ଦଶା ଆରମ୍ଭ ହୋଇଯାଇଛି। ଏହାପରେ ନାନା ଘାତପ୍ରତିଘାତ ଦେଇ ଗତିକରି ପରିଶେଷରେ ରାଜା ମହାଲକ୍ଷ୍ମୀଙ୍କ କୃପାରୁ ତାଙ୍କର ସବୁ ସୁଖ ଫେରି ପାଇଛନ୍ତି। ଏହି ବ୍ରତ କଲେ ବ୍ରତଧାରୀମାନେ ଉତ୍ତମ ପରିସ୍ଥତି ଓ ଶୁଭଫଳ ପ୍ରାପ୍ତ କରିଥାନ୍ତି।

ଆହୁରି ପଢ଼ନ୍ତୁ: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ: ଶ୍ରମିକଙ୍କ ପରିଶ୍ରମ ବିନା ଦେଶର ପ୍ରଗତି ଅସମ୍ଭବ

03 Nov 2022 By The Sakala

ଆଜି ପବିତ୍ର ସୁଦଶା ବ୍ରତ

ଉତ୍କଳୀୟ ସଂସ୍କୃତି ଧର୍ମୀୟ ଭାବନାରେ ପୂଜାବ୍ରତ ଆଧାରରେ ଲକ୍ଷ୍ମୀ ପୂଜାର ସ୍ଥାନ ହେଉଛି ଶ୍ରେଷ୍ଠ। ଧନଧାନ୍ୟ ଓ ଶ୍ରୀବୃଦ୍ଧି ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଆରାଧନା ତଥା ଉପାସନା କରିଥାନ୍ତି। ମହାଲକ୍ଷ୍ମୀଙ୍କର ପୂଜା ପରମ୍ପରା ଅତି ପ୍ରାଚୀନ। ବିଷ୍ଣୁ ପୁରାଣ, ପଦ୍ମ ପୁରାଣ, ବ୍ରହ୍ମ ବୈବର୍ତ୍ତ ପୁରାଣ, ଭାଗବତ ଆଦିରେ ମହାଲକ୍ଷ୍ମୀଙ୍କର ବର୍ଣ୍ଣନା ରହିଛି। ଯେଉଁଠି ମା’ ଲକ୍ଷ୍ମୀ ସର୍ବଦା ବରଦା ହୁଅନ୍ତି ସେଠି ଧନ ସମ୍ପଦ, ଐଶ୍ବର୍ଯ୍ୟ ସମୃଦ୍ଧି ହୋଇଥାଏ। ମହାଲକ୍ଷ୍ମୀଙ୍କ ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ। ପରିବାର ପାଇଁ ସୁ-ଦଶା ଅର୍ଥାତ୍ ଭଲ ସମୟ କାମନା କରି ଓଡ଼ିଆ ଘରର ସଧବା ମହିଳାମାନେ ମା’ ଲକ୍ଷ୍ମୀଙ୍କର ଏହି ବ୍ରତ କରିଥାଆନ୍ତି।

ଐଶ୍ବର୍ଯ୍ୟର ଦେବୀ ମହାଲକ୍ଷ୍ମୀଙ୍କ ଆରାଧନାର ପର୍ବ ସୁଦଶା ବ୍ରତ ନିଷ୍ଠା ଓ ଭକ୍ତିମୟ ପରିବେଶରେ ରାଜ୍ୟର କୋଣ ଅନୁକୋଣରେ ପାଳିତ ହୋଇଥାଏ। ପଦ୍ମପୁରାଣ ଅନୁସାରେ, ଯେକୌଣସି ମାସର ଶୁକ୍ଳପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ ସୁଦଶା ବ୍ରତ ହୁଏ। ଏ ବ୍ରତ ଆଜନ୍ମ କରିବାକୁ ହୁଏ। ସୁଦଶା ଶବ୍ଦ ଦଶ ସଂଖ୍ୟା ସହ ସଂଯୋଜିତ। ଏହି ବ୍ରତରେ ସାଧାରଣ ଦ୍ରବ୍ୟ ଛଡ଼ା ଦଶ ଫୁଲ, ଦଶ ଫଳ, ଦଶ ଦୂର୍ବା, ଦଶ ଖିଅ ସୂତାର ଦଶ ଗଣ୍ଠିଯୁକ୍ତ ଡୋରକ ଓ ଦଶଗୋଟି ଘୃତପକ୍ବ ମଣ୍ଡାର ଆବଶ୍ୟକ ହୁଏ। ଏହି ବ୍ରତରେ ମହାଲକ୍ଷ୍ମୀଙ୍କୁ ପୂଜା କରିବା ସହ ମହାଲକ୍ଷ୍ମୀ ସ୍ତୋତ୍ର ପାଠ କରାଯିବାର ବିଧି ରହିଛି। ପୂଜା ଶେଷରେ ବିବାହିତା ନାରୀମାନେ ବ୍ରତଧାରଣ କରନ୍ତି।

ସୁଦଶା ବ୍ରତରେ ମହାଲକ୍ଷ୍ମୀଙ୍କ ନାମରେ ଦଶଗୋଟି ଗଣ୍ଠି ପକାଯାଏ। ସେହି ନାମଗୁଡ଼ିକ ହେଲା, ଲକ୍ଷ୍ମୀ ନାରାୟଣୀ, କମଳିନୀ,ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନେସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି ନାଶିନୀ, ବିଷ୍ଣୁ ପାଟରାଣୀ ଆଦି। ଏହି ବ୍ରତ ପଛରେ ବିଦର୍ଭ ଦେଶ ନରପତି ନଳ ଓ ତାଙ୍କ ପାଟରାଣୀ ଦମୟନ୍ତୀଙ୍କ ଉତ୍‌ଥାନ ପତନ କାହାଣୀ ରହିଛି। ଥରେ ଜଣେ ବିଧବା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଥିଲେ। ବ୍ରତ ହଜାଇ ବିକଳ ଭାବେ କ୍ରନ୍ଦନ କରୁଥିବାବେଳେ ନଳରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଇଥିଲେ। କିନ୍ତୁ ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ‘ଲକ୍ଷ୍ମୀଛଡ଼ା’ ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଥିଲେ। ବ୍ରତଦାନ ପରେ ରାଜା ଓ ରାଣୀଙ୍କର ଦୁର୍ଦ୍ଦଶା ଆରମ୍ଭ ହୋଇଯାଇଛି। ଏହାପରେ ନାନା ଘାତପ୍ରତିଘାତ ଦେଇ ଗତିକରି ପରିଶେଷରେ ରାଜା ମହାଲକ୍ଷ୍ମୀଙ୍କ କୃପାରୁ ତାଙ୍କର ସବୁ ସୁଖ ଫେରି ପାଇଛନ୍ତି। ଏହି ବ୍ରତ କଲେ ବ୍ରତଧାରୀମାନେ ଉତ୍ତମ ପରିସ୍ଥତି ଓ ଶୁଭଫଳ ପ୍ରାପ୍ତ କରିଥାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp