ମୃତ୍ୟୁ ପାଇଁ ସପିଂ

The Sakala Picture
Published On

ଜଣେ ଲୋକର ମୃତ୍ୟୁ ହୋଇଗଲେ, ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକ ହେଉଥିବା ଜିନିଷଗୁଡ଼ିକ ତାଙ୍କ ପରିବାର ଲୋକେ କିଣିଥାନ୍ତି। କିନ୍ତୁ ଜାପାନୀମାନେ ଜୀବିତ ଅବସ୍ଥାରେ ନିଜର ଅନ୍ତିମସଂସ୍କାର ପାଇଁ ନିଜେ ହିଁ ଜିନିଷ କିଣିଥାନ୍ତି। ଲୋକେ ମୃତ୍ୟୁ ପୂର୍ବରୁ ନିଜ ମନ ପସନ୍ଦର କଫିନ୍‌, ପୋଷାକ ଓ ଅନ୍ୟାନ୍ୟ ଜିନିଷ କିଣିଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏଥିପାଇଁ ଏକ ଉତ୍ସବର ମଧ୍ୟ ଆୟୋଜନ କରାଯାଏ, ଯାହାକୁ ‘ଶୁକାସ୍ତୁ ଉତ୍ସବ’ ବୋଲି କୁହାଯାଏ। ‘ଶୁକାସ୍ତୁ’ର ଅର୍ଥ ହେଉଛି […]

ଜଣେ ଲୋକର ମୃତ୍ୟୁ ହୋଇଗଲେ, ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକ ହେଉଥିବା ଜିନିଷଗୁଡ଼ିକ ତାଙ୍କ ପରିବାର ଲୋକେ କିଣିଥାନ୍ତି। କିନ୍ତୁ ଜାପାନୀମାନେ ଜୀବିତ ଅବସ୍ଥାରେ ନିଜର ଅନ୍ତିମସଂସ୍କାର ପାଇଁ ନିଜେ ହିଁ ଜିନିଷ କିଣିଥାନ୍ତି। ଲୋକେ ମୃତ୍ୟୁ ପୂର୍ବରୁ ନିଜ ମନ ପସନ୍ଦର କଫିନ୍‌, ପୋଷାକ ଓ ଅନ୍ୟାନ୍ୟ ଜିନିଷ କିଣିଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏଥିପାଇଁ ଏକ ଉତ୍ସବର ମଧ୍ୟ ଆୟୋଜନ କରାଯାଏ, ଯାହାକୁ ‘ଶୁକାସ୍ତୁ ଉତ୍ସବ’ ବୋଲି କୁହାଯାଏ। ‘ଶୁକାସ୍ତୁ’ର ଅର୍ଥ ହେଉଛି – ଅନ୍ତିମ ଯାତ୍ରା ପାଇଁ ପୂର୍ବପ୍ରସ୍ତୁତି।

ଆହୁରି ପଢ଼ନ୍ତୁ: ଏଥର ସଅଳ ଆସିପାରେ ମୌସୁମୀ: ମେ’ ୨୫ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ

ଜାପାନର ରାଜଧାନୀ ଟୋକିଓଠାରେ ପ୍ରତିବର୍ଷ ଡିସେମ୍ବର ୧୬ ତାରିଖରେ ଅନ୍ତିମ ସଂସ୍କାର ସାମଗ୍ରୀ ମେଳାର ଆୟୋଜନ ହୋଇଥାଏ। ଲୋକମାନେ ଏହି ମେଳାରେ ନିଜ ମନ ପସନ୍ଦର କଫିନ୍‌, ଶବ ଉପରେ ଘୋଡ଼ାଇବା ପାଇଁ କପଡ଼ା ଓ ପୋଷାକ ଆଦି କିଣିଥାନ୍ତି। କେବଳ ସେତିକି ନୁହେଁ, କଫିନ୍‌ କିଣିସାରିବା ପରେ ସେଥିରେ ଶୋଇକି ଫଟୋ ମଧ୍ୟ ଉଠାଇଥାନ୍ତି। କବର ଦିଆଯାଉଥିବା ସ୍ଥାନର ଜମିକୁ ମଧ୍ୟ ସେମାନେ ଆଗୁଆ କିଣିଥାନ୍ତି। ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଲୋକଙ୍କୁ ମୃତ୍ୟୁ ବିଷୟରେ ଅବଗତ କରାଇବା । ଏହି ମେଳାରେ କେବଳ ବୃଦ୍ଧବୃଦ୍ଧା ନୁହନ୍ତି, ବହୁସଂଖ୍ୟାରେ ଯୁବକ ଯୁବତୀ ମଧ୍ୟ ଯୋଗ ଦିଅନ୍ତି।

ଆହୁରି ପଢ଼ନ୍ତୁ: ଲିଭ୍-ଇନ୍ ରିଲେସନସିପ୍ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସମ୍ପର୍କ ଭାଙ୍ଗିଲେ ଏହାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ

21 Sep 2022 By The Sakala

ମୃତ୍ୟୁ ପାଇଁ ସପିଂ

ଜଣେ ଲୋକର ମୃତ୍ୟୁ ହୋଇଗଲେ, ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକ ହେଉଥିବା ଜିନିଷଗୁଡ଼ିକ ତାଙ୍କ ପରିବାର ଲୋକେ କିଣିଥାନ୍ତି। କିନ୍ତୁ ଜାପାନୀମାନେ ଜୀବିତ ଅବସ୍ଥାରେ ନିଜର ଅନ୍ତିମସଂସ୍କାର ପାଇଁ ନିଜେ ହିଁ ଜିନିଷ କିଣିଥାନ୍ତି। ଲୋକେ ମୃତ୍ୟୁ ପୂର୍ବରୁ ନିଜ ମନ ପସନ୍ଦର କଫିନ୍‌, ପୋଷାକ ଓ ଅନ୍ୟାନ୍ୟ ଜିନିଷ କିଣିଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏଥିପାଇଁ ଏକ ଉତ୍ସବର ମଧ୍ୟ ଆୟୋଜନ କରାଯାଏ, ଯାହାକୁ ‘ଶୁକାସ୍ତୁ ଉତ୍ସବ’ ବୋଲି କୁହାଯାଏ। ‘ଶୁକାସ୍ତୁ’ର ଅର୍ଥ ହେଉଛି – ଅନ୍ତିମ ଯାତ୍ରା ପାଇଁ ପୂର୍ବପ୍ରସ୍ତୁତି।

ଜାପାନର ରାଜଧାନୀ ଟୋକିଓଠାରେ ପ୍ରତିବର୍ଷ ଡିସେମ୍ବର ୧୬ ତାରିଖରେ ଅନ୍ତିମ ସଂସ୍କାର ସାମଗ୍ରୀ ମେଳାର ଆୟୋଜନ ହୋଇଥାଏ। ଲୋକମାନେ ଏହି ମେଳାରେ ନିଜ ମନ ପସନ୍ଦର କଫିନ୍‌, ଶବ ଉପରେ ଘୋଡ଼ାଇବା ପାଇଁ କପଡ଼ା ଓ ପୋଷାକ ଆଦି କିଣିଥାନ୍ତି। କେବଳ ସେତିକି ନୁହେଁ, କଫିନ୍‌ କିଣିସାରିବା ପରେ ସେଥିରେ ଶୋଇକି ଫଟୋ ମଧ୍ୟ ଉଠାଇଥାନ୍ତି। କବର ଦିଆଯାଉଥିବା ସ୍ଥାନର ଜମିକୁ ମଧ୍ୟ ସେମାନେ ଆଗୁଆ କିଣିଥାନ୍ତି। ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଲୋକଙ୍କୁ ମୃତ୍ୟୁ ବିଷୟରେ ଅବଗତ କରାଇବା । ଏହି ମେଳାରେ କେବଳ ବୃଦ୍ଧବୃଦ୍ଧା ନୁହନ୍ତି, ବହୁସଂଖ୍ୟାରେ ଯୁବକ ଯୁବତୀ ମଧ୍ୟ ଯୋଗ ଦିଅନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp