ସପିଙ୍ଗ ମଲ୍‌ଗୁଡ଼ିକରେ ଜିନିଷଗୁଡ଼ିକର ପୂରାଦାମ୍‌ରୁ ଏକ ଟଙ୍କା କମ୍‌ କରି କାହିଁକି ଲେଖାଯାଇଥାଏ, ଆସନ୍ତୁ ଜାଣିବା….

The Sakala Picture
Published On

ଅନେକ ସମୟରେ ସପିଙ୍ଗ କରିବା ସମୟରେ ପୋଷାକ ହେଉ କି ଯେକୌଣସି ଜିନିଷ ସବୁଥିରେ ୩୯୯, ୪୯୯, ୯୯୯ ଦାମ୍‌ ଲେଖା ହୋଇଥିବାର ଆମେ ଦେଖିବାକୁ ପାଉ। ଅନେକ ସମୟରେ ମନରେ ପ୍ରଶ୍ନ ଆସେ, ମଲ୍‌ଗୁଡ଼ିକରେ ଜିନିଷଗୁଡ଼ିକର ପୂରାଦାମ୍‌ରୁ ଏକ ଟଙ୍କା କମ୍‌ କରି କାହିଁକି ଲେଖାଯାଇଥାଏ। ଏହା ପଛରେ ଥିବା କାରଣ ହେଲା ମାନସିକତା ଓ ବିକ୍ରି ଉଦ୍ଦେଶ୍ୟ। ଗ୍ରାହକମାନଙ୍କର ଉଦ୍ଦେଶ୍ୟ ସବୁବେଳେ କମ୍‌ ଟଙ୍କାରେ ଅଥିକ ଜିନିଷ କିଣିବା। ସେହିଭଳି ଦୋକାନୀମାନେ ମଧ୍ୟ ସେମାନଙ୍କ […]

ଅନେକ ସମୟରେ ସପିଙ୍ଗ କରିବା ସମୟରେ ପୋଷାକ ହେଉ କି ଯେକୌଣସି ଜିନିଷ ସବୁଥିରେ ୩୯୯, ୪୯୯, ୯୯୯ ଦାମ୍‌ ଲେଖା ହୋଇଥିବାର ଆମେ ଦେଖିବାକୁ ପାଉ। ଅନେକ ସମୟରେ ମନରେ ପ୍ରଶ୍ନ ଆସେ, ମଲ୍‌ଗୁଡ଼ିକରେ ଜିନିଷଗୁଡ଼ିକର ପୂରାଦାମ୍‌ରୁ ଏକ ଟଙ୍କା କମ୍‌ କରି କାହିଁକି ଲେଖାଯାଇଥାଏ। ଏହା ପଛରେ ଥିବା କାରଣ ହେଲା ମାନସିକତା ଓ ବିକ୍ରି ଉଦ୍ଦେଶ୍ୟ। ଗ୍ରାହକମାନଙ୍କର ଉଦ୍ଦେଶ୍ୟ ସବୁବେଳେ କମ୍‌ ଟଙ୍କାରେ ଅଥିକ ଜିନିଷ କିଣିବା। ସେହିଭଳି ଦୋକାନୀମାନେ ମଧ୍ୟ ସେମାନଙ୍କ ଜିନିଷ ଅଧିକ ବିକ୍ରି କରିବା ଲକ୍ଷ୍ୟ ରଖିଥାନ୍ତି। ଯେତେବେଳେ ଗ୍ରାହକ ୯ ଅଙ୍କର ସଂଖ୍ୟା ଦେଖନ୍ତି ସେତେବେଳେ ଏହା ତାଙ୍କୁ କମ୍‌ ଲାଗିଥାଏ। ଯେତେବେଳେ ଗ୍ରାହକ ୪୯୯ ଟଙ୍କା ଦେଖନ୍ତି ତାହାକୁ ୫୦୦ ଭାବିବା ପରିବର୍ତ୍ତେ ୪୦୦ର ପାଖାପାଖି ସଂଖ୍ୟା ବୋଲି ଭାବନ୍ତି। ଗ୍ରାହକଙ୍କ ଏଭଳି ମାନସିକତାର ଫାଇଦା ଉଠାନ୍ତି ବିକ୍ରେତା। ଏହାବାଦ୍‌ ଏପରି ବିକ୍ରି କୌଶଳ ଆପଣାଇବାର ଅନ୍ୟ ଏକ ବଡ଼ ଦିଗଟି ହେଉଛି- ଯେତେେବଳେ କୌଣସି ଜିନିଷର ଦାମ୍‌ ୪୯୯ ଟଙ୍କା ହୋଇଥାଏ, ୫୦୦ଟଙ୍କା ଦେଇଥିବା ବ୍ୟକ୍ତି ଜଣକ ଏକ ଟଙ୍କା ଫେରସ୍ତ ନେବାକୁ ଅନିଚ୍ଛା ପ୍ରକାଶ କରନ୍ତି। ଅନେକ ସମୟରେ ଦୋକାନୀ ତାଙ୍କ ପାଖରେ ରେଜା ପଇସା ନାହିଁ ବୋଲି କହି ଟଙ୍କାଟିଏ ଫେରାଇ ନଥାନ୍ତି। କିନ୍ତୁ ଏଥିରେ ସବୁଠୁ ଲାଭରେ ରୁହନ୍ତି ଦୋକାନୀ। କାରଣ ଏହି ଏକ ଟଙ୍କାର ବିଲ୍ ମଧ୍ୟ ତାଙ୍କୁ ଦେବାକୁ ପଡେ ନାହିଁ।

ଆହୁରି ପଢ଼ନ୍ତୁ: ପୃଥିବୀକୁ ବଞ୍ଚାଇବାକୁ ମହାକାଶୀୟ ଜିଓ-ଇଞ୍ଜିନିୟରିଂ ଆବଶ୍ୟକ, ନହେଲେ ୫୦ ବର୍ଷ ପରେ ପୃଥିବୀର ଅସ୍ତିତ୍ୱ ଧ୍ୱଂସ ପାଇଯିବ: ଏଲନ୍‌ ମସ୍କ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp