ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଫ୍ରାଏଡ୍ ଓନିଅନ୍ ମଟନ ମସଲା

The Sakala Picture
Published On

ଆବଶ୍ୟକୀୟ ସାମଗ୍ରୀ ମଟନ: ୫୦୦ ଗ୍ରାମ୍‌, କଟା ଆଳୁ: ଏକ କପ୍‌, କଟା ପିଆଜ: ଦୁଇ କପ୍‌, ଅଦା ରସୁଣ ବଟା: ଅଧା କପ୍‌, ଲଙ୍କା ଗୁଣ୍ଡ: ଏକ ଚାମଚ, ହଳଦି ଗୁଣ୍ଡ: ଏକ ଚାମଚ, ମଟନ ମସଲା: ଏକ ଚାମଚ, ଧନିଆ ଗୁଣ୍ଡ: ଅଧା ଚାମଚ, ଜିରା ଗୁଣ୍ଡ: ଅଧା ଚାମଚ, ତେଜପତ୍ର, ଡାଳଚିନି, ଗୁଜୁରାତି, ଅଳେଇଚ, ଗୋଲମରିଚ: ଅଳ୍ପ କିଛି, ଲୁଣ: ସ୍ବାଦ ଅନୁସାରେ, ତେଲ: ଆବଶ୍ୟକତା ଅନୁସାରେ। ପ୍ରସ୍ତୁତ ପ୍ରଣାଳି ପ୍ରଥମେ ମଟନକୁ […]

ଆବଶ୍ୟକୀୟ ସାମଗ୍ରୀ
ମଟନ: ୫୦୦ ଗ୍ରାମ୍‌, କଟା ଆଳୁ: ଏକ କପ୍‌, କଟା ପିଆଜ: ଦୁଇ କପ୍‌, ଅଦା ରସୁଣ ବଟା: ଅଧା କପ୍‌, ଲଙ୍କା ଗୁଣ୍ଡ: ଏକ ଚାମଚ, ହଳଦି ଗୁଣ୍ଡ: ଏକ ଚାମଚ, ମଟନ ମସଲା: ଏକ ଚାମଚ, ଧନିଆ ଗୁଣ୍ଡ: ଅଧା ଚାମଚ, ଜିରା ଗୁଣ୍ଡ: ଅଧା ଚାମଚ, ତେଜପତ୍ର, ଡାଳଚିନି, ଗୁଜୁରାତି, ଅଳେଇଚ, ଗୋଲମରିଚ: ଅଳ୍ପ କିଛି, ଲୁଣ: ସ୍ବାଦ ଅନୁସାରେ, ତେଲ: ଆବଶ୍ୟକତା ଅନୁସାରେ।

ପ୍ରସ୍ତୁତ ପ୍ରଣାଳି

ଆହୁରି ପଢ଼ନ୍ତୁ: ସନାତନ ଧର୍ମରେ ଡାହାଣ ହାତରେ କାହିଁକି ଦିଆଯାଏ ଆଶୀର୍ବାଦ? ଜାଣନ୍ତୁ ଏହା ପଛର ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ କାରଣ

ପ୍ରଥମେ ମଟନକୁ ଭଲ ଭାବେ ଧୋଇ ଲୁଣ ହଳଦି ଗୋଳାଇ ରଖନ୍ତୁ। ଚୁଲାରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ତାତିଲେ କଟା ଆଳୁ ନାଲି ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଭଜା ଆଳୁକୁ ଅଲଗା ଏକ ପାତ୍ରରେ ରଖନ୍ତୁ। ଏହା ପରେ ଆଉ କିଛି ତେଲ ଦେଇ କଟା ପିଆଜ ଭାଜି ରଖନ୍ତୁ। ପୁଣି ଥରେ କଡ଼େଇରେ ତେଲ ଦିଅନ୍ତୁ। ସେଥିରେ ତେଜପତ୍ର, ଗୋଲମରିଚ, ଡାଳଚିନି, ଗୁଜୁରାତି, ଅଳେଇଚ ପକାନ୍ତୁ। ଏହା ପରେ କଟା ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଯିବା ପରେ ଅଦା ରସୁଣ ବଟା ପକାନ୍ତୁ। ସେଥିରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ମଟନ ମସଲା ପକାଇ ଭଲ ଭାବେ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ମଟନ ପକାଇ ଭଲ ଭାବେ କଷନ୍ତୁ। ମଟନ କଷି ହୋଇ ଆସିଲେ ଆଳୁ ଓ ଭଜା ପିଆଜ ପକାଇ କିଛି ସମୟ କଷନ୍ତୁ। ଏହା ପରେ ସେଥିରେ ଉଷୁମ ପାଣି ଦେଇ ଢ଼ାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ। ମଟନ ସିଝିଯିବା ପରେ ଧନିଆ ପତ୍ର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଫ୍ରାଏଡ୍‌ ଓନିଅନ୍ ମଟନ ମସଲା।

ଆହୁରି ପଢ଼ନ୍ତୁ: ବୁଦ୍ଧ ପୂର୍ଣ୍ଣିମା ୨୦୨୬: ନିଜର ମୂଲ୍ୟ କିପରି ବୁଝିବେ? ଗୌତମ ବୁଦ୍ଧଙ୍କ ଏହି ପ୍ରେରଣାଦାୟକ କାହାଣୀରେ ଲୁଚି ରହିଛି ଉତ୍ତର

14 Oct 2022 By The Sakala

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଫ୍ରାଏଡ୍ ଓନିଅନ୍ ମଟନ ମସଲା

ଆବଶ୍ୟକୀୟ ସାମଗ୍ରୀ
ମଟନ: ୫୦୦ ଗ୍ରାମ୍‌, କଟା ଆଳୁ: ଏକ କପ୍‌, କଟା ପିଆଜ: ଦୁଇ କପ୍‌, ଅଦା ରସୁଣ ବଟା: ଅଧା କପ୍‌, ଲଙ୍କା ଗୁଣ୍ଡ: ଏକ ଚାମଚ, ହଳଦି ଗୁଣ୍ଡ: ଏକ ଚାମଚ, ମଟନ ମସଲା: ଏକ ଚାମଚ, ଧନିଆ ଗୁଣ୍ଡ: ଅଧା ଚାମଚ, ଜିରା ଗୁଣ୍ଡ: ଅଧା ଚାମଚ, ତେଜପତ୍ର, ଡାଳଚିନି, ଗୁଜୁରାତି, ଅଳେଇଚ, ଗୋଲମରିଚ: ଅଳ୍ପ କିଛି, ଲୁଣ: ସ୍ବାଦ ଅନୁସାରେ, ତେଲ: ଆବଶ୍ୟକତା ଅନୁସାରେ।

ପ୍ରସ୍ତୁତ ପ୍ରଣାଳି

ପ୍ରଥମେ ମଟନକୁ ଭଲ ଭାବେ ଧୋଇ ଲୁଣ ହଳଦି ଗୋଳାଇ ରଖନ୍ତୁ। ଚୁଲାରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ତାତିଲେ କଟା ଆଳୁ ନାଲି ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଭଜା ଆଳୁକୁ ଅଲଗା ଏକ ପାତ୍ରରେ ରଖନ୍ତୁ। ଏହା ପରେ ଆଉ କିଛି ତେଲ ଦେଇ କଟା ପିଆଜ ଭାଜି ରଖନ୍ତୁ। ପୁଣି ଥରେ କଡ଼େଇରେ ତେଲ ଦିଅନ୍ତୁ। ସେଥିରେ ତେଜପତ୍ର, ଗୋଲମରିଚ, ଡାଳଚିନି, ଗୁଜୁରାତି, ଅଳେଇଚ ପକାନ୍ତୁ। ଏହା ପରେ କଟା ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଯିବା ପରେ ଅଦା ରସୁଣ ବଟା ପକାନ୍ତୁ। ସେଥିରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ମଟନ ମସଲା ପକାଇ ଭଲ ଭାବେ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ମଟନ ପକାଇ ଭଲ ଭାବେ କଷନ୍ତୁ। ମଟନ କଷି ହୋଇ ଆସିଲେ ଆଳୁ ଓ ଭଜା ପିଆଜ ପକାଇ କିଛି ସମୟ କଷନ୍ତୁ। ଏହା ପରେ ସେଥିରେ ଉଷୁମ ପାଣି ଦେଇ ଢ଼ାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ। ମଟନ ସିଝିଯିବା ପରେ ଧନିଆ ପତ୍ର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଫ୍ରାଏଡ୍‌ ଓନିଅନ୍ ମଟନ ମସଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp