ମୋବାଇଲ୍‌ ଅଭ୍ୟାସରୁ ଶିଶୁଙ୍କୁ କେମିତି ଦୂରେଇ ରଖିବେ

The Sakala Picture
Published On

ଆଜିକାଲି କୁନି କୁନି ପିଲାମାନେ ମୋବାଇଲ୍‌ର ବହୁଳ ବ୍ୟବହାର କରୁଛନ୍ତି, ଯାହାକି ଏକ ମାନସିକ ରୋଗରେ ପରିଣତ ହୋଇଯାଇଛି। ଏହାକୁ ଡିଜିଟାଲ୍‌ ସିଣ୍ଡ୍ରୋମ୍‌ କୁହାଯାଉଛି। ବିନା ଫୋନ୍‌ରେ ସେମାନେ ଖାଦ୍ୟ ମଧ୍ୟ ଖାଉନାହାନ୍ତି। ମୋବାଇଲ୍‌ ଯୋଗୁଁ ଶିଶୁମାନଙ୍କର ଦୃଷ୍ଟିଶକ୍ତି ପ୍ରଭାବିତ ହେବା ସହିତ ଅନେକ ପ୍ରକାର ଶାରୀରିକ ସମସ୍ୟା ଦେଖିବାକୁ ମିଳୁଛି। ତେଣୁ ଶିଶୁମାନଙ୍କୁ ମୋବାଇଲ୍‌ଠାରୁ ଦୂରେଇ ରଖିବା ପାଇଁ କିଛି ଟିପ୍ସ ଅନୁସରଣ କରିହେବ। ଆସନ୍ତୁ ଜାଣିବା ସେଗୁଡ଼ିକ ସମ୍ପର୍କରେ… ପିଲାଙ୍କୁ କିଛି ନୂଆ ଶିଖାନ୍ତୁ […]

ଆଜିକାଲି କୁନି କୁନି ପିଲାମାନେ ମୋବାଇଲ୍‌ର ବହୁଳ ବ୍ୟବହାର କରୁଛନ୍ତି, ଯାହାକି ଏକ ମାନସିକ ରୋଗରେ ପରିଣତ ହୋଇଯାଇଛି। ଏହାକୁ ଡିଜିଟାଲ୍‌ ସିଣ୍ଡ୍ରୋମ୍‌ କୁହାଯାଉଛି। ବିନା ଫୋନ୍‌ରେ ସେମାନେ ଖାଦ୍ୟ ମଧ୍ୟ ଖାଉନାହାନ୍ତି। ମୋବାଇଲ୍‌ ଯୋଗୁଁ ଶିଶୁମାନଙ୍କର ଦୃଷ୍ଟିଶକ୍ତି ପ୍ରଭାବିତ ହେବା ସହିତ ଅନେକ ପ୍ରକାର ଶାରୀରିକ ସମସ୍ୟା ଦେଖିବାକୁ ମିଳୁଛି। ତେଣୁ ଶିଶୁମାନଙ୍କୁ ମୋବାଇଲ୍‌ଠାରୁ ଦୂରେଇ ରଖିବା ପାଇଁ କିଛି ଟିପ୍ସ ଅନୁସରଣ କରିହେବ। ଆସନ୍ତୁ ଜାଣିବା ସେଗୁଡ଼ିକ ସମ୍ପର୍କରେ…

ଆହୁରି ପଢ଼ନ୍ତୁ: ଲିଭ୍-ଇନ୍ ରିଲେସନସିପ୍ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସମ୍ପର୍କ ଭାଙ୍ଗିଲେ ଏହାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ

ପିଲାଙ୍କୁ କିଛି ନୂଆ ଶିଖାନ୍ତୁ

ଆହୁରି ପଢ଼ନ୍ତୁ: ସନାତନ ଧର୍ମରେ ଡାହାଣ ହାତରେ କାହିଁକି ଦିଆଯାଏ ଆଶୀର୍ବାଦ? ଜାଣନ୍ତୁ ଏହା ପଛର ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ କାରଣ

ପିଲାଙ୍କୁ ମୋବାଇଲ୍‌ ଉପରୁ ଧ୍ୟାନ ହଟାଇବା ପାଇଁ କିଛି ନୂଆ ଜିନିଷ ଶିଖାନ୍ତୁ। ପିଲାଙ୍କୁ ନାଚ, ଗୀତ କିମ୍ବା ଚିତ୍ରଆଙ୍କିବା ପସନ୍ଦ ଥÒଲେ, ସେ କ୍ଷେତ୍ରରେ ତାଙ୍କୁ ପ୍ରୋତ୍ସାହିତ କରନ୍ତୁ। ଏଭଳି ଭାବେ ପିଲାଙ୍କ ଧ୍ୟାନ ମୋବାଇଲ୍‌ରୁ ହଟିଯିବ ଏବଂ କିଛି ନୂଆ ଶିଖିବା ପାଇଁ ଆଗ୍ରହ ଆସିବ।

ଆହୁରି ପଢ଼ନ୍ତୁ: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ: ଶ୍ରମିକଙ୍କ ପରିଶ୍ରମ ବିନା ଦେଶର ପ୍ରଗତି ଅସମ୍ଭବ

ପିଲାଙ୍କୁ ସମୟ ଦିଅନ୍ତୁ

ନିଜ କାମରେ ବ୍ୟସ୍ତ ନ ରହି ପିଲାଙ୍କୁ ଅଧିକରୁ ଅଧିକ ସମୟ ଦିଅନ୍ତୁ। ପିଲାମାନେ ନିଜ ପରିବାର ସହିତ ଅଧିକ ସମୟ ବିତାଇଲେ, ମୋବାଇଲ୍‌ ବ୍ୟବହାର କମିଯାଇଥାଏ। ଏହା ସହିତ ପରିବାର ମଧ୍ୟରେ ସ୍ନେହ ସମ୍ପର୍କ ମଧ୍ୟ ମଜଭୁତ ହୋଇପାରିବ।

ସମୟ ନିର୍ଦ୍ଧାରଣ କରନ୍ତୁ

ମୋବାଇଲ୍‌ ବ୍ୟବହାର ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରନ୍ତୁ। ଶିଶୁମାନେ କେଉଁ ସମୟରୁ କେଉଁ ସମୟ ଭିତରେ ମୋବାଇଲ୍‌ ବ୍ୟବହାର କରିବେ, ସେ ସମ୍ପର୍କରେ ପିଲାଙ୍କୁ ଭଲ ଭାବେ ବୁଝାନ୍ତୁ। ଏହିପରି କରିବା ଦ୍ବାରା ପିଲାମାନେ ସବୁବେଳେ ମୋବାଇଲ୍‌ ବ୍ୟବହାର କରିବେ ନାହିଁ।

ନିଜ ପାଇଁ ମଧ୍ୟ କିଛି ନିୟମ କରନ୍ତୁ

ଅନେକଙ୍କ କ୍ଷେତ୍ରରେ ପିତା-ମାତା ଅଧିକ ସମୟ ଫୋନ୍‌ରେ ବ୍ୟସ୍ତ ରହିଥାନ୍ତି। ତେଣୁ ତାଙ୍କୁ ଦେଖÒ ପିଲାମାନେ ସେଭଳି ଆଚରଣ କରିଥାନ୍ତି। ତେଣୁ ନିଜେ କିଭଳି ଭାବେ ଫୋନ୍‌ର ବ୍ୟବହାର କମ୍‌ କରିବେ, ସେଥିପାଇଁ କିଛି ନିୟମ କରନ୍ତୁ। ଏହାକୁ ଅନୁସରଣ କରି ପିଲାମାନେ ମଧ୍ୟ ଧୀରେଧୀେର ମୋବାଇଲ୍‌ର ବ୍ୟବହାର କମ୍‌ କରିପାରିବେ।

19 Oct 2022 By The Sakala

ମୋବାଇଲ୍‌ ଅଭ୍ୟାସରୁ ଶିଶୁଙ୍କୁ କେମିତି ଦୂରେଇ ରଖିବେ

ଆଜିକାଲି କୁନି କୁନି ପିଲାମାନେ ମୋବାଇଲ୍‌ର ବହୁଳ ବ୍ୟବହାର କରୁଛନ୍ତି, ଯାହାକି ଏକ ମାନସିକ ରୋଗରେ ପରିଣତ ହୋଇଯାଇଛି। ଏହାକୁ ଡିଜିଟାଲ୍‌ ସିଣ୍ଡ୍ରୋମ୍‌ କୁହାଯାଉଛି। ବିନା ଫୋନ୍‌ରେ ସେମାନେ ଖାଦ୍ୟ ମଧ୍ୟ ଖାଉନାହାନ୍ତି। ମୋବାଇଲ୍‌ ଯୋଗୁଁ ଶିଶୁମାନଙ୍କର ଦୃଷ୍ଟିଶକ୍ତି ପ୍ରଭାବିତ ହେବା ସହିତ ଅନେକ ପ୍ରକାର ଶାରୀରିକ ସମସ୍ୟା ଦେଖିବାକୁ ମିଳୁଛି। ତେଣୁ ଶିଶୁମାନଙ୍କୁ ମୋବାଇଲ୍‌ଠାରୁ ଦୂରେଇ ରଖିବା ପାଇଁ କିଛି ଟିପ୍ସ ଅନୁସରଣ କରିହେବ। ଆସନ୍ତୁ ଜାଣିବା ସେଗୁଡ଼ିକ ସମ୍ପର୍କରେ…

ପିଲାଙ୍କୁ କିଛି ନୂଆ ଶିଖାନ୍ତୁ

ପିଲାଙ୍କୁ ମୋବାଇଲ୍‌ ଉପରୁ ଧ୍ୟାନ ହଟାଇବା ପାଇଁ କିଛି ନୂଆ ଜିନିଷ ଶିଖାନ୍ତୁ। ପିଲାଙ୍କୁ ନାଚ, ଗୀତ କିମ୍ବା ଚିତ୍ରଆଙ୍କିବା ପସନ୍ଦ ଥÒଲେ, ସେ କ୍ଷେତ୍ରରେ ତାଙ୍କୁ ପ୍ରୋତ୍ସାହିତ କରନ୍ତୁ। ଏଭଳି ଭାବେ ପିଲାଙ୍କ ଧ୍ୟାନ ମୋବାଇଲ୍‌ରୁ ହଟିଯିବ ଏବଂ କିଛି ନୂଆ ଶିଖିବା ପାଇଁ ଆଗ୍ରହ ଆସିବ।

ପିଲାଙ୍କୁ ସମୟ ଦିଅନ୍ତୁ

ନିଜ କାମରେ ବ୍ୟସ୍ତ ନ ରହି ପିଲାଙ୍କୁ ଅଧିକରୁ ଅଧିକ ସମୟ ଦିଅନ୍ତୁ। ପିଲାମାନେ ନିଜ ପରିବାର ସହିତ ଅଧିକ ସମୟ ବିତାଇଲେ, ମୋବାଇଲ୍‌ ବ୍ୟବହାର କମିଯାଇଥାଏ। ଏହା ସହିତ ପରିବାର ମଧ୍ୟରେ ସ୍ନେହ ସମ୍ପର୍କ ମଧ୍ୟ ମଜଭୁତ ହୋଇପାରିବ।

ସମୟ ନିର୍ଦ୍ଧାରଣ କରନ୍ତୁ

ମୋବାଇଲ୍‌ ବ୍ୟବହାର ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରନ୍ତୁ। ଶିଶୁମାନେ କେଉଁ ସମୟରୁ କେଉଁ ସମୟ ଭିତରେ ମୋବାଇଲ୍‌ ବ୍ୟବହାର କରିବେ, ସେ ସମ୍ପର୍କରେ ପିଲାଙ୍କୁ ଭଲ ଭାବେ ବୁଝାନ୍ତୁ। ଏହିପରି କରିବା ଦ୍ବାରା ପିଲାମାନେ ସବୁବେଳେ ମୋବାଇଲ୍‌ ବ୍ୟବହାର କରିବେ ନାହିଁ।

ନିଜ ପାଇଁ ମଧ୍ୟ କିଛି ନିୟମ କରନ୍ତୁ

ଅନେକଙ୍କ କ୍ଷେତ୍ରରେ ପିତା-ମାତା ଅଧିକ ସମୟ ଫୋନ୍‌ରେ ବ୍ୟସ୍ତ ରହିଥାନ୍ତି। ତେଣୁ ତାଙ୍କୁ ଦେଖÒ ପିଲାମାନେ ସେଭଳି ଆଚରଣ କରିଥାନ୍ତି। ତେଣୁ ନିଜେ କିଭଳି ଭାବେ ଫୋନ୍‌ର ବ୍ୟବହାର କମ୍‌ କରିବେ, ସେଥିପାଇଁ କିଛି ନିୟମ କରନ୍ତୁ। ଏହାକୁ ଅନୁସରଣ କରି ପିଲାମାନେ ମଧ୍ୟ ଧୀରେଧୀେର ମୋବାଇଲ୍‌ର ବ୍ୟବହାର କମ୍‌ କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp