ଆଜି ହିରୋସିମା ଦିବସ

The Sakala Picture
Published On

ପ୍ରତିବର୍ଷ ଅଗଷ୍ଟ ୬ ତାରିଖକୁ ‘ହିରୋସିମା ଦିବସ’ ଭାବେ ପାଳନ କରାଯାଏ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଆମେରିକା ଜାପାନର ଦୁଇ ସହର ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ନିକ୍ଷେପ କରିଥିଲା। ତେେବ ପ୍ରଥମ ବୋମା ୧୯୪୫ ଅଗଷ୍ଟ ୬ରେ ହିରୋସିମା ସହର ଉପରେ ନିକ୍ଷେପ କରାଯାଇଥିଲା। ଯାହାର ନାଁ ଥିଲା ‘ଲିଟିଲ୍ ବୟ’। ସେହିପରି ଏହାର ତିନି ଦିନ ପରେ ଅର୍ଥାତ୍ ଅଗଷ୍ଟ ୯ରେ ନାଗାସାକି ସହର ଉପରେ ଆମେରିକା ‘ଫ୍ୟାଟ୍ ମ୍ୟାନ୍’ ନାଁରେ […]

ପ୍ରତିବର୍ଷ ଅଗଷ୍ଟ ୬ ତାରିଖକୁ ‘ହିରୋସିମା ଦିବସ’ ଭାବେ ପାଳନ କରାଯାଏ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଆମେରିକା ଜାପାନର ଦୁଇ ସହର ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ନିକ୍ଷେପ କରିଥିଲା। ତେେବ ପ୍ରଥମ ବୋମା ୧୯୪୫ ଅଗଷ୍ଟ ୬ରେ ହିରୋସିମା ସହର ଉପରେ ନିକ୍ଷେପ କରାଯାଇଥିଲା। ଯାହାର ନାଁ ଥିଲା ‘ଲିଟିଲ୍ ବୟ’। ସେହିପରି ଏହାର ତିନି ଦିନ ପରେ ଅର୍ଥାତ୍ ଅଗଷ୍ଟ ୯ରେ ନାଗାସାକି ସହର ଉପରେ ଆମେରିକା ‘ଫ୍ୟାଟ୍ ମ୍ୟାନ୍’ ନାଁରେ ଅନ୍ୟ ଏକ ପରମାଣୁ ବୋମା ନିକ୍ଷେପ କରିଥିଲା। ଏହା ଦ୍ବାରା ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ।

ଆହୁରି ପଢ଼ନ୍ତୁ: ମୋବାଇଲ ଛାଡ଼, ବହି ପଢ଼; ବହି ପଢ଼଼ିଲେ ଟଙ୍କା ଦେବେ ଏହି ସରକାର...

ସେହି ଦୁଃଖଦ ମୁହୂର୍ତ୍ତକୁ ମନେପକାଇବା ସହ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ। ୧୯୪୫ରେ ଆମେରିକା ଓ ଜାପାନ ମଧ୍ୟରେ ବିବାଦ ତୀବ୍ର ରୂପ ଧାରଣ କରିଥିଲା। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ହେରି ଟ୍ରୁମ୍ୟାନ୍ ଚେତାବନୀ ଦେଇଥିଲେ ଯେ, ଜାପାନ ଯଦି ଆତ୍ମସମର୍ପଣ ନ କରିବ, ତାହେେଲ ପରମାଣୁ ବୋମା ନିକ୍ଷେପ କରାଯାଇ ସହରକୁ ଧ୍ବଂସ କରିଦିଆଯିବ। ମାତ୍ର ଜାପାନ ଆମେରିକାର କୌଣସି କଥା ଶୁଣି ନ ଥିଲା। ଶେଷରେ ଆମେରିକା ବୋଇଂ ବି-୨୯ରୁ ନିକ୍ଷେପ କରିଥିଲା ପରମାଣୁ ବୋମା। ଏହା ପରେ ପରମାଣୁ ବୋମାର ଭୟାବହତା ନେଇ ସାରା ବିଶ୍ବରେ ଆତଙ୍କ ସୃଷ୍ଟି ହୋଇଥିଲା। ଏହି ଘଟଣା ପରଠୁ ବିଶ୍ବରେ ପରମାଣୁ ବୋମା ବ୍ୟବହାର କରାଯାଇ ନାହିଁ।

ଆହୁରି ପଢ଼ନ୍ତୁ: ବାର୍ କାଉନସିଲରେ ମହିଳାଙ୍କୁ ମିଳିବ କି ୩୦% ସଂରକ୍ଷଣ? ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp