ପ୍ରପୋଜ୍‌ ଡେ’: ମନର ମଣିଷକୁ ମନଖୋଲି କହିଦିଅନ୍ତୁ ଦୃଦୟର କଥା…

The Sakala Picture
Published On

ପ୍ରେମ ହେଉଛି ଜୀବନର ସର୍ବୋତ୍ତମ ଅନୁଭବ, ଯାହା ଜୀବନକୁ ସୁନ୍ଦର କରିବା ସହ ପ୍ରତି ମୁହୂର୍ତ୍ତରେ ଖୁସିରେ ରହିବା ନିମନ୍ତେ ପ୍ରେରଣା ଦେଇଥାଏ । ଯେତେବେଳେ ଜଣଙ୍କ ହୃଦୟରେ ଅନ୍ୟ ଜଣଙ୍କ ପାଇଁ ବିଶେଷ ଭାବନା ରହିଥାଏ, ତାହାକୁ ପ୍ରେମର ପ୍ରଥମ ପରିଭାଷା ବୋଲି ଗ୍ରହଣ କରାଯାଏ। ତେବେ ନିଜର ଭାବନାକୁ ଅନ୍ୟକୁ ଜଣାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଣକର ସୁନ୍ଦର ହସ ପଛରେ ଯେ, ଅନ୍ୟ ଜଣଙ୍କର ହୃଦୟ ରହିଛି, ତାହା ପରିପ୍ରକାଶ କରିବା ହେଉଛି ପ୍ରପୋଜ୍ […]

ପ୍ରେମ ହେଉଛି ଜୀବନର ସର୍ବୋତ୍ତମ ଅନୁଭବ, ଯାହା ଜୀବନକୁ ସୁନ୍ଦର କରିବା ସହ ପ୍ରତି ମୁହୂର୍ତ୍ତରେ ଖୁସିରେ ରହିବା ନିମନ୍ତେ ପ୍ରେରଣା ଦେଇଥାଏ । ଯେତେବେଳେ ଜଣଙ୍କ ହୃଦୟରେ ଅନ୍ୟ ଜଣଙ୍କ ପାଇଁ ବିଶେଷ ଭାବନା ରହିଥାଏ, ତାହାକୁ ପ୍ରେମର ପ୍ରଥମ ପରିଭାଷା ବୋଲି ଗ୍ରହଣ କରାଯାଏ। ତେବେ ନିଜର ଭାବନାକୁ ଅନ୍ୟକୁ ଜଣାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଣକର ସୁନ୍ଦର ହସ ପଛରେ ଯେ, ଅନ୍ୟ ଜଣଙ୍କର ହୃଦୟ ରହିଛି, ତାହା ପରିପ୍ରକାଶ କରିବା ହେଉଛି ପ୍ରପୋଜ୍ ଡେ’ର ମୁଖ୍ୟ ଉଦ୍ଦେଶ୍ୟ । ବର୍ତ୍ତମାନ ଭାଲେଣ୍ଟାଇନ୍‌ ୱିକ୍‌ ବା ପ୍ରେମ ସପ୍ତାହ ଚାଲିଛି। ରୋଜ୍‌ ଡେ’କୁ ପ୍ରେମ ସପ୍ତାହର ପ୍ରଥମ ଦିନ କୁହାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ପ୍ରପୋଜ୍‌ ଡେ’ ଭାବେ ପାଳନ କରାଯାଏ। ଗୋଲାପ ଦିଆନିଆ ତ ସରି ଯାଇଛି। ଏବେ ମନର ମଣିଷକୁ  ମନକଥା ଖୋଲି କହିବାକୁ ମନ ଚାହୁଁଛି ।  ମନର ମଣିଷକୁ  ଗୋଲାପ ଦେବାପରେ, ହୃଦୟରେ ଚାପିରଖିଥିବା କଥାକୁ ପରସ୍ପର ଆଗରେ ପ୍ରକାଶ କରିବାକୁ,ଏହା ହେଉଛି ସବୁଠାରୁ ଭଲ ସୁଯୋଗ । ହୃଦୟରେ ଅନେକ ଦିନରୁ ସାଇତି ରଖିଥିବା ସେଇ ପ୍ରେମଭରା କେଇ ପଦ କଥା କହିବା ପାଇଁ ପ୍ରେମୀ ଯୁଗଳମାନେ ଏହି ଦିନଟିକୁ ପାଳନ କରିଥାନ୍ତି। ଗତକାଲି ପ୍ରେମୀ ଯୁଗଳମାନେ ଗୋଲାପ ସହ ରୋଜ୍‌ ଡେ’ ପାଳନ କରିଥିବାବେଳେ ଆଜି ସେହି ଗୋଲାପ ଦେଇ ପରସ୍ପରକୁ ପ୍ରେମ ନିବେଦନ କରିବେ। ବର୍ଷକର କୌଣସି ଦିନ ଜଣେ ଜଣକୁ ପ୍ରେମ ନିବେଦନ କରିପାରିବେ। କିନ୍ତୁ ଭାଲେଣ୍ଟାଇନ ସପ୍ତାହର ଦ୍ବିତୀୟ ଦିବସକୁ ପ୍ରପୋଜ୍‌ ଡେ’ ଭାବେ ପାଳନ କରାଯାଏ। ଏହି ଦିନରେ ଯୁବପିଢ଼ି ପ୍ରେମକୁ ସ୍ୱୀକାର କରିବା ପାଇଁ ଆକର୍ଷଣୀୟ ଫୁଲ ଓ ଉପହାର ସହ ପ୍ରେମିକ/ପ୍ରେମିକାଙ୍କୁ ପ୍ରେମ ନିବେଦନ କରିଥାନ୍ତି। ପ୍ରେମ କରିବା ସହଜ, କିନ୍ତୁ ସାଥୀଙ୍କୁ ପ୍ରେମ ନିବେଦନ କରିବା ବଡ଼ କଷ୍ଟକର କାମ। ଅନେକ ଲୋକ ନିଜ ମନର କଥା କହି ନ ପାରି ନିଜ ଈପ୍‌ସିତ ପ୍ରେମିକ ବା ପ୍ରେମିକାଙ୍କୁ ହରେଇ ବସିଥାନ୍ତି। ଅବଶ୍ୟ ସୋସିଆଲ ମିଡିଆରେ ଅଭ୍ୟୁଦୟ ଫଳରେ ପ୍ରେମ ନିବେଦନ କରିବା ସହଜ ହୋଇଛି। ପ୍ରେମିକ ପ୍ରେମିକମାନେ ମେସେଜ୍‌ ଦ୍ବାରା ନିଜର ମନର କଥା କହିପାରୁଛନ୍ତି। ଅନେକ ସମୁଦ୍ର କୂଳ ତଥା କୌଣସି ପ୍ରାକୃତିକ ପରିବେଶରେ ସାଥୀ ଆଗରେ ନିଜର ଭାବନାକୁ ପ୍ରକାଶ କରିବାକୁ ପସନ୍ଦ କରିଥାନ୍ତି।

ଆହୁରି ପଢ଼ନ୍ତୁ: ଧଳା ପାଉଡରରେ ବ୍ଲେଡ୍ ସାହାଯ୍ୟରେ ଲେଖିଲେ 'Sorry'; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଦ୍ଭୁତ କଳାକୌଶଳ

08 Feb 2025 By The Sakala

https://www.thesakala.in/special/propose-day-2025-history-significance-romantic-ways-to-celebrate-it-with-your-partner-during-valentines-week/article-38529
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର