ଅଙ୍ଗୁଳି ଟିପରେ ‘ଘଟକ’: ମ୍ୟାଟ୍ରିମୋନିଆଲ ସାଇଟ୍‌ରେ କେମିତି ଖୋଲିବେ ପ୍ରୋଫାଇଲ୍‌…

The Sakala Picture
Published On

ଭୁବନେଶ୍ୱର(ଅନୁରାଧା): କୁହାଯାଏ, ବିବାହ ସ୍ୱର୍ଗରେ ହିଁ ସ୍ଥିର ହୋଇସାରିଥାଏ। ଅର୍ଥାତ୍ ଜନ୍ମ ପୂର୍ବରୁ କିଏ କାହାର ବର ଆଉ କନ୍ୟା, ତାହା ଆଗରୁ ନିର୍ଦ୍ଧାରିତ ଥାଏ। କିନ୍ତୁ ପ୍ରାପ୍ତବୟସ୍କ ହେବା ପରେ ପୁଅ, ଝିଅଙ୍କ ପାଇଁ ପରିବାର ଲୋକେ ଉପଯୁକ୍ତ ପାତ୍ରପାତ୍ରୀ ଖୋଜିବାରେ ଲାଗିଯାନ୍ତି। କିଛି ପରିଚିତ, ବନ୍ଧୁବର୍ଗଙ୍କଠାରୁ ପ୍ରସ୍ତାବ କ୍ରମେ ବିବାହ ସ୍ଥିର କରନ୍ତି ତ ଆଉ କିଛି ଘଟସୂତ୍ରକାରୀ ବା ମଧ୍ୟସ୍ଥିର ସାହାଯ୍ୟ ନେଇଥାନ୍ତି। ଆମ ସମାଜରେ ବହୁଦିନ ଧରି ବିବାହ କ୍ଷେତ୍ରରେ ଏହି […]

ଭୁବନେଶ୍ୱର(ଅନୁରାଧା): କୁହାଯାଏ, ବିବାହ ସ୍ୱର୍ଗରେ ହିଁ ସ୍ଥିର ହୋଇସାରିଥାଏ। ଅର୍ଥାତ୍ ଜନ୍ମ ପୂର୍ବରୁ କିଏ କାହାର ବର ଆଉ କନ୍ୟା, ତାହା ଆଗରୁ ନିର୍ଦ୍ଧାରିତ ଥାଏ। କିନ୍ତୁ ପ୍ରାପ୍ତବୟସ୍କ ହେବା ପରେ ପୁଅ, ଝିଅଙ୍କ ପାଇଁ ପରିବାର ଲୋକେ ଉପଯୁକ୍ତ ପାତ୍ରପାତ୍ରୀ ଖୋଜିବାରେ ଲାଗିଯାନ୍ତି। କିଛି ପରିଚିତ, ବନ୍ଧୁବର୍ଗଙ୍କଠାରୁ ପ୍ରସ୍ତାବ କ୍ରମେ ବିବାହ ସ୍ଥିର କରନ୍ତି ତ ଆଉ କିଛି ଘଟସୂତ୍ରକାରୀ ବା ମଧ୍ୟସ୍ଥିର ସାହାଯ୍ୟ ନେଇଥାନ୍ତି। ଆମ ସମାଜରେ ବହୁଦିନ ଧରି ବିବାହ କ୍ଷେତ୍ରରେ ଏହି ଧାରା ଚାଲିଆସିଥିଲା। ବର୍ତ୍ତମାନ ଆଧୁନିକ ମଣିଷ ମ୍ୟାଟ୍ରିମୋନିଆଲ ମାଧ୍ୟମରେ ବିବାହ ପାଇଁ ପାତ୍ରପାତ୍ରୀ ଖୋଜୁଛି । ଘଟସୂତ୍ରକାରୀ ପାଲଟିଛି ମ୍ୟାଟ୍ରିମୋନିଆଲ । ଏହି ସାଇଟ୍‌ରେ କେମିତି ପ୍ରୋଫାଇଲ୍‌ ଖୋଲିବେ, କିଭଳି ଏହାର ସଦୁପଯୋଗ କରିବେ, ଏଥିପାଇଁ ଖର୍ଚ୍ଚ କେତେ ହୁଏ, ସାଇବର ଠକଙ୍କଠାରୁ କିପରି ସୁରକ୍ଷିତ ରହିପାରିବେ – ତାହାକୁ ନେଇ ଆମର ସ୍ୱତନ୍ତ୍ର ଆଲେଖ୍ୟ।

ଆହୁରି ପଢ଼ନ୍ତୁ: ହୋଲି ରଙ୍ଗରୁ କେଶକୁ କିଭଳି ସୁରକ୍ଷିତ ରଖିବେ? ଜାଣନ୍ତୁ ରଙ୍ଗ ଛଡ଼ାଇବାର କିଛି ସହଜ ଘରୋଇ ଉପାୟ

‘ନ୍ୟୁୟର୍କ ଟାଇମ୍‌’ର ତଥ୍ୟ ଅନୁସାରେ, ଭାରତରେ ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ବ ମ୍ୟାଟ୍ରିମୋନି ୱେବ୍‌ ସାଇଟ୍‌ ରହିଛି। ତନ୍ମଧ୍ୟରୁ ସାଦି, ଭାରତ ମ୍ୟାଟ୍ରିମୋନି, ଜୀବନସାଥୀ, ଲଭ୍‌ ବିବାହ, ଇଲାଇଟ୍‌ ମ୍ୟାଟ୍ରିମୋନି ଆଦି ଅନ୍ୟତମ । ସ୍ଥାନୀୟ ଭାଷା ଅନୁସାରେ ମେଟ୍ରିମୋନି ସାଇଟ୍‌ର ସୁବିଧା ରହିଥାଏ। ଆମ ରାଜ୍ୟରେ ଓଡ଼ିଆ ମ୍ୟାଟ୍ରିମୋନି, ମ୍ୟାରେଜ୍‌ ଦୁନିଆ, ଡାଏଲ ଅର୍ବାନ, ବିବାହ ଲଗ୍ନ ଆଦି ସାଇଟ୍‌ ରହିଛି। ଏହି ସାଇଟ୍‌ରେ ଯୁବପିଢ଼ି ପ୍ରୋଫାଇଲ୍‌ ଖୋଲି କମ୍ ସମୟରେ ନିଜ ପସନ୍ଦ ଅନୁଯାୟୀ ଜୀବନ ସାଥୀ ଖୋଜି ପାଇପାରୁଛନ୍ତି।

ଆହୁରି ପଢ଼ନ୍ତୁ: ହୋଲି ପାଇଁ ବ୍ୟବହାର ହେଉଥିବା ‘ଫଗୁ’ ବା ରଙ୍ଗ କିପରି ପ୍ରସ୍ତୁତ ହୁଏ? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

‘ସାଦି’ରୁ ପାଇଛି ଜୀବନସାଥୀ
‘ସାଦି ଡଟ୍ କମ୍’ ମ୍ୟାଟ୍ରିମୋନିଆଲରେ ସେ ଜୀବନ ସାଥୀଟିଏ ଖୋଜୁଥିଲେ। ମହିଳା କାଟାଗୋରୀରେ ବ୍ୟକ୍ତିଗତ ତଥ୍ୟ ଦେବା ସହ ସେଥିରେ ସେ ଜଣେ ତୃତୀୟଲିଙ୍ଗୀ ବୋଲି ଉଲ୍ଲେଖ କରିଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ଥିବା ଟିଜି ସେଲ୍‌ରେ ସମୀକ୍ଷା କାର୍ଯ୍ୟରତ। ପ୍ରୋଫାଇଲ ଖୋଲିବାର ମାତ୍ର ୬ ମାସ ପରେ ଆଇଟି ସେକ୍ଟରର କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ସେ ପସନ୍ଦ ଆସିଥିଲା। ସମୀକ୍ଷା ତାଙ୍କ ପ୍ରୋଫାଇଲ୍‌କୁ ଚେକ୍‌ କରି ଲାଇକ୍ କରିବା ପରେ ଉଭୟଙ୍କ ସମ୍ପର୍କ ଆଗକୁ ବଢ଼ିଲା। ଗୁରୁଜନଙ୍କ ଉପସ୍ଥିତିରେ ଉଭୟଙ୍କ କଥାବାର୍ତ୍ତା ଆଉ ତା’ପରେ ପରସ୍ପରର ଜୀବନସାଥୀ ପାଲଟିଥିଲେ।

ଜାତି ଓ ବୃତ୍ତିକୁ ଗୁରୁତ୍ବ
ସମସ୍ତ ମେଟ୍ରିମୋନିରେ ନିର୍ଦ୍ଦିଷ୍ଟ ଜାତି ଓ ବୃତ୍ତିଗତ ସାଇଟ୍‌ର ସୁବିଧା ରଖିଛନ୍ତି। ବ୍ରାହ୍ମଣ, ଖଣ୍ଡାୟତ, କରଣ ଆଦି ଶତାଧିକ ଜାତି ପାଇଁ ସ୍ବତନ୍ତ୍ର ମ୍ୟାଟ୍ରିମୋନି ରହିଛି । ସେହିପରି ଛାଡ଼ପତ୍ର ପାଇଥିବା ବ୍ୟକ୍ତି କିମ୍ବା ବିଧବା ମହିଳାଙ୍କୁ ଦ୍ୱିତୀୟ ବିବାହ ପାଇଁ ମ୍ୟାଟ୍ରିମୋନିର ସ୍ୱତନ୍ତ୍ର ସୁବିଧା ରହିଛି। ପେସାଗତ ମ୍ୟାଟ୍ରିମୋନି ସାଇଟ୍‌ରେ ସଫ୍ଟୱେର ଇଞ୍ଜିନିୟର, ସେନାବାହିନୀ ଓ ଡାକ୍ତରଙ୍କୁ ଅଧିକ ଖୋଜାଯାଉଥିବା ପରାମର୍ଶଦାତା କୁହନ୍ତି।

କେମିତି କରିବେ ପଞ୍ଜୀକରଣ: ପ୍ରଥମେ ଗୁଗଲ୍ ପ୍ଲେ ଷ୍ଟୋର୍‌କୁ ଯାଇ ପଞ୍ଜୀକୃତ ମେଟ୍ରିମୋନି ଆପ୍ ଡାଉନ୍ ଲୋଡ କରନ୍ତୁ। ଆପ୍ ଡାଉନ୍ ଲୋଡ୍ ପରେ ପ୍ରଥମେ ବିନା ଦେୟରେ ଜଣେ ବ୍ୟକ୍ତି ନିଜର ନାଁ, ଫୋନ୍ ନମ୍ବର, କାହା ପାଇଁ ପ୍ରୋଫାଇଲ୍ ଖୋଲିବାକୁ ଚାହୁଁଛନ୍ତି, ତାହା ଉଲ୍ଲେଖ କରି ପଞ୍ଜୀକରଣ କରିପାରିବେ । ଏହାପରେ ସଦସ୍ୟତା ପାଇଁ ମ୍ୟାଟ୍ରିମୋନିରେ କିଛି ଟଙ୍କା ପୈଠ କରାଯାଏ। ନିଜର ବ୍ୟକ୍ତିଗତ ତଥ୍ୟ ସହ ସେ ଖୋଜୁଥିବା ଜୀବନସାଥୀଙ୍କ ରଙ୍ଗ, ଉଚ୍ଚତା, ଶିକ୍ଷାଗତ ଯୋଗ୍ୟତା, ଜାତି, ବୃତ୍ତି, ଗୁଣ, ସ୍ଥାନ, ପାରିବାରିକ ଚଳଣି, ରୁଚି ଆଦି ତଥ୍ୟ ବିଷୟରେ ଉଲ୍ଲେଖ କରିଥାନ୍ତି।

ସ୍ବତନ୍ତ୍ର ପ୍ୟାକେଜ୍‌: ମେମ୍ବରସିପ୍ ଦୁଇ ପ୍ରକାରର ଥାଏ । ଗୋଟେ ସେଲ୍ଫ୍ ସର୍ଭିସ ଓ ଅନ୍ୟଟି ଆସିଷ୍ଟେଡ୍‌ ସର୍ଭିସ୍। ତିନିମାସ, ୬ମାସ ଏବଂ ୧୨ ମାସ ପାଇଁ କିଛି ଟଙ୍କା ପୈଠ କରି ସାଇଟ୍‌ ତରଫରୁ ଥିବା ନିୟମ ଅନୁସାରେ ସୀମିତ ପ୍ରସ୍ତାବ ସହ ଯୋଗାଯୋଗ ପାଇଁ ଅନୁମତି ଦିଆଯାଏ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଯଦି ବିବାହ ସ୍ଥିର ହୋଇପାରୁନି, ପୁନର୍ବାର ରିନ୍ୟୁ କରିବାକୁ ପଡ଼ିଥାଏ। ମ୍ୟାଟ୍ରିମୋନି ସଂସ୍ଥା ପକ୍ଷରୁ ମଧ୍ୟ ସେମାନଙ୍କୁ କିଛି ପ୍ରତିଶତ ରିହାତି ପ୍ରଦାନ କରାଯାଏ।

ସାଇକଲ୍‌ରେ ବୁଲି ବୁଲି ମଧ୍ୟସ୍ଥି କାମ
ବୟସ ୫୮ ବର୍ଷ। ୧୯୯୩ ବର୍ଷରୁ ସେ ମଧ୍ୟସ୍ଥ କାମ ଆରମ୍ଭ କରିଥିଲେ। ତାଙ୍କ ଜୀବନରେ ସେ ୧୦୦ରୁ ଅଧିକ ବିବାହ କରାଇଛନ୍ତି। ସେତେବେଳେ ମ୍ୟାଟ୍ରିମୋନି ନ ଥିଲା। ବଜାରରେ ସେ ଦୋକାନ କରିଥିଲେ। ବିବାହ ପ୍ରସ୍ତାବ ଖୋଜି ଖୋଜି ଲୋକ ହଇରାଣ ହେଉଥିବା ଦେଖି ଲୋକଙ୍କୁ ସାହାଯ୍ୟ କରିବା ଆଳରେ ମଧ୍ୟସ୍ଥ କାମ ଆରମ୍ଭ କରିଥିଲେ କଟକ ଜିଲ୍ଲା, ସାଲେପୁର ବ୍ଲକ୍‌ର ଶିଶୁଆ ପଞ୍ଚାୟତ, ବାହରପଡ଼ା ଗାଁର ବ୍ରଜକିଶୋର ପୃଷ୍ଟି। ପ୍ରଥମ ବିବାହ କରାଇବା ପରେ ତାଙ୍କ ବେକରେ ଖଣ୍ଡେ ଗାମୁଛା ପକାଯାଇଥିଲା। ଏଥିରେ ସେ ଏତେ ଖୁସି ଯାଇଥିଲେ, ଏହାପରେ ସେ ଭୁବନେଶ୍ୱରରୁ ଯାଜପୁର, ପୁରୀରୁ କେନ୍ଦ୍ରାପଡ଼ା, ବଲାଙ୍ଗୀର, ସମ୍ବଲପୁର, ରେଢ଼ାଖୋଲ ଆଦି ବହୁ ଦୂରଦୂରାନ୍ତ ଯାଏଁ ଅନେକଙ୍କ ବିବାହ କରାଇଛନ୍ତି। ଧୋତି, ଗଞ୍ଜି, ଶାଢ଼ି କିମ୍ବା ମାତ୍ର ୩୦୦ଟଙ୍କା ଦେଲେ ବିବାହ ପାଇଁ ପିଲା ଖୋଜୁଥିଲେ। ଏଥିପାଇଁ ସାହାରା ଥିଲା ତାଙ୍କର ଖଣ୍ଡେ ସାଇକଲ। ସାଇକଲ ଧରି ସେ ସାଲେପୁରରୁ ଢ଼େଙ୍କାନାଳ, ଯାଜପୁର, ଅନୁଗୁଳ ଯାଇଛନ୍ତି। ବର୍ତ୍ତମାନ ମ୍ୟାଟ୍ରିମୋନି ପାଇଁ ସେ ଯେମିତି ଅଲୋଡ଼ା ହୋଇପଡ଼ିଛନ୍ତି। ତଥାପି ଆଜି ତାଙ୍କ ପାଖେ ଝିଅ ଓ ପୁଅଙ୍କର ୩୦୦୦ ରୁ ଅଧିକ ବାୟୋଡାଟା ରହିଛି।

ମ୍ୟାଟ୍ରିମୋନିର ଚାହିଦା ବୃଦ୍ଧି: ବର୍ତ୍ତମାନ ଲୋକଙ୍କ ପାଖେ କମ୍ ସମୟ। ତେଣୁ ଥରକରେ ଟଙ୍କା ପୈଠ କରି ଗୋଟିଏ ସମୟରେ ଏକାଧିକ ପୁଅ ଝିଅଙ୍କ ସଂପର୍କରେ ଜାଣିପାରିବା ଏବେ ସହଜ ହୋଇଛି। ଏହା ଦ୍ୱାରା ସମାଜରେ ବିବାହ ଖୋଜିବା କିମ୍ବା ବୟସ ଗଡ଼ିବା, ବାହାଘର ଭାଙ୍ଗିବାକୁ ନେଇ କାହାର ଟାହିଟାପରା ଶୁଣିବାକୁ ପଡ଼େନି। ଏହା ଗୋପନୀୟ ହୋଇଥିବାରୁ ଏହାକୁ ଅଧିକ ଲୋକ ପସନ୍ଦ କରୁଛନ୍ତି।

କିଛି ସତର୍କତା: ପ୍ରୋଫାଇଲ୍‌କୁ ଚେକ୍ କରି ମନରେ ଉଙ୍କିମାରୁଥିବା ପ୍ରଶ୍ନ ତାଙ୍କୁ ପଚାରି ପାରିବେ। କଥାବାର୍ତ୍ତା ଭିତରେ ଯଦି କୌଣସି ପ୍ରକାର ସନ୍ଦେହ ସୃଷ୍ଟି ହେଉଛି, ତୁରନ୍ତ ତାଙ୍କୁ ବ୍ଲକ୍‌ କରିଦିଅନ୍ତୁ। ଏଥିପାଇଁ ଗୁରୁଜନଙ୍କୁ ସମ୍ପୃକ୍ତ କରିବା ଜରୁରୀ। ସାକ୍ଷାତ କରିବାକୁ ଜନଗହଳି ସ୍ଥାନରେ ଭେଟନ୍ତୁ। ଉକ୍ତ ବ୍ୟକ୍ତିଙ୍କ ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଭଲଭାବେ ତଥ୍ୟ ସଂଗ୍ରହ କରନ୍ତୁ।

ଡିଜିଟାଲ୍‌ ମଧ୍ୟସ୍ଥି: ପୁଅଝିଅଙ୍କ ଠିକଣା ସହ ଫଟୋ ରଖି ମଧ୍ୟସ୍ଥିମାନେ ଆଉ ଘର ଘର ବୁଲୁ ନାହାନ୍ତି। ଏବେ ଅଫିସ୍ ଖୋଲି ସେଠାରେ ବେପାର ଜମେଇଲେଣି। ମ୍ୟାଟ୍ରିମୋନି ସାଇଟ୍‌କୁ ଭରସା କଲେ ବି ଅଧିକାଂଶ ଜଣେ ଭଦ୍ରଲୋକଙ୍କୁ ମଝିରେ ରଖିବାକୁ ଚାହୁଁଥିବାରୁ ମଧ୍ୟସ୍ଥି ଏବେ ଡିଜିଟାଲ ମଧ୍ୟସ୍ଥ ପାଲଟିଯାଇଛନ୍ତି। ଏମିତିବି ସନ୍ତାନଙ୍କ ପାଇଁ ପାତ୍ରପାତ୍ରୀ ଖୋଜିବାକୁ ଏବେ ବି ମଧ୍ୟସ୍ଥିଙ୍କ ଉପରେ ନିର୍ଭରଶୀଳ।

‘ପରାମର୍ଶଦାତାଙ୍କ ସହଯୋଗ ଜରୁରୀ
କମ୍ ସମୟରେ ସୁଲଭ ମୂଲ୍ୟରେ ମ୍ୟାଟ୍ରିମୋନିରେ ଯେଉଁମାନେ ମେମ୍ବରସିପ୍ ହେବାକୁ ଚାହାଁନ୍ତି, ସେମାନେ ନିଜେ କିମ୍ବା ନିଜର ପିତାମାତା, ସମ୍ପର୍କୀୟଙ୍କ ସହ ମ୍ୟାଟ୍ରିମୋନି ଅଫିସ୍‌କୁ ଆସିଥାନ୍ତି। ଆମଠାରୁ ପୂରା ପ୍ୟାକେଜ, ବିବରଣୀ, ସୁବିଧା ଅସୁବିଧା ଆଦି ବିଷୟରେ ବୁଝି ମେମ୍ବରସିପ୍ ହୁଅନ୍ତି। ତେଣୁ ବିବାହ ଧାର୍ଯ୍ୟ ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତି ସହ ଏତେ କ୍ଲୋଜ୍ ହେବା ତଥା ବ୍ୟକ୍ତିଗତ ଦେଖା ନ କରି ପିତାମାତାଙ୍କ ଉପସ୍ଥିତିରେ ପରସ୍ପର କଥା ଆଗକୁ ବଢ଼ାଇବା ଆବଶ୍ୟକ । ଯଦି କୌଣସି ସମସ୍ୟା ଥାଏ, ମେଟ୍ରିମୋନି ପରାମର୍ଶଦାତାଙ୍କ ସହ ଯୋଗାଯୋଗ କରିପାରିବେ।
ଲିଜାଲିନ୍‌ ପାତ୍ର
ବିବାହ ଲଗ୍ନ, ଭୁବନେଶ୍ୱର

ଠକଙ୍କ ସ୍କାନରରେ ମ୍ୟାଟ୍ରିମୋନି ସାଇଟ୍‌
ସୁନ୍ଦର ଯୁବକ ଓ ଯୁବତୀଙ୍କ ଫଟୋ ଲଗାଇ ମ୍ୟାଟ୍ରିମୋନି ସାଇଟ୍‌ରେ ଆଇଡି ଖୋଲିବା ସହ ଏହାକୁ ଅସ୍ତ୍ର କରି ଠକେଇ କରିବା କିଛି ନୂଆ ନୁହେଁ। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଏହାକୁ ନେଇ ଅନେକ ଅଭିଯୋଗ ରହିଛି। ଠକମାନେ ଲୋକଙ୍କ ଦୁର୍ବଳତାକୁ ଶୋଷଣ କରନ୍ତି। ଏହାଦ୍ବାରା ଆର୍ଥିକ କ୍ଷତି, ଭାବନାତ୍ମକ ସଂକଟ ହୋଇଥାଏ। ବିଭିନ୍ନ ମାଟ୍ରିମୋନି ସାଇଟ୍‌‌ରେ ଆଇଡି ବା ଆକାଉଣ୍ଟ ଖୋଲିବା ଉପରେ କୌଣସି ମାର୍ଗଦର୍ଶିକା ନ ଥିବାରୁ ସାଇବର ଠକ ଠକେଇ ଜାଲ ବିଛାଇ ସଫଳ ହୋଇଥାନ୍ତି । ବିଧବା, ବିବାହ ବିଚ୍ଛେଦ, ଅଧିକ ବୟସର ଝିଅ ଓ ମହିଳାଙ୍କୁ ସେମାନେ ଅଧିକ ଟାର୍ଗେଟ୍‌ କରନ୍ତି । ମାଟ୍ରିମୋନି ସାଇଟ୍‌‌ରେ ଜୀବନ ସାଥୀ ଖୋଜିବା ବେଳେ ସତର୍କତା ଅବଲମ୍ବନ କରିବା ଜରୁରି । ନିଜର ବ୍ୟକ୍ତିଗତ ଗୋପନୀୟତାକୁ ସଙ୍ଗେ ସଙ୍ଗେ ପ୍ରକାଶ କରନ୍ତୁ ନାହିଁ। ସମ୍ପୃକ୍ତ ବ୍ୟକ୍ତିଙ୍କ କୌଣସି କଥାରେ ପ୍ରଲୋଭିତ ହୁଅନ୍ତୁ ନାହିଁ। ପ୍ରୋଫାଇଲ୍ ମ୍ୟାଚ୍ ପରେ ପ୍ରଥମେ ପରିବାରର ଗୁରୁଜନଙ୍କ ସହ ପରିଚିତ ହୁଅନ୍ତୁ । ସଠିକ୍ ତଥ୍ୟ ନ ମିଳିବା ଯାଏଁ ନିଜର କୌଣସି ବ୍ୟକ୍ତିଗତ ତଥ୍ୟ ଦେବା ସହ ଚାଟ୍ କିମ୍ବା କଲ୍ କରନ୍ତୁନି। ଟଙ୍କା ଦେଣନେଣ କିମ୍ବା ବ୍ୟାଙ୍କ ଆକାଉଣ୍ଟ ସଂପର୍କିତ ତଥ୍ୟ କେବେ ମଧ୍ୟ ସେୟାର୍‌ କରନ୍ତୁ ନାହିଁ । ଯଦି କେବେ ଠକେଇର ଶିକାର ହୁଅନ୍ତି, ନିକଟସ୍ଥ ସାଇବର ଥାନାରେ ଅଭିଯୋଗ ସହ ଜାତୀୟ ସାଇବର ଅପରାଧର (ଗୃହ ବିଭାଗ)ହେଲ୍ପଲାଇନ ନମ୍ବର ୧୯୩୦ ରେ ମଧ୍ୟ କରିପାରିବେ।
ଆକାଶ ମିଶ୍ର, ସାଇବର୍ ଏକ୍ସପର୍ଟ

ପୁଅଝିଅଙ୍କ ପାଇଁ ବାପାମା’ କରନ୍ତି ଯୋଗାଯୋଗ
ଅଧିକାଂଶ ପିତାମାତା ନିଜର ପୁଅ ଝିଅଙ୍କ ପାଇଁ ଅଫିସ୍‌କୁ ଆସିଥାନ୍ତି। ଏଠାରୁ ସମସ୍ତ ବିଷୟରେ ଭଲଭାବେ ବୁଝି ମେମ୍ବରସିପ୍‌ ହୁଅନ୍ତି। ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଭେରିଫାଏଡ୍‌ ପ୍ରୋଫାଇଲ୍‌ ଦେଖି ବିବାହ ପ୍ରସ୍ତାବ ଖୋଜିବାକୁ ପରାମର୍ଶ ଦେଉ। କାହାର ପ୍ରୋଫାଇଲ୍‌ରେ ସମସ୍ୟା ଥିଲେ, ସେମାନଙ୍କ ସମସ୍ୟା ସମାଧାନ କରୁ। ଏହାକୁ ଧ୍ୟାନ ଦେଲେ ଓଡ଼ିଆ ମାଟ୍ରିମୋନି ଦୀର୍ଘ ୨୪ ବର୍ଷ ହେବ ଲୋକଙ୍କ ଭରସାଯୋଗ୍ୟ ହୋଇପାରିଛି । ପିତାମାତାଙ୍କ ଜଣାତରେ ଜୀବନସାଥି ବାଛିବା ନିହାତି ଜରୁରି।
ପୂଜା ମୁଦୁଲି, ଓଡ଼ିଆ ମେଟ୍ରିମୋନି

ସହକର୍ମୀରୁ ସହଧର୍ମିଣୀ
କଟକ ଚୌଦ୍ବାରରେ ମୋର ଘର। ଦିଲ୍ଲୀରେ ଚାକିରି କରୁଥିବାରୁ ବାହା ହେବାକୁ ଚାହୁଁନଥିଲି। କିନ୍ତୁ ମୋ ବାପା ମ୍ୟାଟ୍ରିମୋନିରେ ମୋ ବିବାହ ଏକ ପାଇଁ ଆକାଉଣ୍ଟ ଖୋଲିଥିଲେ। ସେପେଟେ ସାନ ଶ୍ବଶୁର, ଦିଲ୍ଲୀରେ ରହୁଥିବାରୁ ସେ ମଧ୍ୟ ମୋ ସ୍ବାମୀଙ୍କ ପାଇଁ ଆକାଉଣ୍ଟ ଖୋଲିଥିଲେ। ଉଭୟ ପକ୍ଷ ଗୁରୁଜନ ଆମ ଦୁହିଁଙ୍କ ବିବାହ ପ୍ରସ୍ତାବ ପାଇଁ କଥା ପକାଇଲେ। ଯେତେବେଳେ ଘରକୁ ଚିତ୍ତରଞ୍ଜନ ମୋତେ ଦେଖିବାକୁ ଆସିଲେ, ସେତେବେଳେ ଆମେ ଗୋଟିଏ ଅଫିସ୍‌ରେ କାମ କରୁଥିବା ଜାଣିଲି। ୨୦୧୩ ମସିହାରେ ଆମେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲୁ। ତେଣୁ ସର୍ବଦା ପଞ୍ଜୀକୃତ ଓ ବିଶ୍ୱାସଯୁକ୍ତ ସାଇଟ୍‌ ଚୟନ କରିବା ଭଲ।
ଦେବଶ୍ରୀ ବିଶ୍ବାଳ, ଭୁବନେଶ୍ବର

20 Oct 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର