ପ୍ରେମର ପହିଲି ଆଭାସ, ଗୋଲାପରୁ ଆରମ୍ଭ…

The Sakala Picture
Published On

ପ୍ରେମ ନିଃସ୍ବାର୍ଥ ଆଉ ଶାଶ୍ୱତ। ପ୍ରକୃତିର ଛଅ ଋତୁ । କିନ୍ତୁ ପ୍ରେମୀ ଯୁଗଳଙ୍କ ପାଇଁ ଏହା ସାତ ଋତୁ । ତାହା ହେଉଛି ପ୍ରେମର ଋତୁ । ପ୍ରତ୍ୟେକଙ୍କ ଜୀବନରେ କେବେ ନା କେବେ ଆସେ ପ୍ରେମ ଋତୁ । ଆଉ ଏହି ଋତୁ ଯେମିତି ଜୀବନକୁ ରଙ୍ଗିନ କରିଦିଏ। ପ୍ରେମରେ ଋତୁରେ ଭିଜନ୍ତି ପ୍ରେମୀ ଯୁଗଳ। ରାଗ-ରୁଷା, ମାନ-ଅଭିମାନରେ ଦୃଢ଼ ହୁଏ ପ୍ରେମ ସମ୍ପର୍କ । ପ୍ରେମ ସଫଳ ହେଉ ବା ବିଫଳ, କିନ୍ତୁ […]

ପ୍ରେମ ନିଃସ୍ବାର୍ଥ ଆଉ ଶାଶ୍ୱତ। ପ୍ରକୃତିର ଛଅ ଋତୁ । କିନ୍ତୁ ପ୍ରେମୀ ଯୁଗଳଙ୍କ ପାଇଁ ଏହା ସାତ ଋତୁ । ତାହା ହେଉଛି ପ୍ରେମର ଋତୁ । ପ୍ରତ୍ୟେକଙ୍କ ଜୀବନରେ କେବେ ନା କେବେ ଆସେ ପ୍ରେମ ଋତୁ । ଆଉ ଏହି ଋତୁ ଯେମିତି ଜୀବନକୁ ରଙ୍ଗିନ କରିଦିଏ। ପ୍ରେମରେ ଋତୁରେ ଭିଜନ୍ତି ପ୍ରେମୀ ଯୁଗଳ। ରାଗ-ରୁଷା, ମାନ-ଅଭିମାନରେ ଦୃଢ଼ ହୁଏ ପ୍ରେମ ସମ୍ପର୍କ । ପ୍ରେମ ସଫଳ ହେଉ ବା ବିଫଳ, କିନ୍ତୁ ଏହାର ଅନୁଭବ ନିଶ୍ଚୟ ନିଆରା । ପ୍ରାପ୍ତି ଓ ଅପ୍ରାପ୍ତିର ଦୋଛକିରେ ସବୁବେଳେ ମନ ଖୋଜୁଥାଏ ସାଥୀଟିଏ। ସାମାଜିକ ଆକଟ ଯୋଗୁଁ ପ୍ରେମ କେବେ ଯନ୍ତ୍ରଣାଦାୟକ ହୋଇଉଠେ ତ କେବେ ପୁଣି ବସନ୍ତର ମଳୟ ସ୍ପର୍ଶରେ ପୁଲକିତ ହୋଇ ଉଠେ । ସେ ଯାହା ହେଉ ନା କାହିଁକି, ପ୍ରେମ ଏକ ଭାବନା, ଏକ ସମର୍ପଣ। ଜୀବନରେ ଯେତେ ଦୁଃଖ କଷ୍ଟ ଆସୁ ନା କାହିଁକି ପ୍ରେମ ଦ୍ବାରା ସମସ୍ତ ବାଧା ବିଘ୍ନ ଦୂର ହେଇଯାଏ ।

ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମ ସପ୍ତାହ ପାଳନ କରାଯାଏ। ଆଜି ହେଉଛି, ପ୍ରେମ ସପ୍ତାହର ପ୍ରଥମ ଦିନ। ଆଜି ଗୋଲାପ ଦିବସ ବା ରୋଜ୍ ଡେ। ପ୍ରେମିକ ପ୍ରେମିକମାନେ ଏହି ଦିନଟିକୁ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି। ଆଉ ଆଜି ରୋଜ୍‌ ଡେ’ରେ ପରସ୍ପରକୁ ଗୋଲାପ ଦେଇ ନିଜ ମନର ଭାବନା ପରିପ୍ରକାଶ କରିଥାଆନ୍ତି ପ୍ରେମୀ ଯୁଗଳ । ନିଜ ହୃଦୟରେ ଥିବା ପ୍ରେମକୁ ପ୍ରକାଶ ପାଇଁ ଗୋଲାପ ସବୁଠାରୁ ଭଲ ମାଧ୍ୟମ ବୋଲି ବିେବଚନା କରାଯାଉଥିବା ବେଳେ ଗୋଲାପ ଦିବସ ଅବସରରେ ଏହାର ଗୁରୁତ୍ବ ଅଧିକ ବଢ଼ିଯାଇଥାଏ। ଲାଲ୍‌ ଗୋଲାପକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ। ତେଣୁ ପ୍ରେମ ସପ୍ତାହରେ ଲାଲ୍‌ ଗୋଲାପର ଚାହିଦା ସବୁଠାରୁ ଅଧିକ ଥାଏ। ଏହିଦିନ ଗୋଲାପ ଫୁଲଟିଏ ପରି ସାଥୀଙ୍କ ଜୀବନ ସୁବାସିତ କରିବାକୁ ସଂକଳ୍ପ ନେଇଥାନ୍ତି ପ୍ରେମୀଯୁଗଳ। ସାମାଜିକ ଗଣମାଧ୍ୟମ ମଧ୍ୟ ରୋଜ୍‌ ଡେ’ ଶୁଭେଚ୍ଛାରେ ଚଳଚଞ୍ଚଳ ହୋଇ ଉଠିଛି।

ଭାଲେଣ୍ଟାଇନ୍ସ ସପ୍ତାହ

ଫେବୃଆରୀ ୭ : ରୋଜ୍ ଡେ’
ଫେବୃଆରୀ ୮ : ପ୍ରପୋଜ୍ ଡେ’
ଫେବୃଆରୀ ୯ : ଚକୋଲେଟ୍ ଡେ’
ଫେବୃଆରୀ ୧୦ :ଟେଡି ଡେ’
ଫେବୃଆରୀ ୧୧ : ପ୍ରମିଜ୍ ଡେ’
ଫେବୃଆରୀ ୧୨ : ହଗ୍ ଡେ’
ଫେବୃଆରୀ ୧୩ : କିସ୍ ଡେ’
ଫେବୃଆରୀ ୧୪ : ଭାଲେଣ୍ଟାଇନ୍ସ ଡେ’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର