ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅଭିଶପ୍ତ ଗାଁ ‘ଜବଲପୁର’; ଯେଉଁ ଗାଁର ୨୮ଟି ପରିବାରରେ ଅଛନ୍ତି ୩୦ ଜଣ ବିଧବା

The Sakala Picture
Published On

ବୌଦ୍ଧ(ଦିବ୍ୟରଞ୍ଜନ ପଟ୍ଟନାୟକ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତର ଏକ ଛୋଟିଆ ଗାଁ ଜବଲପୁର। ଏହି ଗାଁକୁ ବର୍ତ୍ତମାନ ବିଧବାଙ୍କ ଗାଁ ବୋଲି କୁହାଯାଉଛି। କାରଣ ପ୍ରତ୍ୟେକ ଘରେ ଅନ୍ୟୂନ ଜଣେ ଅଳ୍ପ ବୟସ୍କ ବିଧବା। ଏକ ସମୟରେ ଗାଁର ଲୋକମାନେ ସ୍ୱାଭାବିକ ଜୀବନ ଜୀଉଥିଲେ। ଖୁସିରେ ଚଳୁଥିଲେ। ମାତ୍ର ୨୦୧୮ ମସିହା ପରେ ଜଣକ ପରେ ଅସ୍ୱାଭାବିକ ଭାବରେ ଜଣକ ପରେ ଜଣେ ଲୋକଙ୍କ ମୃତ୍ୟୁ ଘଟିବାରେ ଲାଗିଛି। ୨୮ ଟି ପରିବାରର ୧୪୦ […]

ବୌଦ୍ଧ(ଦିବ୍ୟରଞ୍ଜନ ପଟ୍ଟନାୟକ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତର ଏକ ଛୋଟିଆ ଗାଁ ଜବଲପୁର। ଏହି ଗାଁକୁ ବର୍ତ୍ତମାନ ବିଧବାଙ୍କ ଗାଁ ବୋଲି କୁହାଯାଉଛି। କାରଣ ପ୍ରତ୍ୟେକ ଘରେ ଅନ୍ୟୂନ ଜଣେ ଅଳ୍ପ ବୟସ୍କ ବିଧବା। ଏକ ସମୟରେ ଗାଁର ଲୋକମାନେ ସ୍ୱାଭାବିକ ଜୀବନ ଜୀଉଥିଲେ। ଖୁସିରେ ଚଳୁଥିଲେ। ମାତ୍ର ୨୦୧୮ ମସିହା ପରେ ଜଣକ ପରେ ଅସ୍ୱାଭାବିକ ଭାବରେ ଜଣକ ପରେ ଜଣେ ଲୋକଙ୍କ ମୃତ୍ୟୁ ଘଟିବାରେ ଲାଗିଛି। ୨୮ ଟି ପରିବାରର ୧୪୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରୁ ଏଯାବତ ୨୯ ଜଣ ପୁରୁଷ ଏବଂ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। ମାରାତ୍ମକ କିଡ଼୍‌‌ନୀ ରୋଗରେ ଏମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତକଙ୍କ ବୟସ ୨୫ରୁ ୫୦ ବର୍ଷ ମଧ୍ୟରେ ହୋଇଥିବାରୁ ଗ୍ରାମରେ ବିଧବାଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ଗାଁରେ ଭୟ ଓ ନିରାଶାର ବାତାବରଣ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ପୁଣି ବିଧବାମାନଙ୍କର ବୟସ କମ୍‌‌ ହୋଇଥିବାରୁ ସେମାନଙ୍କର ଭବିଷ୍ୟତକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗାଁ ଲୋକ ପାନୀୟଜଳ ପାଇଁ ନିର୍ଭର କରୁଥିବା ୩ଟି ନଳକୂପର ଜଳରେ ମିଶିଥିବା ରାସାୟନିକ ତତ୍ତ୍ୱ ହଁ ଏହି ଭୟାନକ ରୋଗର କାରଣ ହିଁ ଏହାର ମୂଳ କାରଣ ବୋଲି ଅନେକ ମନେ କରୁଛନ୍ତି। ନଳକୂପ ବ୍ୟତୀତ ପାନୀୟ ଜଳ ପାଇଁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବା ହେତୁ ଗ୍ରାମବାସୀ ନଳକୂପ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଗାଁର ସମସ୍ତ ଆକ୍ରାନ୍ତଙ୍କୁ ଯଦିଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣା ଔଷଧ, ପରାମର୍ଶ ଏବଂ ଡାୟାଲିସିସ ସୁବିଧା ମିଳୁଛି, ତଥାପି ଏ ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ହୋଇପାରି ନାହିଁ। ଜବଲପୁର ନିକଟବର୍ତ୍ତୀ ଗାଁ ଚନ୍ଦ୍ରଶେଖରପୁର, ଧଳପୁର, ସାକୁସିଙ୍ଗା, ତେନ୍ତୁଳିପଦରରେ ମଧ୍ୟ ଅନୁରୂପ ସ୍ଥିତି। ଚନ୍ଦ୍ରଶେଖରପୁର ଗାଁରେ ୧୨ ଜଣ, ଧଳପୁରରେ ୧୭ ଜଣ, ସାକୁସିଙ୍ଗାରେ ୬ ଜଣ, ତେନ୍ତୁଳିପଦରରେ ୯ ଜଣ କିଡ଼୍‌‌ନୀ ରୋଗରେ ମୃଦ୍ୟୁବରଣ କରିଛନ୍ତି। ସମଗ୍ର ହରଭଙ୍ଗା ବ୍ଲକରେ ୭ଟି ପଞ୍ଚାୟତର ୨୩ ଗାଁ ଏହି ମାରାତ୍ମକ ରୋଗରେ ପ୍ରଭାବିତ ଥିବାବେଳେ ଏଯାବତ ୨୬୩ ଜଣଙ୍କ ମୃତ୍ୟୁ ହୋଇସାରିଛି। ସମ୍ପ୍ରତି ସରକାରଙ୍କ ପଦକ୍ଷେପ ଯୋଗୁଁ କିଛି ପରିମାଣରେ କିଡ଼୍‌‌ନୀ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ଜଣେ ସ୍ଥାନୀୟ ସମାଜସେବୀ ଇଂ. ବିକାଶ ମହାକୁଳ ଚନ୍ଦ୍ରଶେଖରପୁର ଗାଁରେ ନିଜସ୍ୱ ଉଦ୍ୟମରେ ଜଳ ବିଶୋଧନ ଯନ୍ତ୍ର ସ୍ଥାପନ କରି ଉଦାହରଣ ସୃଷ୍ଟି କରିଛନ୍ତି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର