ଆରମ୍ଭ ହେଲା ପ୍ରେମ ସପ୍ତାହ; ଆଜି ରୋଜ୍ ଡେ’ ରେ ଗୋଲାପ କହିବ ମନର କଥା
ପ୍ରେମ ନିଃସ୍ବାର୍ଥ ଆଉ ଶାଶ୍ୱତ। ପ୍ରେମ ମାନେନା ବୟସ, ଜାତି, ସୀମା ସରହଦ। ଏହା ସର୍ବଦା ସଦ୍ୟ ନୂତନ। ପ୍ରକୃତିର ସିନା ଛଅ ଋତୁ, ହେଲେ ସେଥିରେ ପ୍ରେମର ଋତୁ ମିଶିଲାପରେ ହୋଇଯାଏ ସାତ ଋତୁ। ପ୍ରେମ ସଫଳ ବା ବିଫଳ ହୋଇପାରେ, ମାତ୍ର ଏହାର ଅନୁଭବ ନିଶ୍ଚିତ ଭାବେ ଅନନ୍ୟ । ପ୍ରାପ୍ତି ଓ ଅପ୍ରାପ୍ତିର ଦୋଛକିରେ ସବୁବେଳେ ମନ ଖୋଜୁଥାଏ ସାଥୀଟିଏ। ସାମାଜିକ ଆକଟ ଯୋଗୁଁ ପ୍ରେମ କେବେ ଯନ୍ତ୍ରଣାଦାୟକ ହୋଇଉଠେ ତ କେବେ […]
ପ୍ରେମ ନିଃସ୍ବାର୍ଥ ଆଉ ଶାଶ୍ୱତ। ପ୍ରେମ ମାନେନା ବୟସ, ଜାତି, ସୀମା ସରହଦ। ଏହା ସର୍ବଦା ସଦ୍ୟ ନୂତନ। ପ୍ରକୃତିର ସିନା ଛଅ ଋତୁ, ହେଲେ ସେଥିରେ ପ୍ରେମର ଋତୁ ମିଶିଲାପରେ ହୋଇଯାଏ ସାତ ଋତୁ। ପ୍ରେମ ସଫଳ ବା ବିଫଳ ହୋଇପାରେ, ମାତ୍ର ଏହାର ଅନୁଭବ ନିଶ୍ଚିତ ଭାବେ ଅନନ୍ୟ । ପ୍ରାପ୍ତି ଓ ଅପ୍ରାପ୍ତିର ଦୋଛକିରେ ସବୁବେଳେ ମନ ଖୋଜୁଥାଏ ସାଥୀଟିଏ। ସାମାଜିକ ଆକଟ ଯୋଗୁଁ ପ୍ରେମ କେବେ ଯନ୍ତ୍ରଣାଦାୟକ ହୋଇଉଠେ ତ କେବେ ପୁଣି ବସନ୍ତର ମଳୟ ସ୍ପର୍ଶରେ ପୁଲକିତ ହୋଇ ଉଠେ । ସେ ଯାହା ହେଉ ନା କାହିଁକି, ପ୍ରେମ ଏକ ଭାବନା, ଏକ ସମର୍ପଣ ।
ପୌରାଣିକ କଥା ହେଉ କି ଇତିହାସ ସବୁଥିରେ ସ୍ବତନ୍ତ୍ର ସ୍ଥାନ ପାଇଛି ପ୍ରେମ। ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମ ସପ୍ତାହ ପାଳନ କରାଯାଏ। ଆଜି ହେଉଛି ପ୍ରେମ ସପ୍ତାହର ପ୍ରଥମ ଦିନ । ଆଜି ଗୋଲାପ ଦିବସ ବା ରୋଜ୍ ଡେ’। ପ୍ରେମିକ ପ୍ରେମିକମାନେ ଏହି ଦିନଟିକୁ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି। ପ୍ରେମର ପ୍ରତୀକ ହେଉଛି ଗୋଲାପ । ରୋଜ୍ ଡେ’ ରେ ପରସ୍ପରକୁ ଗୋଲାପ ଦେଇ ନିଜ ମନର ଭାବନା ପରିପ୍ରକାଶ କରିଥାଆନ୍ତି ପ୍ରେମୀ ଯୁଗଳ । ସାମାଜିକ ଗଣମାଧ୍ୟମ ମଧ୍ୟ ରୋଜ୍ ଡେ’ ଶୁଭେଚ୍ଛାରେ ଚଳଚଞ୍ଚଳ ହୋଇ ଉଠିଛି।