ନିଆରା ଗିଫ୍ଟ; ବାହାଘରରେ ଅତିଥିଙ୍କୁ ହେଲମେଟ୍ ଉପହାର

The Sakala Picture
Published On

ବାହାଘରରେ ଅତିଥିଙ୍କୁ ଉପହାରରେ ଦିଆଯାଇଛି ହେଲମେଟ୍। ଏଭଳି ଏକ ନିଆରା କାମ କରିଛନ୍ତି ବିହାର ସରଣ ଜିଲ୍ଲାର ବିକାଶ ମିଶ୍ର ଓ ବେବି କୁମାରୀ। ଉଦ୍ଦେଶ୍ୟ ହେଉଛି, ସୁରକ୍ଷିତ ଗାଡ଼ି ଚାଳନା ଓ ସଡ଼କ ଦୁର୍ଘଟଣା ପ୍ରତି ଲୋକଙ୍କୁ ସଚେତନ ଏବଂ ସତର୍କ କରାଇବା। ତେବେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ପ୍ରଥମେ ୧୨ ଜଣ ଅତିଥିଙ୍କୁ ଉପହାର ସ୍ବରୂପ ହେଲମେଟ୍ ଦେଇଥିଲେ। ଚାରି ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ବେବି ତାଙ୍କ ମାମୁଁଙ୍କୁ […]

ବାହାଘରରେ ଅତିଥିଙ୍କୁ ଉପହାରରେ ଦିଆଯାଇଛି ହେଲମେଟ୍। ଏଭଳି ଏକ ନିଆରା କାମ କରିଛନ୍ତି ବିହାର ସରଣ ଜିଲ୍ଲାର ବିକାଶ ମିଶ୍ର ଓ ବେବି କୁମାରୀ। ଉଦ୍ଦେଶ୍ୟ ହେଉଛି, ସୁରକ୍ଷିତ ଗାଡ଼ି ଚାଳନା ଓ ସଡ଼କ ଦୁର୍ଘଟଣା ପ୍ରତି ଲୋକଙ୍କୁ ସଚେତନ ଏବଂ ସତର୍କ କରାଇବା। ତେବେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ପ୍ରଥମେ ୧୨ ଜଣ ଅତିଥିଙ୍କୁ ଉପହାର ସ୍ବରୂପ ହେଲମେଟ୍ ଦେଇଥିଲେ। ଚାରି ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ବେବି ତାଙ୍କ ମାମୁଁଙ୍କୁ ହରାଇଥିଲେ। ଏହି ଘଟଣା ପରେ ସେ ନିଜ ବାହାଘରରେ ଅତିଥିଙ୍କୁ ହେଲମେଟ୍ ଉପହାର ଦେଇ ସଚେତନ କରାଇବା ନିଷ୍ପତ୍ତି ନେଇଥିଲେ। ସେହିପରି ବିକାଶ କହିଛନ୍ତି, ପ୍ରକୃତି ପ୍ରଦତ୍ତ ଏହି ସୁନ୍ଦର ଜୀବନକୁ ସୁରକ୍ଷିତ ରଖିବା ଆମ ଦାୟିତ୍ୱ । ଏହାକୁ ଦୃଷ୍ଟିରେ ରଖି ସେ ଓ ତାଙ୍କ ସ୍ତ୍ରୀ ବେବି ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବା ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ଦିଲ୍ଲୀର ‘ହେଲମେଟ୍ ମ୍ୟାନ୍’ ଭାବେ ପରିଚିତ ସନ୍ଦୀପ୍‌ ଶାହିଙ୍କଠାରୁ ଏ ଦିଗରେ ଅନୁପ୍ରାଣିତ ହୋଇଛନ୍ତି ବିକାଶ ଓ ବେବି। ୨୦୧୯ରେ ଏକ ସଡ଼କ ଦୁର୍ଘଟଣାରେ ସନ୍ଦୀପଙ୍କ ପତ୍ନୀ ଗଭୀର ଭାବରେ ଆହତ ହେବା ପରେ ସେ ହେଲମେଟ୍ ବାଣ୍ଟି ଆସୁଛନ୍ତି। ସେହିପରି ସରଣ ଜିଲ୍ଲାର ସୁଇଟି ନାମକ ଜଣେ କନ୍ୟା ମଧ୍ୟ ନିଜ ବାହାଘରରେ ସଡ଼କ ସଚେତନତା ଲାଗି ଅତିଥିଙ୍କୁ ହେଲମେଟ୍ ବାଣ୍ଟିଥିଲେ। ୨୦୧୭ରେ କର୍ଣ୍ଣାଟକର ମଧ୍ୟ ଜଣେ ଦମ୍ପତି ବାହାଘରରେ ୧୦୦ ହେଲମେଟ୍ ଓ ହଜାରେ ଚାରା ଅତିଥିଙ୍କୁ ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ: ହୋଲି କେବଳ ରଙ୍ଗର ପର୍ବ ନୁହେଁ, ଏହା ଏକତା ଏବଂ ଭାଇଚାରାର ମହାନ ଉତ୍ସବ: ପଢ଼ନ୍ତୁ ବିଶେଷ ରିପୋର୍ଟ

07 Jun 2022 By The Sakala

ନିଆରା ଗିଫ୍ଟ; ବାହାଘରରେ ଅତିଥିଙ୍କୁ ହେଲମେଟ୍ ଉପହାର

ବାହାଘରରେ ଅତିଥିଙ୍କୁ ଉପହାରରେ ଦିଆଯାଇଛି ହେଲମେଟ୍। ଏଭଳି ଏକ ନିଆରା କାମ କରିଛନ୍ତି ବିହାର ସରଣ ଜିଲ୍ଲାର ବିକାଶ ମିଶ୍ର ଓ ବେବି କୁମାରୀ। ଉଦ୍ଦେଶ୍ୟ ହେଉଛି, ସୁରକ୍ଷିତ ଗାଡ଼ି ଚାଳନା ଓ ସଡ଼କ ଦୁର୍ଘଟଣା ପ୍ରତି ଲୋକଙ୍କୁ ସଚେତନ ଏବଂ ସତର୍କ କରାଇବା। ତେବେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ପ୍ରଥମେ ୧୨ ଜଣ ଅତିଥିଙ୍କୁ ଉପହାର ସ୍ବରୂପ ହେଲମେଟ୍ ଦେଇଥିଲେ। ଚାରି ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ବେବି ତାଙ୍କ ମାମୁଁଙ୍କୁ ହରାଇଥିଲେ। ଏହି ଘଟଣା ପରେ ସେ ନିଜ ବାହାଘରରେ ଅତିଥିଙ୍କୁ ହେଲମେଟ୍ ଉପହାର ଦେଇ ସଚେତନ କରାଇବା ନିଷ୍ପତ୍ତି ନେଇଥିଲେ। ସେହିପରି ବିକାଶ କହିଛନ୍ତି, ପ୍ରକୃତି ପ୍ରଦତ୍ତ ଏହି ସୁନ୍ଦର ଜୀବନକୁ ସୁରକ୍ଷିତ ରଖିବା ଆମ ଦାୟିତ୍ୱ । ଏହାକୁ ଦୃଷ୍ଟିରେ ରଖି ସେ ଓ ତାଙ୍କ ସ୍ତ୍ରୀ ବେବି ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବା ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ଦିଲ୍ଲୀର ‘ହେଲମେଟ୍ ମ୍ୟାନ୍’ ଭାବେ ପରିଚିତ ସନ୍ଦୀପ୍‌ ଶାହିଙ୍କଠାରୁ ଏ ଦିଗରେ ଅନୁପ୍ରାଣିତ ହୋଇଛନ୍ତି ବିକାଶ ଓ ବେବି। ୨୦୧୯ରେ ଏକ ସଡ଼କ ଦୁର୍ଘଟଣାରେ ସନ୍ଦୀପଙ୍କ ପତ୍ନୀ ଗଭୀର ଭାବରେ ଆହତ ହେବା ପରେ ସେ ହେଲମେଟ୍ ବାଣ୍ଟି ଆସୁଛନ୍ତି। ସେହିପରି ସରଣ ଜିଲ୍ଲାର ସୁଇଟି ନାମକ ଜଣେ କନ୍ୟା ମଧ୍ୟ ନିଜ ବାହାଘରରେ ସଡ଼କ ସଚେତନତା ଲାଗି ଅତିଥିଙ୍କୁ ହେଲମେଟ୍ ବାଣ୍ଟିଥିଲେ। ୨୦୧୭ରେ କର୍ଣ୍ଣାଟକର ମଧ୍ୟ ଜଣେ ଦମ୍ପତି ବାହାଘରରେ ୧୦୦ ହେଲମେଟ୍ ଓ ହଜାରେ ଚାରା ଅତିଥିଙ୍କୁ ପ୍ରଦାନ କରିଥିଲେ।

https://www.thesakala.in/special/helmet-gifts-for-guests-in-marriage/article-12222
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର