ଜାଣନ୍ତୁ କିପରି ହୋଇଥିଲା କ୍ୟାଲେଣ୍ଡରର ସୃଷ୍ଟି

The Sakala Picture
Published On

ଏବକା ସମୟରେ ମଣିଷ ଜୀବନର ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଛି କ୍ୟାଲେଣ୍ଡର। କେଉଁ ଦିନ କେଉଁ କାର୍ଯ୍ୟ କରାଯିବ ତାହାକୁ ପୂର୍ବରୁ କ୍ୟାଲେଣ୍ଡର ମାଧ୍ୟମରେ ନିର୍ଦ୍ଧାରଣ କରାଯିବା ସହ ସେହି ଅନୁସାରେ ସେସବୁ ପରିଚାଳିତ କରାଯାଉଛି। ତେବେ ପୂର୍ବରୁ କ୍ୟାଲେଣ୍ଡର କୃଷି କାର୍ଯ୍ୟ ପାଇଁ ଗୁରୁତ୍ବ ବହନ କରୁଥିଲା। କୃଷି କାର୍ଯ୍ୟ ପରିଚାଳନା ପାଇଁ ପ୍ରାଚୀନ ମିଶରର ରାଜାମାନେ ପ୍ରଥମେ ତିଆରି କରିଥିଲେ କ୍ୟାଲେଣ୍ଡର। ଅବଶ୍ୟ ମିଶରବାସୀଙ୍କ ଦ୍ବାରା ତିଆରି କରାଯାଇଥିବା କ୍ୟାଲେଣ୍ଡର ପ୍ରଥମ କ୍ୟାଲେଣ୍ଡର କହିଲେ ଭୁଲ୍‌ […]

ଏବକା ସମୟରେ ମଣିଷ ଜୀବନର ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଛି କ୍ୟାଲେଣ୍ଡର। କେଉଁ ଦିନ କେଉଁ କାର୍ଯ୍ୟ କରାଯିବ ତାହାକୁ ପୂର୍ବରୁ କ୍ୟାଲେଣ୍ଡର ମାଧ୍ୟମରେ ନିର୍ଦ୍ଧାରଣ କରାଯିବା ସହ ସେହି ଅନୁସାରେ ସେସବୁ ପରିଚାଳିତ କରାଯାଉଛି। ତେବେ ପୂର୍ବରୁ କ୍ୟାଲେଣ୍ଡର କୃଷି କାର୍ଯ୍ୟ ପାଇଁ ଗୁରୁତ୍ବ ବହନ କରୁଥିଲା। କୃଷି କାର୍ଯ୍ୟ ପରିଚାଳନା ପାଇଁ ପ୍ରାଚୀନ ମିଶରର ରାଜାମାନେ ପ୍ରଥମେ ତିଆରି କରିଥିଲେ କ୍ୟାଲେଣ୍ଡର। ଅବଶ୍ୟ ମିଶରବାସୀଙ୍କ ଦ୍ବାରା ତିଆରି କରାଯାଇଥିବା କ୍ୟାଲେଣ୍ଡର ପ୍ରଥମ କ୍ୟାଲେଣ୍ଡର କହିଲେ ଭୁଲ୍‌ ହେବ ନାହିଁ। ଏହା ହିଁ ମିଶରର କୃଷକଙ୍କ ଜୀବନରେ ପ୍ରମୁଖ ଭୂମିକା ନିର୍ବାହ କରୁଥିଲା। କ୍ୟାଲେଣ୍ଡର ଉପରେ ସେମାନଙ୍କ ଜୀବନ ଓ ଜୀବିକା ଥିଲା ସମ୍ପୂର୍ଣ୍ଣ ନିର୍ଭରଶୀଳ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ମିଶରକୁ ନୀଳନଦୀର ଦାନ କୁହାଯାଏ। ପ୍ରତିବର୍ଷ ନୀଳ ନଦୀରେ ଦେଖା ଦେଇଥାଏ ବନ୍ୟା। ଆଉ ତାହାକୁ ଜାଣିବା ଦିଗରେ କୃଷକଙ୍କୁ ସାହାଯ୍ୟ କରୁଥିଲା ଏହି କ୍ୟାଲେଣ୍ଡର। କେବଳ ସେତିକି ନୁହେଁ, ଜଳସ୍ତର କମିବା ତଥା ଠିକ୍‌ ସମୟରେ ଜମିରେ ଜଳସେଚନ କରିବା ଦିଗରେ କ୍ୟାଲେଣ୍ଡର ହିଁ ସେତେବେଳେ ସହାୟକ ହେଉଥିଲା। ଫଳରେ ସେମାନଙ୍କ କୃଷିକାର୍ଯ୍ୟ ପ୍ରଭାବିତ ହେଉ ନଥିଲା। ଏପରିକି ଅନାହାରର ଶିକାର ହେବାକୁ ପଡ଼ୁ ନ ଥିଲା।

ଆହୁରି ପଢ଼ନ୍ତୁ: ଧଳା ପାଉଡରରେ ବ୍ଲେଡ୍ ସାହାଯ୍ୟରେ ଲେଖିଲେ 'Sorry'; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଦ୍ଭୁତ କଳାକୌଶଳ

ସେହି ସମୟରେ କ୍ୟାଲେଣ୍ଡରରେ ଥିଲା ୧୨ ମାସ। ପ୍ରତି ମାସରେ ଥିଲା ୩୦ ଦିନ। ସେହିପରି ବର୍ଷ ଶେଷରେ ଅତିରିକ୍ତ ପାଞ୍ଚଦିନକୁ ଅନ୍ତର୍ଭୁକ୍ତ କରାଯିବାରୁ ଏହା ୩୬୫ ଦିନରେ ପରିଣତ ହେଉଥିଲା। ବଳକା ୫ ଦିନକୁ ମିଶରବାସୀ ଅଶୁଭ ଭାବୁଥିଲେ। ଅନ୍ୟପଟେ ଅଧିବର୍ଷ ପରିକଳ୍ପନା ମଧ୍ୟ ପ୍ରାଚୀନ ମିଶରରୁ ଆସିଛି। ଯେଉଁଥିପାଇଁ ପ୍ରତ୍ୟେକ ଚାରିବର୍ଷରେ ଅତିରିକ୍ତ ଗୋଟିଏ ଦିନକୁ ଅନ୍ତର୍ଭୁକ୍ତ କରାଯାଉଥିଲା।

ଆହୁରି ପଢ଼ନ୍ତୁ: ବିବାହ ପୂର୍ବରୁ ଆଇଏଏସ୍: 'ଚାକିରି ପରେ ଯାଇ କରିବି ବାହାଘର', ପୂରଣ ହେଲା ଅମନଦୀପଙ୍କ ଶପଥ

17 Mar 2022 By The Sakala

ଜାଣନ୍ତୁ କିପରି ହୋଇଥିଲା କ୍ୟାଲେଣ୍ଡରର ସୃଷ୍ଟି

ଏବକା ସମୟରେ ମଣିଷ ଜୀବନର ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଛି କ୍ୟାଲେଣ୍ଡର। କେଉଁ ଦିନ କେଉଁ କାର୍ଯ୍ୟ କରାଯିବ ତାହାକୁ ପୂର୍ବରୁ କ୍ୟାଲେଣ୍ଡର ମାଧ୍ୟମରେ ନିର୍ଦ୍ଧାରଣ କରାଯିବା ସହ ସେହି ଅନୁସାରେ ସେସବୁ ପରିଚାଳିତ କରାଯାଉଛି। ତେବେ ପୂର୍ବରୁ କ୍ୟାଲେଣ୍ଡର କୃଷି କାର୍ଯ୍ୟ ପାଇଁ ଗୁରୁତ୍ବ ବହନ କରୁଥିଲା। କୃଷି କାର୍ଯ୍ୟ ପରିଚାଳନା ପାଇଁ ପ୍ରାଚୀନ ମିଶରର ରାଜାମାନେ ପ୍ରଥମେ ତିଆରି କରିଥିଲେ କ୍ୟାଲେଣ୍ଡର। ଅବଶ୍ୟ ମିଶରବାସୀଙ୍କ ଦ୍ବାରା ତିଆରି କରାଯାଇଥିବା କ୍ୟାଲେଣ୍ଡର ପ୍ରଥମ କ୍ୟାଲେଣ୍ଡର କହିଲେ ଭୁଲ୍‌ ହେବ ନାହିଁ। ଏହା ହିଁ ମିଶରର କୃଷକଙ୍କ ଜୀବନରେ ପ୍ରମୁଖ ଭୂମିକା ନିର୍ବାହ କରୁଥିଲା। କ୍ୟାଲେଣ୍ଡର ଉପରେ ସେମାନଙ୍କ ଜୀବନ ଓ ଜୀବିକା ଥିଲା ସମ୍ପୂର୍ଣ୍ଣ ନିର୍ଭରଶୀଳ।

ମିଶରକୁ ନୀଳନଦୀର ଦାନ କୁହାଯାଏ। ପ୍ରତିବର୍ଷ ନୀଳ ନଦୀରେ ଦେଖା ଦେଇଥାଏ ବନ୍ୟା। ଆଉ ତାହାକୁ ଜାଣିବା ଦିଗରେ କୃଷକଙ୍କୁ ସାହାଯ୍ୟ କରୁଥିଲା ଏହି କ୍ୟାଲେଣ୍ଡର। କେବଳ ସେତିକି ନୁହେଁ, ଜଳସ୍ତର କମିବା ତଥା ଠିକ୍‌ ସମୟରେ ଜମିରେ ଜଳସେଚନ କରିବା ଦିଗରେ କ୍ୟାଲେଣ୍ଡର ହିଁ ସେତେବେଳେ ସହାୟକ ହେଉଥିଲା। ଫଳରେ ସେମାନଙ୍କ କୃଷିକାର୍ଯ୍ୟ ପ୍ରଭାବିତ ହେଉ ନଥିଲା। ଏପରିକି ଅନାହାରର ଶିକାର ହେବାକୁ ପଡ଼ୁ ନ ଥିଲା।

ସେହି ସମୟରେ କ୍ୟାଲେଣ୍ଡରରେ ଥିଲା ୧୨ ମାସ। ପ୍ରତି ମାସରେ ଥିଲା ୩୦ ଦିନ। ସେହିପରି ବର୍ଷ ଶେଷରେ ଅତିରିକ୍ତ ପାଞ୍ଚଦିନକୁ ଅନ୍ତର୍ଭୁକ୍ତ କରାଯିବାରୁ ଏହା ୩୬୫ ଦିନରେ ପରିଣତ ହେଉଥିଲା। ବଳକା ୫ ଦିନକୁ ମିଶରବାସୀ ଅଶୁଭ ଭାବୁଥିଲେ। ଅନ୍ୟପଟେ ଅଧିବର୍ଷ ପରିକଳ୍ପନା ମଧ୍ୟ ପ୍ରାଚୀନ ମିଶରରୁ ଆସିଛି। ଯେଉଁଥିପାଇଁ ପ୍ରତ୍ୟେକ ଚାରିବର୍ଷରେ ଅତିରିକ୍ତ ଗୋଟିଏ ଦିନକୁ ଅନ୍ତର୍ଭୁକ୍ତ କରାଯାଉଥିଲା।

https://www.thesakala.in/special/find-out-how-the-calendar-was-created/article-10023
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର