ଅଁଳା ନବମୀ ଓ ରାଧାପାଦ ଦର୍ଶନ

The Sakala Picture
Published On

ଧର୍ମ ମାସ କାର୍ତ୍ତିକରେ ପଡ଼ୁଥିବା ସମସ୍ତ ପର୍ବ, ଓଷା ଏବଂ ବ୍ରତ ମଧ୍ୟରୁ ଅଁଳା ନବମୀ ସ୍ବତନ୍ତ୍ରତା ବହନ କରେ। ଏହି ଦିବସଟି କାର୍ତ୍ତିକ ଶୁକ୍ଳ ନବମୀରେ ପାଳିତ ହୁଏ। ହବିଷ୍ୟାଳୀମାନେ ଏହି ଦିନ ଅଁଳାଗଛ ମୂଳେ ବସି ଭୋଜନ କରନ୍ତି। ମାନ୍ୟତା ରହିଛି କି, ଅଁଳା ନବମୀ ଦିନ ଦାନ, ଧର୍ମ କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଅଁଳା ବୃକ୍ଷର ଉତ୍ପତ୍ତିକୁ ନେଇ ବିଭିନ୍ନ ପୁରାଣରେ ଭିନ୍ନ ଭିନ୍ନ ବର୍ଣ୍ଣନା ମିଳେ। ଏକଦା […]

ଧର୍ମ ମାସ କାର୍ତ୍ତିକରେ ପଡ଼ୁଥିବା ସମସ୍ତ ପର୍ବ, ଓଷା ଏବଂ ବ୍ରତ ମଧ୍ୟରୁ ଅଁଳା ନବମୀ ସ୍ବତନ୍ତ୍ରତା ବହନ କରେ। ଏହି ଦିବସଟି କାର୍ତ୍ତିକ ଶୁକ୍ଳ ନବମୀରେ ପାଳିତ ହୁଏ। ହବିଷ୍ୟାଳୀମାନେ ଏହି ଦିନ ଅଁଳାଗଛ ମୂଳେ ବସି ଭୋଜନ କରନ୍ତି। ମାନ୍ୟତା ରହିଛି କି, ଅଁଳା ନବମୀ ଦିନ ଦାନ, ଧର୍ମ କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୋଇଥାଏ।

ଆହୁରି ପଢ଼ନ୍ତୁ: ମିସ୍ ଇଣ୍ଟରନ୍ୟାସନାଲ୍ ଇଣ୍ଡିଆରୁ ସେନା ଅଧିକାରୀ: ହାର୍ଭାର୍ଡ ପିଏଚଡି ଛାଡି ସେନାରେ ଲେଫ୍ଟନାଣ୍ଟ୍ ହେଲେ କଶିଶ୍ ମେଥୱାନୀ

ଅଁଳା ବୃକ୍ଷର ଉତ୍ପତ୍ତିକୁ ନେଇ ବିଭିନ୍ନ ପୁରାଣରେ ଭିନ୍ନ ଭିନ୍ନ ବର୍ଣ୍ଣନା ମିଳେ। ଏକଦା ଲକ୍ଷ୍ମୀ ଓ ପାର୍ବତୀ ଭଗବାନଙ୍କ ଉପାସନା ପାଇଁ ନୂତନ ଦ୍ରବ୍ୟର ସନ୍ଧାନ କରୁ କରୁ ଉଭୟଙ୍କ ଚକ୍ଷୁରୁ ଲୋତକ ବହି ପଡ଼ିଲା। ଏହି ଅଶ୍ରୁରୁ ଅଁଳା ବୃକ୍ଷର ଉତ୍ପତ୍ତି ବୋଲି କୁହାଯାଏ ଏବଂ ଏହି ଦିନଟି ଥିଲା କାର୍ତ୍ତିକ ଶୁକ୍ଳ ନବମୀ। ପୁରାଣ ବର୍ଣ୍ଣିତ ଅନ୍ୟ ଏକ କଥା ଅନୁସାରେ ଏକଦା ମାତା ଲକ୍ଷ୍ମୀ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପୃଥିବୀ ଭ୍ରମଣରେ ଆସିଥିଲେ। ପୃଥିବୀରେ ମାତା ଲକ୍ଷ୍ମୀଙ୍କର ଭଗବାନ ବିଷ୍ଣୁ ଓ ଶିବଙ୍କର ପୂଜା ଏକାଠି କରିବାକୁ ଚାହିଁଲେ ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ମା' ଲକ୍ଷ୍ମୀଙ୍କର ଅତି ପ୍ରିୟ ଏହି ୫ଟି ରାଶି, ବର୍ଷିବ ଅପାର ଧନସମ୍ପତ୍ତି

ଭଗବାନ ବିଷ୍ଣୁଙ୍କର ତୁଳସୀ ଦେବ ଦେବ ମହାଦେବଙ୍କ ବେଲପତ୍ର ପ୍ରିୟ। ଦେବୀ ଲକ୍ଷ୍ମୀ ଚିନ୍ତାରେ ପଡ଼ିଗଲେ, ନାରଦଙ୍କ ପରାମର୍ଶ କ୍ରମେ ଦେବୀ ଲକ୍ଷ୍ମୀ ଅଁଳା ବୃକ୍ଷ ମୂଳରେ ଉଭୟ ବିଷ୍ଣୁ ଓ ଶିବଙ୍କର ଆରାଧନା କଲେ। ଦେବୀ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହୋଇ ଭଗବାନ ଶିବ ଓ ବିଷ୍ଣୁ ଏକାଠି ମାତାଙ୍କୁ ଦର୍ଶନ ଦେଲେ। ତତ୍‌ପଶ୍ଚାତ ମାତା ସେହି ଅଁଳା ଗଛର ମୂଳରେ ଭୋଜନ ପ୍ରସ୍ତୁତ କରି ଭଗବାନ ବିଷ୍ଣୁ ଏବଂ ଶିବଙ୍କୁ ଅର୍ପଣ କଲେ। ସେହି ଦିବ୍ୟ ଦିବସଟି ସବୁଦିନ ପାଇଁ ଅଁଳା ନବମୀ ନାମରେ ବିଦିତ ହେଲା। କଥିତ ଅଛି ଯେ, ଅଁଳା ନବମୀ ତିଥିରେ ଅଁଳା ବୃକ୍ଷକୁ ପୂଜା କରି ତା’ରି ମୂଳରେ ଭୋଜନ ପ୍ରସ୍ତୁତ କରି ବିଷ୍ଣୁ ଓ ଶଙ୍କରଙ୍କୁ ଭୋଗ ଲଗାଇଲେ ସମଗ୍ର କାର୍ତ୍ତିକ ମାସର ପୁଣ୍ୟ ଗୋଟିଏ ଦିନରେ ପ୍ରାପ୍ତି ହୋଇଥାଏ। ଅନ୍ୟ ଏକ କଥା ଅନୁସାରେ, ପୃଥିବୀ ଯେତେବେଳେ ଜଳମଗ୍ନ ଥିଲା, ଜୀବର ସତ୍ତା ନ ଥିଲା, ସେବେ ବ୍ରହ୍ମା ପରବ୍ରହ୍ମଙ୍କ ତପସ୍ୟାରେ ମଗ୍ନ ଥିଲେ। ତପସ୍ୟା କରୁ କରୁ ବ୍ରହ୍ମାଙ୍କ ଆଖିରୁ ଆନନ୍ଦ ଓ ପ୍ରେମର ଅଶ୍ରୁ ଝରିବାକୁ ଲାଗିଲା। ବ୍ରହ୍ମାଙ୍କର ଏହି ଅଶ୍ରୁ ବୁନ୍ଦାରୁ ଅଁଳା ଗଛର ଉତ୍ପତ୍ତି ହେଲା। ସେହିଭଳି ପଦ୍ମପୁରାଣ ଅନୁସାରେ, ଜଳନ୍ଧର ବଧ ପରେ ଶିବ ଧ୍ୟାନସ୍ଥ ହୋଇଥିଲେ, ଫଳରେ ଆଦିଶକ୍ତିଙ୍କ ଆବିର୍ଭାବ ଘଟିଲା। ତାଙ୍କ ରଜୋଗୁଣା ସରସ୍ବତୀଙ୍କ ଅଂଶରୁ ଅଁଳା ବୃକ୍ଷର ଉତ୍ପତ୍ତି ଘଟିଲା।

ଆହୁରି ପଢ଼ନ୍ତୁ: ନୂଆ ଲେବର କୋଡ୍ ଲାଗୁ: ହାସଲ ହେବାକୁ ଥିବା ଦରମା କମିବ, ଜାଣନ୍ତୁ ₹୫୦ ହଜାର ଦରମା ଥିଲେ କେତେ ହେବ କ୍ଷତି

ଏହି ପବିତ୍ର ଦିନରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଶ୍ରୀରାଧାଙ୍କର ପାଦପଦ୍ମ ଦ୍ୱୟକୁ ଭକ୍ତମାନେ ଦର୍ଶନ କରିଥାନ୍ତି। ଏଥିପାଇଁ ଏହି ଦିବସଟି ‘ରାଧାପାଦ ଦର୍ଶନ’ ନାମରେ ବିଦିତ । ଏହି ଦିନ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଅନୁଷ୍ଠିତ ହୋଇଥାଏ। ବେଶ ସମୟରେ ଠାକୁରାଣୀ କାଣିଆକଛା ମାରନ୍ତି, ଫଳରେ ବର୍ଷସାରା ଶାଢ଼ିରେ ଆବୃତ ହୋଇ ରହିଥିବା ଠାକୁରାଣୀଙ୍କ ପାଦପଦ୍ମକୁ ଭକ୍ତମାନେ ଦର୍ଶନ କରିଥାନ୍ତି । ଏହି ଦିନ ଗୋପାଳଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇ ମସ୍ତକରେ ସ୍ୱର୍ଣ୍ଣ କିରୀଟ, ହାତରେ ସୁବର୍ଣ୍ଣ ବଂଶୀ ସାଙ୍ଗକୁ ନଟବର ବେଶରେ ଏବଂ ରାଧାଙ୍କୁ ଖଣ୍ଡୁଆ ପାଟବସ୍ତ୍ର ସହ କିରୀଟ, ପାଉଁଜି, ଝୁଣ୍ଟିଆ, କୁଣ୍ଡଳ, ଚାପସରି, ସେବତୀ ହାର, ନୋଥ, ଗୁଣା ଏବଂ ଅଁଳା ହାର ଲାଗି କରାଯାଏ । ଏହି ଦିନ ମା’ଙ୍କ ପାଦ ଦର୍ଶନ କଲେ ଅନନ୍ତ ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି।

02 Nov 2022 By The Sakala

ଅଁଳା ନବମୀ ଓ ରାଧାପାଦ ଦର୍ଶନ

ଧର୍ମ ମାସ କାର୍ତ୍ତିକରେ ପଡ଼ୁଥିବା ସମସ୍ତ ପର୍ବ, ଓଷା ଏବଂ ବ୍ରତ ମଧ୍ୟରୁ ଅଁଳା ନବମୀ ସ୍ବତନ୍ତ୍ରତା ବହନ କରେ। ଏହି ଦିବସଟି କାର୍ତ୍ତିକ ଶୁକ୍ଳ ନବମୀରେ ପାଳିତ ହୁଏ। ହବିଷ୍ୟାଳୀମାନେ ଏହି ଦିନ ଅଁଳାଗଛ ମୂଳେ ବସି ଭୋଜନ କରନ୍ତି। ମାନ୍ୟତା ରହିଛି କି, ଅଁଳା ନବମୀ ଦିନ ଦାନ, ଧର୍ମ କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୋଇଥାଏ।

ଅଁଳା ବୃକ୍ଷର ଉତ୍ପତ୍ତିକୁ ନେଇ ବିଭିନ୍ନ ପୁରାଣରେ ଭିନ୍ନ ଭିନ୍ନ ବର୍ଣ୍ଣନା ମିଳେ। ଏକଦା ଲକ୍ଷ୍ମୀ ଓ ପାର୍ବତୀ ଭଗବାନଙ୍କ ଉପାସନା ପାଇଁ ନୂତନ ଦ୍ରବ୍ୟର ସନ୍ଧାନ କରୁ କରୁ ଉଭୟଙ୍କ ଚକ୍ଷୁରୁ ଲୋତକ ବହି ପଡ଼ିଲା। ଏହି ଅଶ୍ରୁରୁ ଅଁଳା ବୃକ୍ଷର ଉତ୍ପତ୍ତି ବୋଲି କୁହାଯାଏ ଏବଂ ଏହି ଦିନଟି ଥିଲା କାର୍ତ୍ତିକ ଶୁକ୍ଳ ନବମୀ। ପୁରାଣ ବର୍ଣ୍ଣିତ ଅନ୍ୟ ଏକ କଥା ଅନୁସାରେ ଏକଦା ମାତା ଲକ୍ଷ୍ମୀ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପୃଥିବୀ ଭ୍ରମଣରେ ଆସିଥିଲେ। ପୃଥିବୀରେ ମାତା ଲକ୍ଷ୍ମୀଙ୍କର ଭଗବାନ ବିଷ୍ଣୁ ଓ ଶିବଙ୍କର ପୂଜା ଏକାଠି କରିବାକୁ ଚାହିଁଲେ ।

ଭଗବାନ ବିଷ୍ଣୁଙ୍କର ତୁଳସୀ ଦେବ ଦେବ ମହାଦେବଙ୍କ ବେଲପତ୍ର ପ୍ରିୟ। ଦେବୀ ଲକ୍ଷ୍ମୀ ଚିନ୍ତାରେ ପଡ଼ିଗଲେ, ନାରଦଙ୍କ ପରାମର୍ଶ କ୍ରମେ ଦେବୀ ଲକ୍ଷ୍ମୀ ଅଁଳା ବୃକ୍ଷ ମୂଳରେ ଉଭୟ ବିଷ୍ଣୁ ଓ ଶିବଙ୍କର ଆରାଧନା କଲେ। ଦେବୀ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହୋଇ ଭଗବାନ ଶିବ ଓ ବିଷ୍ଣୁ ଏକାଠି ମାତାଙ୍କୁ ଦର୍ଶନ ଦେଲେ। ତତ୍‌ପଶ୍ଚାତ ମାତା ସେହି ଅଁଳା ଗଛର ମୂଳରେ ଭୋଜନ ପ୍ରସ୍ତୁତ କରି ଭଗବାନ ବିଷ୍ଣୁ ଏବଂ ଶିବଙ୍କୁ ଅର୍ପଣ କଲେ। ସେହି ଦିବ୍ୟ ଦିବସଟି ସବୁଦିନ ପାଇଁ ଅଁଳା ନବମୀ ନାମରେ ବିଦିତ ହେଲା। କଥିତ ଅଛି ଯେ, ଅଁଳା ନବମୀ ତିଥିରେ ଅଁଳା ବୃକ୍ଷକୁ ପୂଜା କରି ତା’ରି ମୂଳରେ ଭୋଜନ ପ୍ରସ୍ତୁତ କରି ବିଷ୍ଣୁ ଓ ଶଙ୍କରଙ୍କୁ ଭୋଗ ଲଗାଇଲେ ସମଗ୍ର କାର୍ତ୍ତିକ ମାସର ପୁଣ୍ୟ ଗୋଟିଏ ଦିନରେ ପ୍ରାପ୍ତି ହୋଇଥାଏ। ଅନ୍ୟ ଏକ କଥା ଅନୁସାରେ, ପୃଥିବୀ ଯେତେବେଳେ ଜଳମଗ୍ନ ଥିଲା, ଜୀବର ସତ୍ତା ନ ଥିଲା, ସେବେ ବ୍ରହ୍ମା ପରବ୍ରହ୍ମଙ୍କ ତପସ୍ୟାରେ ମଗ୍ନ ଥିଲେ। ତପସ୍ୟା କରୁ କରୁ ବ୍ରହ୍ମାଙ୍କ ଆଖିରୁ ଆନନ୍ଦ ଓ ପ୍ରେମର ଅଶ୍ରୁ ଝରିବାକୁ ଲାଗିଲା। ବ୍ରହ୍ମାଙ୍କର ଏହି ଅଶ୍ରୁ ବୁନ୍ଦାରୁ ଅଁଳା ଗଛର ଉତ୍ପତ୍ତି ହେଲା। ସେହିଭଳି ପଦ୍ମପୁରାଣ ଅନୁସାରେ, ଜଳନ୍ଧର ବଧ ପରେ ଶିବ ଧ୍ୟାନସ୍ଥ ହୋଇଥିଲେ, ଫଳରେ ଆଦିଶକ୍ତିଙ୍କ ଆବିର୍ଭାବ ଘଟିଲା। ତାଙ୍କ ରଜୋଗୁଣା ସରସ୍ବତୀଙ୍କ ଅଂଶରୁ ଅଁଳା ବୃକ୍ଷର ଉତ୍ପତ୍ତି ଘଟିଲା।

ଏହି ପବିତ୍ର ଦିନରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଶ୍ରୀରାଧାଙ୍କର ପାଦପଦ୍ମ ଦ୍ୱୟକୁ ଭକ୍ତମାନେ ଦର୍ଶନ କରିଥାନ୍ତି। ଏଥିପାଇଁ ଏହି ଦିବସଟି ‘ରାଧାପାଦ ଦର୍ଶନ’ ନାମରେ ବିଦିତ । ଏହି ଦିନ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଅନୁଷ୍ଠିତ ହୋଇଥାଏ। ବେଶ ସମୟରେ ଠାକୁରାଣୀ କାଣିଆକଛା ମାରନ୍ତି, ଫଳରେ ବର୍ଷସାରା ଶାଢ଼ିରେ ଆବୃତ ହୋଇ ରହିଥିବା ଠାକୁରାଣୀଙ୍କ ପାଦପଦ୍ମକୁ ଭକ୍ତମାନେ ଦର୍ଶନ କରିଥାନ୍ତି । ଏହି ଦିନ ଗୋପାଳଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇ ମସ୍ତକରେ ସ୍ୱର୍ଣ୍ଣ କିରୀଟ, ହାତରେ ସୁବର୍ଣ୍ଣ ବଂଶୀ ସାଙ୍ଗକୁ ନଟବର ବେଶରେ ଏବଂ ରାଧାଙ୍କୁ ଖଣ୍ଡୁଆ ପାଟବସ୍ତ୍ର ସହ କିରୀଟ, ପାଉଁଜି, ଝୁଣ୍ଟିଆ, କୁଣ୍ଡଳ, ଚାପସରି, ସେବତୀ ହାର, ନୋଥ, ଗୁଣା ଏବଂ ଅଁଳା ହାର ଲାଗି କରାଯାଏ । ଏହି ଦିନ ମା’ଙ୍କ ପାଦ ଦର୍ଶନ କଲେ ଅନନ୍ତ ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp