ଆମ ଚଇତି ପରବ

The Sakala Picture
Published On

ଆଦିବାସୀ ବିଶ୍ୱାସାନୁସାରେ ବର୍ଷର ବିଭିନ୍ନ ମାସଗୁଡ଼ିକ ହେଲା ପୁଷ, ମାଗ୍, ଫଗୁଣ୍, ଚଇତି, ବୈଶାକ୍, ଲାଣ୍ତି, ଆଷାଢ୍, ବାନ୍ଦାପନ୍, ଓଷା, ଦଶ୍‌ରା, ଦିଆଲି ଓ ପଣ୍ଡ। ସେମାନେ ପାଳନ କରୁଥିବା ବିଭିନ୍ନ ମୁଖ୍ୟପର୍ବଗୁଡ଼ିକ ହେଲା ପୁଷ ପରବ, ମାଘ ଯାତ୍ରା, ଚଇତି ପରବ, ଆମାସ୍ ପରବ, ଦଶ୍‌ରା ଓ ଦିଆଲି ପରବ୍। ଏହି ସମସ୍ତ ପରବ ମଧ୍ୟରେ ଚଇତି ପରବର ସ୍ପନ୍ଦନ ନିଆରା। ଫସଲ ଅମଳ ହୋଇଥିବାରୁ କାହା ମନରେ ଦୁଃଖ ନଥାଏ। ହାତରେ ଅର୍ଥ ମଧ୍ୟ […]

ଆଦିବାସୀ ବିଶ୍ୱାସାନୁସାରେ ବର୍ଷର ବିଭିନ୍ନ ମାସଗୁଡ଼ିକ ହେଲା ପୁଷ, ମାଗ୍, ଫଗୁଣ୍, ଚଇତି, ବୈଶାକ୍, ଲାଣ୍ତି, ଆଷାଢ୍, ବାନ୍ଦାପନ୍, ଓଷା, ଦଶ୍‌ରା, ଦିଆଲି ଓ ପଣ୍ଡ। ସେମାନେ ପାଳନ କରୁଥିବା ବିଭିନ୍ନ ମୁଖ୍ୟପର୍ବଗୁଡ଼ିକ ହେଲା ପୁଷ ପରବ, ମାଘ ଯାତ୍ରା, ଚଇତି ପରବ, ଆମାସ୍ ପରବ, ଦଶ୍‌ରା ଓ ଦିଆଲି ପରବ୍। ଏହି ସମସ୍ତ ପରବ ମଧ୍ୟରେ ଚଇତି ପରବର ସ୍ପନ୍ଦନ ନିଆରା। ଫସଲ ଅମଳ ହୋଇଥିବାରୁ କାହା ମନରେ ଦୁଃଖ ନଥାଏ। ହାତରେ ଅର୍ଥ ମଧ୍ୟ ଥାଏ। ଏହା ବର୍ଷର ଶେଷ ମାସରେ ଅନୁଷ୍ଠିତ ହୋଇଥିବାରୁ ସେମାନେ ଅତ୍ୟନ୍ତ ହର୍ଷୋଲ୍ଲାସରେ ଏହି ପର୍ବ ପାଳନ କରନ୍ତି। ଏହା ମୁଖ୍ୟତଃ ୩ଟି ବାର – ମଙ୍ଗଳ, ବୁଧ ଓ ଗୁରୁବାରେ ଅନୁଷ୍ଠିତ ହୁଏ। ଗ୍ରାମ୍ୟ ପୁରୋହିତ ତାଳପତ୍ର ପାଞ୍ଜି ଅନୁକରଣ କରି ତିଥି ସ୍ଥିର କରନ୍ତି। ପକ୍ଷଟିଏ ପୂର୍ବରୁ ଚାନ୍ଦା ଆଦାୟ ଶେଷ ହୋଇଥାଏ। ସେହି କାର୍ଯ୍ୟରେ ପର୍ବ ସମାହିତ ହୁଏ। ମଙ୍ଗଳବାର ସକାଳ ୪ଟାରୁ ଉଠି ଆଦିବାସୀ ମହିଳା ଗୋବର ଛଡ଼ା ପକାନ୍ତି। ପୂର୍ବରୁ ବାସସ୍ଥାନଟିର ଲିପାପୋଛା ସରିଥାଏ। ସନ୍ଧ୍ୟା ୪ଟା ସମୟରେ ନାୟକଙ୍କ (ଗ୍ରାମ୍ୟମୁଖ୍ୟ) ଖଳାରେ ଏକ ପୂଜା ହୁଏ। ଗୋଟିଏ ଖଇରିଆ ଛେଳି, ୩ଟି ରଙ୍ଗର କୁକୁଡ଼ା ଯଥା – କଳା, ଧଳା ଓ ଚିତ୍ରା କିଣାଯାଇଥାଏ। ନାୟକଙ୍କ ଆମ୍ବତୋଟା ଅବା ଖଳାରେ ଜାମକୋଳି କାଠରେ ଗୋଟିଏ ଛାମୁଣ୍ତିଆ ନିର୍ମାଣ କରାଯାଇଥାଏ। ସେହି ଗୋବର ଲିପା ଭୂଇଁରେ ଚାଉଳଚୂନା ନତୁବା ମୁରୁଜରେ ଚିତ୍ର/ଯନ୍ତ୍ର କାଟି ପୂଜା କରାଯାଏ। ଚନ୍ଦନ, ଗୋକ୍ଷୀର, ଘିଅ, ଦୀପ, ପୂର୍ଣ୍ଣକୁମ୍ଭ, ମନ୍ଦାର ଫୁଲ, ନଡ଼ିଆ, କଦଳୀ, ଧୂପକାଠି, ଚାଉଳ ଚୂନା ପିଠା, ମହୁଲି, ଭାତ ଆଦିରେ ବାଜାବାଜଣା ସହିତ ପୂଜା ହୁଏ। ପୂଜା ଶେଷରେ ପ୍ରସାଦ ବଣ୍ଟାଯାଏ। ଯେହେତୁ ନାୟକ ପୂଜାରୀର କାର୍ଯ୍ୟ ସମ୍ପାଦିତ କରିଥାଏ, ଏଣୁ ସେ ଛେଳିର ମୁଣ୍ତଟି ପାଏ। ପ୍ରତ୍ୟେକେ ନିଜ ଘରେ ମଧ୍ୟ ଏକ ସ୍ୱତନ୍ତ୍ର ପୂଜା କରନ୍ତି।

ବୁଧବାର ସକାଳ ପ୍ରାୟ ସାତଟାରେ ଏକ ପଞ୍ଚାୟତର ଆୟୋଜନ କରାଯାଇଥାଏ। ସେଥିରେ ବିହନ ଅନୁକୂଳ ସମ୍ବନ୍ଧରେ ଘୋଷଣା କରାଯାଏ। ନାୟକ ଏକ ଗୁଲି ( ବାଉଁଶ ନିର୍ମିତ ବୃହତ୍ ଝୁଡ଼ି ) ଆଣିଥାଏ। ପ୍ରତ୍ୟେକେ ଘରୁ ଆଣିଥିବା ବୀଜ/ଶସ୍ୟର ବିହନ ସେହି ଗୁଲିରେ ଅଜାଡ଼ନ୍ତି। ସମସ୍ତଙ୍କ ବୀଜକୁ ମିଶ୍ରଣ କରାଯାଇ ଗ୍ରାମ୍ୟ ହୁଣ୍ତିଙ୍କ ( ଗ୍ରାମଦେବତୀ) ପଦରକୁ ନିଆଯାଏ। ସେଠାରେ ଐଶାନ୍ୟ କୋଣରୁ ବିହନ ଅନୁକୂଳ ହେବା ପରେ ସେହି ବିହନରୁ କିଛି କିଛି ସମସ୍ତେ ନେଇ ଘରକୁ ଫେରନ୍ତି। ନିଜସ୍ୱ ଜମିରେ ହଳ କରିବା ସମୟରେ ସେହି ପୂଜିତ ବିହନକୁ ପ୍ରଥମେ ବୁଣାଯାଏ। ସେହିଦିନ ହିଁ ଆମ୍ବ ଅନୁକୂଳ ହୁଏ। ଡେମ୍ଫ ଓ ପତ୍ର ସହ ଆମ୍ବକୁ ଆଣି ବିଭିନ୍ନ ଫୁଲ ସହ ଗୁନ୍ଥାଯାଇ ଦ୍ୱାରବନ୍ଧରେ ବନ୍ଧାଯାଏ। ଆମ୍ବକୁ ରୋଷେଇ କରି ନତୁବା କଞ୍ଚାରେ ଘରେ ପୂଜା କରାଯାଏ। ପୂଜା ସମାପନ ହେଲେ ଘରର ଗୁପ୍ତ କଠୋରିରେ ତାହାକୁ ମଦ୍ୟ ସହ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ମାନସୋପଚାରେ ସମର୍ପଣ କରାଯାଏ। ଲୋକକଥା ଅନୁଯାୟୀ, ରାତିପାହିଲା ବେଳକୁ ତାହା ସେଠାରେ ନଥାଏ। ଏହିଭଳି ଭାବେ ବୁଧବାର ପର୍ବ ସମାପନ ହୁଏ। ପ୍ରାୟ ପ୍ରତ୍ୟେକ ରାତ୍ରୀରେ ନୃତ୍ୟ ଆସର ହୋଇଥାଏ। କେତେକ ମୁଖ୍ୟ ଗ୍ରାମରେ ଆଦିବାସୀ ନାଟକ ଅନୁଷ୍ଠିତ ହୁଏ।

ଗୁରୁବାର ହେଉଛି ପର୍ବର ମୁଖ୍ୟ ଦିବସ। ସେହିଦିନ ମୁଖ୍ୟତଃ ପୁଅଙ୍କ ବେଣ୍ଟ ଓ ଝିଅଙ୍କ ବେଣ୍ଟ ପର୍ବ(ଶିକାର) ଅନୁଷ୍ଠିତ ହୁଏ। ଯେଉଁମାନେ ନିଦ୍ରାତ୍ୟାଗ କରିନଥା’ନ୍ତି, ସେମାନଙ୍କୁ ମହିଳାଗଣ ବାଲି, କାଦୁଅ, ଗୋବର ଇତ୍ୟାଦି ଫୋପାଡ଼ି ଉଠାନ୍ତି ଓ ବେଣ୍ଟ ନିମନ୍ତେ ପ୍ରେରଣ କରନ୍ତି। କିଛି କିଛି ସ୍ଥାନରେ ଛୋଟ ଶିଶୁଙ୍କ ସମ୍ପୂର୍ଣ୍ଣ ଶରୀର ଆଚୁ (ଅଳତା ) ରେ ରଙ୍ଗୀନ କରାଯାଇଥାଏ। ସମସ୍ତେ ଧନୁଶର, ଟାଙ୍ଗିଆ, କୁରାଢ଼ି, କାତି, ବର୍ଚ୍ଛା, ଶାବଳ ଆଦି ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶିକାର ନିମନ୍ତେ ସଜ ହୁଅନ୍ତି। ପୂର୍ବରୁ ଗୁନ୍ଥିତ କୃଷ୍ଣଚୂଡ଼ା, ଚମ୍ପା, କୁରେଇ ଆଦି ଫୁଲର ମାଳ ସମସ୍ତ ଅଭିଯାତ୍ରୀଙ୍କୁ ପିନ୍ଧାଇ ଉତ୍ସାହିତ କରାଯାଏ। ଗୀତ ବୋଲି ପୁରୁଷ ଲୋକେ ଜଙ୍ଗଲ ବାଟରେ ଯାଆନ୍ତି। ସ୍ତ୍ରୀ ଲୋକେ ପ୍ରଥମେ ଗୀତ ବୋଲନ୍ତି ଓ ତତ୍ ପଶ୍ଚାତ୍ ପୁରୁଷଙ୍କ ପାଳି। ସେହି ଶିକାରରେ କେତେକ ପଶୁଙ୍କୁ ମାରିବା ନିଷିଦ୍ଧ ହୋଇଥାଏ। ସାଧାରଣତଃ ହରିଣ, ଠେକୁଆ, ବାରହା, ଚଢ଼େଇ, ବଣକୁକୁଡ଼ା, ବଣମୂଷା, ବଣମହିଷ ଆଦି ଶିକାର କରାଯାଏ। ସନ୍ଧ୍ୟାରେ ସଭାଟିଏ ଅନୁଷ୍ଠିତ ହୁଏ। ସଭା ସରିଲେ ସମସ୍ତେ ଶିକାର ମାଂସ ଉପଭୋଗ କରନ୍ତି। ସେହି ରାତିରେ ଢେମସା ନାଚ ହୁଏ।

ପୁଅମାନେ ବେଣ୍ଟକୁ ଯାଇଥିବା ସମୟରେ ଝିଅମାନେ ଏକପ୍ରକାର ଖେଳ ଉପଭୋଗ କରନ୍ତି। ଜଣେ କାଳି ଝିଅ କୌଣସି ପଶୁ ବେଶରେ ଏକ ଗଛମୂଳେ ଲୁଚି ରହିଥାଏ। ତାକୁ ଅନ୍ୟ ଜଣେ ଝିଅ , ଯିଏକି ପୁଅବେଶ ଧାରଣ କରିଥାଏ, ସେ ଶିକାର କରେ। ଅର୍ଥାତ୍ ଧନୁତୀର ନେଇ ତା’ ତନୁରେ ଛୁଆଁଇ ଦିଏ। ପଶୁବେଶରେ ହିଁ ଝିଅଟି ମରିଯିବାର ଅଭିନୟ କରେ ଓ ତା’କୁ ନେଇ ଗାଁ ସାରା ସମସ୍ତଙ୍କ ଘରେ ବୁଲାଯାଇ ଚାଉଳ ଓ ଅର୍ଥ ଆଦାୟ କରାଯାଏ। ସେହି ଅର୍ଥକୁ ଆମନ୍ତ୍ରିତ ଅତିଥି ସତ୍କାରରେ ବିନିଯୋଗ ହୁଏ।

ଶୁକ୍ରବାରେ ପର୍ବଟି ସମାପନ ହୁଏ, ଯାହାକୁ ସ୍ଥାନୀୟ ଭାଷାରେ ସାରାସାରି କହନ୍ତି। ଏହିଦିନ ଘର ଧୂଆ ହୋଇଥାଏ। ସକାଳେ ଲିଆ ଫୁଟା ହୁଏ। ଶିଶୁ ଓ ମହିଳାମାନେ ରାସ୍ତାରେ ଖୁଣ୍ଟ ପକାଇ ଅବରୋଧ କରି ଅର୍ଥ ଆଦାୟ କରନ୍ତି। ଆଦାୟ ହୋଇଥିବା ଅର୍ଥକୁ ଗଣନା କରାଯାଇ ମନୋରଞ୍ଜନ କାର୍ଯ୍ୟରେ ବିନିଯୋଗ କରାଯାଏ। ମହିଳାମାନେ ଏହି କାର୍ଯ୍ୟ କରୁଥିବା ସମୟରେ ପୁରୁଷମାନେ ଗ୍ରାମ ଶେଷରେ ଏକ ପୂଜା କରନ୍ତି। ସେମିଳି କାଠରେ ନିର୍ମିତ ଏକ ଛୋଟ ରଥ ନିର୍ମାଣ କରାଯାଇଥାଏ। ସେଥିରେ ଖଜୁରୀ ଡାଳ ଖଞ୍ଜା ଯାଇଥାଏ। ଗ୍ରାମ୍ୟସୀମାରେ ତାହାକୁ ପୂଜାପଶ୍ଚାତ୍ ସ୍ଥାପନା କରାଯାଏ। ସେଥିରେ ଗ୍ରାମର ସୁରକ୍ଷା ନିମିତ୍ତ ଠାକୁରାଣୀଙ୍କୁ ଆବାହନ କରାଯାଇ ସିନ୍ଦୂର, ଚନ୍ଦନ, ଦୀପ, କଦଳୀ, ଅଣ୍ତା, ନଡ଼ିଆ ଆଦି ନୈବେଦ୍ୟ ଅର୍ପଣ ହୁଏ। ପୂଜା ସରିଲେ ତାହା ନିକଟରେ ଏକ ପୁରୁଣା କୁଲାକୁ ଫୋଫଡ଼ାଯାଏ। ସେହି କୁନି ରଥଟି ଅନେକ ଦିନ ପର୍ଯ୍ୟନ୍ତ ସେଠାରେ ଅକ୍ଷତ ଅବସ୍ଥାରେ ପଡ଼ି ରହିଥାଏ।

ଅରୁଣ କୁମାର ତ୍ରିପାଠୀ
ଜୟପୁର, ମୋ: ୯୦୭୮୮୩୮୬୨୭

04 Apr 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର