ଜୀବନର ବାସ୍ତବତା

The Sakala Picture
Published On

ଆସନ୍ତୁ ତିନୋଟି ଦୃଶ୍ୟପଟର ଭାବଗମ୍ଭୀରତାକୁ ହୃଦୟଙ୍ଗମ କରିବା। ଏହି ତିନିଟି ଦୃଶ୍ୟପଟ ପଛର କାହାଣୀ କାହାରିକୁ ଅଛପା ନୁହେଁ। ତଥାପି ମଷିଣପଣିଆକୁ ଚିହ୍ନିବାର ସୂକ୍ଷ୍ମ ଚିନ୍ତନକୁ ନେଇ ବିଚାର କରନ୍ତୁ, ମାନବିକତାର ମୂଲ୍ୟବୋଧରେ ପରୀକ୍ଷା କରି ନିଅନ୍ତୁ। ହୁଏତ ଆଜି ନହେଲେ କାଲି ଆମକୁ ବି ଏଭଳି ଏକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଆପଲ କମ୍ପାନୀର ମୁଖ୍ୟ ଷ୍ଟିଭ ଜବସ୍‌‌ ଜୀବନକାଳରେ ସଫଳତାର ଶିଖର ଛୁଇଁ ସାରିଥିଲେ। କିନ୍ତୁ ଶେଷ ସମୟ ଥିଲା ଦୃଦୟବିଦାରକ। ମାତ୍ର […]

ଆସନ୍ତୁ ତିନୋଟି ଦୃଶ୍ୟପଟର ଭାବଗମ୍ଭୀରତାକୁ ହୃଦୟଙ୍ଗମ କରିବା। ଏହି ତିନିଟି ଦୃଶ୍ୟପଟ ପଛର କାହାଣୀ କାହାରିକୁ ଅଛପା ନୁହେଁ। ତଥାପି ମଷିଣପଣିଆକୁ ଚିହ୍ନିବାର ସୂକ୍ଷ୍ମ ଚିନ୍ତନକୁ ନେଇ ବିଚାର କରନ୍ତୁ, ମାନବିକତାର ମୂଲ୍ୟବୋଧରେ ପରୀକ୍ଷା କରି ନିଅନ୍ତୁ। ହୁଏତ ଆଜି ନହେଲେ କାଲି ଆମକୁ ବି ଏଭଳି ଏକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ।

ଆପଲ କମ୍ପାନୀର ମୁଖ୍ୟ ଷ୍ଟିଭ ଜବସ୍‌‌ ଜୀବନକାଳରେ ସଫଳତାର ଶିଖର ଛୁଇଁ ସାରିଥିଲେ। କିନ୍ତୁ ଶେଷ ସମୟ ଥିଲା ଦୃଦୟବିଦାରକ। ମାତ୍ର ୫୬ ବର୍ଷ ବୟସରେ କର୍କଟରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ। କାର୍ଯ୍ୟବ୍ୟସ୍ତତା ଯୋଗୁଁ ୨୦୦୩ରେ ରୋଗ ଚିହ୍ନଟ ହୋଇଥିଲେ ମଧ୍ୟ ଅସ୍ତ୍ରୋପଚାର ପାଇଁ ସମୟ ଦେଇ ନପାରି ୨୦୧୧ରେ ମୃତ୍ୟୁବରଣ କରିଥିଲେ। ଜୀବନ ଯେତେବେଳେ ମୃତ୍ୟୁକୁ ଅତି ନିକଟରୁ ଦେଖୁଥିଲା, ସେତିକିବେଳେ ଷ୍ଟିଭ ଆତ୍ମଜୀବନୀ ଲେଖୁଥିଲେ….. ‘ସଫଳତାର ଶିଡ଼ି ଚଢ଼ି ଚଢ଼ି ମୁଁ ଶୀର୍ଷରେ ପହଞ୍ଚି ସାରିଥିଲି। ଜୀବନର ଶେଷ ସମୟରେ ଯେତେବେଳେ ମୃତ୍ୟୁଶଯ୍ୟାରେ ଛଟପଟ ହେଉଛି ସେତେବେଳେ ମୋର ଅମାପ ସମ୍ପତ୍ତି ତୁଚ୍ଛ ହୋଇଗଲା ପରି ଲାଗୁଛି। ଏବେ ମୁଁ ଭାବୁଛି ସୀମା ବାହାରେ ଅର୍ଥ ଉପାର୍ଜନର କୌଣସି ଆବଶ୍ୟକତା ନାହିଁ। ଜୀବନରେ ଟଙ୍କା ପଇସା ଅପେକ୍ଷା ସ୍ନେହ, ପ୍ରେମ, କଳା, ସାହିତ୍ୟ, ସଂସ୍କୃତି ଓ ବନ୍ଧୁତ୍ୱର ମୂଲ୍ୟ ଯଥେଷ୍ଟ ଅଧିକ। ମୁଁ ଆୟ କରିଥିବା ଧନରୁ କାଣିଚାଏ ମାତ୍ର ମୁଁ ମୋ ସାଥୀରେ ନେଇ ଯାଇପାରିବି ନାହିଁ, କିନ୍ତୁ ହୃଦୟ ଭିତରେ ଥିବା ପ୍ରେମର ଅନୁଭୂତି ମୋ ସାଥୀରେ ଯିବ। ଛୋଟ ଶିଶୁମାନଙ୍କର କୋଳାହଳର ଶବ୍ଦ ମତେ ସବୁବେଳେ ଆକର୍ଷିତ କରୁଥିଲା, କିନ୍ତୁ ସେ ଆଡ଼କୁ କାର୍ଯ୍ୟବ୍ୟସ୍ତତା ଭିତରେ ଧ୍ୟାନ ଦେଇ ପାରିନଥିଲି। ଏବେ ଡାକ୍ତରଖାନାର ଶଯ୍ୟାରେ ସେ ସବୁର ମଧୁର ଗୁଞ୍ଜନର ଭାବନା ମୋତେ ଆନ୍ଦୋଳିତ କରୁଛି। ଦେଶ ବିଦେଶ ବୁଲି ଅନେକ କିଛି ଦେଖିଛି। ଅଥଚ ଘର ପଛର ଝରଣାପାଖର କୁୁଳୁକୁଳୁ ନିନାଦକୁ ପ୍ରାଣଭରି କେବେ ଉପଭୋଗ କରିପାରିନାହିଁ। ପରଲୋକ ମୋତେ ଚିହ୍ନିପାରିଲେ ନାହିଁ ଏବଂ ନିଜ ଲୋକମାନଙ୍କ ନିକଟରେ ପରହୋଇ ରହିଗଲି। ମୁଁ ଗର୍ବ କିମ୍ବା ଅହଂକାରର ଶିକାର ନଥିଲି, କିନ୍ତୁ ନିଜକୁ କେବେ ଅନ୍ୟମାନଙ୍କ ନିକଟରେ ବୁଝାଇବାକୁ ଚେଷ୍ଟା କରିନଥିଲି।’

ଗ୍ରୀକ ବୀର ଆଲେକଜାଣ୍ଡର ବିଶ୍ୱବିଜୟୀ ହେବା ପରେ ତାଙ୍କର ମନ୍ତ୍ରୀ, ପାରିଷଦମାନଙ୍କୁ ପଚାରିଲେ, ‘ଆଉ କିଛି ଦେଶ ଜୟ କରିବାକୁ ଅଛି କି?’ ସମସ୍ତେ ନା କରିବା ପରେ ସେ କ’ଣ କରିବେ! ତା’ ପରେ ପଚାରିଲେ, ‘ତାଙ୍କଠାରୁ କେହି ଶ୍ରେଷ୍ଠ ଅଛନ୍ତି କି?’ ସମସ୍ତେ ନା କଲେ। କିନ୍ତୁ ଜଣେ ମଳିମୁଣ୍ଡିଆ ବ୍ୟକ୍ତି କହିଲା, ‘ଡାୟୋଜେନିସ୍‌‌ ନାମକ ଜଣେ ଶ୍ରେଷ୍ଠ ବ୍ୟକ୍ତି ଅଛନ୍ତି।’ ଆଲେକ୍‌‌ଜାଣ୍ଡରଙ୍କୁ ଆଉ ଅଟକାଏ କିଏ? ସଙ୍ଗେ ସଙ୍ଗେ ଘୋଡ଼ାଚଳାଇ ତାଙ୍କ ପାଖରେ ହାଜର। ଡାୟୋଜେନିସ୍‌‌ ଛିନ୍ନ ପୋଷାକ ପିନ୍ଧି ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଖରାରେ ବସିଥା’ନ୍ତି। ସେଠାରେ ଗ୍ରୀକ୍‌‌ବୀର ପହଞ୍ଚି କହିଲେ, ‘ତୁମେ କ’ଣ ଚାହଁ ମୋତେ ମାଗ।’ ଡାେୟାଜେନିସ କହିଲେ, ‘ମହାଭାଗ ଟିକେ ଘୁଞ୍ଚିଗଲେ ଖରାଟା ମୋ ଦେହରେ ପଡ଼ନ୍ତା, କାରଣ ଖରାଟା ମୋ ପାଇଁ ଅଧିକ ପ୍ରୟୋଜନ।’ ନିମିଷକ ମାତ୍ରେ ଆଲେକଜାଣ୍ଡରଙ୍କ ବିଶ୍ୱବିଜୟର ଗୌରବ ମାଟିରେ ମିଶିଗଲା। ଫେରିଆସିଲେ ସେ। ସମସ୍ତଙ୍କୁ କହିଲେ, ‘ମୋର ମୃତ୍ୟୁ ପରେ ମୋତେ କୋକେଇରେ ନେବା ବେଳେ ମୋର ହାତ ଦୁଇଟିକୁ ଝୁଲାଇ ଦେବ, ଯାହା ଫଳରେ ସମସ୍ତେ ଜାଣିବେ ଆସିଥିଲି ଶୂନ୍ୟ ହସ୍ତେ ଚାଲିଗଲି ଶୂନ୍ୟ ହସ୍ତେ। ଆସିଥିଲି ଏକା ବାହୁଡ଼ିଲି ଏକା।’

ଜଣେ ବିଜ୍ଞ ପଣ୍ଡିତପ୍ରବର ଶାସ୍ତ୍ରଜ୍ଞାନ ହାସଲ ପରେ ଘରକୁ ଫେରୁଥା’ନ୍ତି। ହଠାତ୍‌‌ ବର୍ଷା ଆରମ୍ଭ ହୋଇଗଲା। ପଣ୍ଡିତେ ପାଖରେ ଥିବା ଏକ ଘର ବାରଣ୍ଡାକୁ ଉଠିଗଲେ। ସେ ଘରଟି ଥିଲା ଗୋଟାଏ ବାରାଙ୍ଗନାର ଗୃହ। ଏହି ସମୟରେ ଘର ପାଖଦେଇ କିଛି ଲୋକ ଏକ ଶବକୁ ମଶାଣିକୁ ନେଉଥିଲେ। ବାରାଙ୍ଗନା ଜଣକ ଏକ ଛୋଟ ଝିଅକୁ କହିଲେ, ‘ଦେଖିଆସିବୁ ଲୋକଟି ସ୍ୱର୍ଗକୁ ଗଲା ନା ନର୍କକୁ।’ ଝିଅଟି କିଛିସମୟ ପରେ ଫେରି ଆସି କହିଲା, ‘ସେ ନର୍କକୁ ଗଲା।’ ବର୍ଷା ଚାଲିଥାଏ। କିଛି ସମୟପରେ ଆଉ ଏକ ଶବକୁ ଶବବାହକମାନେ ମଶାଣିକୁ ନେଉଥିଲେ। ବାରାଙ୍ଗନାର ସେ ଏକା ପ୍ରଶ୍ନ – ‘ସେ ସ୍ୱର୍ଗକୁ ଗଲା ନା ନର୍କକୁ?’ ଝିଅଟି ଏଥର ଫେରି ଆସି କହିଲା, ‘ମାଆ ସେ ସ୍ୱର୍ଗକୁ ଗଲା।’ ପଣ୍ଡିତେ କିଛି ବୁଝିପାରିଲେ ନାହିଁ। ଚିନ୍ତା କଲେ ମୁଁ ଏତେ ଶାସ୍ତ୍ର ଶିଖିବା ସତ୍ତ୍ବେ ଯାହା ଜାଣିପାରିଲି ନାହିଁ ଏ ଛୋଟ ଝିଅଟି କିଭଳି ତାହା ଜାଣିପାରିଲା? ମୋ ପାଠ ପଢ଼଼ାର ମୂଲ୍ୟ କ’ଣ? ଉତ୍ସୁକତାର ସହିତ ପଣ୍ଡିତ ମହାଶୟ ବାରାଙ୍ଗନାର ଘର ଭିତରକୁ ଯାଇ ଘଟଣା ସମ୍ପର୍କରେ ପଚାରିଲେ। ପଣ୍ଡିତଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ବାରାଙ୍ଗନା ଜଣେ ଝିଅକୁ ନିର୍ଦ୍ଦେଶ ଦେଲା। ଝିଅଟି ବୁଝାଇ ଦେଲା – ‘ପ୍ରଥମ ଲୋକର ଘରକୁ ଯାଇ ଦେଖିଲି ମାତ୍ର କେତେ ଜଣ କାନ୍ଦୁଛନ୍ତି, ଅନ୍ୟମାନେ କହୁଛନ୍ତି ଲୋକଟା ମଲା ଭଲ ହେଲା, ଗୋଟେ ଗ୍ରହ ଗଲା, ସମସ୍ତଙ୍କ ଘରଭାଙ୍ଗିବା ସହିତ କାହାର ଉପକାର ଦେଖିପାରୁ ନଥିଲା। ଏଣୁ ଲୋକମୁଖରେ ସେ ନର୍କକୁ ଗଲା। ଅନ୍ୟ ଲୋକଙ୍କ ଘରକୁ ଯାଇ ଦେଖିଲି ସମସ୍ତେ କାନ୍ଦୁଛନ୍ତି। ଗାଁଲୋକେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ଏଣୁ ସେ ସ୍ୱର୍ଗକୁ ଗଲା ବୋଲି କହିଲି।’ ପଣ୍ଡିତେ ବୁଝିପାରିଲେ କର୍ମ ହିଁ ଦେଖାଇବ ମୁକ୍ତିର ପଥ।

ଜନ୍ମ ପରେ ମୃତ୍ୟୁ, ମୃତ୍ୟୁ ପରେ ଜନ୍ମ। ଅନ୍ଧାର ପରେ ଆଲୋକ, ଆଲୋକ ପରେ ଅନ୍ଧାର। ଏହା ପ୍ରକୃତିର ନିୟମ। ପ୍ରତ୍ୟେକ କାର୍ଯ୍ୟର ଗୋଟାଏ ଶେଷ ଅଛି। ତେବେ କାହିଁକି ଏ ଅହଂକାର! ଧନ, ଜୀବନ, ଯୌବନ କ୍ଷଣସ୍ଥାୟୀ। କାହାକୁ ନେଇ ଏକ ଗର୍ବ! ଧନ, ସମ୍ପଦ, ସୌନ୍ଦର୍ଯ୍ୟକୁ ନେଇ ଅହଂକାରରେ ଫାଟିପଡୁଥିବା ମଣିଷ ବି ଦିନେ ସେଇ ମଶାଣିକୁ ଯିବ। ଭଲ ପାଉଥିବା ଲୋକମାନେ ବି ନିଅାଁ ଲଗାଇ ଜାଳିଦେଲା ପରେ ମୁଠାଏ ପାଉଁଶ ହେବ। ତା’ ପରେ! ତା’ ପରେ ନିଜର କର୍ମ ହିଁ ସବୁଦିନ ପାଇଁ ସମସ୍ତଙ୍କ ନିକଟରେ ପରିଚିତ ହୋଇରହିବ, ରହିଥିବ। ଅହଂକାରକୁ ଛାଡ଼ି ମଣିଷପଣିଆର ଶିକ୍ଷାଲାଭ କଲେ, ମାନବିକତାର ପାଠ ପଢ଼଼ିଲେ ଲୋକମୁଖରେ ପ୍ରିୟଭାଜନ ହୋଇପାରିବ।

ଅଧ୍ୟାପକ ଅଶୋକ ମହାରଣା
ଢେଙ୍କାନାଳ, ମୋ:୯୪୩୭୨୯୦୧୮୧

12 May 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର