ମୁକ୍ତ ବାଣିଜ୍ୟର ଶେଷ ସମୟ

The Sakala Picture
Published On

ବିଶ୍ୱରେ ତାରିଫ ଯୁଦ୍ଧ କ୍ରମଶଃ ଉତ୍କଟ ହେଉଛି। ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ ବିଶ୍ୱ ଅର୍ଥନୀତି, ବେପାର ବାଣିଜ୍ୟ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ବିଶ୍ୱର ଅନେକ ରାଷ୍ଟ୍ରମୁଖ୍ୟଙ୍କୁ ଏହି ନୂତନ ସ୍ଥିତି ବ୍ୟସ୍ତ, ବିବ୍ରତ କରିଦେଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ଷ୍ଟ୍ରାମରଙ୍କ ଭାଷାରେ ଜଗତୀକରଣର ଯୁଗ ସମାପ୍ତ ହେବାକୁ ଯାଉଛି। ସେ କହିଛନ୍ତି ‘ଯେଉଁ ଦୁନିଆକୁ ଆମେ ଜାଣିଥିଲେ ତାହା ସମାପ୍ତ ହୋଇଯାଇଛି। ଏକ କଷ୍ଟକର ସମୟର ସମ୍ମୁଖୀନ ହେବା ପାଇଁ […]

ବିଶ୍ୱରେ ତାରିଫ ଯୁଦ୍ଧ କ୍ରମଶଃ ଉତ୍କଟ ହେଉଛି। ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ ବିଶ୍ୱ ଅର୍ଥନୀତି, ବେପାର ବାଣିଜ୍ୟ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ବିଶ୍ୱର ଅନେକ ରାଷ୍ଟ୍ରମୁଖ୍ୟଙ୍କୁ ଏହି ନୂତନ ସ୍ଥିତି ବ୍ୟସ୍ତ, ବିବ୍ରତ କରିଦେଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ଷ୍ଟ୍ରାମରଙ୍କ ଭାଷାରେ ଜଗତୀକରଣର ଯୁଗ ସମାପ୍ତ ହେବାକୁ ଯାଉଛି। ସେ କହିଛନ୍ତି ‘ଯେଉଁ ଦୁନିଆକୁ ଆମେ ଜାଣିଥିଲେ ତାହା ସମାପ୍ତ ହୋଇଯାଇଛି। ଏକ କଷ୍ଟକର ସମୟର ସମ୍ମୁଖୀନ ହେବା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ।’ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲାରିନ୍ସ ୱେଗ କହିଛନ୍ତି ‘ମୁକ୍ତ ବାଣିଜ୍ୟର ସମୟ ସମାପ୍ତ ହୋଇଛି। ଏବେ ବିଶ୍ୱ ଏକ ନୂଆ ଯୁଗରେ ଜିଉଁଛି, ଯାହା ଆହ୍ୱାନପୂର୍ଣ୍ଣ।’ ବାସ୍ତବରେ ବିଶ୍ୱ ଏକ ନୂତନ ବ୍ୟବସାୟିକ ଯୁଦ୍ଧ ଆଡ଼କୁ ଟାଣି ହୋଇଯାଉଛି। ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେବାକୁ ଯାଉଛି। ଉତ୍ପାଦନର ସ୍ଥାନ ପରିବର୍ତ୍ତନ ଯୋଗୁଁଁ ଅନେକ ଶ୍ରମିକ ବେରୋଜଗାର ହେବାର ଆଶଙ୍କା ସୃଷ୍ଟି ହୋଇଛି। ସିଙ୍ଗାପୁର ଭଳି ଛୋଟ ଛୋଟ ଦେଶର ଆର୍ଥ଄କ ସ୍ଥିତି ଆହୁରି ବିଗିଡ଼ିବାର ଅନୁମାନ କରାଯାଉଛି।

୧୯୯୧ ମସିହାରେ ସୋଭିଏତ ସଂଘର ପତନ ପରେ ଜଗତୀକରଣ ପ୍ରାରମ୍ଭ ହେଲା। ବିଦେଶୀ ବସ୍ତୁ ପାଇଁ ଅନେକ ଦେଶ ନିଜ ଦ୍ୱାର ଉନ୍ମୁକ୍ତ କଲେ। ବିଦେଶୀ ବସ୍ତୁ ଉପରେ ଟିକସ କମିବାରେ ଲାଗିଲା। ଅନେକ ଦେଶ ନିଜ ଭିତରେ ମୁକ୍ତ ବାଣିଜ୍ୟ ଚୁକ୍ତି କଲେ। ମୁକ୍ତ ବାଣିଜ୍ୟ ପାଇଁ ଅନେକ ବୈଶ୍ୱିକ ସଂଗଠନ ତିଆରି ହେଲା। ସମ୍ପୂର୍ଣ୍ଣ ଦୁନିଆ ଗୋଟିଏ ବଜାରରେ ପରିଣତ ହୋଇଗଲା। ବିଦେଶୀ ବସ୍ତୁ ଶସ୍ତା ହେବାରେ ଲାଗିଲା। ଦେଶ-ଦେଶ ଭିତରେ ସମ୍ପର୍କ ସୁଦୃଢ଼ ହେବା ସହିତ ବେପାର ବଣିଜ ବଢ଼଼ିବା ଆରମ୍ଭ ହେଲା। ଭାରତ ଭଳି ଦେଶ ଆରମ୍ଭରୁ କ୍ଷତି ସହି ଧୀରେ ଧୀରେ ପ୍ରତିଯୋଗିତାରେ ଆଗକୁ ବଢ଼଼ିଲେ। ବଡ଼ ବଡ଼ ଦେଶକୁ ପଛରେ ପକେଇ ଭାରତୀୟମାନେ ନିଜ ବସ୍ତୁ ବିଶ୍ୱ ବଜାରରେ ବିକ୍ରି କରିବାରେ ସଫଳ ହେଲେ। ୯୦ ଦଶକରେ ବିଶ୍ୱ ବଜାରକୁ ନିୟନ୍ତ୍ରଣ କରୁଥିବା ଆମେରିକା, ଜାପାନ, ଜର୍ମାନ ଓ ଇଂଲଣ୍ଡ ଆଦି ଦେଶ ଧୀରେ ଧୀରେ ପଛରେ ପଡ଼ିଲେ। ଆମେରିକାର ଅର୍ଥଶାସ୍ତ୍ରୀ ନିଜର ବିପର୍ଯ୍ୟୟ ପାଇଁ ଭାରତ, ଚୀନ, କୋରିଆକୁ ଦାୟୀ କରିବା ଆରମ୍ଭ କରିଦେଲେ।

ଏବେ ଭବିଷ୍ୟତ ବିପଦରୁ ରକ୍ଷା ପାଇବା ପାଇଁ ଟ୍ରମ୍ପ ମୁକ୍ତ ବାଣିଜ୍ୟରୁ ଓହରି ଯାଇ ତାରିଫ ଯୁଦ୍ଧ ଘୋଷଣା କରିଦେଲେ। ୬୦ଟି ଦେଶ ଉପରେ ନୂତନ ଶୁଳ୍କ ଲଗେଇଦେଲେ। ଚୀନ ଭଳି ଦେଶ ଉପରେ ୫୪% ଶୁଳ୍କ ଲଗେଇଦେଲେ। ତାହା ଏବେ ବଢ଼ି ୧୨୫% ହୋଇଛି। ଭାରତ ଉପରେ ୨୬% ସୀମା ଶୁଳ୍କ ଲାଗିଗଲା। ଅବଶ୍ୟ ଭାରତ ଲାଭରେ ରହିବ ବୋଲି ଆଶା କରାଯାଉଛି। ଚୀନ ଉପରେ ଅଧିକ ଶୁଳ୍କ ଲାଗିଥିବାରୁ ଭାରତୀୟ ବସ୍ତୁ ଆମେରିକା ବଜାରରେ ଅପେକ୍ଷାକୃତ ଶସ୍ତା ହେବ। ବିଶାଳ ବଜାର ପାଇଁ ଭାରତ ନିକଟରେ ବିଶାଳ ଜନସଂଖ୍ୟା ଅଛି, ଯାହା ଭାରତକୁ ପ୍ରତିଯୋଗିତା କରିବା ପାଇଁ ସହାୟକ ହେବ।

ସୀମାଶୁଳ୍କ ମାଧ୍ୟମରେ ପ୍ରତ୍ୟେକ ଦେଶ ନିଜ ଦେଶର ଶିଳ୍ପ ଓ ଉତ୍ପାଦନକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରନ୍ତି। ସୀମାଶୁଳ୍କ କାରଣରୁ ବାହାର ଦେଶର ବସ୍ତୁ ଘରୋଇ ବଜାରରେ ମହଙ୍ଗା ହୋଇଯାଏ। ଘରୋଇ ଉଦ୍ୟୋଗକୁ ପ୍ରତିଯୋଗିତା କରିବା ପାଇଁ ସହଜ ହୁଏ। ଆମଦାନୀ କମ ହେଲେ ବିଦେଶୀ ମୁଦ୍ରାଭଣ୍ଡାର ଉପରେ ଚାପ କମ ପଡ଼େ। ନିଜ ଦେଶ ମୁଦ୍ରାର ଅବମୂଲ୍ୟାୟନକୁ ରୋକା ଯାଇପାରେ।

ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ରମାନେ ଆମେରିକା ବସ୍ତୁ ଉପରେ ୩୯% ଶୁଳ୍କ ଆଦାୟ କରୁଥିଲେ। ତେଣୁ ଆମେରିକା ବାଧ୍ୟ ହୋଇ ୨୦% ସୀମାଶୁଳ୍କ ଲଗେଇଛି। ଆମେରିକାରୁ ଆମଦାନୀ ଉପରେ କାମ୍ବୋଡ଼ିଆ ୯୭%, ଭିଏତନାମ ୯୦%, ବାଂଲାଦେଶ ୭୪% ସୀମାଶୁଳ୍କ ଆଦାୟ କରୁଥିଲେ। ଏବେ ଆମେରିକା ଜବାବୀ ରାସ୍ତା ବାହାର କରି କାମ୍ବୋଡ଼ିଆ ଠାରୁ ୪୯%, ଭିଏତନାମ ୪୬%, ବାଂଲାଦେଶ ୩୭% ସୀମାଶୁଳ୍କ ଆଦାୟ କରିବା ପାଇଁ ସ୍ଥିର କରିଛି। ଯେଉଁ ଦେଶ ଆମେରିକା ଉପରୁ ଯେତିକି ସୀମା ଶୁଳ୍କ ଆଦାୟ କରୁଛନ୍ତି ପ୍ରାୟ ତା’ର ଅଧା ଶୁଳ୍କ ଆଦାୟ କରିବା ପାଇଁ ଆମେରିକା ଯୋଜନା କରିଛି।

ବିଗତ ୩୦ ବର୍ଷରେ ସୀମାଶୁଳ୍କ ଏକ ଆର୍ଥିକ ଷଡ଼ଯନ୍ତ୍ରରେ ପରିଣତ ହୋଇଛି। ଏହି ଷଡ଼ଯନ୍ତ୍ରରେ ଅଧିକ ଶିକାର ହୋଇଛି ଆମେରିକା। ଆମେରିକାକୁ ଅଧିକ ଶିକାର କରିଛି ଚୀନ। ଆମେରିକା ବଜାର ଚୀନ ମାଲରେ ଭର୍ତ୍ତି ହେଲା ଏବଂ ଆମେରିକାର ବେରୋଜଗାର ଶତାବ୍ଦୀର ଉଚ୍ଚସୀମାରେ ପହଁଁଚି ଗଲା। ତାରିଫ ଯୁଦ୍ଧ କରିବା ପଛରେ ଆମେରିକାର ବିବଶତା ମଧ୍ୟ ଥିଲା। ଚୀନ ଆମେରିକା ବସ୍ତୁ ଉପରେ ୬୭% ସୀମା ଶୁଳ୍କ ଲାଗୁ କରୁଥିଲା, ଯାହା ଆମେରିକା ପାଇଁ ବହୁତ ଅଧିକ ଥିଲା। ଚୀନ ଆମେରିକା ବଜାରରେ ଶସ୍ତାରେ ନିଜ ବସ୍ତୁ ବିକ୍ରି କରୁଥିଲା। ଅପରପକ୍ଷରେ ଆମେରିକା ବସ୍ତୁ ଉପରୁ ଅଧିକ ସୀମାଶୁଳ୍କ ଆଦାୟ କରୁଥିଲା। ଆମେରିକା ବସ୍ତୁ ଏତେ ଅଧିକ ଦାମ ହୋଇଯାଉଥିଲା ଯେ ଚୀନ ବଜାରରେ ବିକ୍ରି ହୋଇ ପାରୁନଥିଲା। ଚୀନର ଅତ୍ୟଧିକ ଲୋଭଖୋର ମନୋବୃତ୍ତି ଓ ଆର୍ଥିକ ସାମ୍ରାଜ୍ୟବାଦ ମୁକ୍ତ ବାଣିଜ୍ୟ ପାଇଁ ଘାତକ ହେଲା। ତେଣୁ ବିଶ୍ୱର ମୁକ୍ତ ବାଣିଜ୍ୟର ସମାପ୍ତି ପାଇଁ ଚୀନ ପରୋକ୍ଷରେ ଦାୟୀ ଅଟେ।

ଏବେ ଆର୍ଥିକ ଯୁଦ୍ଧ ଏତେ ଭୟଙ୍କର ସ୍ତରକୁ ଚାଲି ଯାଇଛି ଯେ ଏହାକୁ ସମାପ୍ତ କରି ମୁକ୍ତ ବାଣିଜ୍ୟ ପ୍ରତିଷ୍ଠା କରିବା ଆଉ ସମ୍ଭବପର ନୁହେଁ। ବର୍ତ୍ତମାନ ସ୍ଥିତିରେ ଚୀନ ପଛ ଘୁଞ୍ଚା ଦେବା ନୀତିରେ ନାହିଁ। ଅଧିକ ଆକ୍ରମକ ନୀତି ଗ୍ରହଣ କରି ବିଶ୍ୱ ବଜାର ଦଖଲ ପାଇଁ ଗୋଟିଏ ପରେ ଗୋଟିଏ ନୀତି ତିଆରି କରୁଛି। ବିଶେଷକରି ଚୀନର ଆର୍ଥିକ ସାମ୍ରାଜ୍ୟବାଦ ଏପରି ଏକ ବ୍ୟବସ୍ଥାକୁ ସମାପ୍ତ କରିବା ପାଇଁ ଦାୟୀ ବୋଲି କୁହାଯାଇପାରିବ। ତେଣୁ ସମ୍ପୂର୍ଣ୍ଣ ବିଶ୍ୱକୁ ଏପରି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ।

ରବିନାରାୟଣ ପଣ୍ଡା
ଭଦ୍ରକ, ମୋ: ୯୪୩୭୦୧୭୮୫୭

11 Apr 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର