ଋଣଯନ୍ତାର ଲକ୍ଷଣ ଓ ନିରାକରଣ

The Sakala Picture
Published On

ଋଣ ଯନ୍ତା ଏକପ୍ରକାରର ଆର୍ଥିକ ସ୍ଥିତିକୁ ଇଙ୍ଗିତ କରିଥାଏ। ଏହା ହେଉଛି ଏକ ପରିସ୍ଥିତି, ଯେଉଁଠାରେ ଜଣେ ବ୍ୟକ୍ତି କିମ୍ୱା କମ୍ପାନୀ ନିଜର ଋଣ ପରିଶୋଧ କରିବାକୁ ଅସମର୍ଥ ହୋଇଥାଆନ୍ତି। ଫଳରେ ପୁରୁଣା ଋଣ ପରିଶୋଧ କରିବା ପାଇଁ ବାଧ୍ୟ ହୋଇ ଅଧିକ ସୁଧରେ ଆଉ ଏକ ଋଣ କରିଥାଆନ୍ତି। ଏହି ପ୍ରକ୍ରିୟା କ୍ରମାଗତ ଲାଗି ରହେ ଓ ଋଣ ପରିଚାଳନା ନିଜ ନିୟନ୍ତ୍ରଣରୁ ବାହାରକୁ ଚାଲିଯାଏ। ଋଣ ଭାରରୁ ମୁକ୍ତି ମିଳେ ନାହିଁ। ସାରା ଜୀବନ […]

ଋଣ ଯନ୍ତା ଏକପ୍ରକାରର ଆର୍ଥିକ ସ୍ଥିତିକୁ ଇଙ୍ଗିତ କରିଥାଏ। ଏହା ହେଉଛି ଏକ ପରିସ୍ଥିତି, ଯେଉଁଠାରେ ଜଣେ ବ୍ୟକ୍ତି କିମ୍ୱା କମ୍ପାନୀ ନିଜର ଋଣ ପରିଶୋଧ କରିବାକୁ ଅସମର୍ଥ ହୋଇଥାଆନ୍ତି। ଫଳରେ ପୁରୁଣା ଋଣ ପରିଶୋଧ କରିବା ପାଇଁ ବାଧ୍ୟ ହୋଇ ଅଧିକ ସୁଧରେ ଆଉ ଏକ ଋଣ କରିଥାଆନ୍ତି। ଏହି ପ୍ରକ୍ରିୟା କ୍ରମାଗତ ଲାଗି ରହେ ଓ ଋଣ ପରିଚାଳନା ନିଜ ନିୟନ୍ତ୍ରଣରୁ ବାହାରକୁ ଚାଲିଯାଏ। ଋଣ ଭାରରୁ ମୁକ୍ତି ମିଳେ ନାହିଁ। ସାରା ଜୀବନ ଋଣର ଚକ୍ରବ୍ୟୂହ ଭିତରେ ରହି ହନ୍ତସନ୍ତ ହେବାକୁ ପଡ଼େ। ସୁବିଧାରେ ମିଳୁଥିବା ଋଣ, ଏହାର ଦୁରୁପଯୋଗ, ଖର୍ଚ୍ଚ ନିୟନ୍ତ୍ରଣରେ ବିଫଳତା, କ୍ରେଡିଟ୍‌‌ କାର୍ଡର ମନମୁଖି ବ୍ୟବହାର ଋଣଯନ୍ତାରେ ପଡ଼ିବାର ବାଟ କଢ଼ାଏ।

ମୂଷାମାନଙ୍କ ଉପଦ୍ରବରୁ ରକ୍ଷା ପାଇବା ପାଇଁ ଯନ୍ତାର ବ୍ୟବହାର ବିଷୟରେ ସମସ୍ତେ ଅଳ୍ପେବହୁତେ ଅବଗତ। ମୂଷା ଆପେ ଆପେ ଯନ୍ତା ଭିତରେ ପଡ଼ିନଥାଏ। ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଯନ୍ତା ଭିତରେ ସ୍ୱାଦିଷ୍ଟ ଖାଦ୍ୟଦ୍ରବ୍ୟ ରଖାଯାଏ। ଏହି ଖାଦ୍ୟ ଖାଇବା ପାଇଁ ମୂଷା ଯନ୍ତା ଭିତରକୁ ଯାଇ ଆଉ ବାହାରକୁ ବାହାରିପାରେ ନାହିଁ। ଶେଷରେ ମୃତ୍ୟୁମୁଖରେ ପଡ଼ିଥାଏ। ଠିକ ସେହିପରି ଋଣ ଯନ୍ତାରେ କେହି ଆପେ ଆପେ ପଡ଼ି ନଥାଏ। ବିଭିନ୍ନ ପ୍ରକାରର ସୁବିଧାର ସୁଯୋଗର ପ୍ରଲୋଭନ ଦେଖାଇ ଗ୍ରାହକଙ୍କୁ ଆକୃଷ୍ଟ କରି ଋଣ ଦିଆଯାଏ। ସହଜରେ ମିଳୁଥିବା ଏହି ଋଣର ପରିଶୋଧ ପାଇଁ ମାସିକ କିସ୍ତି ପ୍ରଥମେ ଗ୍ରାହକୁ ବୋଝ ପରି ଲାଗେ ନାହିଁ। ପରେ ଏପରି ଏକ ସମୟ ଆସେ, ଉଭୟ ଋଣ ରାଶି ଓ ଋଣ ପରିଶୋଧ ପାଇଁ ମାସିକ କିସ୍ତି କ୍ରମେ ବଢ଼଼ି ଚାଲେ। ଗୋଟିଏ ଋଣ ପରିଶୋଧ ପାଇଁ ଅନ୍ୟ ଏକ ଋଣ କରିବାକୁ ପଡ଼େ। ଯେତେ ସୁଝିଲେ ବି ଋଣ ସରେ ନାହିଁ। ଏପରି ସ୍ଥିତିକୁ ଋଣ ଯନ୍ତା କୁହାଯାଏ।

ଏବେ ଋଣ ସହଜରେ ମିଳି ପାରୁଛି। ଫଳରେ ଏହାର ବ୍ୟବହାର ଓ ଅପବ୍ୟବହାର ଅନେକ ଗୁଣ ବଢ଼଼ି ଯାଇଛ। କ୍ରେଡିଟ୍‌‌ କାର୍ଡର ବହୁଳ ବ୍ୟବହାର ଏବଂ ଏହାର ଜଟିଳ ସର୍ତ୍ତାବଳୀକୁ ଠିକ କରି ନବୁଝିବା ହେତୁ ଅନେକ ବ୍ୟକ୍ତି ଋଣ ଯନ୍ତାରେ ପଡ଼ି ଯାଆନ୍ତି। କ୍ରେଡିଟ କାର୍ଡ ହେଊଛି ଋଣ ନେବାର ଏକ ମାଧ୍ୟମ ଓ କାର୍ଡଧାରୀମାନେ ପୂର୍ବ ନିର୍ଦ୍ଧାରିତ ସୀମା ରାଶି ମଧ୍ୟରେ ଏହା ବ୍ୟବହାର କରି ପାରିବେ। ଯେତେବେଳେ ପାଖରେ ଟଙ୍କା ନଥାଏ ବା ଟଙ୍କାର ଅଭାବ ଥାଏ ସେତେବେଳେ ଜରୁରୀ ଖର୍ଚ୍ଚ ଭରଣା ପାଇଁ କ୍ରେଡିଟ କାର୍ଡ କାମରେ ଆସେ। କ୍ରେଡିଟ କାର୍ଡରେ ବ୍ୟବହୃତ କ୍ରୟ ରାଶି ଆମ ନିଜର ନୁହେଁ। ଏହା ଏକ ବନ୍ଧକବିହୀନ ଋଣ। ଏହାକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପରିଶୋଧ ନକଲେ କାର୍ଡ ପ୍ରଦାନକାରୀ ସଂସ୍ଥା ବିଳମ୍ୱ ଶୁଳ୍କ ଓ ଅଧିକ ଉଚ୍ଚହାରରେ (୨୪% ରୁ ୫୪%)ସୁଧ ନେଇଥାଆନ୍ତି। ଫଳରେ ଉପଭୋକ୍ତା ସୁଧ ଦେଇ ଦେଇ ନୟାନ୍ତ ହୋଇଯାଏ ଏବଂ ଋଣ ଚକ୍ରବ୍ୟୂହ ଭିତରେ ଫସିଯାଏ। ସମାଜରେ ଅନେକ ବ୍ୟକ୍ତି ଏଭଳି ଋଣ ଯନ୍ତାରେ ଘାଣ୍ଟି ହେବାର ଦୃଷ୍ଟାନ୍ତ ରହିଛି।

ଆର୍ଥିକ କାରବାରର ଲକ୍ଷଣରୁ ହିଁ କୌଣସି ଋଣ ଗ୍ରହୀତା ଋଣ ଯନ୍ତାରେ ପଡ଼ିବାର ସୂଚନା ମିଳିଥାଏ। ଏସବୁ ଲକ୍ଷଣ ଦେଖାଦେବା ମାତ୍ରକେ ସେଥିପ୍ରତି ସତର୍କ ଓ ସାବଧାନ ରହିବା ବୁଦ୍ଧିମତ୍ତାର ପରିଚୟ। ଋଣ ପରିଶୋଧର ମାସିକ କିସ୍ତି ନିଜ ମାସିକ ଆୟର ୫୦ ପ୍ରତିଶତରୁ ଅଧିକ ହେବା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ଏପରି ସ୍ଥତି ଲାଗିରହିଲେ ଖୁବଶୀଘ୍ର ଋଣ ଜାଲରେ ଛନ୍ଦି ହେବାର ଆଶଙ୍କା ଅଧିକ ବୋଲି ଜଣାପଡ଼େ। ମାସିକ ସ୍ଥିରଖର୍ଚ୍ଚ ବା ବାଧ୍ୟତାମୂଳକ ଖର୍ଚ୍ଚ(ଘର ଭଡ଼ା, ବିଦ୍ୟାଳୟ ଫି’, ବିଦ୍ୟୁତ ଓ ପାଣି ବିଲ୍‌‌, ଖାଦ୍ୟ ସାମଗ୍ରୀ ଇତ୍ୟାଦି), ଯେଉଁ ଖର୍ଚ୍ଚକୁ କମାଇ ହେବ ନାହିଁ, ତାହା ନିଜ ଆୟର ୫୦% ଭିତରେ ସୀମିତ ରହିବା ଆବଶ୍ୟକ। ଏହି ଖର୍ଚ୍ଚ ଆୟର ୭୦% ଅତିକ୍ରମ କଲେ ଋଣ ଜାଲରେ ପଡ଼ିଯିବାର ଏହା ଚେତାବନୀ। କ୍ରେଡିଟ କାର୍ଡର ଖର୍ଚ୍ଚ ସୀମା ବାରମ୍ୱାର ଶେଷ ହେବା, କ୍ରେଡିଟ କାର୍ଡର ସମ୍ପୂର୍ଣ୍ଣ ଦେୟ ନ ଦେଇ ପାରିବା; ଅନେକଗୁଡ଼ିଏ ଋଣ କରିବା ହେଉଛି ଋଣ ଜାଲରେ ପଡ଼ିବାର ଲକ୍ଷଣ। କ୍ରମାଗତ ସଞ୍ଚୟ ପାଇଁ ଟଙ୍କାର ଅଭାବ ଋଣ ଯନ୍ତାରେ ପଡ଼ିବାର ଆଉ ଏକ ଆଶଙ୍କା ସୃଷ୍ଟି କରେ। ପ୍ରେରଣା କ୍ରୟ ବା ଦେଖାଶିଖା କିଣିବା ମାନସିକତା ଦ୍ୱାରା ଅନାବଶ୍ୟକୀୟ ବସ୍ତୁ କିଣିବାରେ ଅନେକ ଅର୍ଥ ଲାଗିଥାଏ। ପୂର୍ବ ପ୍ରସ୍ତୁତି ନଥାଇ ହଠାତ କୌଣସି ଜିନିଷ ପ୍ରତି ଆକର୍ଷିତ ହେବା ଓ ଏହାର ବ୍ୟବହାରିକ ଦିଗକୁ ଦୃଷ୍ଟି ନଦେଇ ଏହାକୁ କିଣିବା ହେଉଛି ପ୍ରେରଣାକ୍ରୟ। ଏପରି ଖର୍ଚ୍ଚର ଭରଣା ପାଇଁ ଅଧିକରୁ ଅଧିକ ଋଣ କରିବାକୁ ପଡ଼େ। ଶେଷରେ ଏପରି ପରିସ୍ଥିତି ଆସେ ଯେ, ଋଣ ପରିଶୋଧ କରିବା ସସମ୍ଭବ ହୋଇନଥାଏ ଏବଂ ଋଣ ଜାଲରେ ବ୍ୟକ୍ତି ଛନ୍ଦି ହୋଇଯାଏ।

ଋଣ ଓ ସମ୍ପତିର ଅନୁପାତରୁ ମଧ୍ୟ ବ୍ୟକ୍ତିର ଆର୍ଥିକ ସ୍ଥିତି ବିଷୟରେ ଜଣାପଡ଼ିଥାଏ। ମନେ କରାଯାଉ ଜଣଙ୍କର ମୋଟ ଋଣ ପରିମାଣ ୩୦ ଲକ୍ଷ ଟଙ୍କା ଏବଂ ତାଙ୍କର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ତେବେ ଋଣ ଓ ସମ୍ପତିର ଅନୁପାତ ହେଉଛି – ୩୦/୧୫= ୨। ବିଶେଷଜ୍ଞମାନଙ୍କ ମତରେ ଏହି ଅନୁପାତ ଶୂନ ଦଶମିକ ପାଞ୍ଚରୁ କମ ହେବା ଦରକାର। ଅର୍ଥାତ ସମ୍ପତ୍ତିର ମୂଲ୍ୟ ଋଣର ଦୁଇଗୁଣରୁ ଅଧିକ ହେବା ଦରକାର। ନହେଲେ ବ୍ୟକ୍ତି ଋଣ ଯନ୍ତାରେ ପଡ଼ିବାର ଆଶଙ୍କା ଅଧିକ।

ଋଣ ଯନ୍ତାରେ ପଡ଼ିଥିଲେ କିମ୍ୱା ପଡ଼ିବାକୁ ଯାଉଥିଲେ ସେଥିରୁ ରକ୍ଷା ପାଇବାର ଉପାୟ ବାହାର କରିବା ବୁଦ୍ଧିମତ୍ତାର ପରିଚୟ। ଆୟଠାରୁ ବ୍ୟୟ ଅଧିକ ହେଲେ ଚଳିବା ପାଇଁ ଋଣ କରିବାକୁ ପଡ଼େ। ଯେହେତୁ ଋଣ ପରିଶୋଧ କରିବା ପାଇଁ ଆବଶ୍ୟକ ସମ୍ୱଳ ପାଖରେ ନଥାଏ, ଦିନକୁ ଦିନ ଏହି ଋଣ ବଢ଼଼ି ଚାଲେ। ବ୍ୟକ୍ତି ଋଣଯନ୍ତାରେ ଆବଦ୍ଧ ହୋଇଯାଏ। ଏଣୁ ଖର୍ଚ୍ଚକୁ ନିଜ ଆୟ ମଧ୍ୟରେ ସୀମିତ ରଖିପାରିଲେ ଋଣ ଜାଲରେ ପଡ଼ିବାର ଆଶଙ୍କା ନଥାଏ। ଅଧିକା ଋଣ ନେବା ବନ୍ଦ କରିବା ସହ ଅନେକଗୁଡ଼ିଏ ଋଣ ଥିଲେ ପ୍ରଥମେ ଅଧିକ ସୁଧ ଲାଗୁଥିବା ଋଣ (କ୍ରେଡିଟ କାର୍ଡ ଦେୟ)ଗୁଡ଼ିକ ପରିଶୋଧ କରିଦେଲେ, ଋଣ ବୋଝ କିଛିମାତ୍ରାରେ ଊଣା ହେବ ଏବଂ କ୍ରମଶଃ ଆର୍ଥିକ ସୁଧାର ଆସିବ। ଜୀବନଶୈଳୀରେ ପରିବର୍ତ୍ତନ, ଅନାବଶ୍ୟକ ଦ୍ରବ୍ୟ ପ୍ରତି ଅନାସକ୍ତି, କ୍ରେଡିଟ କାର୍ଡ ଖର୍ଚ୍ଚ ଉପରେ ନିୟନ୍ତ୍ରଣ, ଖର୍ଚ୍ଚର ପ୍ରାଥମିକତା ଓ ବିଶ୍ଳେଷଣ, ଋଣ ଉପରେ କମ ନିର୍ଭରଶୀଳତା ଓ ଅଯଥା ଖର୍ଚ୍ଚରେ ମନ ନଦେଲେ ଋଣ ଯନ୍ତାରୁ ନିଜକୁ ଦୂରେଇ ରଖିହେବ।

ଅନନ୍ତ ଚରଣ ସ୍ୱାଇଁ
ଭୁବନେଶ୍ୱର, ମୋ: ୭୩୮୧୩୬୬୭୭୭

09 Jan 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର