ଆମେରିକାରେ ବ୍ୟାଙ୍କ ଦେବାଳିଆ ପ୍ରସଙ୍ଗ, ଭାରତ ପାଇଁ ସତର୍କ ଘଣ୍ଟି

The Sakala Picture
Published On

ସ୍ୱଳ୍ପଦିନର ବ୍ୟବଧାନରେ ଆମେରିକାର ତିନୋଟି ବ୍ୟାଙ୍କ ଭୁଶୁଡ଼ି ପଡ଼ିଛି। ସେଥିମଧ୍ୟରୁ ସିଲିକନ୍‌‌ ଭ୍ୟାଲି ବ୍ୟାଙ୍କ ଧରାଶାୟୀ ହେବା ଆମେରିକାର ଅର୍ଥ ବ୍ୟବସ୍ଥା ପାଇଁ ନିଶ୍ଚିତ ଭାବେ ଚିନ୍ତାର ବିଷୟ। ବିଶ୍ୱର ସବୁଠୁ ବିକଶିତ ଓ ସର୍ବବୃହତ୍‌‌ ଅର୍ଥନୀତି ଆମେରିକାରେ ଏ ଯେଉଁ ଘଟଣା ଘଟୁଛି ତାହା ଅପ୍ରତ୍ୟାଶିତ ନୁହେଁ। ଏହା ଘଟିବାର ଥିଲା। ସେ ଦେଶର ବ୍ୟାଙ୍କ ରେଗୁଲେଟର (ନିୟନ୍ତ୍ରକ) ଏ ସମ୍ପର୍କରେ ଆଗରୁ ଅବଗତ ଥିଲେ। ସେଥିପାଇଁ ସେମାନେ ସମ୍ପୃକ୍ତ ବ୍ୟାଙ୍କର ବୀମା ହୋଇ ନଥିବା […]

ସ୍ୱଳ୍ପଦିନର ବ୍ୟବଧାନରେ ଆମେରିକାର ତିନୋଟି ବ୍ୟାଙ୍କ ଭୁଶୁଡ଼ି ପଡ଼ିଛି। ସେଥିମଧ୍ୟରୁ ସିଲିକନ୍‌‌ ଭ୍ୟାଲି ବ୍ୟାଙ୍କ ଧରାଶାୟୀ ହେବା ଆମେରିକାର ଅର୍ଥ ବ୍ୟବସ୍ଥା ପାଇଁ ନିଶ୍ଚିତ ଭାବେ ଚିନ୍ତାର ବିଷୟ। ବିଶ୍ୱର ସବୁଠୁ ବିକଶିତ ଓ ସର୍ବବୃହତ୍‌‌ ଅର୍ଥନୀତି ଆମେରିକାରେ ଏ ଯେଉଁ ଘଟଣା ଘଟୁଛି ତାହା ଅପ୍ରତ୍ୟାଶିତ ନୁହେଁ। ଏହା ଘଟିବାର ଥିଲା। ସେ ଦେଶର ବ୍ୟାଙ୍କ ରେଗୁଲେଟର (ନିୟନ୍ତ୍ରକ) ଏ ସମ୍ପର୍କରେ ଆଗରୁ ଅବଗତ ଥିଲେ। ସେଥିପାଇଁ ସେମାନେ ସମ୍ପୃକ୍ତ ବ୍ୟାଙ୍କର ବୀମା ହୋଇ ନଥିବା ଜମାକୁ ବୀମାଭୁକ୍ତ କରିବାକୁ ସ୍ୱତନ୍ତ୍ର ଧାରା ଲାଗୁ କରିଥିଲେ। ଆଶା କରାଯାଉଥିଲା ଯେ ଜମାକାରୀ ଛାନିଆ ହୋଇ ଟଙ୍କା ଉଠାଇବେ ନାହିଁ ଏବଂ ବ୍ୟାଙ୍କ ସମ୍ଭାଳି ହୋଇଯିବ। ଦୁର୍ଭାଗ୍ୟର ବିଷୟ, ତାହା କିନ୍ତୁ ହେଲା ନାହିଁ। ଗ୍ରାହକଙ୍କ, ବିଶେଷକରି ଜମାକାରୀଙ୍କ ବିଶ୍ୱାସ ହରାଇ ସମ୍ପୃକ୍ତ ତିନିଟି ବ୍ୟାଙ୍କ ଧରାଶାୟୀ ହୋଇଛି। ଏହି ଘଟଣା କେବଳ ଆମେରିକା ନୁହେଁ, ସମଗ୍ର ବିଶ୍ୱ ପାଇଁ ଉଦ୍‌‌ବେଗର କାରଣ ପାଲଟିଛି।

ଆମେରିକା ବିଶ୍ୱର ସର୍ବବୃହତ୍‌‌ ଅର୍ଥନୀତି। ସେ ଦେଶର ଆର୍ଥିକ ଅଭିବୃଦ୍ଧିରେ ବ୍ୟାଙ୍କସମୂହ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥା’ନ୍ତି। ଆମେରିକା ଅର୍ଥନୀତି ସହିତ ସମଗ୍ର ବିଶ୍ୱର ଅର୍ଥନୀତି ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ। ଭାରତ ଓ ଆମେରିକା ବାଣିଜ୍ୟିକ ଓ ଅର୍ଥନୈତିକ ସମ୍ପର୍କ ଦୃଷ୍ଟିରୁ ଅତି ନିକଟତର। ତେଣୁ ଏହାର ପ୍ରଭାବ ଯେ ଭାରତୀୟ ଅର୍ଥନୀତି ଉପରେ ନ ପଡ଼ିବ, ତାହା କୁହାଯାଇ ନପାରେ।

ଲିମ୍ୟାନ୍‌‌ ବ୍ରଦର୍ସର ବିଫଳତା ପରେ କେଇବର୍ଷ ତଳେ କେବଳ ଆମେରିକା ନୁହେଁ, ସାରା ବିଶ୍ୱରେ ଏକ ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାଫଳରେ ଆନୁଷ୍ଠାନିକ ଋଣ ଯୋଗାଣ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେବା ଫଳରେ ଉଦ୍ୟୋଗ ଜଗତ ପାଇଁ ପୁଞ୍ଜିର ସଂକଟ ଦେଖାଦେଇଥିଲା। ଆହୁରି ମଧ୍ୟ ବିଶ୍ୱ ପୁଞ୍ଜି ନିବେଶ ପ୍ରକ୍ରିୟା, ବାଣିଜ୍ୟ, ସେୟାର ବଜାର କାରବାର ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବା ସହିତ ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ସୃଷ୍ଟି ହୋଇଥିଲା।

ଏବେ ସିଲିକନ୍‌‌ ଭ୍ୟାଲି ଓ ସିଗ୍‌‌ନେଚର ବ୍ୟାଙ୍କ ପରେ ଫାଷ୍ଟ ରିପବ୍ଲିକ୍‌‌ ବ୍ୟାଙ୍କର ଷ୍ଟକ୍‌‌ ମୂଲ୍ୟ ଅବିଶ୍ୱସନୀୟ ଭାବେ ୬୫% ରୁ ୭୦% ହ୍ରାସ ପାଇବା ଫଳରେ ସମ୍ପୃକ୍ତ ବ୍ୟାଙ୍କ ଦେବାଳିଆ ଅବସ୍ଥାର ସମ୍ମୁଖୀନ। ରେଟିଂ ‘ମୁଡିସ୍‌‌’ ଏବେ ଏହି ତିନି ବ୍ୟାଙ୍କ ସହ ଆମେରିକା ଛ’ଟି ବ୍ୟାଙ୍କକୁ ସମୀକ୍ଷା ଭିତରେ ରଖିଛି। ସେ ସବୁ ବ୍ୟାଙ୍କର ରେଟିଂକୁ ମଧ୍ୟ ହ୍ରାସ କରାଯାଇଛି। ଆଶଙ୍କା କରାଯାଉଛି ଯେ ନିକଟ ଭବିଷ୍ୟତରେ ଆମେରିକାର ଆଉ କିଛି ବ୍ୟାଙ୍କ ଦେବାଳିଆ ହୋଇପାରେ। ବ୍ୟାଙ୍କ ଚଳାଇବାକୁ ନଗଦର ଅଭାବ ଏକ ଗୁରୁତର ସଂକଟ ସୃଷ୍ଟି କରିଛି। ୨୦୨୨ ଡିସେମ୍ବର ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆମେରିକାର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଏଭଳି ଏକ ବଡ଼ ଅଘଟଣ ଘଟିବାର ସୂଚନା ଦେଇଥିଲା। ଗତ ଜାନୁଆରୀ ମାସରେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆର୍ଥିକ ସଂକ୍ରମଣ ଭୟ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଥିଲା।

ଭାରତ ଏହା ଆଗୁଆ ଜାଣିପାରିବା କିମିଆ ନୁହେଁ। ସବୁ ଦେଶର ବ୍ୟାଙ୍କ ରେଗୁଲେଟରମାନେ ପରସ୍ପରର ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଥା’ନ୍ତି ଏବଂ କିଏ କେଉଁଠି ତ୍ରୁଟି କଲେ, ତାହାର ପରିଣତି ସମ୍ପର୍କରେ ଆଗୁଆ ଆଶଙ୍କା ବ୍ୟକ୍ତ କରିଥା’ନ୍ତି। ଭାରତରେ ପୂର୍ବରୁ ପରିଚାଳନାଗତ ବିଭ୍ରାଟ ଯୋଗୁଁ କେତେକ ବ୍ୟାଙ୍କ ଅନୁରୂପ ଦେବାଳିଆ ସ୍ଥିତିର ସମ୍ମୁଖୀନ ହୋଇଥିଲା। ରିଜର୍ଭବ୍ୟାଙ୍କ ଓ ରେଗୁଲେଟରଙ୍କ ହସ୍ତକ୍ଷେପ ଫଳରେ ଏସବୁ ବ୍ୟାଙ୍କ ବର୍ତ୍ତିଯାଇଥିଲା।

ସଚରାଚର ବ୍ୟାଙ୍କ ସମୂହ ନିଜର ବାଲାନ୍ସସିଟ୍‌‌କୁ ଠିକ୍‌‌ଠାକ୍‌‌ ରଖିବାକୁ ଚେଷ୍ଟା କରିଥା’ନ୍ତି। କାଗଜ କଲମରେ ଯାହା ଦର୍ଶାଯାଇଥାଏ ବାସ୍ତବରେ ଆର୍ଥିକ ସ୍ଥିତି ତାହା ନଥାଏ। କେତେବେଳେ ପ୍ରକୃତ କ୍ଷତିକୁ କମ୍‌‌ ଦେଖାଇ ଲାଭ ଅଧିକ ଦେଖାଇବାର ପ୍ରୟାସ ହୁଏତ ଆଉ କେତେବେଳେ ହାତକୁ ଆସିନଥିବା ସମ୍ବଳକୁ ହିସାବକୁ ନେଇ କ୍ଷତି ଦର୍ଶାଯାଏ। ତେଣେ ରେପୋ ରେଟ୍‌‌ ବାରମ୍ବାର ବଢ଼଼ିଲେ ବ୍ୟାଙ୍କ ସମୂହଙ୍କ ପାଖରେ ନଗଦର ଅଭାବ ହୁଏ। ଜମାରୁ ଯେଉଁ ଅର୍ଥ ଆସେ ତାହା ବ୍ୟାଙ୍କର ସାମଗ୍ରିକ କାରବାରକୁ ଚଳାଇବାରେ ସକ୍ଷମ ହୁଏ ନାହିଁ। ଲାଭ ଓ ନଗଦର ସନ୍ଦିଗ୍ଧ ପରିଚାଳନା ମଧ୍ୟ ବ୍ୟାଙ୍କକୁ ଦେବାଳିଆ କରେ। ଆମେରିକା ତାହାର ଉଦାହରଣ।

ଭାରତର ବ୍ୟାଙ୍କ ବ୍ୟବସ୍ଥା ଏବେ ଆମେରିକା ତୁଳନାରେ ଅଧିକ ଶୃଙ୍ଖଳିତ ଓ ନିୟନ୍ତ୍ରିତ। ତଥାପି ଷ୍ଟକ୍‌‌ ବଜାର, ପୁଞ୍ଜିନିବେଶ ଓ ଷ୍ଟାର୍ଟଅପ୍‌‌ ପରିତନ୍ତ୍ର ପାଇଁ ଏହା ସମସ୍ୟା ସୃଷ୍ଟି କରିପାରେ। ବିଶ୍ୱର ଆର୍ଥିକ ବଜାରଗୁଡ଼ିକ କ୍ରମଶଃ ଆନ୍ତଃସଂଯୋଜିତ ହେଉଛନ୍ତି। ଫଳରେ ଗୋଟିଏ ବଡ଼ ଅର୍ଥନୈତିକ ବ୍ୟବସ୍ଥାରେ ସଂକଟ ସୃଷ୍ଟି ହେଲେ ଅନ୍ୟତ୍ର ତାହାର ପ୍ରତିକ୍ରିୟା ଦେଖାଦେବା ଅସ୍ୱାଭାବିକ ନୁହେଁ। ଏଭଳି ପରିସ୍ଥିତିରେ ଭାରତ ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ଏବଂ ନିଜ ଅଭିବୃଦ୍ଧିକୁ ବଢ଼଼ାଇବା ସହଜ ହେବ ନାହିଁ। ଅତଏବ ଆମ ନୀତି ନିର୍ଦ୍ଧାରକ ଓ ବିଶେଷଜ୍ଞମାନେ ସତର୍କତା ଅବଲମ୍ବନ କରି ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବା ଜରୁରୀ।

17 Mar 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର