ଭୂମିକମ୍ପ ଦୁର୍ବିପାକ: ସତର୍କତା ଓ ଥଇଥାନ

The Sakala Picture
Published On

ଗତ ୬ ତାରିଖ ସୋମବାର ଭୋରୁ ମଧ୍ୟପ୍ରାଚ୍ୟ ଭୂଖଣ୍ଡ ତୁର୍କୀ-ସିରିଆର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ବଡ଼ ଧରଣର ପ୍ରଳୟଙ୍କରୀ ଭୂମିକମ୍ପ ଅନୁଭୂତ ହୋଇ ଯାଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୮ ଓ ଏହାର ୯ ଘଣ୍ଟା ପରେ ୭.୫ ତୀବ୍ରତାର ଆଉ ଏକ ବଡ଼ ପରକମ୍ପନ (ଆଫ୍ଟରସକ୍‌‌) ମଧ୍ୟ ନିକଟବର୍ତ୍ତୀ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଏହି ବିନାଶକାରୀ ଭୂମିକମ୍ପରେ ଏପର୍ଯ୍ୟନ୍ତ ୩୫,୦୦୦ ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିଲାବେଳେ ମୃତ୍ୟୁସଂଖ୍ୟା ୫୦,୦୦୦କୁ ଟପିଯାଇ ପାରେ […]

ଗତ ୬ ତାରିଖ ସୋମବାର ଭୋରୁ ମଧ୍ୟପ୍ରାଚ୍ୟ ଭୂଖଣ୍ଡ ତୁର୍କୀ-ସିରିଆର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ବଡ଼ ଧରଣର ପ୍ରଳୟଙ୍କରୀ ଭୂମିକମ୍ପ ଅନୁଭୂତ ହୋଇ ଯାଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୮ ଓ ଏହାର ୯ ଘଣ୍ଟା ପରେ ୭.୫ ତୀବ୍ରତାର ଆଉ ଏକ ବଡ଼ ପରକମ୍ପନ (ଆଫ୍ଟରସକ୍‌‌) ମଧ୍ୟ ନିକଟବର୍ତ୍ତୀ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଏହି ବିନାଶକାରୀ ଭୂମିକମ୍ପରେ ଏପର୍ଯ୍ୟନ୍ତ ୩୫,୦୦୦ ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିଲାବେଳେ ମୃତ୍ୟୁସଂଖ୍ୟା ୫୦,୦୦୦କୁ ଟପିଯାଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି। ଏହି ଭୂମିକମ୍ପର ପ୍ରଭାବ ପଡ଼ୋଶୀ ରାଷ୍ଟ୍ର ଲେବାନନ ଓ ଇସ୍ରାଏଲ ଯାଏ ମଧ୍ୟ ଦେଖିବାକୁ ମିଳିଥିଲା। ଏହା ତୁର୍କୀରେ ବିଗତ ଶହେ ବର୍ଷ ମଧ୍ୟରେ ଅନୁଭୂତ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ବୋଲି କୁହାଯାଉଛି। ଭୂମିକମ୍ପର ଉପକେନ୍ଦ୍ର (ଏପିସେଣ୍ଟର) ଥିଲା ତୁର୍କୀର ଗାଜିଆଣ୍ଟେପ ପ୍ରଦେଶର ନୁରଡେଗି ସହରର ପୂର୍ବକୁ ପ୍ରାୟ ୨୩ କି.ମି. ଦୂରବର୍ତ୍ତୀ ଇଲାକା। ଏହି ଭୂମିକମ୍ପର କେନ୍ଦ୍ର (ଫୋକସ୍‌‌) ଭୁପୃଷ୍ଠର ପ୍ରାୟ ୨୪.୧ କି.ମି. ଗଭୀରତାରେ ଥିଲା। ୧୯୩୯ ମସିହାରେ ତୁର୍କୀରେ ସମତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯେଉଁଥିରେ ପ୍ରାୟ ୩୦,୦୦୦ ଲୋକ ପ୍ରାଣ ହରେଇଥିଲେ। ପୃଥିବୀରେ ଏଭଳି ଉଚ୍ଚ ତୀବ୍ରତାର ଭୂମିକମ୍ପ ଅତି ବିରଳ, ଯାହା ବର୍ଷକୁ ସାଧାରଣତଃ ପାଞ୍ଚରୁ କମ ସଂଘଟିତ ହୋଇଥାଏ। ତୁର୍କୀରେ ବିଗତ ୨୫ ବର୍ଷ ମଧ୍ୟରେ ୭ କିମ୍ୱା ଅଧିକ ତୀବ୍ରତାର ସମୁଦାୟ ସାତୋଟି ଭୂମିକମ୍ପ ଅନୁଭୂତ ହୋଇ ସାରିଛି।

ଭୂମିକମ୍ପର ତୀବ୍ରତାକୁ ସାଧାରଣତଃ ରିକ୍ଟର୍‌‌ ସ୍କେଲ୍‌‌ ଏକକରେ ମପାଯାଏ। ଏହି ସ୍କେଲରେ ୪ ଅଙ୍କରୁ ଊର୍ଦ୍ଧ୍ବ ଭୂମିକମ୍ପ ସାଧାରଣତଃ ଧନଜୀବନ ପ୍ରତି ବିନାଶକାରୀ ହୋଇଥାଏ। ଭୂମିକମ୍ପର ତୀବ୍ରତା ୪ ରୁ ୪.୯ ଅଙ୍କ ମଧ୍ୟରେ ରହିଲେ ଘରର ଝରକାର କାଚ ଭାଙ୍ଗିଯାଇପାରେ ଏବଂ କାନ୍ଥରେ ଟଙ୍ଗା ଯାଇଥିବା ଫଟୋଫ୍ରେମ୍‌‌ ତଳେ ଖସି ପଡ଼ିପାରେ। ଭୂମିକମ୍ପର ତୀବ୍ରତା ୫ ରୁ ୫.୯ ଅଙ୍କ ମଧ୍ୟରେ ରହିଲେ ଘରର ଟେବୁଲ ଚଉକି ଭଳି ଭାରି ଆସବାବପତ୍ର ଦୋହଲିବାକୁ ଲାଗେ। ଭୂମିକମ୍ପର ତୀବ୍ରତା ୬ ରୁ ୬.୯ ଅଙ୍କ ମଧ୍ୟରେ ରହିଲେ କୌଣସି ବହୁତଳୀୟ ଅଟ୍ଟାଳିକାର ଭିତ୍ତି ଦୋହଲି ଯାଇପାରେ ଏବଂ ଉପର ମହଲା ଘର ବିଶେଷ କ୍ଷତିଗ୍ରସ୍ତ ହୋଇପାରେ। ଭୂମିକମ୍ପର ତୀବ୍ରତା ୭ ରୁ ୭.୯ ଅଙ୍କ ମଧ୍ୟରେ ରହିଲେ ବହୁତଳୀୟ ଅଟ୍ଟାଳିକା ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଏ ଏବଂ ଭୂତଳ ପାଣି ପାଇପ୍‌‌ ଫାଟି ଯାଏ। ଭୂମିକମ୍ପର ତୀବ୍ରତା ୮ ରୁ ୮.୯ ଅଙ୍କ ମଧ୍ୟରେ ରହିଲେ ବଡ଼ ବଡ଼ ପୋଲ ମଧ୍ୟ ଭାଙ୍ଗିଯାଇପାରେ। ଭୂମିକମ୍ପର ତୀବ୍ରତା ୯.୦ ଅଙ୍କରୁ ଅଧିକ ହେଲେ ସମସ୍ତ ନିର୍ମାଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଏ। ଏଭଳି ପରିସ୍ଥିତିରେ କୌଣସି ଖୋଲା ସ୍ଥାନରେ ଛିଡ଼ା ହେଲେ ଭୂମିରେ ସମୁଦ୍ର ଭଳି ଲହଡ଼ିମାନ ତରଙ୍ଗାୟିତ ହେଉ ଥିବାର ଦେଖାଯାଏ ଏବଂ ସମୁଦ୍ରରେ ସୁନାମି ଭଳି ଉଚ୍ଚା ଉଚ୍ଚା ଲହଡ଼ିମାନ ସୃଷ୍ଟି ହୋଇ ସ୍ଥଳଭାଗରେ ପ୍ରଳୟ ରଚନା କରେ।

ପୃଥିବୀରେ ପ୍ରତି ବର୍ଷ ପ୍ରାୟ ୫ ଲକ୍ଷ ଭୂମିକମ୍ପ ଅନୁଭୂତ ହୋଇଥାଏ। ଏଥିମଧ୍ୟରୁ ଆମେ କେବଳ ୧ ଲକ୍ଷ ଭୂମିକମ୍ପକୁ ଅନୁଭବ କରିପାରୁ। ପ୍ରାୟ ୧୦୦ଟି ଭୂମିକମ୍ପ ବିନାଶକାରୀ ହୋଇଥାଏ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ୧୯୬୦ ମସିହାରେ ଚିଲିରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌‌ରେ ଏହାର ତୀବ୍ରତା ଥିଲା ୯.୫। ଏଥିରେ ପ୍ରାୟ ୬୦୦୦ ଲୋକଙ୍କ ପ୍ରାଣହାନି ଘଟିଥିଲା। ଆମ ଦେଶରେ ସବୁଠାରୁ ପ୍ରଳୟଙ୍କରୀ ଭୂମିକମ୍ପ ୧୯୩୪ ମସିହାରେ ବିହାରରେ ଅନୁଭୂତ ହୋଇଥିଲା, ଯେଉଁଥିରେ ପ୍ରାୟ ୩୦,୦୦୦ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ। ରିକ୍ଟର ସ୍କେଲ୍‌‌ରେ ଏହର ତୀବ୍ରତା ଥିଲା ୮.୧। ୧୮୧୧ ମସିହାରେ ଉତ୍ତର ଆମେରିକାରେ ଏଭଳି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ଯେ ଏହାର ପ୍ରଭାବରେ ମିସିସିପି ନଦୀ ଓଲଟା ବହିବା ଆରମ୍ଭ କରିଥିଲା। ଭୂମିକମ୍ପ ପ୍ରଭାବରେ ସବୁଠାରୁ ବିପଜ୍ଜନକ ହିମସ୍ଖଳନ ୧୯୭୦ ମସିହାରେ ପେରୁରେ ଦେଖା ଯାଇଥିଲା, ଯାହା ଘଣ୍ଟା ପ୍ରତି ୪୦୦ କି.ମି. ଭଳି ବେଗରେ ଗତି କରିଥିଲା। ସେହିଭଳି ୧୯୨୦ ମସିହାରେ ଚୀନ୍‌‌ର କାଂସୁ ପ୍ରଦେଶରେ ଭୂକମ୍ପ ଜନିତ ହିମସ୍ଫଳନରେ ପ୍ରାୟ ୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୦୪ ମସିହା ଡିସେମ୍ୱର୨୬ ତାରିଖରେ ଇଣ୍ଡୋନେସିଆ ନିକଟସ୍ଥ ସମୁଦ୍ରରେ ଘଟିଥିବା ଭୂମିକମ୍ପରେ ପ୍ରଳୟଙ୍କରୀ ସୁନାମିର ଲହଡ଼ିମାନ ସୃଷ୍ଟି ହୋଇଥିଲା, ଯେଉଁଥିରେ ପ୍ରାୟ ୨.୩୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଭୂମିକମ୍ପର ଝଟକା ସର୍ବାଧିକ ୧୦ ମିନିଟ୍‌‌ ଧରି ଅନୁଭୂତ ହୋଇଥିଲା।

ଆମର ପୃଥିବୀପୃଷ୍ଠ ଅନେକ ସୁଦୃଢ଼ ପ୍ଲେଟ୍‌‌ ଉପରେ ପର୍ଯ୍ୟବସିତ, ଯାହାକୁ ଟେକଟୋନିକ ପ୍ଲେଟ୍‌‌ କୁହଯାଏ। ଏହି ପ୍ଲେଟ୍‌‌ଗୁଡ଼ିକ ସଦାସର୍ବଦା ଗତିଶୀଳ। ଅବଶ୍ୟ ଏହି ପ୍ଲେଟ୍‌‌ଗୁଡ଼ିକର ଗତି ଅତି ସ୍ୱଳ୍ପ ଏବଂ ବର୍ଷକୁ ମାତ୍ର ୪ ସେ.ମି.। କିନ୍ତୁ ଏହି ଚଳନ ଯୋଗୁଁ ବେଳେବେଳେ ପ୍ଲେଟ୍‌‌ଗୁଡ଼ିକ ମଧ୍ୟରେ ସଂଘର୍ଷ ଘଟେ ଏବଂ ଗୋଟିଏ ପ୍ଲେଟ୍‌‌ ଅନ୍ୟ ପ୍ଲେଟ୍‌‌ ଉପରେ ପ୍ରଚଣ୍ଡ ପାର୍ଶ୍ବଚାପ ସୃଷ୍ଟି କରେ। ଏହି ଚାପ ଅତ୍ୟଧିକ ହେବାରୁ ଗୋଟିଏ ପ୍ଲେଟ୍‌‌ ଅନ୍ୟ ପ୍ଲେଟ୍‌‌ ଉପରେ ଚଢ଼ିଯାଏ। ଏହି ଅଞ୍ଚଳରେ ହିଁ ପୃଥିବୀପୃଷ୍ଠ ଦୋହଲି ଉଠି ଭୂମିକମ୍ପ ସୃଷ୍ଟି ହୁଏ। ସୁତରାଂ ପ୍ଲେଟ୍‌‌ଗୁଡ଼ିକର ଦୁର୍ବଳ ପ୍ରାନ୍ତଭାଗ ଅତ୍ୟନ୍ତ ଭୂମିକମ୍ପ ପ୍ରବଣ ହୋଇଥାଏ।

ମଧ୍ୟପ୍ରାଚ୍ୟର ତୁର୍କୀ- ସିରିଆ ଅଞ୍ଚଳ ଭୂତାତ୍ତ୍ୱିକ ଦୃଷ୍ଟିକୋଣରୁ ଏକ ସକ୍ରିୟ ଭୂଖଣ୍ଡ। ଏଠାରେ ତିନୋଟି ଟେକଟୋନିକ ପ୍ଲେଟ ଯଥା ଆନାଟୋଲିଆନ ପ୍ଲେଟ, ଆରବୀୟ ପ୍ଲେଟ ଓ ଆଫ୍ରିକୀୟ ପ୍ଲେଟ ମିଳିତ ହୋଇଥା’ନ୍ତି। ଆରବୀୟ ପ୍ଲେଟ ଉତ୍ତର ଦିଗରେ ୟୁରୋପ ଆଡ଼କୁ ଗତି କରୁଛି। ଫଳରେ ଆନାଟୋଲିଆନ ପ୍ଲେଟ ପଶ୍ଚିମ ଆଡ଼କୁ କ୍ରମଶଃ ଠେଲିହୋଇ ଯାଉଛି। ପ୍ଲେଟମାନଙ୍କର ଏହି କ୍ରମାଗତ ଗତି ଯୋଗୁଁ ସେମାନଙ୍କ ମଧ୍ୟବର୍ତ୍ତୀ ସୀମାନ୍ତ ଅଞ୍ଚଳରେ ପ୍ରଚଣ୍ଡ ଚାପ ସୃଷ୍ଟି ହେଉଛି। ଏହାକୁ ହିଁ ଆମେ ଭୂମିକମ୍ପ କହିଥାଉ। ସାମ୍ପ୍ରତିକ ଭୂମିକମ୍ପଟି ଆନାଟୋଲିଆନ ପ୍ଲେଟ ଓ ଆରବୀୟ ପ୍ଲେଟ ଦ୍ୱୟର ମଧ୍ୟବର୍ତ୍ତୀ ଦୁର୍ବଳ ଅଞ୍ଚଳରେ ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ।

ବନ୍ୟା ବାତ୍ୟା ଭଳି ଭୂମିକମ୍ପର ପୂର୍ବାନୁମାନ ନିମନ୍ତେ ଏବେ ସୁଦ୍ଧା କୌଣସି ସଠିକ ଓ ନିର୍ଭରଯୋଗ୍ୟପଦ୍ଧତି ବିକଶିତ ହୋଇପାରି ନାହିଁ। ପ୍ରକୃତିର କେତେକ ଜୀବଜନ୍ତୁ ନିଜର ବିଚିତ୍ର ଆଚରଣ ଜରିଆରେ ଭୂମିକମ୍ପର ପୂର୍ବସୂଚନା ଦେଇଥା’ନ୍ତି। ହାତୀମାନେ ନିଜର ବିଶାଳକାୟ କାନ ଦ୍ୱାରା ପୃଥିବୀ ଅଭ୍ୟନ୍ତରସ୍ଥ ପ୍ଲେଟ୍‌‌ଗୁଡ଼ିକର ପରସ୍ପର ମଧ୍ୟରେ ଘଷି ହେବାର ସ୍ୱଳ୍ପ ତରଙ୍ଗ ବିଶିଷ୍ଟ ଧ୍ୱନି ଶୁଣିପାରନ୍ତି ବୋଲି ବିଶ୍ୱାସ କରାଯାଏ। ଭୂମିକମ୍ପ ସହନଶୀଳ ଗୃହ ନିର୍ମାଣ, ତ୍ୱରାନିତ ସେବା, ଉଦ୍ଧାରକାର୍ଯ୍ୟ ଏବଂ ସତର୍କ ରହିବା ହିଁ ଭୂମିକମ୍ପ ମୁକାବିଲାର ଏକମାତ୍ର ଫଳପ୍ରଦ ଉପାୟ।

ନିକୁଞ୍ଜ ବିହାରୀ ସାହୁ
ଭୋପାଲ

14 Feb 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର