ପ୍ରଡକ୍ଟ ଡିଜାଇନରେ କ୍ଯାରିଅର କରିବାକୁ ଚାହୁଁଥିଲେ….

The Sakala Picture
Published On

ଦୈନନ୍ଦିନ ଜୀବନରେ ଆମେ ବିଭିନ୍ନ ସାମଗ୍ରୀ ବ୍ୟବହାର କରିଥା’ନ୍ତି। ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଯେକୌଣସି ସାମଗ୍ରୀକୁ ପ୍ରସ୍ତୁତ କରିବାରେ ପ୍ରଡକ୍ଟ ଡିଜାଇନର୍‌ଙ୍କ ସବୁଠୁ ବଡ଼ ଭୂମିକା ରହିଥାଏ । ଏପରିକି ଏମାନଙ୍କୁ ବୈଦ୍ୟୁତିକ ସାମଗ୍ରୀ, ଖେଳନା, ପ୍ଲାଷ୍ଟିକ୍‌ ସାମଗ୍ରୀ, ଶିକ୍ଷାଉପକରଣ ଆଦି ବିଭିନ୍ନ ସାମଗ୍ରୀକୁ ଡିଜାଇନ୍‌ କରିବାକୁ ପଡ଼େ। ଏହାକୁ ଦୃଷ୍ଟି ଦେଇ ବର୍ତ୍ତମାନ ଯୁବପିଢ଼ି ପ୍ରଡକ୍ଟ ଡିଜାଇନ୍‌ରେ କ୍ୟାରିୟର କରିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି। ପ୍ରଡକ୍ଟ ଡିଜାଇନର୍‌ଙ୍କୁ ଗ୍ରାଫିକ୍ସ ଡିଜାଇନର୍‌ଙ୍କ ସହିତ ମିଶି କାମ କରିବାକୁ […]

ଦୈନନ୍ଦିନ ଜୀବନରେ ଆମେ ବିଭିନ୍ନ ସାମଗ୍ରୀ ବ୍ୟବହାର କରିଥା’ନ୍ତି। ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଯେକୌଣସି ସାମଗ୍ରୀକୁ ପ୍ରସ୍ତୁତ କରିବାରେ ପ୍ରଡକ୍ଟ ଡିଜାଇନର୍‌ଙ୍କ ସବୁଠୁ ବଡ଼ ଭୂମିକା ରହିଥାଏ । ଏପରିକି ଏମାନଙ୍କୁ ବୈଦ୍ୟୁତିକ ସାମଗ୍ରୀ, ଖେଳନା, ପ୍ଲାଷ୍ଟିକ୍‌ ସାମଗ୍ରୀ, ଶିକ୍ଷାଉପକରଣ ଆଦି ବିଭିନ୍ନ ସାମଗ୍ରୀକୁ ଡିଜାଇନ୍‌ କରିବାକୁ ପଡ଼େ। ଏହାକୁ ଦୃଷ୍ଟି ଦେଇ ବର୍ତ୍ତମାନ ଯୁବପିଢ଼ି ପ୍ରଡକ୍ଟ ଡିଜାଇନ୍‌ରେ କ୍ୟାରିୟର କରିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି।

ପ୍ରଡକ୍ଟ ଡିଜାଇନର୍‌ଙ୍କୁ ଗ୍ରାଫିକ୍ସ ଡିଜାଇନର୍‌ଙ୍କ ସହିତ ମିଶି କାମ କରିବାକୁ ସୁଯୋଗ ମିଳେ। ଅଫିସ୍‌ ତ ସାମଗ୍ରୀ ହେଉ କି ଦୈନନ୍ଦିନ ବ୍ୟବହାର କରାଯାଉଥିବା ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ପ୍ରସ୍ତୁତି କରିବା ଏମାନଙ୍କ କାମ। ଏଥିପାଇଁ ଜଣେ ବ୍ୟକ୍ତିର ଯୋଗାଯୋଗ ଦକ୍ଷତା, କୁଶଳୀ ଜ୍ଞାନ, ଲେଖନୀ ଦକ୍ଷତା, ନିରୀକ୍ଷଣ ଦକ୍ଷତା ରହିବା ସହ ଦୂରଦୃଷ୍ଟି ସମ୍ପନ୍ନ ହେବା ଆବଶ୍ୟକ। ଚିତ୍ରକଳା ମାଧ୍ୟମରେ ଜ୍ଞାନପ୍ରଦର୍ଶିତ କରି ପାରୁଥିବେ। ଏହି କ୍ଷେତ୍ରରେ କାମ କରିବାକୁ ହେଲେ ଟିମ୍‌ର ପ୍ରତ୍ୟେକ ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ଓ ସହଯୋଗ ମନୋଭାବ ହେବା ଜରୁରି।

ଶିକ୍ଷାଗତ ଯୋଗ୍ୟତା
ପ୍ରଡକ୍ଟ ଡିଜାଇନ୍‌ରେ ସ୍ନାତକ କିମ୍ବା ସ୍ନାତକୋତ୍ତର, ବିଏସ୍‌ସି କିମ୍ବା ଏମ୍‌ଏସି ପ୍ରଡକ୍ଟ ଡିଜାଇନ୍‌ ପଢ଼ିଥିବା ନିହାତି ଆବଶ୍ୟକ।

ପ୍ରମୁଖ ସଂସ୍ଥାନ
-ନିଫ୍ଟ, ଭୁବନେଶ୍ବର
-ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍ଟସ ଆଣ୍ଡ ଡିଜାଇନ, ନୂଆଦିଲ୍ଲୀ
-ଏମ୍‌ଇଟି ୟୁନିଭର୍ସସିଟି, ଗୁଜରାଟ
-ଇଣ୍ଡଷ୍ଟ୍ରିଆଲ ଡିଜାଇନ୍‌ ସେଣ୍ଟର, ଆଇଆଇଟି, ମୁମ୍ବାଇ, ଗୁଆହାଟୀ, ଜବଲପୁର
-ନିଫ୍ଟ, ମୁମ୍ବାଇ
-ଏମ୍ଆଇଟି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନ୍‌, ପୁଣେ

କ’ଣ କରିବେ

ମାନୁଫ୍ୟାକଚରିଂ ଫାର୍ମର ଡିଜାଇନ୍‌ ବିଭାଗରେ ଏକ୍ସପର୍ଟ ପ୍ରଡକ୍ଟ ଡିଜାଇନର୍ସ, ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ଟ ଡିଜାଇନର୍‌, ଡିଜିଟାଲ ଡିଜାଇନର୍‌ ଆଦି କାମ କରିପାରିବେ। ଏହାବାଦ୍‌ ବିଭିନ୍ନ କନ୍‌ସଲଟିଂ ଫାର୍ମରେ ଚାକିରିର ସୁଯୋଗ ରହିଛି। ଯେଉଁମାନେ ସେରାମିକ୍‌ରେ ଅଭିଜ୍ଞ ସେମାନଙ୍କୁ ଟେବୁଲ ସାଜସଜା, ସାନିଟାରୀ , ଘର ସାଜସଜ୍ଜା ଆଦି ବିଭିନ୍ନ କାମ କରିବାକୁ ସୁଯୋଗ ରହିଛି। ଟେକ୍ସଟାଇଲ୍‌, ଡିଜିଟାଲ ମିଡ଼ିଆ, ଇଲୋକ୍ଟ୍ରୋନିକ୍‌ସ, ଫର୍ଣ୍ଣିଚର, ଫୁଡ୍‌ ଆଣ୍ଡ ପ୍ୟାକେଜିଂ, ହାର୍ଡୱେର, ସଫ୍ଟୱେର ଆଦି କ୍ଷେତ୍ରରେ ଚାକିରି ପାଇଁ ଭଲ ସୁଯୋଗ ରହିଛି। କାମ କରିବାକୁ ସୋର୍ସୱିଜ୍‌ ଏବଂ ନିଟ୍‌କୋ ଟେକ୍ନୋଲୋଜିର ଚାହିଦା ରହିଛି। ତେବେ ଅଭିଜ୍ଞ ବ୍ୟକ୍ତି ବାର୍ଷିକ ୨,୯୧,୦୦୦ଟଙ୍କା ରୋଜଗାର କରିଥା’ନ୍ତି।

24 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର