କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିକେ ଶିବକୁମାର, ଜି ପରମେଶ୍ୱର ହେଲେ ଉପମୁଖ୍ୟମନ୍ତ୍ରୀ

Suryakanta Picture
Published On

କର୍ଣ୍ଣାଟକ ରାଜନୀତିରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି। ବୁଧବାର ଦିନ କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବରେ କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାର ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଇସ୍ତଫା ପରେ ରାଜ୍ୟରେ ଏହି କ୍ଷମତା ପରିବର୍ତ୍ତନ ଘଟିଛି। ଲୋକଭବନଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସେହିପରି ବରିଷ୍ଠ ନେତା ଜି ପରମେଶ୍ୱର ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, ବରିଷ୍ଠ ନେତା ରାହୁଲ ଗାନ୍ଧୀ ଏବଂ ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରମୁଖ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ସମୟରେ ଡିକେ ଶିବକୁମାର ନିଜ ହାତରେ ସମ୍ବିଧାନର ଏକ କପି ଧରିଥିବା ଦେଖିବାକୁ ମିଳିଥିଲା। ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଦଳୀୟ ଅଧ୍ୟକ୍ଷ ଖର୍ଗେ ଏବଂ ସିଦ୍ଧରମୈୟାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ସମାରୋହର ଆରମ୍ଭ ଜାତୀୟ ସଙ୍ଗୀତ 'ବନ୍ଦେ ମାତରମ୍' ଗାନରୁ ହୋଇଥିଲା। ଶପଥ ନେବା ପରେ ଶିବକୁମାର ମଞ୍ଚରେ ଉପସ୍ଥିତ ସମସ୍ତ ନେତାଙ୍କୁ ଭେଟିବା ସହ ରାହୁଲ ଗାନ୍ଧୀଙ୍କୁ ଆଲିଙ୍ଗନ କରିଥିଲେ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

କ୍ଷମତା ହସ୍ତାନ୍ତର ଓ ଆଗାମୀ ରଣନୀତି

ଏହି କ୍ଷମତା ପରିବର୍ତ୍ତନକୁ ନେଇ ଦଳର ନେତାମାନେ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ଉତ୍ସବରେ ଯୋଗ ଦେଇଥିବା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଶିବକୁମାରଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ, ଡିକେ ଶିବକୁମାର ଦୀର୍ଘ ଦିନ ଧରି ଦଳର ଜଣେ ଶୃଙ୍ଖଳିତ କର୍ମୀ ଏବଂ ରାଜ୍ୟ ସଭାପତି ଭାବେ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି। ଦଳ ଭିତରେ ଆପୋଷ ବୁଝାମଣା ଭିତ୍ତିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଗାମୀ ୩ ବର୍ଷ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସମସ୍ତ ଜନକଲ୍ୟାଣକାରୀ ନୀତି ଓ ଯୋଜନାଗୁଡ଼ିକୁ ଶିବକୁମାର ଆଗକୁ ବଢ଼ାଇବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp