ବନ୍ଦ ଘରୁ ମିଳିଲା ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ, ଘେରି ରହିଥିଲେ ୧୨୫ ବିଷାକ୍ତ ସାପ

The Sakala Picture
Published On

ୱାଶିଂଟନ୍ : ବନ୍ଦ ଘରୁ ଉଦ୍ଧାର ହେଲା ଜଣେ ବ୍ୟକ୍ତିଙ୍କ  ମୃତଦେହ। ଆଉ ମୃତ ଦେହକୁ ଘେରି ରହିଥିଲେ ୧୨୫ରୁ ଉର୍ଦ୍ଧ୍ବ ବିଷାକ୍ତ ସାପ।  ଏମିତି ଘଟଣା ଦେଖିବା ତ ଦୂରର କଥା ଶୁଣିଲେ ବି ଭୟରେ ଲୋମ ଟାଙ୍କୁରି ଉଠେ। ତେବେ ଏମିତି ଏକ ଘଟଣା  ଆମେରିକାର ମେରିଲ୍ୟାଣ୍ଡରେ ଘଟିଛି। ଯେଉଁଠି ଗୋଟିଏ ବନ୍ଦ ଘରୁ ମିଳିଛି ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ। ସୁରକ୍ଷାକର୍ମୀମାନେ ବ୍ୟକ୍ତିଙ୍କ ମୃତଦେହକୁ ଏପରି ଅବସ୍ଥାରେ ଦେଖି ପୂରା ସ୍ତବ୍ଧ […]

ୱାଶିଂଟନ୍ : ବନ୍ଦ ଘରୁ ଉଦ୍ଧାର ହେଲା ଜଣେ ବ୍ୟକ୍ତିଙ୍କ  ମୃତଦେହ। ଆଉ ମୃତ ଦେହକୁ ଘେରି ରହିଥିଲେ ୧୨୫ରୁ ଉର୍ଦ୍ଧ୍ବ ବିଷାକ୍ତ ସାପ।  ଏମିତି ଘଟଣା ଦେଖିବା ତ ଦୂରର କଥା ଶୁଣିଲେ ବି ଭୟରେ ଲୋମ ଟାଙ୍କୁରି ଉଠେ। ତେବେ ଏମିତି ଏକ ଘଟଣା  ଆମେରିକାର ମେରିଲ୍ୟାଣ୍ଡରେ ଘଟିଛି। ଯେଉଁଠି ଗୋଟିଏ ବନ୍ଦ ଘରୁ ମିଳିଛି ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ। ସୁରକ୍ଷାକର୍ମୀମାନେ ବ୍ୟକ୍ତିଙ୍କ ମୃତଦେହକୁ ଏପରି ଅବସ୍ଥାରେ ଦେଖି ପୂରା ସ୍ତବ୍ଧ ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା: ସ୍ପାଇସ୍ ଜେଟ୍ ଏବଂ ଆକାଶା ଏୟାର ବିମାନ ମଧ୍ୟରେ ଧକ୍କା

ଆମେରିକାର ଗଣାମଧ୍ୟମ ସଂସ୍ଥା ଏନବିସି ୱାଶିଂଟନ ଓ ଦି ଇଣ୍ଡିପେଣ୍ଡେଣ୍ଟ ରିପୋର୍ଟ ଅନୁଯାୟୀ ମେରିଲ୍ୟାଣ୍ଡ ଅନ୍ତର୍ଗତ ଚାର୍ଲସ କାଉଣ୍ଟିରେ ଏପରି ଘଟଣା ଘଟିଛି। ମୃତକଙ୍କ ପଡ଼ୋଶୀମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଦୁଇ ଦିନ ଧରି ଘରୁ ବାହାରକୁ ଆସିବାର ଦେଖିନଥିଲେ। ଦୁଇ ଦିନ ଧରି ବାହାରେ ନଦେଖିବାରୁ କିଛି ଅଘଟଣ ଆଶଙ୍କା କରି ସେ ଯାଞ୍ଚ କରିବାକୁ ତାଙ୍କ ଘରକୁ ଯାଇଥିଲେ। ପଡୋଶୀ ପୁଲିସକୁ କହିଛନ୍ତି ଯେ ଯେତେବେଳେ ସେ କବାଟ ବାଡେଇଲେ ଭିତରୁ କେହି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ଏହାପରେ ସେ କବାଟକୁ ଜୋରରେ ଧକ୍କା ଦେଇଥିଲେ । ଏହାପରେ କବାଟଟି ଖୋଲିଯାଇଥିବା । ଯେତେବେଳେ କବାଟ ଖୋଲିଗଲା ସେ ଦେଖିଲେ ଘର ଭିତରେ ବ୍ୟକ୍ତି ଜଣଙ୍କ ଭୂମିରେ ଅଚେତ ଅବସ୍ଥାରେ ପଡିଛନ୍ତି। ଏହା ସହ ତାଙ୍କୁ ଚାରିପାଖରେ ଘେରିରହିଛନ୍ତି ବହୁ ବିଷାକ୍ତ ସାପ।

ଆହୁରି ପଢ଼ନ୍ତୁ: ବିହାରରେ ହାଇଭୋଲ୍ଟେଜ୍ ଡ୍ରାମା: ପ୍ରେମିକକୁ ବାହା ହେବା ଜିଦ୍‌ରେ ୨୦୦ ଫୁଟ୍ ଟାୱାର ଉପରକୁ ଚଢ଼ିଲେ ନାବାଳିକା

ଯାହାକୁ ଦେଖିବା ବ୍ୟକ୍ତି ଜଣଙ୍କ ଡରି ଯାଇଥିଲେ। ଆଉ ଏହାପରେ ସେ ତତକ୍ଷଣାତ ପୁଲିସକୁ ଫୋନ କରିଥିଲେ। ଏମର୍ଜେନ୍ସି ମେଡିକାଲ ଟିମ ଓ ଫାୟାର ବ୍ରିଗେଡ ସହ ପୁଲିସ ଯେତେବେଳେ ଘର ନିକଟରେ ପହଞ୍ଚିଲେ ସେତେବେଳେ ବ୍ୟକ୍ତି ଜଣଙ୍କ ମୃତ ଅବସ୍ଥାରେ ପଡ଼ିଥିଲେ । ତାଙ୍କ ଘର ଭିତରେ ୧୦୦ ରୁ ଅଧିକ ସାପ ରହିଥିବାର ଦେଖାଯାଇଥିଲା । ଏପରିକି ମୃତବ୍ୟକ୍ତିଙ୍କ ଉପରେ ମଧ୍ୟ ସାପ ରହିଥିବାର ଦେଖାଯାଇଥିଲା । ଏମର୍ଜେନ୍ସି ମେଡିକାଲ ଟିମ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଦେଖିଥିଲେ। ଏହପରେ ମୃତଦେହ ଉଦ୍ଧାର କରି  ପୋଷ୍ଟମର୍ଟମ ପାଇଁ ପଠାଇଦେଇଥିଲେ। ସାପ ଧରିବା ପାଇଁ ମଧ୍ୟ ଆନିମଲ କଣ୍ଟ୍ରୋଲ ଟିମ ପହଞ୍ଚି ଯାଇଥିଲେ। ତେବେ ଆମେରିକାରେ ଗତ ୩୦ ବର୍ଷ ଭିତରେ ଏକ ସମୟରେ ଏତେ ଗୁଡିଏ ସାପ ଜଣଙ୍କ ଘରେ ଦେଖାଯାଇଥିବାର ନଜିର ନାହିଁ ବୋଲି  ଆନିମଲ କଣ୍ଟ୍ରୋଲ ସଦସ୍ୟ ଚାର୍ଲସ କାଉଣ୍ଟି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଲୋକସଭାରେ କାଟ୍ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍; ମିଳିଲାନି ଆବଶ୍ୟକ ସମର୍ଥନ, କମ୍‌ ପଡ଼ିଲା ୫୪ ଭୋଟ୍‌

ତେବେ ବ୍ୟକ୍ତିଙ୍କ ମୃତ୍ୟୁ କିପରି ହେଲା ତାହା ବର୍ତ୍ତମାନ ସନ୍ଦେହ ଘେରରେ ଥିବା ବେଳେ ପୁଲିସ ବ୍ୟବଚ୍ଛେଦ ରିପୋର୍ଟ ପରେ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଜଣପଡ଼ିବ ବୋଲି କହିଛି।  ବ୍ୟକ୍ତିଙ୍କ ମୃତ୍ୟୁ ପ୍ରକୃତରେ ସାପ କାମୁଡିବା ଯୋଗୁଁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ତାଙ୍କ ଶରୀରରେ ଦାଗ ମଧ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ମାରିବା ପାଇଁ କୌଣସି ଷଡଯନ୍ତ୍ରର ମଧ୍ୟ ସୁରାକ ପାଇନାହିଁ। ଯେଉଁଥି ପାଇଁ ସାପ କାମୁଡାରେ ମୃତ୍ୟୁ ହୋଇଥାଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ଏତେଗୁଡ଼ିକ ସାପ ବ୍ୟକ୍ତିଙ୍କ ଘରକୁ କେମିତି ଆସିଲେ ତାହା ପ୍ରଶ୍ନ ଘେରରେ ଥିବା ବେଳେ କିଛି ପଡୋଶୀ କହିଛନ୍ତିକି ବ୍ୟକ୍ତି ଜଣଙ୍କୁ ସାପର ସୌକ ଥିଲା। ଏଣୁ ସେ ଘରେ ସାପ ପାଳିଥିଲେ।

22 Jan 2022 By The Sakala

ବନ୍ଦ ଘରୁ ମିଳିଲା ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ, ଘେରି ରହିଥିଲେ ୧୨୫ ବିଷାକ୍ତ ସାପ

ୱାଶିଂଟନ୍ : ବନ୍ଦ ଘରୁ ଉଦ୍ଧାର ହେଲା ଜଣେ ବ୍ୟକ୍ତିଙ୍କ  ମୃତଦେହ। ଆଉ ମୃତ ଦେହକୁ ଘେରି ରହିଥିଲେ ୧୨୫ରୁ ଉର୍ଦ୍ଧ୍ବ ବିଷାକ୍ତ ସାପ।  ଏମିତି ଘଟଣା ଦେଖିବା ତ ଦୂରର କଥା ଶୁଣିଲେ ବି ଭୟରେ ଲୋମ ଟାଙ୍କୁରି ଉଠେ। ତେବେ ଏମିତି ଏକ ଘଟଣା  ଆମେରିକାର ମେରିଲ୍ୟାଣ୍ଡରେ ଘଟିଛି। ଯେଉଁଠି ଗୋଟିଏ ବନ୍ଦ ଘରୁ ମିଳିଛି ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ। ସୁରକ୍ଷାକର୍ମୀମାନେ ବ୍ୟକ୍ତିଙ୍କ ମୃତଦେହକୁ ଏପରି ଅବସ୍ଥାରେ ଦେଖି ପୂରା ସ୍ତବ୍ଧ ହୋଇଯାଇଛନ୍ତି।

ଆମେରିକାର ଗଣାମଧ୍ୟମ ସଂସ୍ଥା ଏନବିସି ୱାଶିଂଟନ ଓ ଦି ଇଣ୍ଡିପେଣ୍ଡେଣ୍ଟ ରିପୋର୍ଟ ଅନୁଯାୟୀ ମେରିଲ୍ୟାଣ୍ଡ ଅନ୍ତର୍ଗତ ଚାର୍ଲସ କାଉଣ୍ଟିରେ ଏପରି ଘଟଣା ଘଟିଛି। ମୃତକଙ୍କ ପଡ଼ୋଶୀମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଦୁଇ ଦିନ ଧରି ଘରୁ ବାହାରକୁ ଆସିବାର ଦେଖିନଥିଲେ। ଦୁଇ ଦିନ ଧରି ବାହାରେ ନଦେଖିବାରୁ କିଛି ଅଘଟଣ ଆଶଙ୍କା କରି ସେ ଯାଞ୍ଚ କରିବାକୁ ତାଙ୍କ ଘରକୁ ଯାଇଥିଲେ। ପଡୋଶୀ ପୁଲିସକୁ କହିଛନ୍ତି ଯେ ଯେତେବେଳେ ସେ କବାଟ ବାଡେଇଲେ ଭିତରୁ କେହି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ଏହାପରେ ସେ କବାଟକୁ ଜୋରରେ ଧକ୍କା ଦେଇଥିଲେ । ଏହାପରେ କବାଟଟି ଖୋଲିଯାଇଥିବା । ଯେତେବେଳେ କବାଟ ଖୋଲିଗଲା ସେ ଦେଖିଲେ ଘର ଭିତରେ ବ୍ୟକ୍ତି ଜଣଙ୍କ ଭୂମିରେ ଅଚେତ ଅବସ୍ଥାରେ ପଡିଛନ୍ତି। ଏହା ସହ ତାଙ୍କୁ ଚାରିପାଖରେ ଘେରିରହିଛନ୍ତି ବହୁ ବିଷାକ୍ତ ସାପ।

ଯାହାକୁ ଦେଖିବା ବ୍ୟକ୍ତି ଜଣଙ୍କ ଡରି ଯାଇଥିଲେ। ଆଉ ଏହାପରେ ସେ ତତକ୍ଷଣାତ ପୁଲିସକୁ ଫୋନ କରିଥିଲେ। ଏମର୍ଜେନ୍ସି ମେଡିକାଲ ଟିମ ଓ ଫାୟାର ବ୍ରିଗେଡ ସହ ପୁଲିସ ଯେତେବେଳେ ଘର ନିକଟରେ ପହଞ୍ଚିଲେ ସେତେବେଳେ ବ୍ୟକ୍ତି ଜଣଙ୍କ ମୃତ ଅବସ୍ଥାରେ ପଡ଼ିଥିଲେ । ତାଙ୍କ ଘର ଭିତରେ ୧୦୦ ରୁ ଅଧିକ ସାପ ରହିଥିବାର ଦେଖାଯାଇଥିଲା । ଏପରିକି ମୃତବ୍ୟକ୍ତିଙ୍କ ଉପରେ ମଧ୍ୟ ସାପ ରହିଥିବାର ଦେଖାଯାଇଥିଲା । ଏମର୍ଜେନ୍ସି ମେଡିକାଲ ଟିମ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଦେଖିଥିଲେ। ଏହପରେ ମୃତଦେହ ଉଦ୍ଧାର କରି  ପୋଷ୍ଟମର୍ଟମ ପାଇଁ ପଠାଇଦେଇଥିଲେ। ସାପ ଧରିବା ପାଇଁ ମଧ୍ୟ ଆନିମଲ କଣ୍ଟ୍ରୋଲ ଟିମ ପହଞ୍ଚି ଯାଇଥିଲେ। ତେବେ ଆମେରିକାରେ ଗତ ୩୦ ବର୍ଷ ଭିତରେ ଏକ ସମୟରେ ଏତେ ଗୁଡିଏ ସାପ ଜଣଙ୍କ ଘରେ ଦେଖାଯାଇଥିବାର ନଜିର ନାହିଁ ବୋଲି  ଆନିମଲ କଣ୍ଟ୍ରୋଲ ସଦସ୍ୟ ଚାର୍ଲସ କାଉଣ୍ଟି ପ୍ରକାଶ କରିଛନ୍ତି।

ତେବେ ବ୍ୟକ୍ତିଙ୍କ ମୃତ୍ୟୁ କିପରି ହେଲା ତାହା ବର୍ତ୍ତମାନ ସନ୍ଦେହ ଘେରରେ ଥିବା ବେଳେ ପୁଲିସ ବ୍ୟବଚ୍ଛେଦ ରିପୋର୍ଟ ପରେ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଜଣପଡ଼ିବ ବୋଲି କହିଛି।  ବ୍ୟକ୍ତିଙ୍କ ମୃତ୍ୟୁ ପ୍ରକୃତରେ ସାପ କାମୁଡିବା ଯୋଗୁଁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ତାଙ୍କ ଶରୀରରେ ଦାଗ ମଧ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ମାରିବା ପାଇଁ କୌଣସି ଷଡଯନ୍ତ୍ରର ମଧ୍ୟ ସୁରାକ ପାଇନାହିଁ। ଯେଉଁଥି ପାଇଁ ସାପ କାମୁଡାରେ ମୃତ୍ୟୁ ହୋଇଥାଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ଏତେଗୁଡ଼ିକ ସାପ ବ୍ୟକ୍ତିଙ୍କ ଘରକୁ କେମିତି ଆସିଲେ ତାହା ପ୍ରଶ୍ନ ଘେରରେ ଥିବା ବେଳେ କିଛି ପଡୋଶୀ କହିଛନ୍ତିକି ବ୍ୟକ୍ତି ଜଣଙ୍କୁ ସାପର ସୌକ ଥିଲା। ଏଣୁ ସେ ଘରେ ସାପ ପାଳିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର