ଭୁଶୁଡ଼ିଲା ୟୁକ୍ରେନ୍ର ପାୱାର ଗ୍ରୀଡ୍ : ଅନ୍ଧାରରେ ୟୁକ୍ରେନର ୪୦ ପ୍ରତିଶତ ଅଞ୍ଚଳ, ବିଦ୍ୟୁତ ଓ ଜଳ ଯୋଗାଣ ସଂପୂର୍ଣ୍ଣ ଠପ୍
କିଭ୍ : ରୁଷର ଘନ ଘନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣରେ ୟୁକ୍ରେନର ବହୁ ପ୍ରମୁଖ ଭିତ୍ତିଭୂମି ଉଜୁଡି ଯାଇଛି। ବିଶେଷକରି ବିଗତ କିଛି ଦିନର ଆକ୍ରମଣ ମଧ୍ୟରେ ବିଦ୍ୟୁତ ସରୋବରାହ କେନ୍ଦ୍ରଗୁଡିକୁ ନଷ୍ଟ କରି ଦିଆଯାଇଥିଲା ବେଳେ ଏବେ ୟୁକ୍ରେନର ୪୦ ପ୍ରତିଶତ ଅଞ୍ଚଳ ଅନ୍ଧକାରମୟ ହୋଇପଡ଼ିଛି। ଏପରିକି ରାଜଧାନୀ କିଭ୍ରେ ମଧ୍ୟ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ହୋଇଯାଇଛି। ଯାହାକୁ ନେଇ ୟୁକ୍ରେନ ସରକାରଙ୍କ ଉଦବେଗ ବଢିଥିଲା ବେଳେ ଏଠାକାର ୩୦ ଲକ୍ଷ ନାଗରିକଙ୍କୁ […]
କିଭ୍ : ରୁଷର ଘନ ଘନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣରେ ୟୁକ୍ରେନର ବହୁ ପ୍ରମୁଖ ଭିତ୍ତିଭୂମି ଉଜୁଡି ଯାଇଛି। ବିଶେଷକରି ବିଗତ କିଛି ଦିନର ଆକ୍ରମଣ ମଧ୍ୟରେ ବିଦ୍ୟୁତ ସରୋବରାହ କେନ୍ଦ୍ରଗୁଡିକୁ ନଷ୍ଟ କରି ଦିଆଯାଇଥିଲା ବେଳେ ଏବେ ୟୁକ୍ରେନର ୪୦ ପ୍ରତିଶତ ଅଞ୍ଚଳ ଅନ୍ଧକାରମୟ ହୋଇପଡ଼ିଛି। ଏପରିକି ରାଜଧାନୀ କିଭ୍ରେ ମଧ୍ୟ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ହୋଇଯାଇଛି। ଯାହାକୁ ନେଇ ୟୁକ୍ରେନ ସରକାରଙ୍କ ଉଦବେଗ ବଢିଥିଲା ବେଳେ ଏଠାକାର ୩୦ ଲକ୍ଷ ନାଗରିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସରକାର ଯୋଜନା କରିଥିବା କୁହାଯାଇଛି।
ଏଭଳି ସ୍ଥିତି ଉତ୍ପନ୍ନ ହେବା ନେଇ ୟୁକ୍ରେନ ସରକାର କଦାଚିତ ଆଶା କରି ନଥିବା ବେଳେ ବର୍ତ୍ତମାନ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି ବୋଲି ବରିଷ୍ଠ ଅଧିକାରୀମାନେ କହିଛନ୍ତି। ବିଦ୍ୟୁତ ସେବା ସ୍ବାଭାବିକ କରିବାକୁ ଇଞ୍ଜିନିୟରମାନେ ରାତି ଦିନ ଏକାଠି କରିଦେଇ ଥିଲେ ହେଁ ବିଦ୍ୟୁତ ଅଭାବରୁ ଲୋକମାନଙ୍କ ସମସ୍ୟା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ବିଶେଷକରି ଶୀତ ଋତୁ ପାଇଁ ମହିଳା ଓ ବୟସ୍କଙ୍କ ସମେତ ଶିଶୁମାନଙ୍କ ସମସ୍ୟା ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୌର କର୍ମଚାରୀଙ୍କ ଦ୍ବାରା ‘ ହିଟିଂ ସେଲଟର’ ପ୍ରସ୍ତୁତ କରାଯାଉଛି ଯାହାକି ବଙ୍କର ଭାବେ ମଧ୍ୟ କାର୍ଯ୍ୟ କରିବ। ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ବହୁ ପ୍ରମୁଖ ଗ୍ରୀଡ ନଷ୍ଟ ହୋଇଯାଇଥିବାରୁ ୭ ପ୍ରମୁଖ ଅଞ୍ଚଳ ଅନ୍ଧାରରେ ରହିଛି।
ଉଲ୍ଲେଖଯୋଗ୍ୟ ଯେ, ରୁଷ ସେନା ଅଧିକାର କରିଥିବା ଅନେକ ଅଞ୍ଚଳକୁ ୟୁକ୍ରେନ ପୁନଃ ଦଖଲ କରିବା ପରେ ରାଷ୍ଟ୍ରପତି ପୁତିନ ଆକ୍ରୋଶମୂଳକ ଭାବେ ନିଜର ରଣନୀତି ବଦଳାଇଥିଲେ। ୟୁକ୍ରେନର ଜନବସତି ଅଞ୍ଚଳ ସମେତ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ଆକ୍ରମଣ ଜୋରଦାର କରାଯାଇଥିଲା। ଏଥିସହିତ ବିଦ୍ୟୁତ ଗ୍ରୀଡଗୁଡିକ ଉପରେ ମଧ୍ୟ କ୍ଷେପଣାସ୍ତ୍ର ମାଡ଼ କରାଯାଇ ନଷ୍ଟ କରିଦିଆଯାଇଥିଲା। ଅନ୍ୟପକ୍ଷରେ ଏବେ ୟୁକ୍ରେନର ଅସ୍ତ୍ରଶସ୍ତ୍ର ମଧ୍ୟ ଶେଷ ହେବାକୁ ବସିଛି। ଏଥିପାଇଁ ତୁରନ୍ତ ସହାୟତା କରିବାକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ୟୁକ୍ରେନ ସରକାର ନିବେଦନ କରିଛନ୍ତି ବୋଲି ରୟାଲ ୟୁନାଇଟେଡ ସର୍ଭିସ ପକ୍ଷରୁ କୁହାଯାଇଛି।