ୟୁପି ସରକାରଙ୍କ ଅଧିକାରୀ ଅହଂକାରୀ : ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ : ଏକ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିଥିବା ଉତ୍ତରପ୍ରଦେଶର ଦୁଇ ପ୍ରମୁଖ ସଚିବଙ୍କ ଉପରେ ସୁପ୍ରିମକୋର୍ଟ ବର୍ଷିବା ସହିତ ସେମାନଙ୍କୁ ଅତି ଅହଂକାରୀ ବୋଲି କହିଛନ୍ତି। ଏହି ମାମଲାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ୍‌ କରି ଦେଇଥିବା ବେଳେ କୋର୍ଟ ଅବମାନନାକୁ ନେଇ ରାଜ୍ୟ ବିତ୍ତୀୟ ସଚିବ ଏବଂ ଅତିରିକ୍ତ ମୁଖ୍ୟସଚିବ କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ବୋଲି କୁହାଯାଇଛି। ଉଲ୍ଳେଖଯୋଗ୍ୟ ଯେ, ଆହ୍ଲାବାଦରେ କାର୍ଯ୍ୟ […]

ନୂଆଦିଲ୍ଲୀ : ଏକ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିଥିବା ଉତ୍ତରପ୍ରଦେଶର ଦୁଇ ପ୍ରମୁଖ ସଚିବଙ୍କ ଉପରେ ସୁପ୍ରିମକୋର୍ଟ ବର୍ଷିବା ସହିତ ସେମାନଙ୍କୁ ଅତି ଅହଂକାରୀ ବୋଲି କହିଛନ୍ତି। ଏହି ମାମଲାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ୍‌ କରି ଦେଇଥିବା ବେଳେ କୋର୍ଟ ଅବମାନନାକୁ ନେଇ ରାଜ୍ୟ ବିତ୍ତୀୟ ସଚିବ ଏବଂ ଅତିରିକ୍ତ ମୁଖ୍ୟସଚିବ କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ: ଆମେରିକାର ଅସ୍ତ୍ରବିରତି ଘୋଷଣା ପରେ ନୂଆ ଆଡଭାଇଜରି ଜାରି କଲା ଭାରତ

ଉଲ୍ଳେଖଯୋଗ୍ୟ ଯେ, ଆହ୍ଲାବାଦରେ କାର୍ଯ୍ୟ କରୁଥିବା ଜଣେ ଅମିନଙ୍କ ବକେୟା ଦରମା ପଇଠ କରିବା ଏବଂ ତାଙ୍କ ଚାକିରିକୁ ନିୟମିତ କରିବା ନେଇ ହାଇକୋର୍ଟରେ ଆଗତ ଏକ ମାମଲାର ବିଚାର କରି ହାଇକୋର୍ଟ ତୁରନ୍ତ ଏହାକୁ ପଇଠ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସଂପୃକ୍ତ ଅମିନ ତାଙ୍କର ବକେୟା ପାଇବାକୁ ହକଦାର ବୋଲି ବିଚାର କରି ଆହ୍ଲାବାଦ ହାଇକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଥିଲେ। ହେଲେ ବିଭାଗୀୟ ଅଧିକାରୀମାନେ ଏହାକୁ କାର୍ଯ୍ୟକାରୀ କରିନଥିବା ବେଳେ ରାଜ୍ୟ ଅତିରିକ୍ତ ଆଡଭୋକେଟ ଜେନେରାଲଙ୍କ ଦ୍ବାରା କରିଥିବା ସତ୍ୟପାଠରେ ସଂପୃକ୍ତ ଅମିନଙ୍କୁ ବକେୟା ଦିଆଯିବ କି ନାହିଁ ସେ ସମ୍ପର୍କରେ କୌଣସି ଗ୍ୟାରେଣ୍ଟି ଦେଇ ନଥିଲେ। ଏହାପରେ ହାଇକୋର୍ଟ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଅଦାଲତକୁ ସେମାନଙ୍କ ଖେଳପଡ଼ିଆ ଭାବୁଛନ୍ତି ଏବଂ ଅଦାଲତ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ନକରିବା ଅଭିଯୋଗରେ ଗତ ୧ ତାରିଖରେ ଉପରୋକ୍ତ ଦୁଇ ଅଧିକାରୀଙ୍କ ବିରୋଧରେ ୱାରଣ୍ଟ ଜାରି କରିଥିଲେ। ହାଇକୋର୍ଟଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ କରି ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ବେଳେ ଶନିବାର କୋର୍ଟ ଏହାକୁ ଖାରଜ୍‌ କରିଦେଇଛନ୍ତି। ଫଳରେ ଏହି ଦୁଇ ବରିଷ୍ଠ ଅଧିକାରୀ ଗିରଫ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।

ଆହୁରି ପଢ଼ନ୍ତୁ: ସୁରଟରେ ୪୭.୪୪ କୋଟି ଟଙ୍କାର ଅନଲାଇନ ଠକେଇର ପର୍ଦ୍ଦାଫାଶ, ଅନ୍ତର୍ଜାତୀୟ ସାଇବର ଗ୍ୟାଙ୍ଗ ଧରାପଡ଼ିଲା

14 Nov 2021 By The Sakala

ୟୁପି ସରକାରଙ୍କ ଅଧିକାରୀ ଅହଂକାରୀ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଏକ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିଥିବା ଉତ୍ତରପ୍ରଦେଶର ଦୁଇ ପ୍ରମୁଖ ସଚିବଙ୍କ ଉପରେ ସୁପ୍ରିମକୋର୍ଟ ବର୍ଷିବା ସହିତ ସେମାନଙ୍କୁ ଅତି ଅହଂକାରୀ ବୋଲି କହିଛନ୍ତି। ଏହି ମାମଲାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ୍‌ କରି ଦେଇଥିବା ବେଳେ କୋର୍ଟ ଅବମାନନାକୁ ନେଇ ରାଜ୍ୟ ବିତ୍ତୀୟ ସଚିବ ଏବଂ ଅତିରିକ୍ତ ମୁଖ୍ୟସଚିବ କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ବୋଲି କୁହାଯାଇଛି।

ଉଲ୍ଳେଖଯୋଗ୍ୟ ଯେ, ଆହ୍ଲାବାଦରେ କାର୍ଯ୍ୟ କରୁଥିବା ଜଣେ ଅମିନଙ୍କ ବକେୟା ଦରମା ପଇଠ କରିବା ଏବଂ ତାଙ୍କ ଚାକିରିକୁ ନିୟମିତ କରିବା ନେଇ ହାଇକୋର୍ଟରେ ଆଗତ ଏକ ମାମଲାର ବିଚାର କରି ହାଇକୋର୍ଟ ତୁରନ୍ତ ଏହାକୁ ପଇଠ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସଂପୃକ୍ତ ଅମିନ ତାଙ୍କର ବକେୟା ପାଇବାକୁ ହକଦାର ବୋଲି ବିଚାର କରି ଆହ୍ଲାବାଦ ହାଇକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଥିଲେ। ହେଲେ ବିଭାଗୀୟ ଅଧିକାରୀମାନେ ଏହାକୁ କାର୍ଯ୍ୟକାରୀ କରିନଥିବା ବେଳେ ରାଜ୍ୟ ଅତିରିକ୍ତ ଆଡଭୋକେଟ ଜେନେରାଲଙ୍କ ଦ୍ବାରା କରିଥିବା ସତ୍ୟପାଠରେ ସଂପୃକ୍ତ ଅମିନଙ୍କୁ ବକେୟା ଦିଆଯିବ କି ନାହିଁ ସେ ସମ୍ପର୍କରେ କୌଣସି ଗ୍ୟାରେଣ୍ଟି ଦେଇ ନଥିଲେ। ଏହାପରେ ହାଇକୋର୍ଟ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଅଦାଲତକୁ ସେମାନଙ୍କ ଖେଳପଡ଼ିଆ ଭାବୁଛନ୍ତି ଏବଂ ଅଦାଲତ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ନକରିବା ଅଭିଯୋଗରେ ଗତ ୧ ତାରିଖରେ ଉପରୋକ୍ତ ଦୁଇ ଅଧିକାରୀଙ୍କ ବିରୋଧରେ ୱାରଣ୍ଟ ଜାରି କରିଥିଲେ। ହାଇକୋର୍ଟଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ କରି ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ବେଳେ ଶନିବାର କୋର୍ଟ ଏହାକୁ ଖାରଜ୍‌ କରିଦେଇଛନ୍ତି। ଫଳରେ ଏହି ଦୁଇ ବରିଷ୍ଠ ଅଧିକାରୀ ଗିରଫ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର