ଆଟର୍ଣ୍ଣି ଜେନେରାଲ ହେବାକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଅସ୍ଵୀକାର କଲେ ମୁକୁଲ ରୋହତଗି

The Sakala Picture
Published On

ନୂଆଦିଲ୍ଲୀ: ଦେଶର ପରିଚିତ ତଥା ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଦେଶର ଆଟର୍ଣ୍ଣି ଜେନେରାଲ ପଦରେ ନିଯୁକ୍ତି ପାଇଁ କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେପ୍ଟେମ୍ବର ୩୦ରେ ଏବେ ଆଟର୍ଣ୍ଣି ଜେନେରାଲ ଥିବା କେକେ ବେଣୁଗୋପାଳ ଅବସରରେ ପରେ ଆଡଭୋକେଟ୍ ରୋହତଗି ଅକ୍ଟୋବର ୧ ତାରିଖରୁ ଏହି ଦାୟିତ୍ୱ ନେଇଥାନ୍ତେ । ୨୦୧୭ ଜୁନ ମାସରେ ରୋହତଗୀ ଆଟର୍ଣ୍ଣି ଜେନେରାଲ ପଦ ଛାଡ଼ିଥିଲେ। ଏହାପରେ କେକେ ଭେନୁଗୋପାଲ ଏହି ଦାୟିତ୍ୱ ନେଇଥିଲେ। ଏବେ ସରକାର ପୁଣି ୬୭ […]

ନୂଆଦିଲ୍ଲୀ: ଦେଶର ପରିଚିତ ତଥା ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଦେଶର ଆଟର୍ଣ୍ଣି ଜେନେରାଲ ପଦରେ ନିଯୁକ୍ତି ପାଇଁ କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେପ୍ଟେମ୍ବର ୩୦ରେ ଏବେ ଆଟର୍ଣ୍ଣି ଜେନେରାଲ ଥିବା କେକେ ବେଣୁଗୋପାଳ ଅବସରରେ ପରେ ଆଡଭୋକେଟ୍ ରୋହତଗି ଅକ୍ଟୋବର ୧ ତାରିଖରୁ ଏହି ଦାୟିତ୍ୱ ନେଇଥାନ୍ତେ । ୨୦୧୭ ଜୁନ ମାସରେ ରୋହତଗୀ ଆଟର୍ଣ୍ଣି ଜେନେରାଲ ପଦ ଛାଡ଼ିଥିଲେ। ଏହାପରେ କେକେ ଭେନୁଗୋପାଲ ଏହି ଦାୟିତ୍ୱ ନେଇଥିଲେ। ଏବେ ସରକାର ପୁଣି ୬୭ ବର୍ଷୀୟ ରୋହତଗୀଙ୍କୁ ଆଟର୍ଣ୍ଣି ଜେନେରାଲ କରିବାକୁ ଚାହୁଁଥିଲେ। ପୁଣିଥରେ ଦେଶର ଆଟର୍ଣ୍ଣି ଜେନେରାଲ ହେବାକୁ କେନ୍ଦ୍ର ସରକାର ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଶାନ୍ତି ଆଲୋଚନା ବିଫଳ: ହରମୁଜ୍ ପ୍ରଣାଳୀରେ ଆମେରିକାର ଅବରୋଧ, ମଧ୍ୟପ୍ରାଚ୍ୟରେ ବଢ଼ୁଛି ଉତ୍ତେଜନା

ସରକାରଙ୍କ ପ୍ରସ୍ତାବ ଗ୍ରହଣ ନ କରିବାର କାରଣ ବିଷୟରେ ରୋହତଗିଙ୍କୁ ପଚରାଯାଇଥିବା ବେଳେ ସେ କହିଛନ୍ତି ଯେ ଏହା ପଛରେ ସେମିତି କିଛି ନିର୍ଦ୍ଦିଷ୍ଟ କାରଣ ନାହିଁ। ତେବେ ସେ ଏ ବାବଦରେ ଦ୍ବିତୀୟ ଥର ଚିନ୍ତା କରି ପ୍ରସ୍ତାବ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୯୧ ବର୍ଷୀୟ ‌କେକେ ବେଣୁଗୋପାଳ ବର୍ତ୍ତମାନ ଏଜି ଅଛନ୍ତି। ତାଙ୍କୁ ଗତ ଜୁନ୍ ୨୯ ତାରିଖରେ ଆଉ ତିନିମାସ ପାଇଁ ପୁନର୍ନିଯୁକ୍ତି ଦିଆଯାଇଥିଲା। ସେ ୨୦୧୭ ଜୁଲାଇରୁ ଏଜି ଭାବେ ନିଯୁକ୍ତି ପାଇଥିଲେ।ରୋହତଗି ଜୁନ୍ ୨୦୧୪ରୁ ଜୁନ୍ ୨୦୧୭ ପର୍ୟ୍ୟନ୍ତ ଭାରତର ଆଟର୍ଣ୍ଣି ଜେନେରାଲ ଥିଲେ।

ଆହୁରି ପଢ଼ନ୍ତୁ: ଟାଇମ୍ ୧୦୦ ତାଲିକାରେ ସ୍ଥାନ ପାଇଲେ ସେଫ୍ ବିକାଶ ଖାନ୍ନା, କହିଲେ- 'ମୁଁ ଗର୍ବର ସହ ନିଜକୁ କରି ବୟ କହେ'

26 Sep 2022 By The Sakala

ଆଟର୍ଣ୍ଣି ଜେନେରାଲ ହେବାକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଅସ୍ଵୀକାର କଲେ ମୁକୁଲ ରୋହତଗି

ନୂଆଦିଲ୍ଲୀ: ଦେଶର ପରିଚିତ ତଥା ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଦେଶର ଆଟର୍ଣ୍ଣି ଜେନେରାଲ ପଦରେ ନିଯୁକ୍ତି ପାଇଁ କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେପ୍ଟେମ୍ବର ୩୦ରେ ଏବେ ଆଟର୍ଣ୍ଣି ଜେନେରାଲ ଥିବା କେକେ ବେଣୁଗୋପାଳ ଅବସରରେ ପରେ ଆଡଭୋକେଟ୍ ରୋହତଗି ଅକ୍ଟୋବର ୧ ତାରିଖରୁ ଏହି ଦାୟିତ୍ୱ ନେଇଥାନ୍ତେ । ୨୦୧୭ ଜୁନ ମାସରେ ରୋହତଗୀ ଆଟର୍ଣ୍ଣି ଜେନେରାଲ ପଦ ଛାଡ଼ିଥିଲେ। ଏହାପରେ କେକେ ଭେନୁଗୋପାଲ ଏହି ଦାୟିତ୍ୱ ନେଇଥିଲେ। ଏବେ ସରକାର ପୁଣି ୬୭ ବର୍ଷୀୟ ରୋହତଗୀଙ୍କୁ ଆଟର୍ଣ୍ଣି ଜେନେରାଲ କରିବାକୁ ଚାହୁଁଥିଲେ। ପୁଣିଥରେ ଦେଶର ଆଟର୍ଣ୍ଣି ଜେନେରାଲ ହେବାକୁ କେନ୍ଦ୍ର ସରକାର ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।

ସରକାରଙ୍କ ପ୍ରସ୍ତାବ ଗ୍ରହଣ ନ କରିବାର କାରଣ ବିଷୟରେ ରୋହତଗିଙ୍କୁ ପଚରାଯାଇଥିବା ବେଳେ ସେ କହିଛନ୍ତି ଯେ ଏହା ପଛରେ ସେମିତି କିଛି ନିର୍ଦ୍ଦିଷ୍ଟ କାରଣ ନାହିଁ। ତେବେ ସେ ଏ ବାବଦରେ ଦ୍ବିତୀୟ ଥର ଚିନ୍ତା କରି ପ୍ରସ୍ତାବ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୯୧ ବର୍ଷୀୟ ‌କେକେ ବେଣୁଗୋପାଳ ବର୍ତ୍ତମାନ ଏଜି ଅଛନ୍ତି। ତାଙ୍କୁ ଗତ ଜୁନ୍ ୨୯ ତାରିଖରେ ଆଉ ତିନିମାସ ପାଇଁ ପୁନର୍ନିଯୁକ୍ତି ଦିଆଯାଇଥିଲା। ସେ ୨୦୧୭ ଜୁଲାଇରୁ ଏଜି ଭାବେ ନିଯୁକ୍ତି ପାଇଥିଲେ।ରୋହତଗି ଜୁନ୍ ୨୦୧୪ରୁ ଜୁନ୍ ୨୦୧୭ ପର୍ୟ୍ୟନ୍ତ ଭାରତର ଆଟର୍ଣ୍ଣି ଜେନେରାଲ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର