ଧର୍ମ ନାମରେ ହିଂସା ବିସ୍ତାର କରୁଛନ୍ତି ବିଜେପି-ଆରଏସ୍‌ଏସ୍‌ : ମେହବୁବା ମୁଫତି

The Sakala Picture
Published On

ଜମ୍ମୁକାଶ୍ମୀର : ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ବିଜେପି ଏବଂ ଆରଏସ୍‌ଏସ୍‌ ଉପରେ ଖୁବ୍‌ ବର୍ଷିଛନ୍ତି। ଶନିବାର ପିଡିପି ମୁଖ୍ୟ ମେହବୁବା ମୁଫତି ଜାମ୍ମୁରେ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ଏକ ସଭାରେ ମେହବୁବା ବିଜେପି ଏବଂ ଆରଏସ୍‌ଏସ୍‌ ଧର୍ମ ନାମରେ ହିଂସା ବିସ୍ତାର କରୁଥିବା କହିବା ସହ  କଂଗ୍ରେସ ନେତା ସଲମାନ୍‌ ଖୁର୍ସିଦ୍‌ଙ୍କ ପୁସ୍ତକକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଥିଲେ। ମେହବୁବା କହିଛନ୍ତି ଯେ ଉଭୟ […]

ଜମ୍ମୁକାଶ୍ମୀର : ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ବିଜେପି ଏବଂ ଆରଏସ୍‌ଏସ୍‌ ଉପରେ ଖୁବ୍‌ ବର୍ଷିଛନ୍ତି। ଶନିବାର ପିଡିପି ମୁଖ୍ୟ ମେହବୁବା ମୁଫତି ଜାମ୍ମୁରେ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ଏକ ସଭାରେ ମେହବୁବା ବିଜେପି ଏବଂ ଆରଏସ୍‌ଏସ୍‌ ଧର୍ମ ନାମରେ ହିଂସା ବିସ୍ତାର କରୁଥିବା କହିବା ସହ  କଂଗ୍ରେସ ନେତା ସଲମାନ୍‌ ଖୁର୍ସିଦ୍‌ଙ୍କ ପୁସ୍ତକକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ମେହବୁବା କହିଛନ୍ତି ଯେ ଉଭୟ ବିଜେପି ଏବଂ ଆରଏସ୍‌ଏସ୍‌ ସାମ୍ପ୍ରଦାୟିକ ସଂଗଠନ। ଏମାନେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଝଗଡା କରାଇ ଦେଶରେ ରାଜନୀତି କରୁଛନ୍ତି। ବିଜେପି ଏବଂ ଆରଏସ୍‌ଏସ୍‌ ଉଭୟ ହିନ୍ଦୁତ୍ୱ ଏବଂ ହିନ୍ଦୁ ଧର୍ମକୁ ଅପହରଣ କରିଛନ୍ତି। ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଏମାନେ ସର୍ବଦା ବିବାଦ ଚାହାନ୍ତି। କାରଣ ସେମାନେ ଧର୍ମ ନାମରେ ଲୋକଙ୍କୁ ହତ୍ୟା କରନ୍ତି ଆଉ ସେଥିରେ ରାଜନୀତି କରନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଅନ୍ୟପଟେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତିଙ୍କ ଜାମ୍ମୁ ଆଗମନ ବିଷୟରେ ସୂଚନା ପାଇବା ପରେ ବଜରଙ୍ଗ ଦଳ କର୍ମୀମାନେ ସେଠାରେ ପହଞ୍ଚି ମେହବୁବା ମୁଫତିଙ୍କ ବିରୋଧରେ  ସ୍ଲୋଗାନ ପ୍ରଦର୍ଶନ କରିବା ସହ ତାଙ୍କୁ ବିରୋଧ ପଦର୍ଶନ କରିଥିଲେ। ବଜରଙ୍ଗ ଦଳ କହିଛନ୍ତି ଯେ ମେହବୁବା ମୁଫତି ଆତଙ୍କବାଦୀ ଏବଂ ପାକିସ୍ତାନର ସମର୍ଥକ। ତାଙ୍କୁ ଜେଲରେ ରଖିବା କାଶ୍ମୀରରେ ସମ୍ପୂର୍ଣ୍ଣ ଶାନ୍ତି ଫେରାଇ ଆଣିବାରେ ବହୁ ଦୂର ଯିବ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ସୂଚନାଯୋଗ୍ୟ କଂଗ୍ରେସ ନେତା ସଲମାନ୍‌ ଖୁର୍ସିଦ୍‌ଙ୍କ ଦ୍ବାରା ରଚିତ ଇଂରାଜୀ ପୁସ୍ତକ ’ସନ୍‌ରାଇଜ୍‌ ଓଭର ଅଯୋଧ୍ୟା: ନାସନହୁଡ୍‌ ଇନ୍‌ ଆୱାର ଟାଇମ୍ସ’କୁ ନେଇ ଏବେ ବିବାଦ ତିବ୍ରହେବାରେ ଲାଗିଛି। ସଲମାନ ଏହି ପୁସ୍ତକରେ ହିନ୍ଦୁତ୍ବକୁ ଇସଲାମିକ୍‌ ଆତଙ୍କୀ ସଙ୍ଗଠନ ଆଇଏସଆଇଏସ୍‌ ଏବଂ ବୋକୋ ହାରାମ ସହ ତୁଳନା କରିଛନ୍ତି। ଯାହାକୁ ବିଜେପି ସମେତ ବିଭିନ୍ନ ମହଲରୁ ବିରୋଧ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର