ଲୁଧିୟାନା କୋର୍ଟ ବିସ୍ଫୋରଣ ଉପରେ ପ୍ରଶ୍ନ ଉଠାଇଲେ ସିଦ୍ଧୁ, କହିଲେ ନିର୍ବାଚନ ପୂର୍ବରୁ କାହିଁକି ଘଟୁଛି ଏପରି ଘଟଣା

The Sakala Picture
Published On

ଲୁଧିୟାନା : ପଞ୍ଜାବର ଲୁଧିୟାନା କୋର୍ଟ ପରିସରରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇପଡିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହା ଏକ ଷଡଯନ୍ତ୍ର ଥିଲା । ମିଳିଥିବା ସୂଚନା ଅନୁସାରେ, ବିସ୍ଫୋରଣ ପାଇଁ ବୋମା ଖଞ୍ଜା ଯାଉଥିବା ବେଳେ ତାହା ବିସ୍ଫୋରଣ ଘଟିଥିଲା । ବୋମା ଖଞ୍ଜୁ ଥିବା ବ୍ୟକ୍ତି ବି ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିବା ଦାବିକରାଯାଉଛି । ଏହି ଘଟଣା ଘଟିବା ପରେ […]

ଲୁଧିୟାନା : ପଞ୍ଜାବର ଲୁଧିୟାନା କୋର୍ଟ ପରିସରରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇପଡିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହା ଏକ ଷଡଯନ୍ତ୍ର ଥିଲା । ମିଳିଥିବା ସୂଚନା ଅନୁସାରେ, ବିସ୍ଫୋରଣ ପାଇଁ ବୋମା ଖଞ୍ଜା ଯାଉଥିବା ବେଳେ ତାହା ବିସ୍ଫୋରଣ ଘଟିଥିଲା । ବୋମା ଖଞ୍ଜୁ ଥିବା ବ୍ୟକ୍ତି ବି ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିବା ଦାବିକରାଯାଉଛି ।

ଆହୁରି ପଢ଼ନ୍ତୁ: ହରମୁଜ୍ ପ୍ରଣାଳୀ ଖୋଲିବା ଏବଂ ଯୁଦ୍ଧ ସମାପ୍ତ କରିବାକୁ ଇରାନର ନୂଆ ପ୍ରସ୍ତାବ: ପାକିସ୍ତାନ ମାଧ୍ୟମରେ ଆମେରିକାକୁ ବାର୍ତ୍ତା

ଏହି ଘଟଣା ଘଟିବା ପରେ ପଞ୍ଜାବ କଂଗ୍ରେସ ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁ ଲୁଧିଆନା କୋର୍ଟ ବିସ୍ଫୋରଣରେ ଆହତମାନଙ୍କୁ ହସ୍ପିଟାଲରେ  ଭେଟିଛନ୍ତି। ଏହି ସମୟରେ ସେ ଏହି ଘଟଣାଗୁଡ଼ିକ ବିଷୟରେ ଚିନ୍ତା ପ୍ରକଟ କରିବା ସହ ଘଟଣାକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ ଯଦି ପ୍ରାୟ ଚାରି ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍ ଠାକ୍‌ ଥିଲା ତେବେ ବିଧାନସଭା ନିର୍ବାଚନର ମାତ୍ର ଏକ କିମ୍ବା ଦୁଇ ମାସ ପୂର୍ବରୁ କାହିଁକି ଏପରି ଘଟୁଛି, ପଶ୍ଚିମବଙ୍ଗରେ ମଧ୍ୟ ଏହା ହିଁ ଘଟିଥିଲା। ମୁଁ ଏହି ଖରାପ ରାଜନୀତିକୁ ନିନ୍ଦା କରୁଛି ।

ଆହୁରି ପଢ଼ନ୍ତୁ: ତାମିଲନାଡୁର ପରବର୍ତ୍ତୀ 'ଏମଜିଆର' ହେବେ କି ବିଜୟ? ଏକ୍‌ଜିଟ୍‌ ପୋଲ୍‌ରୁ ମିଳୁଛି ବଡ଼ ସଙ୍କେତ

ଯେଉଁମାନେ ଆମକୁ ବିଭାଜନ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆମେ ଏକ ଉପଯୁକ୍ତ ଉତ୍ତର ଦେବୁ ।  ଆହତମାନଙ୍କ ସହ ସାକ୍ଷାତ ସମୟରେ ସିଦ୍ଧୁ କହିଛନ୍ତି ଯେ ରାଜନୈତିକ ଏଜେଣ୍ଡା ନାମରେ ଭୟ ବିସ୍ତାର କରିବା ଦୁର୍ଭାଗ୍ୟଜନକ। ଏହା ହେଉଛି ନକାରାତ୍ମକ ରାଜନୀତିର ଚରମ ସୀମା । ଭୋଟ ପାଇଁ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯିବା କେତେଦୂର ଯୂକ୍ତିଯୁକ୍ତ ବୋଲି ନବଜୋତ ସିଂ ସିଦ୍ଧୁ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନରେ ରାଜନୈତିକ ଅସ୍ଥିରତା: ବହିଷ୍କୃତ ହୋଇପାରନ୍ତି ବୈଦେଶିକ ମନ୍ତ୍ରୀ ଆବାସ ଅରାଗଚି

ଅନ୍ୟପକ୍ଷରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭାଲା ପଞ୍ଜାବର ବରିଷ୍ଠ ଅଧିକାରୀଙ୍କ ସହ ଲୁଧିଆନା ଜିଲ୍ଲା କୋର୍ଟ ବିସ୍ଫୋରଣ ଘଟଣା ସମ୍ପର୍କରେ ଆଲୋଚନା କରିବା ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୂଚନା ଦେଇଛନ୍ତି।ଅଦାଲତରେ କାର୍ଯ୍ୟ ଜାରି ରହିଥିବା ବେଳେ ହିଁ ଏହି ବିସ୍ଫୋରଣ ଘଟିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଞ୍ଜାବ ସରକାରଙ୍କୁ ଏ ନେଇ ରିପୋର୍ଟ ତଲବ କରାଯାଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଘଟଣାକୁ ଦୃଢ ନିନ୍ଦା କରିବା ସହିତ ସ୍ଥିତି ପରଖିବାକୁ ଲୁଧିୟାନା ଯାଇଛନ୍ତି । ଚନ୍ନି କହିଛନ୍ତି, ପଞ୍ଜାବରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ, କିଛି ରାଷ୍ଟ୍ର ବିରୋଧୀ ତଥା ରାଜ୍ୟ ବିରୋଧୀ ଏଭଳି ଘୃଣ୍ୟ କାମ କରୁଛନ୍ତି । ଏଥିପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ଏବଂ ଲୋକମାନଙ୍କୁ ମଧ୍ୟ ସତର୍କ ରହିବାକୁ ପଡିବ । ଏଭଳି କାଣ୍ଡ ଘଟାଇଥିବା ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି କହିଛନ୍ତି।

23 Dec 2021 By The Sakala

ଲୁଧିୟାନା କୋର୍ଟ ବିସ୍ଫୋରଣ ଉପରେ ପ୍ରଶ୍ନ ଉଠାଇଲେ ସିଦ୍ଧୁ, କହିଲେ ନିର୍ବାଚନ ପୂର୍ବରୁ କାହିଁକି ଘଟୁଛି ଏପରି ଘଟଣା

ଲୁଧିୟାନା : ପଞ୍ଜାବର ଲୁଧିୟାନା କୋର୍ଟ ପରିସରରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇପଡିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହା ଏକ ଷଡଯନ୍ତ୍ର ଥିଲା । ମିଳିଥିବା ସୂଚନା ଅନୁସାରେ, ବିସ୍ଫୋରଣ ପାଇଁ ବୋମା ଖଞ୍ଜା ଯାଉଥିବା ବେଳେ ତାହା ବିସ୍ଫୋରଣ ଘଟିଥିଲା । ବୋମା ଖଞ୍ଜୁ ଥିବା ବ୍ୟକ୍ତି ବି ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିବା ଦାବିକରାଯାଉଛି ।

ଏହି ଘଟଣା ଘଟିବା ପରେ ପଞ୍ଜାବ କଂଗ୍ରେସ ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁ ଲୁଧିଆନା କୋର୍ଟ ବିସ୍ଫୋରଣରେ ଆହତମାନଙ୍କୁ ହସ୍ପିଟାଲରେ  ଭେଟିଛନ୍ତି। ଏହି ସମୟରେ ସେ ଏହି ଘଟଣାଗୁଡ଼ିକ ବିଷୟରେ ଚିନ୍ତା ପ୍ରକଟ କରିବା ସହ ଘଟଣାକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ ଯଦି ପ୍ରାୟ ଚାରି ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍ ଠାକ୍‌ ଥିଲା ତେବେ ବିଧାନସଭା ନିର୍ବାଚନର ମାତ୍ର ଏକ କିମ୍ବା ଦୁଇ ମାସ ପୂର୍ବରୁ କାହିଁକି ଏପରି ଘଟୁଛି, ପଶ୍ଚିମବଙ୍ଗରେ ମଧ୍ୟ ଏହା ହିଁ ଘଟିଥିଲା। ମୁଁ ଏହି ଖରାପ ରାଜନୀତିକୁ ନିନ୍ଦା କରୁଛି ।

ଯେଉଁମାନେ ଆମକୁ ବିଭାଜନ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆମେ ଏକ ଉପଯୁକ୍ତ ଉତ୍ତର ଦେବୁ ।  ଆହତମାନଙ୍କ ସହ ସାକ୍ଷାତ ସମୟରେ ସିଦ୍ଧୁ କହିଛନ୍ତି ଯେ ରାଜନୈତିକ ଏଜେଣ୍ଡା ନାମରେ ଭୟ ବିସ୍ତାର କରିବା ଦୁର୍ଭାଗ୍ୟଜନକ। ଏହା ହେଉଛି ନକାରାତ୍ମକ ରାଜନୀତିର ଚରମ ସୀମା । ଭୋଟ ପାଇଁ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯିବା କେତେଦୂର ଯୂକ୍ତିଯୁକ୍ତ ବୋଲି ନବଜୋତ ସିଂ ସିଦ୍ଧୁ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭାଲା ପଞ୍ଜାବର ବରିଷ୍ଠ ଅଧିକାରୀଙ୍କ ସହ ଲୁଧିଆନା ଜିଲ୍ଲା କୋର୍ଟ ବିସ୍ଫୋରଣ ଘଟଣା ସମ୍ପର୍କରେ ଆଲୋଚନା କରିବା ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୂଚନା ଦେଇଛନ୍ତି।ଅଦାଲତରେ କାର୍ଯ୍ୟ ଜାରି ରହିଥିବା ବେଳେ ହିଁ ଏହି ବିସ୍ଫୋରଣ ଘଟିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଞ୍ଜାବ ସରକାରଙ୍କୁ ଏ ନେଇ ରିପୋର୍ଟ ତଲବ କରାଯାଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଘଟଣାକୁ ଦୃଢ ନିନ୍ଦା କରିବା ସହିତ ସ୍ଥିତି ପରଖିବାକୁ ଲୁଧିୟାନା ଯାଇଛନ୍ତି । ଚନ୍ନି କହିଛନ୍ତି, ପଞ୍ଜାବରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ, କିଛି ରାଷ୍ଟ୍ର ବିରୋଧୀ ତଥା ରାଜ୍ୟ ବିରୋଧୀ ଏଭଳି ଘୃଣ୍ୟ କାମ କରୁଛନ୍ତି । ଏଥିପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ଏବଂ ଲୋକମାନଙ୍କୁ ମଧ୍ୟ ସତର୍କ ରହିବାକୁ ପଡିବ । ଏଭଳି କାଣ୍ଡ ଘଟାଇଥିବା ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର