ଗ୍ୟାସ୍‌ ଚୋରି ରୋକିବାକୁ ସରକାରଙ୍କ ବଡ ପଦକ୍ଷେପ: ଏଣିକି ଘରକୁ ଆସିବ କ୍ୟୁଆର କୋଡ୍‌ ଥିବା ଏଲପିଜି ସିଲିଣ୍ଡର

The Sakala Picture
Published On

ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡରରୁ ଗ୍ୟାସ୍‌ ଚୋରି ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଏଣିକି ଆପଣଙ୍କ ଘରକୁ କ୍ୟୁଆର୍ କୋଡ୍ ଥିବା ସିଲିଣ୍ଡର ଆସିବ । ଏହା ଦ୍ୱାରା ଗ୍ୟାସ୍ ଚୋରି ରୋକିବା ସହଜ ହେବ ବୋଲି କୁହାଯାଇଛି। ଯାହାର ଫାଇଦା ସାଧାରଣ ଗ୍ରାହକଙ୍କୁ ମିଳିବ। ଗ୍ରାହକ ପୁରା ପଇସା ଦେଇ ଫୁଲ ସିଲିଣ୍ଡର ଗ୍ୟାସ୍‌ ପାଇବେ। ପୂର୍ବରୁ ଯଦି କୌଣସି ଡେଲିଭରିମ୍ୟାନ୍ ଚୁପଚାପ୍‌ ଆପଣ ବୁକ୍ କରିଥିବା ସିଲିଣ୍ଡରରୁ ଗ୍ୟାସ୍ ବାହାର କରନ୍ତି, ତେବେ […]

ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡରରୁ ଗ୍ୟାସ୍‌ ଚୋରି ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଏଣିକି ଆପଣଙ୍କ ଘରକୁ କ୍ୟୁଆର୍ କୋଡ୍ ଥିବା ସିଲିଣ୍ଡର ଆସିବ । ଏହା ଦ୍ୱାରା ଗ୍ୟାସ୍ ଚୋରି ରୋକିବା ସହଜ ହେବ ବୋଲି କୁହାଯାଇଛି। ଯାହାର ଫାଇଦା ସାଧାରଣ ଗ୍ରାହକଙ୍କୁ ମିଳିବ। ଗ୍ରାହକ ପୁରା ପଇସା ଦେଇ ଫୁଲ ସିଲିଣ୍ଡର ଗ୍ୟାସ୍‌ ପାଇବେ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

ପୂର୍ବରୁ ଯଦି କୌଣସି ଡେଲିଭରିମ୍ୟାନ୍ ଚୁପଚାପ୍‌ ଆପଣ ବୁକ୍ କରିଥିବା ସିଲିଣ୍ଡରରୁ ଗ୍ୟାସ୍ ବାହାର କରନ୍ତି, ତେବେ ତାହା ଜାଣିବା ଖୁବ୍ କଷ୍ଟକର ହେଉଥିଲା । ମାତ୍ର ଏବେ ଗ୍ୟାସ୍ ସିଲିଣ୍ଡରରେ କ୍ୟୁଆର କୋଡ୍ ରହିବା ଫଳରେ ଚୋରି କରିବା କଷ୍ଟକର ହୋଇଯିବ। କାରଣ କ୍ୟୁଆର କୋଡ୍ ଥିବା ସିଲିଣ୍ଡରରେ ଏହି କଥା ଜାଣିବା ସହଜ ହୋଇଯିବ ଯେ, ଏଥିରେ କେତେ ଥର ରିଫିଲିଂ ହୋଇଛି। ଏହାଛଡା ଏହି ଡାଟା ମଧ୍ୟ ରହିବ ଯେ, କୌଣସି ଡିଲରଠାରୁ କାହାକୁ ଡେଲିଭର କରାଯାଇଛି। ସିଲିଣ୍ଡର ଗ୍ୟାସ୍ କମ୍ ଆସିବା ଭଳି ଅଭିଯୋଗ ଲଗାତର ଆସିବା ପରେ ଏହି ପଦେକ୍ଷପ ନିଆଯାଇଛି। ସବୁ ଗ୍ୟାସ ସିଲିଣ୍ଡରରେ ଏହି ବ୍ୟବସ୍ଥା ଆଗାମୀ କିଛି ମାସ ଭିତରେ ଦେଖିବାକୁ ମିଳିବ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

17 Nov 2022 By The Sakala

ଗ୍ୟାସ୍‌ ଚୋରି ରୋକିବାକୁ ସରକାରଙ୍କ ବଡ ପଦକ୍ଷେପ: ଏଣିକି ଘରକୁ ଆସିବ କ୍ୟୁଆର କୋଡ୍‌ ଥିବା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡରରୁ ଗ୍ୟାସ୍‌ ଚୋରି ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଏଣିକି ଆପଣଙ୍କ ଘରକୁ କ୍ୟୁଆର୍ କୋଡ୍ ଥିବା ସିଲିଣ୍ଡର ଆସିବ । ଏହା ଦ୍ୱାରା ଗ୍ୟାସ୍ ଚୋରି ରୋକିବା ସହଜ ହେବ ବୋଲି କୁହାଯାଇଛି। ଯାହାର ଫାଇଦା ସାଧାରଣ ଗ୍ରାହକଙ୍କୁ ମିଳିବ। ଗ୍ରାହକ ପୁରା ପଇସା ଦେଇ ଫୁଲ ସିଲିଣ୍ଡର ଗ୍ୟାସ୍‌ ପାଇବେ।

ପୂର୍ବରୁ ଯଦି କୌଣସି ଡେଲିଭରିମ୍ୟାନ୍ ଚୁପଚାପ୍‌ ଆପଣ ବୁକ୍ କରିଥିବା ସିଲିଣ୍ଡରରୁ ଗ୍ୟାସ୍ ବାହାର କରନ୍ତି, ତେବେ ତାହା ଜାଣିବା ଖୁବ୍ କଷ୍ଟକର ହେଉଥିଲା । ମାତ୍ର ଏବେ ଗ୍ୟାସ୍ ସିଲିଣ୍ଡରରେ କ୍ୟୁଆର କୋଡ୍ ରହିବା ଫଳରେ ଚୋରି କରିବା କଷ୍ଟକର ହୋଇଯିବ। କାରଣ କ୍ୟୁଆର କୋଡ୍ ଥିବା ସିଲିଣ୍ଡରରେ ଏହି କଥା ଜାଣିବା ସହଜ ହୋଇଯିବ ଯେ, ଏଥିରେ କେତେ ଥର ରିଫିଲିଂ ହୋଇଛି। ଏହାଛଡା ଏହି ଡାଟା ମଧ୍ୟ ରହିବ ଯେ, କୌଣସି ଡିଲରଠାରୁ କାହାକୁ ଡେଲିଭର କରାଯାଇଛି। ସିଲିଣ୍ଡର ଗ୍ୟାସ୍ କମ୍ ଆସିବା ଭଳି ଅଭିଯୋଗ ଲଗାତର ଆସିବା ପରେ ଏହି ପଦେକ୍ଷପ ନିଆଯାଇଛି। ସବୁ ଗ୍ୟାସ ସିଲିଣ୍ଡରରେ ଏହି ବ୍ୟବସ୍ଥା ଆଗାମୀ କିଛି ମାସ ଭିତରେ ଦେଖିବାକୁ ମିଳିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର